Dharitri News
ବ୍ରହ୍ମପୁର

ବଣିଆବସା ଗ୍ରାମବାସୀଙ୍କ ଧାରଣା

ବଣିଆବସା ଗ୍ରାମବାସୀଙ୍କ ଧାରଣା ପାତ୍ରପୁର,୧୨।୧୨(ଡି.ଏନ.ଏ.)-ବାଘଲଟି ଜଳଭଣ୍ଡାର ଯୋଗୁ ଜଳବନ୍ଦୀ ଭାବେ ରହିଯାଇଥିବା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ବଣିଆବସା ଗ୍ରାମବାସୀ ବିଭିନ୍ନ ଦାବି ନେଇ ବାଘଲଟି ପ୍ରକଳ୍ପ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ଧାରଣା ଦେଇଛନ୍ତି । ପ୍ରକଳ୍ପ ନିର୍ମାଣ ବେଳେ ଜଳଭଣ୍ଡାର ନିକଟରେ ଥିବା ୮ ଗ୍ରାମବାସୀଙ୍କୁ ବାସଚ୍ୟୁତ କରାଯାଇ ଥଇଥାନ କରାଯାଇଥିଲା। ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ ପରେ ୨୦୧୬ରେ ବଣିଆବସା ଗ୍ରାମବାସୀଙ୍କୁ ବାସଚ୍ୟୁତ କରାଯାଇ ହୁକୁମା ଗ୍ରାମ ନିକଟରେ ଜମି ଯୋଗାଇ ଦିଆଯାଇଥିଲା । ଚଳିତବର୍ଷ ଜଳଭଣ୍ଡାରରେ ଅଧିକା ପାଣି ରହିଥିବାରୁ ଗ୍ରାମବାସୀଙ୍କ ସମସ୍ୟା ବଢିଥିଲା । ଏ ନେଇ ବିଭିନ୍ନ ବିଭାଗକୁ ଜଣାଇବା ପରେ ମଙ୍ଗଳବାର ବାସଚ୍ୟୁତ ହୋଇଥିବା ପରିବାର ଧାରଣା ଦେଇଥିଲେ। ଛାତ୍ରୀଛାତ୍ରଙ୍କୁ ଜାତିଗତ ପ୍ରମାଣପତ୍ର ପ୍ରଦାନ, ନୂତନ ବସତି ସ୍ଥାପନ ପାଇଁ ଚିହ୍ନଟ ହୋଇଥିବା ସ୍ଥାନକୁ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ ଆଦି ୪ ଦଫା ଦାବି ନେଇ ଧାରଣା ଦିଆଯାଇଥିଲା। ତହସିଲଦାର ପ୍ରଣତି ପ୍ରିୟଦର୍ଶିନୀ ରାଉତ, ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଚିତ୍ତରଞ୍ଜନ ସାହୁ, ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ସଞ୍ଜୀବ କୁମାର ଦାସଶର୍ମା, ନୋଡାଲ ଅଧିକାରୀ ବିବେକାନନ୍ଦ ମିଶ୍ର ପ୍ରମୁଖ ପ୍ରଶାସନିକ ଅଧିକାରୀ ଧାରଣାରତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ । ମାର୍ଚ୍ଚ ସୁଦ୍ଧା ଦାବିପୂରଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ବ୍ରହ୍ମପୁର

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପୋଲସରା,୨୨।୧(ଡି.ଏନ.ଏ.)-ପୋଲସରା ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କୁ ସ୍ବାମୀ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତା ମହିଳା ହେଲେ କାମୁନୀ ପୋଲେଇ। ଏ ନେଇ କାମୁନୀଙ୍କ ଭାଇ ନାରାୟଣ ଜେନା ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ସୋମବାର ପୋଲସରା ଥାନାରେ ନଂ. ୭/୧୮ରେ ମାମଲା ରୁଜୁ ହୋଇଛି। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖିଛି। ଘଟଣାର ତଦନ୍ତ ଚାଲିଛି ବୋଲି ତଦନ୍ତ ଅଧିକାରୀ ଏସଆଇ ମମତା ସାମନ୍ତରା ସୂଚନା ଦେଇଛନ୍ତି ।

କୃଷକ ସମ୍ପର୍କ ମେଳା

ବାଲିଗୁଡ଼ା,୨୨।୧ (ଡି.ଏନ୍‌.ଏ.)- ଜିଲା କୃଷି ଅଧିକାରୀଙ୍କ ପୌରହିତରେ ତୁମୁଡ଼ିବନ୍ଧ ବ୍ଲକ ସିର୍ଲାଠାରେ କୃଷକସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଉପ ପ୍ରକଳ୍ପ ନିର୍ଦ୍ଦେଶକ ଫୁଲବାଣି ହେମନ୍ତ ଦାସ, ଜିଲା କୃଷି ଅଧିକାରୀ ବାଲିଗୁଡ଼ା କାମେଶ୍ୱର ମଳିକ, ସିର୍ଲା ସରପଞ୍ଚ ଓ ସମିତିସଭ୍ୟ, କୁର୍ତମଗଡ଼ ସରପଞ୍ଚ ପ୍ରମୁଖ ମଞ୍ଚସୀନ ଥିଲେ ଞ। କାର୍ଯ୍ୟକ୍ରମରେ କୃଷି ଏବଂ କୃଷକ ସମ୍ବନ୍ଧିତ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରାଯିବା ସହ କୃଷକମାନଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ବେଲଘର ସଞ୍ଜୟ କୁମାର ବାରିକ ଓ ଜ୍ୟୋତି ରଞ୍ଜନ ମିଶ୍ର ପରିଚାଳନା କରିଥିଲେ। ଏହି କୃଷକ ସମ୍ପର୍କ ମେଳାରେ ୩୦୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଚାଷୀ ଯୋଗଦେଇଥିଲେ।

ଟ୍ରେନରୁ ଲୁଟ୍‌ ଉଦ୍ୟମ ବିଫଳ: ୫ ଗିରଫ

ଟ୍ରେନରୁ ଲୁଟ୍‌ ଉଦ୍ୟମ ବିଫଳ: ୫ ଗିରଫ

ବ୍ରହ୍ମପୁର ଅଫିସ,୨୧।୧-ଖୋର୍ଦ୍ଧା ରେଳ ଡିଭିଜିନ ଅନ୍ତର୍ଗତ ଜଟଣୀଠାରୁ ଏକ ଟ୍ରେନରେ ଲୁଟ୍‌ ଯୋଜନା କରୁଥିବା ୫ ଯୁବକଙ୍କୁ ଖୋର୍ଦ୍ଧା ଜିଆରପି ପୋଲିସ ଗିରଫ କରିଛି। ସେମାନେ ହେଲେ ନୂଆଦିଲ୍ଲୀ ସୁଲତାନପୁରୀ ଅଞ୍ଚଳର ସୁନୀଲ କୁମାର, ହରିୟାଣାର ଭନାବୀ ବେହେରା, ପଶ୍ଚିମ ନୂଆଦିଲ୍ଲୀର ବିଜେନ୍ଦ୍ର କୁମାର, ରାଜେଶ କୁମାର ଓ ସୁଲତାନପୁରୀର ରବୀନ୍ଦ୍ର। ସେମାନଙ୍କ ନିକଟରୁ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ରେଳ ଟିକେଟ୍‌, ଖଣ୍ଡା, ଛୁରି, ଲଙ୍କାଗୁଣ୍ଡ ପ୍ୟାକେଟ୍‌ ଓ ନଗଦ ଟଙ୍କା ୨୦ ହଜାର ୭୦୦ ଟଙ୍କା ଜବତ କରାଯାଇଛି।

ବ୍ରହ୍ମପୁରରେ ଓପନ୍‌ ଡଗ୍‌ ଶୋ’

ବ୍ରହ୍ମପୁରରେ ଓପନ୍‌ ଡଗ୍‌ ଶୋ’

ବ୍ରହ୍ମପୁର ଅଫିସ,୨୧।୧-ଗଞ୍ଜାମ କେନାଇନ୍‌ ସଂଘ ତରଫରୁ ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍‌ଠାରେ ରବିବାର ପ୍ରଥମ ଥର ପାଇଁ ଅଲ୍‌ ବ୍ରିଡ଼୍‌ ଓପନ୍‌ ଡଗ୍‌ ଶୋ’ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର, ସମ୍ବଲପୁର, କଟକ, ଭୁବନେଶ୍ୱର ଏବଂ ଇଚ୍ଛାପୁରରୁ ୨୫ପ୍ରଜାତିର କୁକୁର ଭାଗନେଇଥିଲେ।

ପୂର୍ବତନ ମେୟରଙ୍କ ଗାଡ଼ିକୁ ଗୁଳି ମାଡ଼ ଘଟଣା: ରାଜନୈତିକ ଦଳର ସମ୍ପୃକ୍ତି ନେଇ ଖୋଲୁଛି ଗୁମର

ବ୍ରହ୍ମପୁର ଅଫିସ,୨୧।୧-ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପୂର୍ବତନ ମେୟର ତଥା ଭାଜପା ନେତା ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କ ଗାଡି ଉପରକୁ ଗୁରୁବାର ହୋଇଥିବା ଗୁଳି ମାଡ ଘଟଣାର ତଦନ୍ତ କରି ପୋଲିସ ଅନେକ ତଥ୍ୟ ହାସଲ କରିପାରିଛି। ଘଟଣା ଦିନ ପିଣ୍ଟୁ ଯେଉଁ ଭୋଜିକୁ ଯାଇ ଉକ୍ତ ଗାଡିରେ ଫେରୁଥିଲେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସେଥିରେ ଗୋଟିଏ ଗୁଳି ବାଜିଥିବା ତଦନ୍ତ ବେଳେ ଜଣାପଡିଛି। ସେହି ଗାଡି ହିଁ ଗୁଳିମାଡ ଘଟଣାର ପର୍ଦ୍ଦାଫାଶ କରିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗୁରୁବାର ନୀଳକଣ୍ଠନଗର ଠାରେ ଏକ ଭୋଜିକୁ ଯାଇ ପିଣ୍ଟୁ ତାଙ୍କର ସମର୍ଥକ ରଞ୍ଜନ ଦାସଙ୍କ କାରରେ ଫେରୁଥିଲେ। ସେତିକିବେଳେ କିଛି ଦୁର୍ବୃର୍ତ୍ତ ଅତର୍କିତ ଭାବେ ଉକ୍ତ କାର୍‌ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ମାଡ କରିଥିଲେ। ସେହି କାରକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଥିଲା। ସେତେବେଳେ କାର୍‌ରେ ଗୁଳି ମାଡ ଚିହ୍ନ ରହିଥିଲା। ଅନ୍ୟପକ୍ଷରେ ଉକ୍ତ ଘଟଣା ପଛରେ ରାଜନୈତିକ ଦଳର ହାତ ରହିଥିବା କୁହାଯାଉଛି। ଘଟଣା ଘଟିବା ସମୟର କିଛି ସିଟି ଟିଭି ଫୁଟେଜ୍‌ ପୋଲିସ ପାଇପାରିଛି। ତାହାକୁ ଆଧାର କରି ତଦନ୍ତ ପ୍ରକ୍ରିୟା ଆଗେଇଛି।

ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କର ଶତବାର୍ଷିକୀ ମହୋତ୍ସବ

ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କର ଶତବାର୍ଷିକୀ ମହୋତ୍ସବ

ବ୍ରହ୍ମପୁର ଅଫିସ,୨୧ ।୧-ରାଜ୍ୟର ପୁରାତନ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ (ବିସିସିବି)ର ଶତବାର୍ଷିକୀ ମହୋତ୍ସବ ଏହାର ମୁଖ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଥିଲା। ବ୍ରିଟିଶ ସରକାର ଅମଳରେ ଓ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିବା ବେଳେ ୧୯୧୬ ଅକ୍ଟୋବର ୮ରେ ଗଞ୍ଜାମ ଜିଲା ସମବାୟ ବ୍ୟାଙ୍କିଙ୍ଗ ୟୁନିୟନ ପ୍ରତିଷ୍ଠା ହୋଇଥିଲା। ୨୦ବର୍ଷ ପରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ରେ ଗଠନ ହେବାରୁନାମ ପରିବର୍ତ୍ତନ କରାଯାଇ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ନାମରେ ନାମିତ କରାଯିବା ସହିତ ୧୯୩୬ ସେମ୍ବର୧୨ରେ ନୂଆ ରେଜିଷ୍ଟ୍ରେଶନ କରାଗଲା। ଏହାର ନଂ ଜେ-୩୯୫ ହୋଇଥିଲା। ବ୍ୟାଙ୍କ ପରିସୀମାରେ ଗଞ୍ଜାମର ଅର୍ଦ୍ଧେକ ଅଞ୍ଚଳ ଏବଂ ସମ୍ପୂର୍ଣ୍ଣ ଗଜପତି ଜିଲା ରହିଛି। ଧାନ ସମେତ ବିଭିନ୍ନ ଫସଲ ଉପତ୍ଦନ ପାଇଁ ସବୁ ବର୍ଷ ହଜାର ହଜାର ଚାଷୀ ସଭ୍ୟଙ୍କୁ ପର୍ଯ୍ୟାପ୍ତ ପରିମାଣର କୃଷି ଋଣ ଲଗାଣ କରି ସମବାୟ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରୁଛି। ୧୯୯୦ ଦଶକର ଦ୍ୱିତୀୟ ଭାଗରେ ଏହି ବ୍ୟାଙ୍କ ଲଗାତର ଭାବେ ୪ ଥର ଜାତୀୟ ପୁରସ୍କାର ପାଇଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ପୁରସ୍କାର ପ୍ରଦାନ କରିଥିଲେ। ୧୦୦ ବର୍ଷ ପୂରଣର ବର୍ଷକ ପରେ ବ୍ୟାଙ୍କ ପାଳିଛି ଶତବାର୍ଷିକୀ ମହୋତ୍ସବ। ସ

ଜାଲ୍‌ ପ୍ରମାଣ ପତ୍ର ମହଙ୍ଗା ପଡିଲା: ସିମନବାଡି ସମିତି ସଭ୍ୟ ପଦ ରଦ୍ଦ

ଜାଲ୍‌ ପ୍ରମାଣ ପତ୍ର ମହଙ୍ଗା ପଡିଲା: ସିମନବାଡି ସମିତି ସଭ୍ୟ ପଦ ରଦ୍ଦ

ବାଲିଗୁଡା,୨୧।୧(ଡି.ଏନ.ଏ.)-ବାଲିଗୁଡା ସିଭିଲ ଜଜ୍‌ ସିନିୟର ଡିଭିଜନ ରାଜୀବ ଲୋଚନ ସାହୁଙ୍କ ଖଣ୍ଡପୀଠରେ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ସମିତି ସଭ୍ୟାଙ୍କ ପଦରଦ୍ଦ ହୋଇଛି।

ବାର୍‌ହା ଶିକାର: ୨ ଶିକାରୀ ଗିରଫ

ବାର୍‌ହା ଶିକାର: ୨ ଶିକାରୀ ଗିରଫ

ଆସିକା,୨୧।୧ (ଡି.ଏନ୍‌.ଏ.)-ଆସିକା ବନାଞ୍ଚଳର ଧରାକୋଟ ବ୍ଲକ ଅନ୍ତର୍ଗତ ଝରପାରୀ ଗ୍ରାମ ନିକଟରୁ ରବିବାର ସକାଳ ପ୍ରାୟ ୮ଟାରେ ବନ ବିଭାଗ କର୍ମଚାରୀମାନେ ଗୋଟିଏ ମୃତ ବାର୍‌ହା ସହ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ କଳାସୁତା ଗ୍ରାମର ସତ୍ୟବାନ ପ୍ରଧାନ ଓ ବୁଗୁଡା ବନାଞ୍ଚଳର ବାଲିପଦର ନିକଟସ୍ଥ ମହୁଲପଲ୍ଲୀ ଗ୍ରାମର ରମେଶ ସ୍ବାଇଁ। ସେମାନେ ଝରପାରୀ ଗ୍ରାମ ମାଛଖାଇ ଚିହ୍ନଟ ଜଙ୍ଗଲରେ ଖାଦ୍ୟରେ ବିସ୍ଫୋରକ ଦେଇ ବାର୍‌ହା ଶିକାର କରିଥିଲେ।

 ବସ ଚାପାରେ ଜଣେ ମୃତ

ବସ ଚାପାରେ ଜଣେ ମୃତ

ବୁଗୁଡ଼ା,୨୧।୧(ଡି.ଏନ.ଏ.)-ବୁଗୁଡ଼ା ଥାନା ଏକଡ଼ାଳ ଶିବ ମନ୍ଦିର ନିକଟ ମୁଖ୍ୟ ସଡ଼କରେ ରବିବାର ସନ୍ଧ୍ୟାରେ ବସ ଚକା ମାଡ଼ି ଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ କଞ୍ଚୁଡ଼ୁ ଗ୍ରାମର ପଞ୍ଚାନନ ପାତ୍ର (୪୫) । ଘଟଣାସ୍ଥଳରେ ବୁଗୁଡ଼ା ଓ ବାଲିପଦର ପୋଲିସ ପହଞ୍ଚତ୍ ଘଟଣାର ଅନୁସନ୍ଧାନ ଚଳାଇଛି ।

ତାରସିଂ ବନାଞ୍ଚଳରେ ବାଘ ଆତଙ୍କ

ଭଞ୍ଜନଗର,୨୧।୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳରେ କିଛିଦିନ ହେବ ଚିତା ବାଘ ଆତଙ୍କ ଦେଖାଦେଇଛି । ଶନିବାର ସନ୍ଧ୍ୟାରେ ବାଘ ଢ଼େପସାହି ଅଞ୍ଚଳରେ ଏକ ମାଙ୍କଡ଼କୁ ମାରି ଖାଇଦେଇଥିବା ରବିବାର ସକାଳେ ବନ ବିଭାଗ ନିକଟରେ ଖବର ପହଞ୍ଚିଥିଲା। ରେଞ୍ଜର ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ବାଘର ପାଦ ଚିହ୍ନ ଠାବ କରି ପାରିନାହାନ୍ତି ।

ଦାରିଙ୍ଗବାଡିରେ ସର୍ବନିମ୍ନ ୭, ସର୍ବାଧିକ ୮.୦୫ ତାପମାତ୍ରା ରେକର୍ଡ

ଦାରିଙ୍ଗବାଡିରେ ସର୍ବନିମ୍ନ ୭, ସର୍ବାଧିକ ୮.୦୫ ତାପମାତ୍ରା ରେକର୍ଡ

ଦାରିଙ୍ଗବାଡି,୨୧।୧ (ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୀତ ଅବ୍ୟାହତ ରହିଛି । ସକାଳ ୮ଟାରେ ତାପମାତ୍ରା ରେକର୍ଡ଼ ସଂଗ୍ରହ କରାଯିବା ବେଳେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ରହିଥିବା ବେଳେ ସନ୍ଧ୍ୟା ୫ଟାରେ ସର୍ବାଧିକ ତାପମାତ୍ରା ୮.୦୫ ଡିଗ୍ରୀ ରେକର୍ଡ଼ କରାଯାଇଛି ।

ଚୁଲି ନିଆଁରେ ମହିଳା ଗୁରୁତର

ଚୁଲି ନିଆଁରେ ମହିଳା ଗୁରୁତର

ଦାରିଙ୍ଗବାଡି, ୨୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡିରେ ରବିବାର ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି।