ଉପକୂଳ ଓଡିଶା

ଓଲଟିଲା ଜେସିବି ମେଶିନ: ଫସିଗଲେ ଡ୍ରାଇଭର

ଓଲଟିଲା ଜେସିବି ମେଶିନ: ଫସିଗଲେ ଡ୍ରାଇଭର

ରାଜକନିକା,୧୨।୧୨(ଡି.ଏନ୍‌.ଏ.)- ରାଜକନିକା ଥାନା ସିଂହପଡା ହାଟସାହି ଅନ୍ତର୍ଗତ ପଲେଇ ପୋଖରୀ ନିକଟରେ ମଙ୍ଗଳବାର ଏକ ଜେସିବି ମେଶିନ୍‌ ଓଲଟି ପଡିଛି। ଫଳରେ ଡ୍ରାଇଭର ଜଣକ ଗାଡିରେ ୩ ଘଣ୍ଟା ଧରି ଫସିରହିଥିଲେ। ସେ ହେଲେ ଆଳି ବ୍ଲକ ଅନ୍ତର୍ଗତ ମଧୁବନ ଗାମର ଘନଶ୍ୟାମ ଜେନା(୨୨)। ଖବରପାଇ ରାଜକନିକା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଘନଶ୍ୟାମଙ୍କୁ ଉଦ୍ଧାର କରିଛି। ଆହତଅ ବସ୍ଥାରେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ନିକଟସ୍ଥ ହାଟସାହି ଭେଡାକୁ ନାଳ ଖୋଳିବାକୁ ଗଲାବେଳେ ଗାଡି ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

ଚିକିତ୍ସାରେ ଅବହେଳା ଅଭିଯୋଗ: ରାସ୍ତାରୋକୋ

ଚିକିତ୍ସାରେ ଅବହେଳା ଅଭିଯୋଗ: ରାସ୍ତାରୋକୋ

ମହାକାଳପଡା, ୨୧।୪ (ଡି.ଏନ.ଏ.) ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ମହାକାଳପଡା ବ୍ଲକର ଜଣେ ଯୁବକଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗକରି ଶନିବାର ପରିବାର ଓ ସମ୍ପର୍କୀୟଙ୍କ ତରଫରୁ ବଉଳକଣୀଠାରେ ରାସ୍ତାରୋକ ହୋଇଥିଲା।

ଚୋରା ମଦ ଜବତ: ୧ ଗିରଫ

କଳିଙ୍ଗ ନଗର,୨୧।୪(ଡି.ଏନ୍‌.ଏ)- ଚୋରା ମଦ ବ୍ୟବସାୟ ଅଭିଯୋଗରେ ଦାନଗଦୀ ପୋଲିସ ଶନିବାର ରାଣିପଡ଼ା ଗ୍ରାମର ସଚି ନାୟକ(୪୦)ଙ୍କୁ ଗିରଫ କରି ୬ ଲିଟର ମଦ ଜବତ କରିଛି।

କାଠୁଆ ନାବାଳିକା ବଳାତ୍କାର, ହତ୍ୟା ଘଟଣା: ସଚେତନ ନାଗରିକ ମଞ୍ଚ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ବିଞ୍ଝାରପୁର,୨୧।୪(ଡି.ଏନ.ଏ)- ଜମ୍ମୁକଶ୍ମୀରର କାଠୁଆ ଜିଲାରେ ଜନୈକା ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ବିଞ୍ଝାରପୁର ସଚେତନ ନାଗରିକ ମଞ୍ଚ ତୀବ୍ର ନିନ୍ଦା କରିବା ସହ ଶନିବାର ଏହାର ପ୍ରତିବାଦରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।

