ସମ୍ବଲପୁର

ସମ୍ବଲପୁର ମହୋତ୍ସବ ପଞ୍ଚମ ଦିବସ: ସମ୍ବଲପୁରିଆ ବାବୁ ଗୀତରେ ଝୁମିଲେ ଦର୍ଶକ

ସମ୍ବଲପୁର ମହୋତ୍ସବ ପଞ୍ଚମ ଦିବସ: ସମ୍ବଲପୁରିଆ ବାବୁ ଗୀତରେ ଝୁମିଲେ ଦର୍ଶକ

ସମ୍ବଲପୁର, ୧୨।୧୨ (ବ୍ୟୁରୋ)- ସମ୍ବଲପୁର ମହୋତ୍ସବ- ୨୦୧୭ ପଞ୍ଚମ ଦିବସ ସନ୍ଧ୍ୟାରେ ସମ୍ବଲପୁରୀଆ ବାବୁ ଗୀତରେ ସହଶ୍ରାଧିକ ଦର୍ଶକ ଝୁମି ଉଠିଥିଲେ। ସମ୍ବଲପୁରୀ ବାବୁ ଫ୍ରେମ୍‌ ମଣ୍ଟୁ ଛୁରିଆଙ୍କ କଣ୍ଠରୁ ଝରି ପଡୁଥିଲା ବହୁ ଚର୍ଚ୍ଚିତ ସମ୍ବଲପୁରୀ ଗୀତ। ବାଜି ଗଲେରେ ଢ଼ୋଳ ନିଶାନ ତାସା, ନାଇଁ ନାଚି କାହିଁ ଯିବୁ, ଦୁଲକି ଯିବାରେ ଦୁଲ ଦୁଲ ଦୁଲ ଆମେ ସମ୍ବଲପୁରୀଆ ବାବୁ....ଗୀତରେ ଅଇଁଠାପାଲି ବିର୍ସା ମଇଦାନସ୍ଥିତ ମୁକ୍ତ ପ୍ରେକ୍ଷାଳୟକୁ ଦୁଲୁକି ଉଠିଥିଲା ା ଉପସ୍ଥିତ ଦର୍ଶକଙ୍କ କରତାଳିରେ ମୁଖରିତ ହୋଇପଡିଥିଲା ଉତ୍ସବ ସ୍ଥଳୀ। ମୁଖ୍ୟ ସଂଯୋଜକ ସପନ ମିଶ୍ରଙ୍କ ପରିଚାଳନାରେ ସମ୍ବର୍ଦ୍ଧନା ଓ ସାଂସ୍କୃତିକ ବାର୍ତ୍ତା କାର୍ଯ୍ୟକ୍ରମ ହୋଇଥିଲା। ଉତ୍ତରାଞ୍ଚଳ ପୋଲିସ ଆଇଜି ସୁଶାନ୍ତ କୁମାର ନାଥ, ଏସ୍‌ପି ସଞ୍ଜିବ ଅରୋରା, ପ୍ରଫେସର ସାଧୁ ଚରଣ ପଣ୍ଡା, ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ଗାୟତ୍ରୀ କଲେଜ ଅଫ୍‌ ଫାର୍ମସିର ସମ୍ପାଦକ ଶିବନାରାୟଣ ଶତପଥି, ଆମ୍‌ ଆଦମୀ ପାର୍ଟି ନେତା ବୀରେନ୍ଦ୍ର ପାଣିଗ୍ରାହୀ, ବିଜେଡି ଯୁବ ନେତା ଦେବାଶିଷ ପୁରୋହିତ, ଗବେଷକ ମହୋନ ସାହୁ, ଶିକ୍ଷାବିତ ଅରବିନ୍ଦ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ନୃତ୍ୟ ଗୁରୁ ରଞ୍ଜିତ ନାଗ, ଗବେଷକ ଡ. ନିମାଇଁ ଚରଣ ପଣ୍ଡାଙ୍କୁ ଲୋକଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି କ୍ରୀଡାବିତ୍‌ ରଞ୍ଜିତ ମିଶ୍ରଙ୍କୁ କଳାକାର ସମ୍ମାନ ଦିଆଯାଇଥିଲା। ଏତତ୍‌ବ୍ୟତୀତ ସଙ୍ଗୀତ ଆସରରେ ପ୍ରଭାତ ହରିପାଲ, ନିରୁ ହରିପାଲ, ନବୀନ କୁଅଁର, ଶତୃଘନ ଲୁହା, ଅନନ୍ୟ ଅନୁଶୟା ନାୟକ, ଏନ୍‌. ବେହେରା ଲୋକଗୀତ ପରିବେଷଣ କରିଥିଲେ। ଏ ଜନ୍‌ ଟିକେ ରହିଜା...., ଝାରର୍‌ ମଲି...., ଦିଆ ନିଆଥି କାଣା ଅଛେ...., ଆମର ପରାକେ ନାଇଁ ଆଇବୁ ବୁଲି ନବଛଏଲି..., ସଜି ଗଲା ମୋର ପଏଁରି...., ତୋର ଗୁଲାପି ଗୁଲାପି... ଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା। ବାଦ୍ୟ ଯନ୍ତ୍ରରେ ପାରଶ ହରିପାଲ, ଦଶରଥ ମେହେର, ପ୍ରୟାଗରାଜ ବେହେରା, ଭକ୍ତରାଜ ସୁନା, ମଧୁସୂଦନ ଗର୍ଡିଆ ଏବଂ ବଳରାମ ସହଯୋଗ କରିଥିଲେ। ନୃତ୍ୟରେ କ୍ଷୀରୋଦ ଓ ଦଳ, ସମଲେଶ୍ୱରୀ ଲୋକ ସଙ୍ଗୀତ ପରିଷଦ, ଶାସନ ସ୍କୁଲ ଦଳ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ସଲା ବୁଢ଼ା ସମ୍ବଲପୁରୀ ସିନେମା ପ୍ରଦର୍ଶିତ ହୋଇଥିଲା। ରାମାଶିଷ ତ୍ରିପାଠୀ, ଭବାନୀ ରଣବିଡା, ମାନସ ଷଡଙ୍ଗୀ, ମିନାକ୍ଷୀ ଭିତିରିଆ, ତୁଷାର ରଞ୍ଜନ ବାରିକ ଏବଂ ଜୟଶ୍ରୀ ପୁରୋହିତ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

