Dharitri News
ଉପକୂଳ ଓଡିଶା

ଟ୍ରକ ଭିତରୁ ଚାଳକଙ୍କ ମୃତଦେହ ଉଦ୍ଧାର

ଟ୍ରକ ଭିତରୁ  ଚାଳକଙ୍କ ମୃତଦେହ ଉଦ୍ଧାର ପାରାଦୀପ,୧୨। ୧୨(ସ୍ବ.ପ୍ର.)- ପାରାଦୀପ ତୈଳ ବିଶୋଧନାଗାରର ପାର୍କିଂୟାର୍ଡରେ ଥିବା ଟ୍ରକ ଭିତରୁ ଚାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ କେନ୍ଦ୍ରାପଡା ଜିଲା ପାଟକୁରା ଥାନା ବେରାଡି ପଞ୍ଚାୟତ ଅନ୍ତର୍ଗତ ପରକୂଳା ଗ୍ରାମର ପ୍ରତାପ ବେହେରା। ଏନେଇ ପ୍ରତାପଙ୍କ ପରିବାର ପକ୍ଷରୁ ଅଭୟଚନ୍ଦପୁର ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ପ୍ରତାପ ପଣ୍ୟ ପାଇଁ ସୋମବାର ଟ୍ରକ ନେଇ ବିଶୋଧନାଗାରକୁ ଆସିଥିଲେ। ବିଶୋଧନାଗାରର ପାର୍କିଂୟାର୍ଡରେ ପହଞ୍ଚିବା ପରେ ପ୍ରତାପ ଘର ଲୋକଙ୍କ ସହ କଥା ହୋଇଥିଲେ। ପାର୍କିଂୟାର୍ଡ କିଛି ଚାଳକଙ୍କ କହିବା ଅନୁଯାୟୀ,ରାତିରେ ଉକ୍ତ ଅଞ୍ଚଳରୁ ପାଟିତୁଣ୍ଡ ଶୁଭୁଥିଲା। ରିପୋର୍ଟ ଲେଖାହେବା ବେଳକୁ ଗାଡିରେ ମୃତଦେହ ପଡିରହିଥିଲା। ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଉପକୂଳ ଓଡିଶା

୨ ବାଇକ୍‌ ମୁହଁ।ମୁହିଁ ଧକ୍କା: ଜଣେ ମୃତ

ବାଲିକୁଦା,୨୧।୧- ବାଲିକୁଦା ବ୍ଲକ ଅନ୍ତର୍ଗତ ଗୋପାଳପୁର ଛକରେ ୨ ବାଇକ୍‌ ମୁହଁ।ମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏରୋସୀମା ଥାନା ଅନ୍ତର୍ଗତ ଗଡବିଷୁନୀପୁର ଅଞ୍ଚଳର ଝାଟି ସାହୁ। ଜଗତସିଂହପୁର ଟାଉନ୍‌ରୁ ବାଇକ୍‌ରେ ଝାଟି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗୋପାଳପୁର ଛକ ନିକଟରେ ଅନ୍ୟ ଏକ ବାଇକ ସହ ତାଙ୍କର ଧକ୍କା ହୋଇଥିଲା।

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: ରାଜ୍ୟ ଗୃହ ବିଭାଗକୁ ତଦନ୍ତ ନିର୍ଦ୍ଦେଶ

କଳିଙ୍ଗନଗର,୨୧।୧(ଡି.ଏନ୍‌.ଏ.) ଟାଟା କାରଖାନା ସମ୍ପ୍ରସାରଣ ପାଇଁ ଜଣେ କର୍ତ୍ତବ୍ୟରତ ଯବାନଙ୍କ ଘର ଭାଙ୍ଗିବା ସହ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ହସ୍ତକ୍ଷେପ କରିଛି।

ନିଜାମପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଘୋଷଣା

ନିଜାମପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଘୋଷଣା

ଦଶରଥପୁର,୨୧।୧(ଡିଏନ୍‌ଏ) ଦଶରଥପୁର ବ୍ଲକ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅଧୀନସ୍ଥ ନିଜାମପୁର ପଞ୍ଚାୟତର ସମିତିସଭ୍ୟ ଆସନ ପାଇଁ ଶୁକ୍ରବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶନିବାର ଏହାର ଫଳାଫଳ ଘୋଷଣା ହୋଇଥିବା ବେଳେ ପୂର୍ବତନ ସମିତି ସଭ୍ୟ ସ୍ବର୍ଗତ କେଦାର ଦାସଙ୍କ ସ୍ତ୍ରୀ ରୁକ୍ମଣୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀକାନ୍ତ ଜେନାଙ୍କୁ ୧୭୮୦ ଖଣ୍ଡ ଭୋଟରେ ହରାଇଥିବା ଜଣାପଡ଼ିଛି।

ଚିରସ୍ରୋତା ହେବ ନଦୀ

ବରୀ,୨୧।୧(ସ୍ବ.ପ୍ର.) ଯାଜପୁର ଜିଲାଦେଇ ବ୍ରାହ୍ମଣୀ ଓ ତାର ଶାଖା ନଦୀ ଖରସ୍ରୋତା, କେଲୁଆ ଆଦି ପ୍ରବାହିତ ହୋଇଛି। ନଦୀରେ ଜଳ ନ ଥିବାରୁ ଧୀରେ ଧୀରେ ନଦୀ ଗୁଡ଼ିକ ପୋତି ହୋଇଯାଉଛି। ଯାହାଫଳରେ ଗ୍ରାମାଞ୍ଚଳର ନଳକୂପ ଗୁଡ଼ିକରୁ ଜଳପତନ କମିଯାଉଛି। ପାନୀୟ ଜଳ ସଙ୍କଟ ଦେଖାଦେବା ସହିତ ଗୃହପାଳିତ ପ୍ରାଣୀ ଓ ଚାଷୀ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ତ ସମସ୍ୟାର ସମାଧାନ ହେଉଛି। ଯାହାଫଳରେ ପାଣି ନେଇ ଦେଖାଯାଉଥିବା ସମସ୍ୟା ଦୂର ହୋଇଯିବ।