ମଣ୍ଡାଡିହ ସ୍କୁଲ ମଧ୍ୟାହ୍ନ ଭୋଜନ ବନ୍ଦ : ବିଇଓଙ୍କୁ ଘେରିଲେ ଗ୍ରାମବାସୀ

ମଣ୍ଡାଡିହ ସ୍କୁଲ ମଧ୍ୟାହ୍ନ ଭୋଜନ ବନ୍ଦ : ବିଇଓଙ୍କୁ ଘେରିଲେ ଗ୍ରାମବାସୀ

ନୂଆଗାଁ,୨୧।୪ (ଡି,ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର ମଣ୍ଡାଡିହ ପ୍ରାଥମିକ ବିଦ୍ୟାଳୟରେ ଗତ ୬ଦିନ ଧରି ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଛି। ଏ ନେଇ ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କୁ ଦାୟୀ କରିଛନ୍ତି। ଶନିବାର ଜାକେଡା ସରପଞ୍ଚ ଓ ମଣ୍ଡାଡିହ ଗ୍ରାମବାସୀ ନୂଆଗାଁ ବ୍ଲକ ଶିକ୍ଷାଧିକାରୀଙ୍କୁ ଘେରି ପ୍ରଧାନଶିକ୍ଷକଙ୍କ ବଦଳି ଦାବି କରିଛନ୍ତି।

ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ବଣ୍ଟନ

ଧର୍ମଶାଳା,୨୧।୪(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ଉତରପ୍ରତାପ ପଞ୍ଚାୟତ ନିଳକଣ୍ଠପୁର ଗ୍ରାମରେ ଶୁକ୍ରବାର ଉଜ୍ଜ୍ୱଳା ଦିବସ ଅବସରରେ ସାମାଜିକ କର୍ମୀ ଦିଲୀପ କୁମାର ଜେନାଙ୍କ ସଭାପତିତ୍ୱରେ ବଣ୍ଟନ ମେଳା ଅନୁଷ୍ଠିତ ହୋଇଛି।

ଏଟିଏମ୍‌ରେ  ଟଙ୍କା ସମସ୍ୟା: ବ୍ୟାଙ୍କ ସମ୍ମୁଖରେ  ବିଜେଡିର ଧାରଣା

ଏଟିଏମ୍‌ରେ ଟଙ୍କା ସମସ୍ୟା: ବ୍ୟାଙ୍କ ସମ୍ମୁଖରେ ବିଜେଡିର ଧାରଣା

ଆଳି,୨୧।୪(ଡି.ଏନ୍‌.ଏ.)- ବ୍ୟାଙ୍କଗୁଡିକର ଏଟିମ୍‌ରେ ଟଙ୍କା ନଥିବାରୁ ଲୋକେ କିଛି ଦିନ ହେବ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବିରୋଧ କରି ଆଳି ବ୍ଲକର ଭାରତୀୟ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଶନିବାର ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି।

ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଲେ ବିଜେଡି କର୍ମୀ

ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଲେ ବିଜେଡି କର୍ମୀ

ବିରଜାକ୍ଷେତ୍ର,୨୧।୪(ଡି.ଏନ୍‌.ଏ)- କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାରେ ଅପାରଗତାକୁ ନେଇ ବିଜେଡ଼ି ପକ୍ଷରୁ ଶନିବାର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ କରାଯିବା ସହ କିଛି ସମୟ ପାଇଁ ଧାରଣା ଦିଆଯାଇଛି। ଏଟିଏମ୍‌ରେ ଟଙ୍କା ନ ଥିବାରୁ ସାଧାରଣଜନତା ହଇରାଣ ହେଉଛନ୍ତି। ଏ ନେଇ ବିଜେଡ଼ି ନେତାମାନେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

୩ କଳା ପଥର ବୋଝେଇ ଗାଡ଼ି ଜବତ

ଚଢେଇଧରା,୨୧।୪(ଡି.ଏନ୍‌.ଏ.)- ବନବିଭାଗ ଓ ଭିଜିଲାନ୍ସ ଟିମ୍‌ ମିଳିତ ହୋଇ ଶନିବାର ଭୋରୁ ୫୩ନଂ ଜାତୀୟ ରାଜପଥ ଚଢେଇଧରା ଓ ତାରିଣୀ ଛକ ନିକଟରୁ ଗୋଟିଏ ଟ୍ରିପର ଓ ୨ଟି ଟ୍ରାକ୍ଟରକୁ ଜବତ କରିଥିଲେ ।

କାଳିଆ କାଠୁଆଙ୍କ ମୃତ୍ୟୁ

ନୟାଗଡ଼ ଅଫିସ,୨୧।୪- ନୟାଗଡ଼ ଜିଲା ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଫାଣ୍ଡିରେ କିରୋସିନ ଢାଳି ଗୁରୁତର ହୋଇଥିବା କାଳିଆ କାଠୁଆଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି।

 ବୈଜୟନ୍ତଙ୍କ ନିର୍ବାଚନୀ ସତ୍ୟପାଠ ମାମଲା, କୋର୍ଟରେ ୨ ସାକ୍ଷୀଙ୍କ ବୟାନ ରେକର୍ଡ

ବୈଜୟନ୍ତଙ୍କ ନିର୍ବାଚନୀ ସତ୍ୟପାଠ ମାମଲା, କୋର୍ଟରେ ୨ ସାକ୍ଷୀଙ୍କ ବୟାନ ରେକର୍ଡ

କେନ୍ଦାପଡ଼ା ଅଫିସ୍‌,୨୧।୪- କେନ୍ଦାପଡ଼ା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନୀ ସତ୍ୟପାଠରେ ସତ୍ୟତା ନ ଥିବା ମାମଲାରେ କେନ୍ଦ୍ରାପଡ଼ା ଏସଡିଜେଏମ ନିହାର ରଞ୍ଜନ ସାହୁ ଶନିବାର କୋର୍ଟରେ ୨ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ।

କେନ୍ଦ୍ରାପଡା ବିଜେଡି ପକ୍ଷରୁ ୨ ଘଣ୍ଟିଆ ଧାରଣା

କେନ୍ଦ୍ରାପଡା ବିଜେଡି ପକ୍ଷରୁ ୨ ଘଣ୍ଟିଆ ଧାରଣା

କେନ୍ଦ୍ରାପଡା ଅଫିସ,୨୧।୪: ଜିଲା ବିଜେଡି ପକ୍ଷରୁ ସହରର ମେଡିକାଲଛକସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ଶନିବାର ଦୁଇ ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଟିଏମ୍‌ରେ ଟଙ୍କା ଅଭାବକୁ ନେଇ ବ୍ଲକ ସଭାପତି ଆଲୋକ ସାହୁଙ୍କ ଅଧ୍ୟକ୍ଷତାରେ ଜିଲାର ବିଜୁ ଯୁବ, ଛାତ୍ର, ମହିଳା, କୃଷକ, ସମବାୟ ଓ ଶ୍ରମିକ ସାମୁଖ୍ୟର କର୍ମୀମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

ଜଗତ୍‌ସିଂହପୁର ବିଜେଡି ପକ୍ଷରୁ ବିକ୍ଷୋଭ

ଜଗତ୍‌ସିଂହପୁର ବିଜେଡି ପକ୍ଷରୁ ବିକ୍ଷୋଭ

ଜଗତ୍‌ସିଂହପୁର ଅଫିସ,୨୧।୪: ଜିଲା ବିଜେଡି ଯୁବ ଶାଖା ପକ୍ଷରୁ ଶନିବାର ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟ ବ୍ରାଞ୍ଚ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିରେ ବିଜେଡି ଜିଲା ଯୁବ ସଭାପତି ଅମରେନ୍ଦ୍ର ଦାସ, ବିଜୟ ଶଙ୍କର ଦାସ, ବିଜେଡି ଜିଲା ଉପସଭାପତି ଦୀପ୍ତି ଦାସ, ଜଗତ୍‌ସିଂହପୁର ବ୍ଲକ ବିଜେଡି ସଭାପତି ମନୋଜ ଭୋଇଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ।