ବ୍ରହ୍ମପୁର

ଗଞ୍ଜାମକୁ ମିଳିଲା ୧୩୩ କୋଟି

ଗଞ୍ଜାମକୁ ମିଳିଲା ୧୩୩ କୋଟି

ବ୍ରହ୍ମପୁର ଅଫିସ,୧୨।୧୨- ମୁଣ୍ଡଝାଳ ତୁଣ୍ଡରେ ମାରି ଫଳାଇଥିଲେ ସୁନାର ଫସଲ। କିନ୍ତୁ ଏହି ଫସଲ ଉପରେ ଯେମିତି କାହାରି ଦୃଷ୍ଟି ପଡ଼ିଗଲା। ପ୍ରଥମ ବିପଦ ଭାବେ ଆସିଲା ପୋକ। ଧାନ ଫସଲଗୁଡ଼ିକ ପ୍ରବଳ ଭାବେ ନଷ୍ଟ ହେବାରେ ଲାଗିଲା। ଅନେକ ସ୍ଥାନରେ ଚାଷୀମାନେ ଫସଲ ଜାଳିଦେଲେ। ଗଞ୍ଜାମ ଜିଲାର ୧୬ଟି ବ୍ଲକରେ ପୋକ ଯୋଗୁ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ତଥାପି ହାର୍‌ ମାନି ନ ଥିଲେ। କଠିନ ପରିଶ୍ରମ ଜାରି ରହିଥିଲା। ହେଲେ ଗତ ନଭେମ୍ବରରେ ହୋଇଥିଲା ଅଦିନିଆ ବର୍ଷା। ଏହାର ପ୍ରଭାବରେ ଜିଲାର ୨୨ଟି ଯାକ ବ୍ଲକରେ ଫସଲ ଉଜୁଡ଼ିଗଲା। ବିଭିନ୍ନ ସଂଗଠନ ତରଫରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବି ଉଠିଥିଲା। କୃଷି ବିଭାଗ ମଧ୍ୟ ତପତ୍ରତା ଦେଖାଇଥିଲା। ପୋକ ଏବଂ ବର୍ଷା ଯୋଗୁ କ୍ଷୟକ୍ଷତିର ଆକଳନ କରାଯାଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା। ଫଳରେ ପୋକ ଏବଂ ବର୍ଷା ପ୍ରଭାବିତ ଚାଷୀଙ୍କୁ ସହାୟତା ପାଇଁ ଗଞ୍ଜାମ ଜିଲାକୁ ୧୩୩ କୋଟି ୪୭ଲକ୍ଷ ୨୮ହଜାର୨୪୭ଟଙ୍କା ରାଜ୍ୟ ସରକାର ପ୍ରଦାନ କରିଛନ୍ତି।
ପ୍ରଧାନ ଜିଲା ଗଞ୍ଜାମବାସୀଙ୍କ ମୂଳ ବେଉସା ହେଲା କୃଷି। ଚଳିତ ବର୍ଷ ଜିଲାରେ ୨ଲକ୍ଷ ୧୫ହଜାର ହେକ୍ଟର ଜମିରେ ଧାନ ଫସଲ ଚାଷ ହୋଇଥିଲା। ମରୁଡ଼ିରୁ ଜିଲାରେ ବିଶେଷ କ୍ଷତି ହୋଇ ନ ଥିଲା। କିନ୍ତୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ଭାବେ ପଡ଼ିଥିଲା ମାଟିଆଗୁଣ୍ଡି ପୋକ। ବ୍ୟାପକ ଭାବେ ମାଟିଆଗୁଣ୍ଡି ପୋକ ଫସଲ ନଷ୍ଟ କରିଦେଲା। ଜିଲାର ବିଭିନ୍ନ ଅଞ୍ଚଳରେ ଏନେଇ ଅସନ୍ତୋଷ ଦେଖାଦେଇଥିଲା। ଏପରିକି କେତେକ ଚାଷୀ ଆତ୍ମହତ୍ୟା କରିଥିଲେ। ଫଳରେ କ୍ଷତିପୂରଣ ପ୍ରଦାନ ଦାବି ଜୋର୍‌ ଧରିଥିଲା। ଏଣୁ କୃଷି ଏବଂ ରାଜସ୍ବ ବିଭାଗର ଅଧିକାରୀମାନେ ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ କରିଥିଲେ। ଜିଲାର ୧୬ଟି ବ୍ଲକର ୩୨୫ ପଞ୍ଚାୟତର ୧୬୪୩ଟି ଗ୍ରାମର ଚାଷୀ ପ୍ରଭାବିତ ହୋଇଥିଲେ। ସେହିଭଳି ୬ଟି ପୌରାଞ୍ଚଳର ୧୪ଟି ୱାର୍ଡ଼ ଚାଷ ଜମିରେ ମଧ୍ୟ ଫସଲ ନଷ୍ଟ ହୋଇଥିଲା। କେବଳ ଖଲ୍ଲିକୋଟ, ରଙ୍ଗେଇଲୁଣ୍ଡା, ଗଞ୍ଜାମ, ବେଗୁନିଆପଡ଼ା, ପୋଲସରା ଏବଂ ଛତ୍ରପୁର ବ୍ଲକ ପୋକର ଶିକାର ହୋଇ ନ ଥିଲା। ଜିଲାରେ ମୋଟ ୨୦ହଜାର୧୦ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଫଳରେ ନଭେମ୍ବରରେ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ତପତ୍ରତା ଦେଖାଦେଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ୨୧କୋଟି ୪୯ଲକ୍ଷ ୪୧ହଜାର୨୪୭ଟଙ୍କାର ସହାୟତା ଗଞ୍ଜାମ ଜିଲାକୁ ପ୍ରଦାନ କରାଯାଇଛି। ଟଙ୍କା ମିଳିବା ପରେ ବଣ୍ଟନ ପାଇଁ ଉଦ୍ୟମ ଚାଲିଛି। ଡିସେମ୍ବର ୪ତାରିଖ ସୁଦ୍ଧା ୩୪ଲକ୍ଷ ୪୧ହଜାର ୮୫୪ଟଙ୍କା ବଣ୍ଟା ସରିଛି। ମୋଟ ୫୦ହଜାର ୪୩୧ଜଣ ଚାଷୀଙ୍କୁ ସହାୟତା ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି।
କେବଳ ପୋକ ନୁହେଁ, ଗତ ନଭେମ୍ବରରେ ଅଦିନିଆ ବର୍ଷା ଯୋଗୁ ଜିଲାର ସମସ୍ତ ବ୍ଲକରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଥିଲା। ୪୮୭ଟି ପଞ୍ଚାୟତର ୨୮୫୩ଟି ଗ୍ରାମ ଏବଂ ୧୬ଟି ପୌରସଂସ୍ଥାର ୭୨ଟି ୱାର୍ଡ଼ ଅଞ୍ଚଳରେ ମୋଟ ୯୭ହଜାର୨୩୩ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ଆକଳନରୁ ଜଣାପଡିଥିଲା। କ୍ଷୟକ୍ଷତି ଆକଳନ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଗୁରୁତ୍ୱ ଦୃଷ୍ଟିରୁ ଗଞ୍ଜାମ ଜିଲାର ଚାଷୀଙ୍କୁ ସହାୟତା ପ୍ରଦାନ ଦିଗରେ ରାଜ୍ୟ ସରକାର ଆଗ୍ରହ ଦେଖାଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ୧୧୧କୋଟି ୯୭ଲକ୍ଷ ୮୭ହଜାର ଟଙ୍କାର ସହାୟତା ଏହି ଜିଲାକୁ ପ୍ରଦାନ କରାଯାଇଛି। ଏହି ଟଙ୍କା ୩ଲକ୍ଷ ୫୪ହଜାର ୮୬ ଚାଷୀଙ୍କୁ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା କୃଷି ବିଭାଗ ସୂତ୍ରରୁ ସୂଚନା ମିଳିଛି।

