ବ୍ରହ୍ମପୁର

ଚାଲିଛି ଗଞ୍ଜେଇ ଗଛ କଟା ଅଭିଯାନ

ଚାଲିଛି ଗଞ୍ଜେଇ ଗଛ କଟା ଅଭିଯାନ
ଫିରିଙ୍ଗିଆ, ୧୨।୧୨ -କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଧୀନ ବିଭିନ୍ନ ସ୍ଥାନରେ ଶୁକ୍ରବାରରୁ ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ ହୋଇଛି । ଏହି କ୍ରମରେ ମଙ୍ଗଳବାର ପୋଲିସ ଦ୍ୱାରା ଡିମିରିଗୁଡା ପଞ୍ଚାୟତରେ ଚଢ଼ାଉ କରାଯାଇ ଡିମିରିଗୁଡା, ଉଜୁମୁସପା ଓ ବାଗଲି ଗ୍ରାମରେ ବେଆଇନ ଭାବେ ଚାଷ ହୋଇଥିବା ୧୦୪ ଏକର ଅଞ୍ଚଳରେ ୧ ଲକ୍ଷ ୪ ହଜାର ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ମାଜିଷ୍ଟ୍ରେଟ ଭାବେ ଫୁଲବାଣୀ ଅତିରିକ୍ତ ତହସିଲାଦାର ଜ୍ୟୋତିରଞ୍ଜନ ହୋତା, ଫିରିଙ୍ଗିଆ ଥାନାଧିକାରୀ ଧୀରେନ ବେହେରାଙ୍କ ସମେତ ୧୦୦ ଜଣ ପୋଲିସ ଉପସ୍ଥିତିରେ ଗଛ କଟାଯାଇଛି। ସୁରକ୍ଷା ଦୃଷ୍ଟିରୁ ଡିଭିଏଫର ଏକ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଥିଲା ା ଏ ନେଇ ଥାନାରେ ନଂ.୧୦୨/୧୭ରେ ମାମଲା ରୁଜୁ ହୋଇଛି ।
All Right Reserved By

ବ୍ରହ୍ମପୁର

ପ୍ରଦେଶ କଂଗ୍ରେସ ଟିମ୍‌ରେ ଗଞ୍ଜାମ ନେତା

ବ୍ରହ୍ମପୁର ଅଫିସ୍‌,୧୭ା୮:ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବା ପରଠୁ ଦଳକୁ ସଜାଡ଼ିବାକୁ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ସେ ପିସିସିର ନୂତନ ଟିମ୍‌ ଗଠନ କରିଛନ୍ତି । ଏହି ଟିମ୍‌ରେ ୧୪ ଉପସଭାପତି, ୨୪ ସାଧାରଣ ସମ୍ପାଦକ ଏବଂ ୯୯ ସମ୍ପାଦକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ରହିଛନ୍ତି। ଏହି ଟିମ୍‌ରେ ଗଞ୍ଜାମର ନେତାମାନେ ମଧ୍ୟ ରହିଛନ୍ତି ।

କେନ୍ଦ୍ରୀୟ ଟିମର ତଦନ୍ତ

କେନ୍ଦ୍ରୀୟ ଟିମର ତଦନ୍ତ

ଦିଗପହଣ୍ଡି,୧୭ା୮(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୁଷୁଣ୍ଡା ଗ୍ରାମ ଠାରୁ କୁଣିଆଗାଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନିୟମିତତାର ତଦନ୍ତ ପାଇଁ ଗୁରୁବାର ଜାତୀୟ ସଡ଼କ ବିକାଶ ସଂସ୍ଥାନର ବୈଷୟିକ ଦଳ ପହଞ୍ଚତ୍ଥିଲେ। ଗତ ୨୦୧୪-୧୫ ଆର୍ଥିକ ବର୍ଷରେ ୨ କୋଟି ୪ ଲକ୍ଷ ୯୭ ହଜାର ଟଙ୍କା ବ୍ୟୟରେ ଏହି ରାସ୍ତା ନର୍ମାଣ ହୋଇଥିଲା। ଆଦୌ ଗାଁ ନଥିବା ବେଳେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଚାଷ ଜମି ଓ କ୍ରସର ୟୁନିଟ ପାଇଁ ଏହି ରାସ୍ତା ନିର୍ମାଣ କରାଯାଇଥିବା, ୫ ଶହ ମିଟର ରାସ୍ତା ନିର୍ମାଣ ଆବଶ୍ୟକତା ଥିବା ବେଳେ ଅନାବଶ୍ୟକ ଭାବେ ୪ କି.ମି. ନିର୍ମାଣ କରାଯାଇଥିବା, ଗୁଣବତ୍ତା ଠିକ ନ ଥିବା, ସଂରକ୍ଷିତ ଜଙ୍ଗଲ ଇଲାକାରେ ରାସ୍ତା ନିର୍ମାଣ କରାଯାଇଥିବା କେନ୍ଦ୍ର ସରକାରଙ୍କ ଜାତୀୟ ସଡ଼କ ବିକାଶ ସଂସ୍ଥାନ କର୍ତ୍ତୃପକ୍ଷଙ୍କୁ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା।

