ବ୍ରହ୍ମପୁର

ଧାନ ଅମଳ ଯନ୍ତ୍ରରେ ଚାପି ହୋଇ ଚାଷୀଙ୍କ ମୃତ୍ୟୁ

ଧାନ ଅମଳ ଯନ୍ତ୍ରରେ ଚାପି ହୋଇ ଚାଷୀଙ୍କ ମୃତ୍ୟୁ
ବୁଗୁଡା, ୧୨।୧୨ (ଡି.ଏନ୍‌.ଏ.) - ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଗୋଠୁଳି ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଧାନ ଅମଳ ଯନ୍ତ୍ରରେ ଚାପି ହୋଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଯାଇଛି। ସେ ହେଲେ ଗୋଠୁଳି ଗ୍ରାମର ଅଭିମନ୍ୟୁ ଜେନା (୩୨)। ଏନେଇ ବୁଗୁଡା ଥାନାରେ ନଂ.୨୯୨/୧୭ରେ ଏକ ମାମଲା ରୁଜୁ ହୋଇଛି। ଅଭିମନ୍ୟୁ ମଙ୍ଗଳବାର ଅପରାହ୍ନରେ ଟ୍ରାକ୍ଟରରେ ଲାଗିଥିବା ଧାନ ଅମଳ ଯନ୍ତ୍ର ଉପରେ ବସି ନିଜ ବିଲକୁ ଧାନ ଅମଳ ପାଇଁ ଯାଉଥିଲେ। ତେବେ ଉଚ୍ଚସ୍ଥାନକୁ ଟ୍ରାକ୍ଟରଟି ଉଠିବା ପରେ ଭାରସାମ୍ୟ ହରାଇ ସେ ଖସିପଡି ଅମଳ ଯନ୍ତ୍ରରେ ଚାପି ହୋଇ ଯାଇଥିଲେ। ତାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବେଲଗୁଣ୍ଠା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇ ଦେଇଥିଲେ।
All Right Reserved By

ବ୍ରହ୍ମପୁର

ବିଜୁ ପକ୍କାଘର କାର୍ଯ୍ୟାଦେଶ ବଣ୍ଟନ

ବିଜୁ ପକ୍କାଘର କାର୍ଯ୍ୟାଦେଶ ବଣ୍ଟନ

ଶେରଗଡ,୨୫।୯(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ସଭାଗୃହରେ ମଙ୍ଗଳବାର ବିଜୁ ପକ୍କାଘର କାର୍ଯ୍ୟଦେଶ ବଣ୍ଟନ କରାଯାଇଛି। ବ୍ଲକ ଅଧକ୍ଷା ସାରସ ସ୍ବାଇଁ, ବିଡିଓ ସୁରଞ୍ଜନ କୁମାର ସାହୁ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବିଷ୍ଣୁ ପ୍ରସାଦ ପଣ୍ଡା, ସହକାରୀ ଯନ୍ତ୍ରୀ ମହିନ୍ଦ୍ର କୁମାର ଷଡଙ୍ଗୀ ଓ କେତେଜଣ ସରପଞ୍ଚଙ୍କ ଉପସ୍ଥିତିରେ ୩୪ ଜଣ ହିତଧିକାରୀଙ୍କୁ ବିଜୁ ପକ୍କାଘର କାର୍ଯ୍ୟଦେଶ ବଣ୍ଟନ କରାଯାଇଛି । ମୋଟ ୮୦ଟି ବିଜୁ ପକ୍କାଘର ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪୬ ଟି କାର୍ଯ୍ୟଦେଶ ବଣ୍ଟନ ହୋଇଥିବା ବ୍ଲକ ସୂତ୍ରରୁ ପ୍ରକାଶ।

ନାବାଳିକାଙ୍କୁ ଅଶ୍ଳିଳଇଙ୍ଗିତ, ମା’ଙ୍କୁ ଧମକ ଅଭିଯୋଗ: ୨ ଗିରଫ

ନାବାଳିକାଙ୍କୁ ଅଶ୍ଳିଳଇଙ୍ଗିତ, ମା’ଙ୍କୁ ଧମକ ଅଭିଯୋଗ: ୨ ଗିରଫ

ଶେରଗଡ,୨୫।୯(ଡି.ଏନ୍‌.ଏ.)- ଶେରଗଡ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅଶ୍ଳିଳ ଇଙ୍ଗିତ ଓ ତାଙ୍କ ମା’ ଏନେଇ ପ୍ରତିବାଦ କରିବାରୁ ତାଙ୍କୁ ଧମକ ଦେବା ନେଇ ଶେରଗଡ ଥାନାରେ ଅଭିଯୋଗ ହୋଇଛି। ଏନେଇ ନଂ.୮୪/୧୮ରେ ମାମଲା ରୁଜୁ କରି ପୋଲିସ ୨ ଜଣଙ୍କୁ ଗିରଫ କରିଛି।

କଣ୍ଟାପୀଢା ଯାତ୍ରା: ରାମଦୋଳି, ମୀନାବଜାରରେ ଭିଡ

କଣ୍ଟାପୀଢା ଯାତ୍ରା: ରାମଦୋଳି, ମୀନାବଜାରରେ ଭିଡ

ସୋରଡା,୨୫।୯(ଡି.ଏନ୍‌.ଏ.)- କଣ୍ଟାପୀଢା ଯାତ୍ରାର ୪ର୍ଥ ଦିବସରେ ରାମଦୋଳି, ମୀନା ବଜାରରେ ଭିଡ ଜମୁଥିବାବେଳେ ତୋରଣ ମୁଖ୍ୟ ଆକର୍ଷଣ ପାଲଟିଛି। ଶଶିଭୂଷଣ ପଡିଆରେ ରାମଦୋଳି ୨ଟା, ମୀନାବଜାର ୨ ଦଳ ପଡିଛି, ବ୍ରେକ୍‌ ଡ୍ୟାନ୍ସ ଓ ଶିଶୁ ଟ୍ରେନ୍‌ରେ ପିଲାଙ୍କ ଭିଡ ଜମୁଛି। ସନ୍ଧ୍ୟା ଆଳତୀ ସମୟରେ ମା’ଙ୍କ ସୁନାବେଶ ଦେଖିବାକୁ ମହିଳାଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ସହରସାରା ମୁତୟନ ହୋଇଛି। ଆସିକା ଏସ୍‌ଡିପିଓ ସୁବାସ ପଣ୍ଡା ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ବଡଦାଣ୍ଡରେ ନିର୍ମିତ ୭୦ ଫୁଟର ତୋରଣ ମୁଖ୍ୟ ଆକର୍ଷଣ ପାଲଟିଛି। ୨୮ ତାରିଖରୁ ମହୋତ୍ସବ ଆରମ୍ଭ ହେବାକୁ ଥିବାବେଳେ ରଥପଦାଠାରେ ଅସ୍ଥାୟୀ ମଣ୍ଡପ ନିର୍ମାଣ ସରିଛି।

ଜାତୀୟ ପୁଷ୍ଟି ସପ୍ତାହ ପାଳିତ

ଜାତୀୟ ପୁଷ୍ଟି ସପ୍ତାହ ପାଳିତ

ବ୍ରହ୍ମପୁର ଅଫିସ,୨୫।୯: ବ୍ରହ୍ମପୁର ମହାନଗର ନିଗମ ବିଜୁପୁର ଅଙ୍ଗନଓ୍ବାଡି ସେକ୍ଟର ପକ୍ଷରୁ ଜାତୀୟ ପୁଷ୍ଟି ସପ୍ତାହ ମଙ୍ଗଳବାର ପାଳିତ ହୋଇଯାଇଛି। 

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ଦାରିଙ୍ଗବାଡ଼ି,୨୫।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପନୀ ସୋମବାର ହୋଇଯାଇଛି।

ଦିନଦୟାଲ ଉପାଧ୍ୟାୟଙ୍କ ୧୦୩ତମ ଜୟନ୍ତୀ ପାଳନ

ଦିନଦୟାଲ ଉପାଧ୍ୟାୟଙ୍କ ୧୦୩ତମ ଜୟନ୍ତୀ ପାଳନ

ବ୍ରହ୍ମପୁର ଅଫିସ,୨୫।୯-ସର୍ଦାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଂଘ ପକ୍ଷରୁ ମଙ୍ଗଳବାର ସକାଳେ ସ୍ଥାନୀୟ କୋର୍ଟପେଟାସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଦିନ ଦୟାଲ ଉପାଧ୍ୟାୟଙ୍କ ୧୦୩ତମ ଜୟନ୍ତୀ ପାଳନ କରାଯାଇଛି।

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ଦିଗପହଣ୍ଡି,୨୫।୯(ଡି.ଏନ.ଏ.): ଦିଗପହଣ୍ଡି ବ୍ଲଖ ଫାସିଗୁଡ଼ା ପଞ୍ଚାୟତ ଜକମେରିପଲ୍ଲୀ ଓ ଜଲମେରିପଲ୍ଲୀ ଗ୍ରାମର ବହୁ କଂଗ୍ରେସ କର୍ମୀ ସୋମବାର ଦଳ ଛାଡି ବିଜେଡିିରେ ସାମିଲ ହୋଇଥିବା ଘୋଷଣା କରିଛନ୍ତି । 

ଅଶାନ୍ତି ଆଶଙ୍କାରେ ପୋଲିସ ପହରା

ଅଶାନ୍ତି ଆଶଙ୍କାରେ ପୋଲିସ ପହରା

ବ୍ରହ୍ମପୁର ଅଫିସ୍‌,୨୫ା୯-ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ତଥାପି ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ରାଜନୀତି ଉଷ୍ମ ହେବାରେ ଲାଗିଛି। ଆଶାୟୀମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନିଜ ସପକ୍ଷରେ ଛାତ୍ରମତ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ କଲେଣି ରଣନୀତି। ଜିଲାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଷ୍ମତା ଦେଖିବାକୁ ମିଳିଛି ।

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

ଫିରିଙ୍ଗିଆ, ୨୫ା୯-କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ସୋମବାର ଦୁଇଟି ସ୍ଥାନରେ ଚଢ଼ାଉ କରି ୨ କୁଇଣ୍ଟାଲ ୮ କେଜି ଗଞ୍ଜେଇ ଜବତ କରିଛି ା ଗୋଟିଏ ଘଟଣାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଘଟଣାରେ ୪ ଜଣ ଗାଡି ଛାଡି ଫେରାର ହୋଇଯାଇଛନ୍ତିି ା 

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ/କୋଟଗଡ,(ଡି.ଏନ.ଏ.), ୨୫ା୯-କନ୍ଧମାଳ ଜିଲା କୋଟଗଡ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଥମି ନ ଥିବା ବେଳେ ସୋମବାର ପୁଣି ଏକ ବଳାତ୍କାର ଘଟଣା ପଦାକୁ ଆସିଛି।

ବିଏମ୍‌ସିର ୫ ବର୍ଷରେ ବାଧାପ୍ରାପ୍ତ ହୋଇଛି ବିକାଶ

ବ୍ରହ୍ମପୁର ଅଫିସ,୨୫ା୯-ବ୍ରହ୍ମପୁର ମହାନଗର ନିଗମ ନିର୍ବାଚିତ ପରିଷଦର ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ରେଶମ ନଗରୀ ବିକାଶ ବାଧାପ୍ରାପ୍ତ ହୋଇଛି । ସମୁଦାୟ ୩୯୧,୯୩୮ କ.ମି. ସଡ଼କ ମଧ୍ୟରୁ ଅର୍ଦ୍ଧେକ ଖାଲଖମାରେ ଶୋଚନୀୟ ହୋଇଯାଇଛି। 

୧୩୪ ଅଭିଯୋଗର ଶୁଣାଣି

ବ୍ରହ୍ମପୁର ଅଫିସ୍‌,୨୫ା୯-ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ସୋମବାର ବ୍ରହ୍ମପୁର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୩୪ ଅଭିଯୋଗ ଶୁଣାଣି କରାଯାଇଥିଲା ।