All Right Reserved By

ବ୍ରହ୍ମପୁର

ହେରା ପଞ୍ଚମୀରେ ବାମନ, ନୃସିଂହ ଅବତାର

ହେରା ପଞ୍ଚମୀରେ ବାମନ, ନୃସିଂହ ଅବତାର

ଶେରଗଡ,୧୮।୭,(ଡି.ଏନ୍‌.ଏ.)- ଘୋଷଯାତ୍ରାରେ ଯାଇ ଚତୁର୍ଦ୍ଦାମୂର୍ତ୍ତି ଏବେ ଆଡପ ମଣ୍ଡପରେ ବିଜେ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ପାଳିତ ହେବ। ଏହି ଅବସରରେ ବୁଧବାର ଠାକୁରଙ୍କୁ ବାମନ ଓ ନୃସିଂହ ବେଶରେ ସଜାଯାଇଛି। ଜନ୍ମ ବେଦୀରେ ଠାକୁରଙ୍କ ଏହି ବେଶ ଦେଖିବାକୁ ବେଶ୍‌ ଭିଡ ପରିଲକ୍ଷିତ ହୋଇଥିଲା। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ରଥଯାତ୍ରା କମିଟି ଓ ପୋଲିସ ପକ୍ଷରୁ ସ୍ବେଛାସେବୀ, ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।

ମଦ ଜବତ ୨ ଗିରଫ

ମଦ ଜବତ ୨ ଗିରଫ

ଶେରଗଡ,୧୮।୭(ଡି.ଏନ୍‌.ଏ.)- ଶେରଗଡ ପୋଲିସ ମଙ୍ଗଳବାର ଦେଶୀମଦ ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାମହରି ସାହୁ ଓ ଜନାର୍ଦ୍ଦନ ପାଢୀ। ଶେରାଙ୍କୁଡା ଗ୍ରାମରେ ରାମହରିଙ୍କ ଦୋକାନରେ ପୋଲିସ ମଙ୍ଗଳବାର ରାତିରେ ଚଢାଉ କରିଥିଲା।

ଶେରଗଡରେ ବିଭିନ୍ନ ବ୍ୟାଙ୍କରେ ସୁରକ୍ଷା ଯାଞ୍ଚ

ଶେରଗଡ,୧୮।୭(ଡି.ଏନ୍‌.ଏ.)- ଶେରଗଡ ପୋଲିସ ପକ୍ଷରୁ ବୁଧବାର ଶେରଗଡ ବ୍ଲକରେ ଥିବା ବିଭିନ୍ନ ବ୍ୟାଙ୍କଗୁଡିକର ସୁରକ୍ଷା ଯାଞ୍ଚ କରାଯାଇଛି ା ଏହି ଯାଞ୍ଚ ସମୟରେ ବ୍ୟାଙ୍କ ଲକର ସୁବିଧା, ଏଟିଏମ୍‌ରେ ଗାର୍ଡ ମୁତୟନ, ଗ୍ରାହକଙ୍କ ସୁରକ୍ଷା ଦିଗରେ ବ୍ୟାଙ୍କ ଗୁଡିକ ପଦକ୍ଷେପ ନେଉଛନ୍ତିି ନା ନାହିଁ, ଟଙ୍କା ଉଠାଣ ଜମା ସମୟରେ ବ୍ୟାଙ୍କ କର୍ତ୍ତୁପକ୍ଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁଛନ୍ତି ନା ନାହିଁ ସେ ବିଷୟରେ ଆଲୋଚନା କରାଯାଇଥିଲା।