All Right Reserved By

Model This Week

ନିକିତା

ସମ୍ବଲପୁର

ବୈଶାଖ ମେଳା ପାଇଁ ଉପଜିଲାପାଳଙ୍କ ସମୀକ୍ଷା

ବୈଶାଖ ମେଳା ପାଇଁ ଉପଜିଲାପାଳଙ୍କ ସମୀକ୍ଷା

ପଦ୍ମପୁର,୨୪। ୪ (ଡି.ଏନ.ଏ): ନୃସିଂହନାଥ ପୀଠରେ ବୁଧବାର ଆରମ୍ଭ ହେବାକୁ ଥିବା ବୈଶାଖ ମେଳାର ପ୍ରସ୍ତୁତି ପାଇଁ ପଦ୍ମପୁର ଉପଜିଲାପାଳ ଦୌଲତ ଚନ୍ଦ୍ରକାର ପାଇକମାଲ ନୃସିଂହନାଥ ପୀଠକୁ ଗସ୍ତ କରିବା ସହ ମେଳାର ସମୀକ୍ଷା କରିଛନ୍ତି ।

ଉପଜିଲାପାଳଙ୍କ ସହ କୃଷକ ସଂଗଠନର ଆଲୋଚନା

ପଦ୍ମପୁର,୨୪ । ୪(ଡି.ଏନ.ଏ.): ପଦ୍ମପୁର ଉପଜିଲାପାଳ ଦୌଲତ ଚନ୍ଦ୍ରକାରଙ୍କ ସହ ରାଜବୋଡାସମ୍ବର କୃଷକ ସଂଗଠନର କର୍ମକର୍ତ୍ତାମାନେ ମଙ୍ଗଳବାର ଆଲୋଚନା କରିଛନ୍ତି । ଏଥିରେ ପଦ୍ମପୁର ଉପଖଣ୍ଡରେ ଚାଷ ଓ ଚାଷୀର ସମସ୍ୟା, ଜଳସେଚନର ସମସ୍ୟା କୃଷି ବୀମା ପ୍ରଦାନ, କୃଷି ଋଣ ଛାଡ଼ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଝାରସୁଗୁଡ଼ା ରାସ୍ତା ମରଣଯନ୍ତା: ଦୁର୍ଘଟଣା ନେଇଛି ୮୦୦ ଜୀବନ

ଝାରସୁଗୁଡ଼ା ଅଫିସ,୨୪।୪: ସରକାରୀ ଓ ବେସରକାରୀସ୍ତରରେ ସଡ଼କ ସୁରକ୍ଷା ସପ୍ତାହ ସୋମବାରଠାରୁ ଆରମ୍ଭ ହୋଇଛି। ବର୍ଷରେ ଥରେ ଏହି ସପ୍ତାହ ପାଳନ କରି ସମସ୍ତେ ଭୁଲି ଯାଉଥିବା ଭଳି ମନେ ହେଉଛି। ନଚେତ୍‌ ଦୁର୍ଘଟଣା ହାର ବୃଦ୍ଧି ପାଉଛି କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିଳ୍ପାୟନର ପ୍ରସାର ଓ ଅତ୍ୟାଧିକ ଯାନବାହାନ ଚଳାଚଳ ଯୋଗୁ ଝାରସୁଗୁଡ଼ା ଜିଲାରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି।