ରାଜ୍ୟପାଳଙ୍କୁ ତଦନ୍ତ ରିପୋର୍ଟ ଦେଲେ ଅତିରିକ୍ତ ସଚିବ

ବ୍ରହ୍ମପୁର ଅଫିସ୍‌,୧୭ା୮- ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟରେ ପ୍ରଫେସର ନିଯୁକ୍ତିରେ ସ୍ବଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଜୁଲାଇ ୬ ରେ ଉଚ୍ଚଶିକ୍ଷା ବିଭାଗ  ଅତିରିକ୍ତ ସଚିବ ପି.କେ. ଦାସ ବିଶ୍ୱବିଦ୍ୟାଳୟକୁ ଆସି ତଦନ୍ତ କରିଥିଲେ। ସୋମବାର ଏହି ଘଟଣାର ତଦନ୍ତ ରିପୋର୍ଟ ରାଜ୍ୟପାଳ ତଥା କୁଳାଧିପତିଙ୍କୁ ପ୍ରଦାନ କରିଛନ୍ତି ଅତିରିକ୍ତ ସଚିବ ଦାସ ।   ଶିକ୍ଷା ବର୍ଷରୁ ବିଶ୍ୱ ବିଦ୍ୟାଳୟରେ ୬ ନୂତନ ବିଭାଗ ଖୋଲାଯାଇଛି।

ଭାଜପାରେ ସାମିଲ୍‌କୁ ବିଜେଡି ନେତାଙ୍କ ଖଣ୍ଡନ

ବ୍ରହ୍ମପୁର ଅଫିସ୍‌,୧୭ା୮:ଭାଜପା ଭୁବନେଶ୍ୱର କାର୍ଯ୍ୟାଳୟରେ ଗତ ସୋମବାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବହୁ ବିଜେଡ଼ି ଏବଂ କଂଗ୍ରେସ ନେତା ଭାଜପାରେ ସାମିଲ୍‌ ହୋଇଥିବା ଘୋଷଣା କରାଯାଇଥିଲା। ଏହାକୁ ଗଞ୍ଜାମ ଜିଲା ଯୁବ ବିଜେଡ଼ି ପକ୍ଷରୁ ଖଣ୍ଡନ କରାଯାଇଛି। ଗୁରୁବାର  ଜିଲା କାର୍ଯ୍ୟାଳୟରେ  ଏକ ଖବରଦାତା ସମ୍ମିଳନୀ ହୋଇଥିଲା। ଖଲ୍ଲିକୋଟ ଏନ୍‌ଏସି ଯୁବ ବିଜେଡ଼ି ସଭାପତି ସୁବାସ କୁମାର ଗୌଡ଼ ଭାଜପାରେ ମିଶି ଥିବା ନେଇ ଭାଜପା ପକ୍ଷରୁ କୁହାଯାଇଥିଲା। 

ବୁଡୁ ପାତ୍ର ହତ୍ୟା, ଘଟଣା ସାକ୍ଷ୍ୟ ଦେଲେ ବୁଡୁଙ୍କ ମା’