ଜିଡିସିଏ ନିର୍ବାଚନ ମାମଲା, ଶୁଣାଣି ଶେଷ:ରାୟ ୨୦ରେ

ବ୍ରହ୍ମପୁର ଅଫିସ, ୧୮।୭: ଗଞ୍ଜାମ ଜିଲା କ୍ରିକେଟ ସଂଘ (ଜିଡିସିଏ)ର ନିର୍ବାଚନକୁ ନେଇ ବିବାଦ ବଢିବାରେ ଲାଗିଛି। ଜିଲା କୋର୍ଟରେ ରୁଜୁ ହୋଇଥିବା ୩ଟି ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ଆସନ୍ତା ୨୦ ତାରିଖରେ ମାମଲାର ରାୟ ପ୍ରକାଶ ପାଇବ। ପୂର୍ବତନ ସଭାପତି ରମେଶ ଚନ୍ଦ୍ର ପାତ୍ର ନିର୍ବାଚନର ବାଇ ଲ ଏବଂ କେଉଁମାନେ ଏହାର ସଦସ୍ୟ ରହିଛନ୍ତି ବୋଲି କୋର୍ଟଠାରୁ ଜାଣିବାକୁ ଚାହିଁଥିଲେ। ସେହିଭଳି ଡବ୍ଲ୍ୟୁ.ଭି. ରାଜା ନିର୍ବାଚନ ବାତିଲ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ରମଣୀ ରଞ୍ଜନ ମହାନ୍ତି ନିର୍ବାଚନ ସମ୍ପର୍କରେ କୋର୍ଟକୁ ଅବଗତ କରିଥିଲେ। ମଙ୍ଗଳବାର ସମସ୍ତ ପକ୍ଷର ଯୁକ୍ତି ଶୁଣାଯାଇଥିଲା। ଆସନ୍ତା ୨୦ ତାରିଖରେ ଜିଲା କୋର୍ଟରେ ମାମଲାର ରାୟ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ବର୍ତ୍ତମାନ ସଂଘର ନିର୍ବାଚନ ଚାଲୁ ରହିଛି। ଗତ ୧୫ ଓ ୧୬ ତାରିଖରେ ନାମାଙ୍କନ ପତ୍ର ଦାଖଲ ହୋଇଛି। ୧୧ଟି ପଦବୀ ପାଇଁ ୧୧ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଧରାପଡ଼ିଲା ଜାଲିଆତି: ଶିକ୍ଷକଙ୍କ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ,୧୮ା୭- ବହୁ ପୂର୍ବରୁ ମୃତ୍ୟୁ ଘଟି ସାରିଥିଲା। ହେଲେ ନିଜ ଅଞ୍ଚଳର ସ୍ବାସ୍ଥ୍ୟକେନ୍ଦ୍ରରୁ ମିଥ୍ୟା ମୃତ୍ୟୁ ପ୍ରମାଣପତ୍ର ସଂଗ୍ରହ କରି ସମ୍ପର୍କୀୟଙ୍କ ନାମରେ ବୀମା କମ୍ପାନୀରୁ ଟଙ୍କା ଠକି ନେବା ପାଇଁ ଯୋଜନା କରୁଥିବା ଦୁଇ ଠକ ଓ ସେମାନଙ୍କୁ ସାହାଯ୍ୟ କରୁଥିବା ସମ୍ପୃକ୍ତ ବୀମା କମ୍ପାନୀର ୨ ଏଜେଣ୍ଟଙ୍କୁ ପୋଲିସ ଗିରଫ କରିଛି। ଏ ସମ୍ବନ୍ଧରେ ମଙ୍ଗଳବାର ଟାଉନ ଥାନାଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଦୁଇଟି ପୃଥକ ମାମଲା ଟାଉନ ଥାନାରେ ରୁଜୁ ହୋଇ ମୋଟ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା କହିଛି। ସେମାନେ ହେଉଛନ୍ତି ଗଜପତି ଜିଲା ମୋହନାର ପ୍ରଫୁଲ୍ଲ ମାଝୀ ଓ ଏଜେଣ୍ଟ ଗଞ୍ଜାମ ଜିଲା ରମ୍ଭାର ପ୍ରଭାତ କୁମାର ପୃଷ୍ଟି। ସେହିପରି ଆଉ ଏକ ମାମଲାରେ ଗଞ୍ଜାମ ଜିଲା ରମ୍ଭା ଅଞ୍ଚଳର ସୁଦାମ ନାହାକ ଓ ସେହି ଅଞ୍ଚଳର ଏଜେଣ୍ଟ ମୁନା ପାତ୍ର। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ହିତାଧିକାରୀ

ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ହିତାଧିକାରୀ

ହିଞ୍ଜିଳିକାଟୁ,୧୮ା୭(ଡ଼ି.ଏନ୍‌.ଏ.) - ହିଞ୍ଜିଳିକାଟୁ ବ୍ଲକ ସାମ୍ନାରେ ବାସଗୃହ କାର୍ଯ୍ୟାଦେଶ ଦାବି କରି ମଙ୍ଗଳବାର ୪ଜଣ ହିତାଧିକାରୀ ଆମରଣ ଅନଶନ ଧାରଣା ଦେଇଥିଲେ। ଧାରଣାର ୨ଘଣ୍ଟା ପରେ ବ୍ଲକ ଅଧ୍ୟକ୍ଷ ଏନ୍‌. ରଘୁନାଥ, ତହସିଲଦାର ପ୍ରିୟରଞ୍ଜନ ପୃଷ୍ଟି, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଅତିରିକ୍ତ ବିଡିଓ ଧରଣୀଧର ଭୂୟଁା ପ୍ରମୁଖ ପହଞ୍ଚତ୍ ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ। ହିତାଧିକାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ପ୍ରକୃତ ହିତାଧିକାରୀଙ୍କୁ ବାସଗୃହ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସେମାନେ ଧାରଣାରୁ ହଟିଥିଲେ।

ବନ୍ଧୁକ ଦେଖାଇ ଅଧ୍ୟାପିକାଙ୍କ ଘରୁ ଲୁଟ୍‌

ପାଟପୁର,୧୮ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ପାଟପୁର ଥାନା ଜୟନଗର ଗ୍ରାମରେ ଦ୍ୱିପ୍ରହରରେ କେତେକ ଦୁର୍ବୃତ୍ତ ଅଧ୍ୟାପିକାଙ୍କ ଘରେ ପଶି ବନ୍ଧୁକ ଦେଖାଇ ଲୁଟି ନେଇଥିବା ପାଟପୁର ଥାନାରେ ଅଭିଯୋଗ ହୋଇଛି। ଥାନା ସୂତ୍ରରୁ ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପିକା ସୁଦେଷ୍ଣା ଚୌଧୁରୀ ଜୟନଗରସ୍ଥିତ ଭଡ଼ାଘରେ ଏକା ଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ଘରର ଗ୍ରୀଲ ବାଡ଼େଇଥିଲେ। ଅଧ୍ୟାପିକା ଚୌଧୁରୀ ଗ୍ରୀଲ ଖୋଲିବା ପରେ ଦୁର୍ବୃତ୍ତମାନେ ଅଚାନକ ପିସ୍ତଲ ଦେଖାଇ ଘର ଭିତରେ ପ୍ରବେଶ କରିଥିଲେ। ଅଧ୍ୟାପିକାଙ୍କୁ ଭୟଭୀତ କରି ତାଙ୍କ ଘରେ ଥିବା ଗଡରେଜରୁ ୧୨ ତୋଳା ସୁନା ସହ ନଗଦ ୫ ହଜାର ଟଙ୍କା ଲୁଟି ନେଇଥିଲେ। ପରେ ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ।

ବିପଦସଙ୍କୁଳ ଅବସ୍ଥାରେ ପଢୁଛନ୍ତିି ଛାତ୍ରୀଛାତ୍ର

ବିପଦସଙ୍କୁଳ ଅବସ୍ଥାରେ ପଢୁଛନ୍ତିି ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୮ା୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ତେରାବାଡ଼ି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଛପର ଗତ ମେ’ ମାସ ୨୬ତାରିଖ କାଳବୈଶାଖୀରେ ଉଡ଼ିଯାଇଛି। ଫଳରେ ଏବେ ଲଗାଣ ବର୍ଷା ହେବାରୁ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନରେ ସମସ୍ୟା ଉପୁଜିଛି। ଏନେଇ ବିଦ୍ୟାଳୟର କର୍ତ୍ତୃପକ୍ଷ ମନିଟରିଂ କାରିବାକୁ ଆସୁଥିବା ସିଆରସିସି ରମେଶ ପ୍ରଧାନଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଏହା ପଞ୍ଚାୟତ ମରାମତି କରିବ ବୋଲି କହି ସିଆରସିସି ପ୍ରଧାନ ନୀରବ ରହିଥିବା ପ୍ରଧାନ ଶିକ୍ଷକ ବିନୟ କୁମାର ବାରିକ କହିଛନ୍ତିି। ସେ ଏ କଥା ଶୁଣି ସରପଞ୍ଚଙ୍କୁ ଜଣାଇଥିଲେ। ଅକ୍ଟୋବରରେ ଅନୁଦାନ ଆସିଲେ ମରାମତି କରାଯିବ ବୋଲି ସରପଞ୍ଚ କହିଛନ୍ତି। ତେରାବାଡ଼ିର ୧ନଂ. ଓ୍ବାର୍ଡ଼ ସଭ୍ୟ ବିଶୋପ ଦିଗାଳ ଏବଂ ୨ନଂ. ଓ୍ବାର୍ଡ଼ସଭ୍ୟ ସୀମାଞ୍ଚଳ ପ୍ରଧାନ ପଞ୍ଚାୟତ ମାସିକ ବୈଠକରେ ଅଭିଯୋଗ କରିଥିଲେ ସୁଦ୍ଧା ଅଦ୍ୟାବଧି ମରାମତି କରାଯାଇନାହିଁ। ଲଗାଣ ବର୍ଷା ଯୋଗୁ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସିବାକୁ ନାରାଜ ହେବା ସହ ଅଭିଭାବକମାନେ ପିଲାଙ୍କୁ ପଠାଇବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ପ୍ରଧାନ ଶିକ୍ଷକ ବାରିକ ନିଜ ପାଣ୍ଠିରୁ ଏକ ପଲଥିନ୍‌ ଆଣି ଘର ଉପରେ ପକାଇବା ପରେ ବିଦ୍ୟାଳୟକୁ ଛାତ୍ରୀଛାତ୍ର ଆସୁଥିବା ଜଣାପଡିଛି।

୬ ପ୍ରକାର ମାଛ ନମୁନା ସଂଗ୍ରହ

୬ ପ୍ରକାର ମାଛ ନମୁନା ସଂଗ୍ରହ

ବ୍ରହ୍ମପୁର ଅଫିସ,୧୮ା୭- ମାଛକୁ ସତେଜ ରଖିବା ପାଇଁ ଫର୍ମାଲିନ ନାମକ ବିଷାକ୍ତ ପଦାର୍ଥ ମିଶାଯାଉଛି। ଏ ନେଇ ଅଭିଯୋଗ ପରେ ବ୍ରହ୍ମପୁରରେ ଯାଞ୍ଚ ଆରମ୍ଭ ହୋଇଛି। ବିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ (ଏଫ୍‌ଏସ୍‌ଓ) ତପସ୍ବିନୀ ବେହେରାଙ୍କ ନେତୃତ୍ୱରେ ଗଠିତ ସ୍ବତନ୍ତ୍ର ଟିମ୍‌ ମଙ୍ଗଳବାର ଅପରାହ୍ନରେ କୋର୍ଟପେଟାସ୍ଥିତ ମର୍ଦ୍ଦରାଜ ଭେଣ୍ଡିଂଜୋନ୍‌ ମାଛ ମାର୍କେଟରେ ଅଚାନକ ଚଢାଉ କରି ମାଛନମୁନା ସଂଗ୍ରହ କରିଛନ୍ତି। ତେବେ ସଂକ୍ରାନ୍ତି ହେତୁ ମାର୍କେଟର ଅଧିକାଂଶ ଦୋକାନ ବନ୍ଦ ରହିଥିବାରୁ ମାତ୍ର ଦୁଇଟି ହୋଲ୍‌ସେଲ୍‌ ଦୋକାନରୁ ୬ ପ୍ରକାରର ମାଛ ନମୁନା ସଂଗ୍ରହ କରାଯାଇଥିବା ଏଫ୍‌ଏସ୍‌ଓ ବେହେରା ସୂଚନା ଦେଇଛନ୍ତି। ବୁଧବାର ପୁଣି ଏହି ଯାଞ୍ଚ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।