 ପରିବହନ ସଂସ୍ଥାର ଅମାନତ ରାଶି ବାଜ୍ୟାପ୍ତି ଚେତାବନୀ

ପରିବହନ ସଂସ୍ଥାର ଅମାନତ ରାଶି ବାଜ୍ୟାପ୍ତି ଚେତାବନୀ

ଯାଜପୁର ଅଫିସ,୨୧।୧ ଜିଲା ମିଲର୍ସଙ୍କ ଅସହଯୋଗ, ବର୍ଷାରେ ଅନିୟମିତତା ଏବଂ ଆବଶ୍ୟକ ଜଳସେଚନର ଅଭାବ ଯୋଗୁ ଯାଜପୁର ଜିଲାରେ ଖାଦ୍ୟ ସଙ୍କଟ ଦେଖାଦେଇଛି । ଫଳରେ ଜିଲାର ବିପିଏଲ, ଅନ୍ନପୂର୍ଣ୍ଣା, ଅନ୍ତ୍ୟୋଦୟ, ମଧ୍ୟାହ୍ନ ଭୋଜନ ଆଦି ହିତାଧିକାରୀଙ୍କ ଚାହିଦା ପୂରଣ ପାଇଁ ବାର୍ଷିକ ୧୦ଲକ୍ଷ କୁଇଣ୍ଟାଲ ମଧ୍ୟରୁ ୫ଲକ୍ଷ କୁଇଣ୍ଟାଲ ଚାଉଳ ପଶ୍ଚିମଓଡିଶାରୁ ଆମଦାନୀ କରିବାକୁ ପଡୁଛି। ଏହିକ୍ରମରେ ଚଳିତ ମାସ ୨୦ତାରିଖ ସୁଦ୍ଧା ବରଗଡରୁ ୫ ହଜାର ମେଟ୍ରିକଟନ(ଏମଟି) ଚାଉଳ ଯାଜପୁର ଜିଲାକୁ ଆଣିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ କଳାହାଣ୍ଡି ଜିଲା କୋକସରାସ୍ଥିତ ରାଜ୍ୟସ୍ତରୀୟ ପରିବହନ ଠିକାସଂସ୍ଥା ଶ୍ରୀରାମ କେଟେଲ ଫିଡକୁ ଗତ ୬।୧।୨୦୧୮ରେ କାର୍ଯ୍ୟାଦେଶ ଦିଆଯାଇଥିଲା। କିନ୍ତୁ ଗତ ୧୬ତାରିଖ ସୁଦ୍ଧା ଯାଜପୁର ଜିଲାକୁ କେଜିଏ ବି ଚାଉଳ ପରିବହନ ହୋଇ ପାରିନାହିଁ। ଏହା ଜିଲାର ହିତାଧିକାରୀଙ୍କୁ ସୁରୁଖୁରୁ ଭାବେ ପିଡିଏସ ଚାଉଳ ବଣ୍ଟନ କରିବାରେ ବାଧା ସୃଷ୍ଟି କରିଛି। ତେଣୁ କାହିଁକି ପରିବହନ ଠିକାସଂସ୍ଥା ଶ୍ରୀରାମ କେଟେଲ ଫିଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୁକ୍ତି ଅନୁଯାୟୀ ଅମାନତ ରାଶି ବାଜ୍ୟାପ୍ତ ନ କରାଯିବ ସେଥିପାଇଁ ଯୋଗାଣ ନିଗମ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ନିଗମର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦାଶ ଏହି ମର୍ମରେ ତାଙ୍କ ପତ୍ରସଂଖ୍ୟା ୧୦୯୮/୧୮।୧।୨୦୧୮ରେ ପରିବହନ ସଂସ୍ଥାର ମାଲିକ କୁଲଦୀପ କୁମାର ଗୁପ୍ତାଙ୍କୁ ୫ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ପେଣ୍ଠପାଳ: ଉପ ନିର୍ବାଚନରେ  ସମିତି ସଭ୍ୟା ଭାବେ ବବିତା ଜିତିଲେ

ପେଣ୍ଠପାଳ: ଉପ ନିର୍ବାଚନରେ ସମିତି ସଭ୍ୟା ଭାବେ ବବିତା ଜିତିଲେ

ପଟ୍ଟାମୁଣ୍ଡାଇ, ୨୧।୧ (ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ସମିତି ସଭ୍ୟ ଉପ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବବିତା ମଳିକ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମରୁଆ ମଳିକଙ୍କୁ ୬୩୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ସମିତି ସଭ୍ୟା ଉପନିର୍ବାଚନ: ବିଜେଡିର ବାଜିମାତ

ସମିତି ସଭ୍ୟା ଉପନିର୍ବାଚନ: ବିଜେଡିର ବାଜିମାତ

ଆଳି,୨୧।୧(ଡି.ଏନ୍‌.ଏ.)- ଆଳି ବ୍ଲକ ଅନ୍ତର୍ଗତ ବଡାମ୍ବିଳା ଗ୍ରାମପଞ୍ଚାୟତରେ ସମିତିସଭ୍ୟା ଉପନିର୍ବାଚନର ଫଳାଫଳ ଶନିବାର ଘୋଷଣା ହୋଇଛି। ଏଥିରେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ବାଜିମାତ କରିଛନ୍ତି। ପ୍ରାର୍ଥୀ ମମତା ତରାଇ ନିକଟତମ କଂଗ୍ରେସ ସମର୍ଥତ୍ତ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ବିଜୟୀ ହୋଇଛନ୍ତି।

ପଡ଼ୋଶୀଙ୍କ ମାଡ଼ରେ ଗର୍ଭ ନଷ୍ଟ

କେନ୍ଦ୍ରାପଡା ଅଫିସ,୨୧।୧- ଜମିଜମା ବିବାଦକୁ ନେଇ ପଡୋଶୀ ଘର ଲୋକଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଛି ।ଏହି ଘଟଣା ୩ ଦିନ ପରେ ସମସ୍ତଙ୍କ ନଜରକୁ ଆସିଛି । ମହିଳା ଜଣକ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜୀବନ ସହ ସଂଗ୍ରାମ ଚଳାଇଛନ୍ତି । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ନ୍ୟାୟ ମିଳିବା ବଦଳରେ ପୋଲିସ ଘଟଣାର ଫଇସଲା ପାଇଁ କହୁଛି ବୋଲି ସଂପୃକ୍ତ ମହିଳାଙ୍କ ସ୍ବାମୀ ସୁଶାନ୍ତ ନାୟକ କହିଛନ୍ତି।

