ବ୍ରହ୍ମପୁର

ପ୍ରଧାନଶିକ୍ଷୟିତ୍ର୍ରୀଙ୍କ ବଦଳି ଦାବିରେ ସ୍କୁଲରେ ତାଲା

ପ୍ରଧାନଶିକ୍ଷୟିତ୍ର୍ରୀଙ୍କ ବଦଳି ଦାବିରେ ସ୍କୁଲରେ ତାଲା
ଶେରଗଡ,୧୨।୧୨(ଡି.ଏନ୍‌.ଏ.)- ଶେରଗଡ ଗ୍ରାମସ୍ଥିତ ତୋଟାସାହି ପ୍ରାଥମିକ ବିଦ୍ୟାଳୟରେ କାମ କରୁଥିବା ପାଚିକା, ସହାୟିକା ଓ ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ମଙ୍ଗଳବାର ଅଭିଭାବକମାନେ ତାଲା ପକାଇ ଆନ୍ଦୋଳନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ, ପାଚିକା ଓ ସହାୟିକା ବଦଳି ନହେବା ପର୍ଯ୍ୟନ୍ତ ତାଲା ଖୋଲିବନାହିଁ ବୋଲି ଅଡି ବସିଥିଲେ। ପ୍ରଧାନଶିକ୍ଷୟିତ୍ରୀ ଏନେଇ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଲକ୍ଷ୍ମୀ ନାରାୟଣ କରଙ୍କୁ ଜଣାଇଥିଲେ। ଖବର ପାଇ ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ସମ୍ବିତ କୁମାର ଗଡନାୟକ, ଏବିଇଓ କର ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ପାଚିକା ସହୟିକାମାନଙ୍କୁ ବାହାର କରିବାକୁ ହେଲେ ବିଦ୍ୟାଳୟ ଶିକ୍ଷା କମିଟି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଜରିଆରେ ଦରଖାସ୍ତ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ଏବଂ ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି କଥା ବ୍ଲକଶିକ୍ଷା କାର୍ଯ୍ୟାଳୟ ତଦନ୍ତ କରି ନିଷ୍ପତ୍ତ ନେବେ ବୋଲି ପ୍ରତିଶୃତି ଦେବା ପରେ ତାଲା ଖୋଲିଥିଲା।
All Right Reserved By

ବ୍ରହ୍ମପୁର

ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିଗୁଡା,୨୧।୧୦(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଅଧିନସ୍ଥ ବାଲିଗୁଡା-ସିନ୍ଦ୍ରିଗଁା ରାସ୍ତା ନିକଟସ୍ଥ ଖଡଗନଦୀରେ ଗତ ୧୭ ତାରିଖରେ ଚମ୍ପାସାହିର ଭଞ୍ଜ କିଶୋର ପଣ୍ଡାଙ୍କ ପୁଅ ଗୁଡୁ ଭାସି ଯାଇଥିଲେ। ପରିବାର ଲୋକେ ଓ ଦମକଳ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳି ନ ଥିଲା। ରବିବାର ଖବର ପାଇ ବୁଡୁକିଆ ନିକଟସ୍ଥ ଖଡଗନଦୀ ପଠାରୁ ଦମକଳବାହିନୀ ମୃତଦେହ ଉଦ୍ଧାର କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରକାଶ ଯେ, ଗୁଡୁ ଜେଜେ ମା’ଙ୍କ ଦଶାହ କାମ ପାଇଁ ନଦୀକୁ ଯାଇଥିବାବେଳେ ଗୋଡ ଖସି ଯିବାରୁ ଭାସି ଯାଇଥିଲେ।

ମନ୍ତ୍ରୀ, ବିଧାୟକଙ୍କ ବାତ୍ୟାଞ୍ଚଳ ପରିଦର୍ଶନ

ମନ୍ତ୍ରୀ, ବିଧାୟକଙ୍କ ବାତ୍ୟାଞ୍ଚଳ ପରିଦର୍ଶନ

ଧରାକୋଟ,୨୧।୧୦(ଡି.ଏନ୍‌.ଏ.)- ଧରାକୋଟ ବ୍ଲକର ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ଗଁା ଗୁଡିକୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକମାନଙ୍କ ଏକ ଦଳ ଗସ୍ତ କରିଛନ୍ତି। ଏହି ଦଳରେ ଗଞ୍ଜାମ ଜିଲାର ବହୁ ବିଜେଡି ନେତୃବୃନ୍ଦ ମଧ୍ୟ ସାମିଲ ଥିଲେ।

ଅଷ୍ଟମ ବାଟାଲିୟନ୍‌ ପକ୍ଷରୁ ଶହୀଦ ଦିବସ ପାଳିତ

ଅଷ୍ଟମ ବାଟାଲିୟନ୍‌ ପକ୍ଷରୁ ଶହୀଦ ଦିବସ ପାଳିତ

ଗଞ୍ଜାମ, ୨୧।୧୦(ଡି.ଏନ.ଏ.): ଅଗସ୍ତି ନୂଆଗାଁଠାରେ ଥିବା ଅଷ୍ଟମ ବାଟାଲିୟନ ପକ୍ଷରୁ ରବିବାର ୫୯ତମ ଶହୀଦ ଦିବସ ପାଳନ କରାଯାଇଥିଲା।

ପୋଲିସ ଶହୀଦ ଦିବସ ପାଳିତ

ପୋଲିସ ଶହୀଦ ଦିବସ ପାଳିତ

ବ୍ରହ୍ମପୁର ଅଫିସ,୨୧।୧୦: ଆଜି ଦେଶ ବ୍ୟାପୀ ପାଳିତ ହେଉଛି ୫୯ତମ ପୋଲିସ ସହୀଦ ଦିବସ। ଏହି ଅବସରରେ ବ୍ରହ୍ମପୁର ପୋଲିସ ଜିଲା ପକ୍ଷରୁ ଆମ୍ବପୁଆ ରିଜର୍ଭ ପୋଲିସ ପଡିଆରେ ମିଳିତ ପ୍ୟାରେଡ଼ ସହ ସହୀଦଙ୍କ ସ୍ମୃତିଚାରଣ କରାଯାଇଥିଲା। 

ମହୁଲି ମଦ, ଛେଳି ପହଞ୍ଚିବା ପରେ ପୂଜା ପାଆନ୍ତି ମା’

ମହୁଲି ମଦ, ଛେଳି ପହଞ୍ଚିବା ପରେ ପୂଜା ପାଆନ୍ତି ମା’

ଦାରିଙ୍ଗବାଡ଼ି,୨୧।୧୦ (ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଦାରିଙ୍ଗବାଡ଼ି ଥାନାରେ ପାରମ୍ପରିକ ତଥା ଲୋକ ସଂସ୍କୃତିକୁ ନେଇ ନିଆରା ଢଙ୍ଗରେ ପୂଜାର୍ଚ୍ଚନା କରାଯାଇଛି। 

ବନ୍ୟା ଭାଙ୍ଗିଦେଲା ଚାଷୀ ମେରୁଦଣ୍ଡ

ବନ୍ୟା ଭାଙ୍ଗିଦେଲା ଚାଷୀ ମେରୁଦଣ୍ଡ

ବ୍ରହ୍ମପୁର ଅଫିସ୍‌,୨୧ା୧୦-ଗଞ୍ଜାମ ଜିଲାରେ ବାତ୍ୟା ‘ତିତ୍‌ଲି’ ପରବର୍ତ୍ତୀ ବନ୍ୟାର ଭୟାବହତା ବ୍ୟାପକ ଭାବେ ପ୍ରଭାବ ପକାଇଛି। ବନ୍ୟା ଜଳ ଚାଷ ଜମିରେ ଜମି ମାଡିଯିବା ଫଳରେ ଫସଲ ବରବାଦ୍‌ ହୋଇଯାଇଛି। ତଳ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷତି ହୋଇଛି। 

ପାହାଡ଼ ମଝି ରାସ୍ତାରେ ପ୍ରସବ

ପାହାଡ଼ ମଝି ରାସ୍ତାରେ ପ୍ରସବ

ପାତ୍ରପୁର,୨୧ା୧୦(ଡି.ଏନ୍‌.ଏ.) -ବୁରାତାଲ ପଞ୍ଚାୟତର ପାହାଡ଼ ଉପରେ ଥିବା ବାଦୁଆ ଗ୍ରାମର ଗୋବିନ୍ଦ ନାଇକଙ୍କ ସ୍ତ୍ରୀ ହୀରାମଣି ନାଇକଙ୍କୁ  ଶନିବାର ପ୍ରସବ ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଭାର ସାହାଯ୍ୟରେ ଆଣୁଥିବା ବେଳେ ପାହାଡ ମଝି ରାସ୍ତାରେ ସେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। 

ଅଭିଯୁକ୍ତ ଗିରଫ: ମାଉଜର, ଗୁଳି ଓ ବାଇକ୍‌ ଜବତ

ଅଭିଯୁକ୍ତ ଗିରଫ: ମାଉଜର, ଗୁଳି ଓ ବାଇକ୍‌ ଜବତ

ଦିଗପହଣ୍ଡି,୨୧ା୧୦(ଡି.ଏନ.ଏ.): ଦିଗପହଣ୍ଡି ଥାନା ମହୁଡ଼ା ଚାଞ୍ଚଡ଼ାପଲ୍ଲୀ ଗ୍ରାମର ପାଣ୍ଡା ଓରଫ ମିଥୁନ ପ୍ରଧାନଙ୍କୁ ଶନିବାର ପୋଲିସ ଗିରଫ କରି ସନ୍ଧ୍ୟାରେ କୋର୍ଟଚାଲାଣ କରିଛି। ତାଙ୍କ ନିକଟରୁ ଦେଶୀ ମାଉଜର, ୨ଟି ଜୀବନ୍ତ ଗୁଳି ସମେତ ଏକ ନମ୍ବର ବିହୀନ ବାଇକ ଜବତ କରାଯାଇଛି। 

ପୂର୍ବତନ ସରପଞ୍ଚଙ୍କ ଧାରଣା ଚେତାବନୀ

ରାମଗିରି,୨୧ା୧୦- ଗଜପତି ଜିଲା ଆର.ଉଦୟଗିରି ବ୍ଲକ ରାମଗିରି ପଞ୍ଚାୟତ ସହ ଆଖପାଖ ପଞ୍ଚାୟତରେ ତାରପୋଲିନ୍‌ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି। ସାମୁଦ୍ରିକ ଝଡ ତିତ୍‌ଲି ପରବର୍ତ୍ତୀ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି କ୍ଷତିପୂରଣ ସହାୟତା ପ୍ରଦାନରେ ପାତର ଅନ୍ତର ହୋଇଛି ବୋଲି ଅଭିଯୋଗ ହୋଇଛି ା 

ଯୁବକଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ଯୁବକଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ବ୍ରହ୍ମପୁର ଅଫିସ୍‌,୨୧।୧୦-ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅଧୀନ ହଳଦିଆପଦର ରେଲୱେ ଫ୍ଲାଏ ଓଭର ବ୍ରିଜ୍‌ ନିକଟରୁ ଶୁକ୍ରବାର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି। ମୃତକ ହେଲେ ବଡବଜାର ଥାନା ଅଧୀନ ଧାନମେରା ସାହିର ସୋନୁ ଘଡାଇ (୩୦)। ମୃତକଙ୍କ ମା’ ରୋହିଣୀଙ୍କ ଏତଲାକୁ ଭିତ୍ତିକରି ଶନିବାର ପୋଲିସ ନଂ. ୧୨୮/୧୮ରେ ଏକ ହତ୍ୟା ମାମଲା ରୁଜୁ କରିଛି। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ଆଇଆଇସି କୁଳମଣୀ ସେଠୀ ସୂଚନା ଦେଇଛନ୍ତି। 

ଷ୍ଟୋଭଫାଟି ନାବାଳିକା ଗୁରୁତର

ବ୍ରହ୍ମପୁର ଅଫିସ୍‌,୨୦ା୧୦: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ରେଡିକା ସାହିରେ ଶୁକ୍ରବାର ପୂର୍ବାହ୍ନରେ ଘଟିଥିବା ଅଗ୍ନିକାଣ୍ଡରେ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ପରିବାର ବର୍ଗ ତାଙ୍କୁ ଉଦ୍ଧାର କରି  ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି।

ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ଗିରଫ

ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ଗିରଫ

ବ୍ରହ୍ମପୁର ଅଫିସ୍‌,୨୧ା୧୦-ବ୍ରହ୍ମପୁର ସଦରଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ  ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ  ହାଜତକୁ ପଠାଇ ଦିଆଯାଇଛି।