ଯୁବତୀ ଚାଲାଣ ଅଭିଯୋଗ: ଫେରାର ଦଲାଲ୍‌ ଗିରଫ

ଦାରିଙ୍ଗବାଡ଼ି,୧୮ା୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ଥାନା ବାଲିଗାଡ଼ା ଅଞ୍ଚଳର ଜଣେ ଦଲାଲ୍‌ ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବାହାର ରାଜ୍ୟକୁ ନେଉଥିଲେ। ଯୁବତୀ ଚାଲାଣ ଅଭିଯୋଗରେ ଫେରାର ଅଭିଯୁକ୍ତ ଦଲାଲଙ୍କୁ ମଙ୍ଗଳବାର ଦାରିଙ୍ଗବାଡ଼ି ପୋଲିସ ଗିରଫ କରିଛି। ସେ ହେଲେ କ.ନୂଆଗଁା ବ୍ଲକ ବାଲିଗାଡ଼ା ଗ୍ରାମର ବିଲସନ ଦିଗାଳ ଓରଫ ରିକି ନାୟକ। ବିଲସନ ୨୦୧୭ରେ ନିଜ ଗ୍ରାମର ୨ଜଣ ଯୁବତୀଙ୍କୁ ରୋଜଗାରର ପ୍ରଲୋଭନ ଦେଖାଇ କେରଳ ନେଇ ଜଣଙ୍କ ଘରେ କାମ କରିବାକୁ ଛାଡ଼ି ଚାଲି ଆସିଥିଲେ। ସେଠାରେ ସମ୍ପୃକ୍ତ ଯୁବତୀଙ୍କୁ ବହୁ ନିର୍ଯାତନା ଦିଆଯାଉଥିଲା।

ଲଗାଣ ବର୍ଷା, କାନ୍ଥ ପଡି ମହିଳାଙ୍କ ମୃତ୍ୟୁ

ଖଜୁରିପଡା,୧୮ା୭- ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଷୁଡି ମଙ୍ଗଳବାର ଖଜୁରିପଡା ଆରାପାଜୁ ପଞ୍ଚାୟତ ବପଲପଢା ଗ୍ରାମର ପଦ୍ମାବତୀ ନାୟକ (୫୫)ଙ୍କ ମୃତ୍ୟୁ ଘଟିଛି। ପଦ୍ମାବତୀ ସକାଳୁ ବାସନ ମାଜୁଥିବାବେଳେ ହଠାତ୍‌ କାନ୍ଥ ଭୁଷୁଡି ପଡିଥିଲା। ସାହିପଡିଶା ତାଙ୍କୁ ଉଦ୍ଧାର କରି ଖଜୁରିପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ପଦ୍ମାବତୀଙ୍କ ପୁଅ ସୁଦାମ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି।

ସରକାରୀ ଯୋଜନାରୁ ବଞ୍ଚତ୍ତ ବିଧବା ମହିଳା

ସରକାରୀ ଯୋଜନାରୁ ବଞ୍ଚତ୍ତ ବିଧବା ମହିଳା

ଗଞ୍ଜାମ,୧୮ା୭(ଡି.ଏନ.ଏ.)-ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଗରିବ ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ସେହି ଯୋଜନା ଗରିବ ଜନସାଧାରଣଙ୍କ ପାଖରେ ପହଞ୍ଚତ୍ପାରୁନି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ.୧ ପଣ୍ଡାସାହିରେ। ଏହି ସାହିର ମହିଳା ଝୁନୁ ମାହାନ୍ତି (୪୪)। ସ୍ବାମୀ ପକ୍ଷାଘାତ ରୋଗରେ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେବ ମୃତ୍ୟୁବରଣ କରିଛନ୍ତି। ସ୍ବାମୀଙ୍କ ମୃତ୍ୟୁର ୧୨ ଦିନ ପରେ ଝୁନୁ ବିଧବା ଭତ୍ତା ପାଇଁ ଆବେଦନ କରି ଏନଏସି ପ୍ରଶାସନ ନିକଟକୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ ଏଯାବତ୍‌ ଭତ୍ତା ମିଳୁନାହିଁ।

Model This Week

ରୂପେଶ