ଗୁଲନଗର ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ

କେନ୍ଦ୍ରାପଡା ଅଫିସ, ୨୦।୧: କେନ୍ଦ୍ରାପଡା ଜିଲାର ପ୍ରଥମ ଅଫଟିକାଲ ବ୍ରଡବ୍ୟାଣ୍ଡ ସେବା ସହର ନିକଟ ଗୁଲନଗର ପଞ୍ଚାୟତରେ ଶନିବାର ଆରମ୍ଭ କରାଯାଇଛି ।

ମହିଳାଙ୍କ ମୃତଦେହ ଉଦ୍ଧାର

ଦଶପଲ୍ଲା, ୨୦।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଭୋଗବାଡ଼ି ନିକଟ ଜଙ୍ଗଲରୁ ଶନିବାର ସକାଳେ ଜନୈକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କାରଣ ଅସ୍ପଷ୍ଟ ଥିବା ବେଳେ କେହି ହତ୍ୟାକରି ତାଙ୍କୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: କ୍ଷତିପୂରଣ ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: କ୍ଷତିପୂରଣ ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ

କଳିଙ୍ଗନଗର,୧୯।୧(ଡି.ଏନ୍‌.ଏ.) ଟାଟା କାରଖାନା ବିସ୍ଥାପନ ପାଇଁ ଜଣେ କର୍ତ୍ତବ୍ୟରତ ଯବାନଙ୍କ ଘର ଭାଙ୍ଗିବା ସହ ସ୍ତ୍ରୀକୁ ମାଡ଼ ମାରିବା ଘଟଣାର ୫ଦିନ ପରେ ସମାଧାନର ବାଟ ବାହାରିଛି। ଶୁକ୍ରବାର କଳିଙ୍ଗନଗର ଅତିରିକ୍ତ ଜିଳାପାଳ(ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ଉଭୟ ପତିପତ୍ନୀ ଏନେଇ ଲିଖିତଭାବେ ଜଣାଇବାପରେ ଘଟଣାର ମୋଡ଼ ବଦଳିଛି। ତୁରନ୍ତ ଘଟଣାର ସମାଧାନ କରି ସଂପୃକ୍ତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ନ୍ୟାୟୋଚିତ ଢ଼ଙ୍ଗରେ ସମାଧାନ କରିବାକୁ ଟାଟା କାରଖାନା ପୂନର୍ବାସ ଓ ଥଇଥାନ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ୍‌ ଅବଦୁଲ ଅଲିମ ଖାଁ। ଏସଂକ୍ରାନ୍ତରେ ଟାଟା କାରଖାନାର ପରିଚାଳକ ଶ୍ରୀକାନ୍ତ ଭଦ୍ରଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କାହିଁକି ଏଭଳି ଘଟଣା ଘଟିଲା ବୋଲି ବିରକ୍ତି ପ୍ରକାଶ କରିବାସହ ଭବିଷ୍ୟତରେ ଏଭଳି ଘଟଣାର ପୂନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।

ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ମାମଲା:ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେଲେ ଥାନାଧିକାରୀ

ଯାଜପୁର ଅଫିସ,୧୯।୧- ବହୁ ଚର୍ଚ୍ଚିତ ଗୟାଧର ତରାଇ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ଶୁକ୍ରବାର ଧର୍ମଶାଳା ଥାନାଧିକାରୀ ଅମିତାଭ ମହାପାତ୍ର ଚଣ୍ଡିଖୋଲ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମ୍‌ଏଫ୍‌ସି)ଙ୍କ ନିକଟରେ ବୟାନ ଦେଇଛନ୍ତି ।