ବ୍ରହ୍ମପୁର ଅଫିସ,୧୭ା୮:ସଦର ଥାନା ଆମ୍ବଗଡରେ ୨୦୧୭ରେ ହୋଇଥିବା ବୁଡୁ ପାତ୍ର ହତ୍ୟା ଘଟଣାରେ ଗୁରୁବାର ସ୍ଥାନୀୟ ଏଡିଜେ-୧ କୋର୍ଟରେ ବିଚାର ହେବା ସହ ବୁଡୁଙ୍କ ବୃଦ୍ଧା ମା’ ଏମ୍‌.ମହାଲକ୍ଷ୍ମୀ  ସାକ୍ଷ୍ୟ ପ୍ରଦାନ କରିଥିଲେ ା ସାକ୍ଷ୍ୟରେ କହିଥିଲେ ଯେ, ହତ୍ୟା ଘଟଣା ଦିନ ସେ ଘରେ ବସି ଟିଭି ଦେଖୁଥିଲେ ା ତାଙ୍କ ପୁଅ ବୁଡୁ ମଧ୍ୟ ଘର ଭିତରେ ଥିଲେ। ହଠାତ୍‌ ୧୧ ଜଣ ଲୋକେ ଅର୍ତକିତ ଭାବେ ତାଙ୍କ ଘର ମଧ୍ୟକୁ ପଶି ବୁଡୁଙ୍କୁ ଖଣ୍ଡା, ବାଉଁଶ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିଲେ ା ତେବେ ଆଶ୍ଚଯ୍ୟ ବିଷୟ ଯେ ଏହି ହତ୍ୟା ଘଟଣାରେ ସଦର ଥାନା ପୋଲିସ ୯ ଜଣ ଅଭିଯୁକ୍ତ ଥିବା କହି  ସେମାନଙ୍କୁ ଗିରଫ କରିଥିବା ବେଳେ ବୁଡୁଙ୍କ ମା’ ଦେଇଥିବା ବୟାନରେ ୧୧ ଅଭିଯୁକ୍ତ ଥିବା କହିବା ପରେ ପୋଲିସ ପାଇଁ ପୁଣିଥରେ ସମସ୍ୟା ବଢିଛି ା 

ଆମ ଗଁା, ଆମ ବିକାଶ କାର୍ଯ୍ୟକ୍ରମ

ଆମ ଗଁା, ଆମ ବିକାଶ କାର୍ଯ୍ୟକ୍ରମ

ଆର.ଉଦୟଗିରି,୧୭ା୮(ଡି.ଏନ.ଏ.):ଗଜପତି ଜିଲା ନୂଆଗଡ଼ ବ୍ଲକର ଖଜୁରିପଦାଠାରେ ଗୁରୁବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଜୁରିପଦା କଲେଜ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୫୭ଟି ଉନ୍ନୟନ ପ୍ରକଳ୍ପ ପାଇଁ ୨ କୋଟି ୨୮ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ବ୍ଲକ ଅଧ୍ୟକ୍ଷା ଗୁଡ଼ୁବାଇ ମଣ୍ଡଳ ଧନ୍ୟବାଦ ଅର୍ପଣ ସହ ଆଗାମୀ ଦିନରେ ଅଧିକ ଅର୍ଥ ମଞ୍ଜୁର ପାଇଁ ନିବେଦନ କରିଛନ୍ତି। ବ୍ଲକର ବିଭିନ୍ନ ଗ୍ରାମକୁ ରାସ୍ତା ଓ ବ୍ରିଜ୍‌ର ଆବଶ୍ୟକତା ଥିବାରୁ ଏନେଇ ଟଙ୍କା ମଞ୍ଜୁର କରିବାର ଆବଶ୍ୟକ ଥିଲା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

କରାସର ନଦୀରେ ଭାସିଗଲେ ବୃଦ୍ଧ

କରାସର ନଦୀରେ ଭାସିଗଲେ ବୃଦ୍ଧ

କୋଟଗଡ,୧୬ା୮(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କୋଟଗଡ ବ୍ଲକ କୁମ୍ଭାରସାହିର ସିମନ କହଁର(୬୦) ବୁଧବାର ସକାଳ ୯ଟାରେ କରାସର ନଦୀକୁ ଗାଧୋଇବାକୁ ଯାଇ ଭାସିଯାଇଛନ୍ତି।

ଉତ୍କଳମଣି ଉଚ୍ଚବିଦ୍ୟାଳୟରେ ମୋ ସ୍କୁଲ କାଯର୍‌ୟକ୍ରମ

ଉତ୍କଳମଣି ଉଚ୍ଚବିଦ୍ୟାଳୟରେ ମୋ ସ୍କୁଲ କାଯର୍‌ୟକ୍ରମ

ଚିକିଟି,୧୬।୮(ଡି.ଏନ.ଏ.)- ଚିକିଟି ବ୍ଲକ ମାଧବନ୍ଧ ସ୍ଥିତ ଉତ୍କଳମଣି ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ମୋ ସ୍କୁଲ କାଯର୍‌ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାଯର୍‌ୟକ୍ରମରେ ଆର୍ଯ୍ୟଭଟ୍ଟର ନିର୍ଦ୍ଦେଶକ ତଥା ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ସୁଧିର କୁମାର ରାଉତ ଯୋଗଦେଇ ମୋ ସ୍କୁଲ କାଯର୍‌ୟକ୍ରମ ଉପରେ ଆଲୋକପାତ କରିଥିଲେ।

ଡକାୟତି ଯୋଜନା ପଣ୍ଡ : ୩  ଗିରଫ

ଡକାୟତି ଯୋଜନା ପଣ୍ଡ : ୩ ଗିରଫ

ଆସିକା,୧୬।୮(ଡି.ଏନ୍‌.ଏ): ଆସିକା - ଭଞ୍ଜନଗର ମୁଖ୍ୟ ରାସ୍ତାର ଝଗଡେଇ ଗୁଞ୍ଜା ନିକଟରୁ ପୋଲିସ ବୁଧବାର ରାତିରେ ମାରଣାସ୍ତ୍ର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୋଦଳା ଥାନା ଖଜାପଲ୍ଲୀ ଗ୍ରାମର ହର୍ଷ ସ୍ବାଇଁ ଓରଫ ଡେରେ କାଳିଆ, କଲେଜ ଛକର କାଳୁଚରଣ ପାତ୍ର ଓ କୋଦଳା ଏରୋଗଲା ବସ୍ତିର ଶିବାଜୀ ଦାସ।

ରାଜମିସ୍ତ୍ରି ହତ୍ୟା ମାମଲା,  ୫ ଗିରଫ

ରାଜମିସ୍ତ୍ରି ହତ୍ୟା ମାମଲା, ୫ ଗିରଫ


ଆସିକା,୧୬।୮(ଡି.ଏନ୍‌.ଏ.) ଆସିକା ଏନଏସି ସୁନାମ୍ବ ସାହି ବାଲାଜୀ ମନ୍ଦିର ଛକଠାରେ ଜାନୁୟାରୀ ୧୭ ତାରିଖରେ ସେହି ସାହିର ରାଜମିସ୍ତ୍ରି ମିଟୁ ଦାସଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଅଜିତ କୁମାର ନାୟକ, ଆଶିଷ ନାହାକ, ସରୋଜ କୁମାର ନାୟକ, ନୀଳାଞ୍ଚଳ ମୁନି ଓ ପପୁ ମହାନ୍ତି। ସମସ୍ତ ଅଭିଯୁକ୍ତ ଆସିକା ଏନଏସି ଅନ୍ତର୍ଗତ ସୁନାମ୍ବ ସାହି ଅଞ୍ଚଳର।

ପ୍ରତାପ ହତ୍ୟା ମାମଲା,  ମୁଖ୍ୟ ଅଭିଯୁକ୍ତ ଗିରଫ

ପ୍ରତାପ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ


ଆସିକା,୧୬।୮(ଡି.ଏନ୍‌.): ଆସିକା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥର କରଞ୍ଜେଇ ନିକଟରେ ଚଳନ୍ତା ବସରେ ପ୍ରତାପ ପୋଲାଇଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ପାକଲାପଲ୍ଲୀ ଗ୍ରାମର ସିଲୁ ଓରଫ ଗୌତମ ପୋଲାଇଙ୍କୁ ବୁଧବାର ରାତିରେ  ଗିରଫ କରାଯାଇଛି। ସିଲୁ ବାଲିସିରା ଛକଠାରେ ବସକୁ ଅପେକ୍ଷା କରିଥିବା ବେଳେ ପୋଲିସ କାବୁ କରିଛି।

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଛତ୍ରପୁର,୧୬।୮(ଡି.ଏନ.ଏ)-ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ରକରି ଛତ୍ରପୁର ଥାନା ସୁନ୍ଦରପୁର ଗାଁର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେ ହେଲେ ଦୁର୍ଲଭ ବେହେରା। ଚିକିସତ୍। ଲାଗି ତାଙ୍କୁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସକାଳେ ସୁନ୍ଦରପୁର ମୁକୁସିଆ ବନ୍ଧ ନିକଟ ଜମିରେ ଦୁର୍ଲଭ ପାଣି ମଡ଼ାଇବାକୁ  ଯାଇଥିଲେ। ଏହି ସମୟରେ ପାଣି ମଡାଇବାକୁ  କେନ୍ଦ୍ର କରି ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର ଝଗଡା ହୋଇଥିଲା। ଯୁବକ ଜଣକ ଦୁଇ ହାତକୁ ଖଣ୍ଡାରେ ହାଣିଥିବା ଦୁର୍ଲଭ ଅଭିଯୋଗ କରିଛନ୍ତି।