ବ୍ରହ୍ମପୁର

ମୃତ, ସରକାରୀ କର୍ମଚାରୀଙ୍କ ନଁ।ରେ ରାଶନ କାର୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଏସ୍‌ଓ

ମୃତ, ସରକାରୀ କର୍ମଚାରୀଙ୍କ ନଁ।ରେ ରାଶନ କାର୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଏସ୍‌ଓ

ଛତ୍ରପୁର,୧୨।୧୨(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଏବେ ବି ମୃତ ବ୍ୟକ୍ତି, ସରକାରୀ କର୍ମଚାରୀ ଏବଂ ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ନାଁରେ ରାଶନ କାର୍ଡ ରହିଥିବା ଅଭିଯୋଗ ହୋଇଛି। ସୋରଡ଼ା ବ୍ଲକ ସୁରମଣି ପଞ୍ଚାୟତରେ ଅଯୋଗ୍ୟ ହିତାଧିକାରୀମାନେ ରାଶନ କାର୍ଡ ହାତେଇଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହା ଉପରେ ପଦକ୍ଷେପ ନେବାକୁ ଜିଲାପାଳ ଜିଲା ଯୋଗାଣ ଅଧିକାରୀ (ସିଏସଓ)ଙ୍କୁ କହିଥିଲେ। ଉକ୍ତ ଅଭିଯୋଗ ଉପରେ ତଦନ୍ତ କରିବାକୁ ଜିଲା ଯୋଗାଣ ଅଧିକାରୀଙ୍କ ପକ୍ଷରୁ ସୋରଡା ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ଭଞ୍ଜନଗର ଉପଜିଲାପାଳ, ଅତିରିକ୍ତ ଯୋଗାଣ ଅଧିକାରୀ ଓ ସୋରଡା ମାର୍କେଟିଂ ଇନ୍ସପେକ୍ଟରଙ୍କୁ ଅବଗତ କରାଯାଇଛିି। ରାଶନ କାର୍ଡ ହାତେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରଶାସନକୁ କେତେକ ଲୋକେ ଦେଇଥିଲେ। ଅଯୋଗ୍ୟଙ୍କ ନାମ, ରାଶନ କାର୍ଡ ନମ୍ବର ଓ କାହିଁକି ସେମାନେ କାର୍ଡ ପାଇବା ପାଇଁ ଯୋଗ୍ୟ ନୁହନ୍ତି ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ତାଲିକା ଉପରେ ଯାଞ୍ଚ କରି ରିପୋର୍ଟ ଦେବାକୁ ସୋରଡା ବିଡିଓଙ୍କୁ କୁହାଯାଇଛି। ଯାଞ୍ଚ ରିପୋର୍ଟ ଜିଲାପାଳଙ୍କ ନିକଟରେ ଦାଖଲ କରାଯିବ ବୋଲି କୁହାଯାଇଛି। ତାଲିକାରେ ୧୧୦ ଜଣଙ୍କ ନାଁ ରହିଛି। ଇଟା ଘର, ୩ ବଖରା ଥିବା ଘରର ଲୋକେ, ସରକାରୀ କର୍ମଚାରୀ, ଅଙ୍ଗନୱାଡି କର୍ମୀ, ପେନସନଧାରୀ, ଧନୀ ଶ୍ରେଣୀର ବ୍ୟକ୍ତି, ଗୋଟିଏ ପରିବାରର ଲୋକେ ୨ ରୁ ୪ ଟି ରାଶନ କାର୍ଡ ହାତେଇଥିବା, ପୁଅ ଚାକିରୀ କରୁଥିବା, ମୃତ ବ୍ୟକ୍ତି, ଅନ୍ୟ ଗ୍ରାମରେ ରହୁଥିବା, ୩ ଓ ୪ ଚକିଆ ଗାଡି, ପାୱାର ଟ୍ରିଲର ଥିବା ଏବଂ ସ୍ବାମୀ ଚାକିରୀ କରୁଥିବା ଲୋକେ ରାଶନ କାର୍ଡ ହାତେଇଥିବା ଅଭିଯୋଗ ଆସିଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଫିସରେ ରହୁ ନ ଥିବା ମଧ୍ୟ ଅଭିଯୋଗ ହୋଇଛି। କବିସୂର୍ଯ୍ୟନଗର ବ୍ଲକ ବୁଢାଆମ୍ବ ପଞ୍ଚାୟତର ତ୍ରିନାଥ ପଲେଇଙ୍କୁ ରାଶନ କାର୍ଡରେ ଅଗଷ୍ଟ ଓ ସେପ୍ଟେମ୍ବର ମାସର ଚାଉଳ ମିଳିନି। ଏ ନେଇ ତଦନ୍ତ କରି ଚାଉଳ ଦେବାକୁ ତ୍ରିନାଥ ସିଏସଓଙ୍କୁ ଅନୁରୋଧ କରିଥିଲେ। ଏହା ଉପରେ ପଦକ୍ଷେପ ନେବାକୁ କବିସୂର୍ଯ୍ୟନଗର ବ୍ଲକର ମାର୍କେଟିଂ ଇନ୍ସପେକ୍ଟରଙ୍କୁ ସିଏସଓ ନିର୍ଦ୍ଦେଶ ଦେଇଛନ୍ତି।

All Right Reserved By

Model This Week

ନିକିତା

ବ୍ରହ୍ମପୁର

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଅଧ୍ୟାପକଙ୍କ ସହ ୪ ସନ୍ଦିଗ୍ଧଙ୍କୁ ଉଠାଇଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ,୨୨।୪- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ନୂଆ ମୋଡ଼ ନେଇଛି। ରବିବାର ସକାଳ ୫ଟାରେ କ୍ରାଇମବ୍ରାଞ୍ଚ ଟିମ୍‌ ପାଟଣାଗଡ଼ ମେହେରପଡ଼ାସ୍ଥିତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଘରେ ଚଢ଼ାଉ କରି ତାଙ୍କ ଲାପଟପ୍‌, ଡାଏରୀ ଜବତ କରିବା ସହ ତାଙ୍କୁ ଉଠାଇ ନେଇଛି। ସୂଚନାଯୋଗ୍ୟ, ମେହେର ଭଇଁଷା କଲେଜରେ ଅଧ୍ୟାପକ ଭାବେ

ଗୋଟିଏ ରାତିରେ ୮ ହଜାରରୁ ଊର୍ଦ୍ଧ୍ୱ କଇଁଛଙ୍କ ଗଣ ଅଣ୍ଡାଦାନ

ଗୋଟିଏ ରାତିରେ ୮ ହଜାରରୁ ଊର୍ଦ୍ଧ୍ୱ କଇଁଛଙ୍କ ଗଣ ଅଣ୍ଡାଦାନ

ବ୍ରହ୍ମପୁର ଅଫିସ,୨୨। ୪ଓଡିଶାରେ ଦେବୀ ନଦୀ ମୁହାଣ, ଗହୀରମଥା ଓ ଋଷିକୁଲ୍ୟା ମୁହାଣ କଇଁଛଙ୍କ ଅଣ୍ଡାଦାନର ପ୍ରକୃଷ୍ଟ ସ୍ଥାନ ହୋଇଥିବା ବେଳେ ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣ ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଉପଯୁକ୍ତ ସ୍ଥାନ ହୋଇଛି। ତେଣୁ ଚଳିତବର୍ଷ ଏଠାରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ମାତ୍ରାଧିକଭାବେ ବୃଦ୍ଧି ପାଇଛି। ସାଧାରଣତଃ ଫେବୃୟାରୀ ମାସରେ କଇଁଛଙ୍କ ଅଣ୍ଡାଦାନ ସମୟ ରହିଥିବା ବେଳେ ଏବେ ଋଷିକୁଲ୍ୟା ମୁହାଣରେ ହଜାର ହଜାର ସଂଖ୍ୟାର କଇଁଛ ଅଣ୍ଡାଦାନ ପାଇଁ ପହଞ୍ଚୁଛନ୍ତି। ଯାହା ରାଜ୍ୟରେ ଏପରି ଘଟଣା ରେକର୍ଡ ବୋଲି କୁହାଯାଉଛି।

ଚାକିରି ଲୋଭ ଦେଖାଇ ୨ ଛାତ୍ରଙ୍କୁ ରାଜ୍ୟ ବାହାରକୁ ଚାଲାଣ ଅଭିଯୋଗ

ଆର.ଉଦୟଗିରି,୨୧।୪(ଡି.ଏନ.ଏ)- ଗଜପତି ଜିଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ସୁମାଡ଼ ଗ୍ରାମର ବୀରେନ କରାଡ଼ଙ୍କ ପୁଅ ବୁଲୁ ଏବଂ ସଞ୍ଜୀବଙ୍କୁ ସେହି ଗ୍ରାମର ଜଣେ ଯୁବକ ଚାକିରି ଲୋଭ ଦେଖାଇ ବାହାର ରାଜ୍ୟକୁ ପଠାଇ ଦେଇଥିବା ତାଙ୍କ ବାପା ବିରେନ୍‌ ଆର.ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି।

ବନରକ୍ଷୀ ଆକ୍ରମଣ ମାମଲା, ୩ଗିରଫ

ଭଞ୍ଜନଗର,୨୧।୪(ଡି.ଏନ.ଏ)- ଗାଲେରୀ ଫାଣ୍ଡି ଅନ୍ତର୍ଗତ ହରିଗଡ଼ ବନରକ୍ଷୀ ପ୍ରଦୀପ ଭୂୟଁାଙ୍କୁ ଆକ୍ରମଣ ମାମଲାରେ ପୋଲିସ ଶନିବାର ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆପଲ୍ଲୀର ପ୍ରସନ୍ନ ଗୌଡ଼ ଓ ଚାହାଳିର ପ୍ରଶାନ୍ତ ମଳିକ ଏବଂ ସୁଦର୍ଶନ ମଳିକ। ଶନିବାର ରାତିରେ ଗିରଫ ୩ଜଣଙ୍କୁ ଭଞ୍ଜନଗର କୋର୍ଟକୁ ଚାଲାଣ କରାଯାଇଛି।

ଇଶାଣେଶ୍ୱର ମହାଦେବଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ ନରେନ୍ଦ୍ରାନନ୍ଦ ସରସ୍ବତୀ

ଇଶାଣେଶ୍ୱର ମହାଦେବଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ ନରେନ୍ଦ୍ରାନନ୍ଦ ସରସ୍ବତୀ

କନିଷି,୨୧।୪(ଡି.ଏନ.ଏ)- ରଙ୍ଗେଇଲୁଣ୍ଡା ବ୍ଲକ ଗୋଳନ୍ଥରା ଗ୍ରାମସ୍ଥିତ ଅଷ୍ଟଶମ୍ବୁ ଶ୍ରୀ ଇଶାଣେଶ୍ୱର ମହାଦେବଙ୍କୁ କାଶୀ ସୁମେରୁ ପୀଠାଧିଶ୍ୱର ଶଙ୍କରାଚାର୍ଯ୍ୟ ନରେନ୍ଦ୍ରାନନ୍ଦ ସରସ୍ବତୀ ମହାରାଜ ଶୁକ୍ରବାର ସନ୍ଧ୍ୟାରେ ଦର୍ଶନ କରିଥିଲେ। ଶତାଧିକ ମହିଳା ପୁରୁଷ ତାଙ୍କୁ ପଟୁଆରରେ ମନ୍ଦିରକୁ ପାଛୋଟି ନେଇଥିଲେ।

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଆସିକା,୨୧।୪(ଡି.ଏନ୍‌.ଏ.)- ଆସିକା ସରକାରୀ ଡାକ୍ତରଖାନା ସଂଲଗ୍ନ ଓଭର ବ୍ରିଜ୍‌ ତଳୁ ଶନିବାର ଅପରାହ୍ନ ପ୍ରାୟ ୩ଟାବେଳେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କର ପରିଚୟ ମିଳିପାରିନାହିଁ। ପୋଲିସ ମୃତଦେହ ଜବତ କରି ଆସିକା ସରକାରୀ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛନ୍ତି। କେଉଁ ପରିସ୍ଥିତିରେ ବୃଦ୍ଧଙ୍କ ମୃତ୍ୟୁ ଘଟିଲା ଓ ତାଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ।

ରୋଗୀ କଲ୍ୟାଣ ସମିତି ବୈଠକ

ରୋଗୀ କଲ୍ୟାଣ ସମିତି ବୈଠକ

ଶେରଗଡ,୨୧।୪(ଡି.ଏନ୍‌.ଏ.)- ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ଶନିବାର ଡାକ୍ତରଖାନା ପରିସରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧକ୍ଷା ସାରସ ସ୍ବାଇଁ ଉପସ୍ଥିତି ଥିଲେ।

ସରସ୍ବତୀ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

ସରସ୍ବତୀ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

ପୋଲସରା,୨୧।୪(ଡି.ଏନ.ଏ)- ପୋଲସରା ସହର ତୋଟାସାହିସ୍ଥିତ ମା ସରସ୍ବତୀ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ପୁରୀର ସଂଯୋଜକ କମଳାକାନ୍ତ ମହାରାଜ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର ସମାଜରେ ଶିକ୍ଷା ହେଉଛି ମଣିଷର ବଳ, ଶିକ୍ଷା ଦ୍ୱାରା ହିଁ ମଣିଷ ଆଗକୁ ବଢ଼ିପାରିବ ବୋଲି କହିଥିଲେ।

କୂଅରୁ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

କୂଅରୁ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ପୋଲସରା,୨୧।୪(ଡି.ଏନ.ଏ)- ପୋଲସରା ସହରସ୍ଥିତ ରତନେଇ ସାହିରେ ଶନିବାର ପୂର୍ବାହ୍ନରେ କୂଅରେ ପଡିଯାଇଥିବା ଜଣେ ମହିଳାଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ସେ ହେଲେ ରତନେଇ ସାହିର ବନିତା ପ୍ରଧାନ। ବନିତା କୂଅରୁ ପାଣି କାଢ଼ୁଥିବାବେଳେ ଅସାବଧାନତା ବଶତଃ ଖସି ପଡ଼ିଥିଲେ।

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ମହାଯଜ୍ଞ ପୁର୍ଣ୍ଣାହୁତି

ଦିଗପହଣ୍ଡି,୨୧।୪(ଡି.ଏନ.ଏ)-ଦିଗପହଣ୍ଡି-ପୋଡ଼ାମାରି ମୁଖ୍ୟରାସ୍ତାର ବିଦ୍ୟୁତ ସବଷ୍ଟେଶନ ନିକଟରେ ଥିବା ପଞ୍ଚଗୁରୁ ସେବାଶ୍ରମ ପରିସରରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଚାଲିଥିବା ମହାଯଜ୍ଞ ଶୁକ୍ରବାର ସନ୍ଧ୍ୟାରେ ପୂର୍ଣ୍ଣାହୁତି ହୋଇଯାଇଛି। ସୋମବାର ଠାରୁ ଶୁକ୍ରବାର ୫ ଦିନ ବ୍ୟାପୀ ପ୍ରତିଷ୍ଠା ମହୋତ୍ସବରେ ଗଞ୍ଜାମ-ଗଜପତି ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ସାଧୁସନ୍ଥ ବିଦ୍ୱାନ ଯୋଗ ଦେଇଥିଲେ।

ଆମ ପୋଲିସ ସମିତି ପକ୍ଷରୁ ଜଳଛତ୍ର ଉଦ୍‌ଘାଟିତ

ଆମ ପୋଲିସ ସମିତି ପକ୍ଷରୁ ଜଳଛତ୍ର ଉଦ୍‌ଘାଟିତ

ପାଟପୁର,୨୧।୪(ଡି.ଏନ.ଏ)- ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ଶୁକ୍ରବାର ଥାନା ସମ୍ମୁଖରେ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି। ସାନଖେମୁଣ୍ଡି ତହସିଲଦାର ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ଉଦ୍‌ଘାଟନ କରିଥିବାବେଳେ ଥାନା ଆଇଆଇସି ରମେଶ କୁମାର ପ୍ରଧାନଙ୍କ ସମେତ ଆମ ପୋଲିସ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

୩ ବାଲ୍ୟ ବିବାହ ରୋକିଲା ପ୍ରଶାସନ

୩ ବାଲ୍ୟ ବିବାହ ରୋକିଲା ପ୍ରଶାସନ

ଆସିକା,୨୧।୪(ଡି.ଏନ୍‌.ଏ.)- ଆସିକା ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ଶନିବାର ଆସିକା ବ୍ଲକର ବାଲିସିରା ଗ୍ରାମରେ ୩ଟି ବାଲ୍ୟ ବିବାହକୁ ରୋକାଯାଇଛି।