ପାର୍ସଲ ବୋମା ବିସ୍ଫୋରଣ: ମାଷ୍ଟର ମାଇଣ୍ଡ ଗିରଫ

ପାର୍ସଲ ବୋମା ବିସ୍ଫୋରଣ: ମାଷ୍ଟର ମାଇଣ୍ଡ ଗିରଫ

କଟକ ଅଫିସ୍‌/ବଲାଙ୍ଗୀର ଅଫିସ୍‌,୨୪।୪: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ଘଟଣାର ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। ଏ ନେଇ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି।

ପାର୍ସଲ ବୋମା ବିସ୍ଫୋରଣ ଘଟଣା ବିସ୍ଫୋରକ ମିଳିବା ନେଇ ଚର୍ଚ୍ଚା

ପାର୍ସଲ ବୋମା ବିସ୍ଫୋରଣ ଘଟଣା ବିସ୍ଫୋରକ ମିଳିବା ନେଇ ଚର୍ଚ୍ଚା

ବଲାଙ୍ଗୀର ଅଫିସ/ପାଟଣାଗଡ଼,୨୪।୪ (ଡି.ଏନ୍‌.ଏ.)ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌(ଏସ୍‌ଆଇଟି) ଗତ ୨ ଦିନ ଭିତରେ ଘନଘନ ଚଢ଼ାଉ ଜାରି ରଖିଛି । ଇତିମଧ୍ୟରେ ୨ ଅଧ୍ୟାପକଙ୍କ ସମେତ ୭ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ଏସ୍‌ଆଇଟି। ସୋମବାର କ୍ରାଇମବ୍ରାଞ୍ଚ ଟିମ୍‌, ପାଟଣାଗଡ଼ ପୋଲିସ, ବଲାଙ୍ଗୀରର ସାଇଣ୍ଟିଫିକ୍‌ ଟିମ୍‌, ଡଗସ୍କ୍ବାଡ ଓ ଆଇଟି ଏକ୍ସପର୍ଟ ଟିମ୍‌ ମିଳିତ ଭାବେ ପାଟଣାଗଡ, ଭଇଁଷା, ରାମପୁରରେ ଜୋରଦାର ତନାଘନା ଚଲାଇଥିଲା। ଡଗସ୍କ୍ବାଡ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ କ୍ରାଇମବ୍ରାଞ୍ଚ ପାଟଣାଗଡ଼ ରାମପୁରରୁ ସୋମବାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି ।

ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା

ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା

ପୁତୁରାଙ୍କୁ ଆଜୀବନ ଜେଲଝାରସୁଗୁଡ଼ା ଅଫିସ,୨୩ା୪-ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ୍‌ ଅଞ୍ଚଳରେ ଘଟିଥିବା ଏକ ହତ୍ୟାକାଣ୍ଡର ରାୟ ସୋମବାର ପ୍ରକାଶ ପାଇଛି। ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ପୁତୁରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅତିରିକ୍ତ ଜିଲା ଓ ଦୌରାଜଜ ସୌମେନ୍ଦ୍ର କୁମାର ରାଜଗୁରୁ ମାମଲାର ବିଚାର କରି ଅଭିଯୁକ୍ତ ପୁତୁରା ସୁରଥ ଖଣ୍ଡାଙ୍କୁ ଆଜୀବନ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦାୟ ହେଲେ ଅତିରିକ୍ତ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି ।

ଖରାମାଡେ ଅଥାଥାଲି ହେଉଛେ ଜନଜୀବନ୍‌

ଜାମଟିକ୍ରା, ୨୪।୪ (ଡି.ଏନ.ଏ): ଅତାବିରା ଅଂଚଲରେ ଦିନୁଦିନ୍‌କେ ତାତି ବଢ଼୍‌ବାରେ ଲାଗିଛେ। ମୁଡ଼୍‌ଫଟା ଖରା ସଂଗେ ଗୁଲ୍‌ଗୁଲିର ଲାଗି ଲୋକ୍‌ ବି ବେହାଲ ହେଇଯାଉଛନ୍‌। ଅଂଚଲରେ ବାର୍‌ବାର୍‌ ବିଦୁତ୍‌ କାଟ୍‌ ହେଉଛେ। ବାହାରକେ ବାହାରିଲେ ୪୦ରୁ ୪୨ ଡିଗ୍ରୀ ତାପ୍‌। ଦିନର ୧୦ ବଜେ ପରେ ଭଟାକେ ବାହାର୍‌ବାର ବହୁତ୍‌ କଷ୍‌ଟ ହେଉଛେ। ଛତା, ଜୁତା, ଉଦା ଗାମ୍‌ଛା, ପାଏନ୍‌ ବୁତଲ, ଚଷମା, ଟୁପି କିଛି କାମ୍‌ ନାଇଁଦେବାର। ନିହାତି ଦର୍‌କାର ଥିଲେ ଲୋକ୍‌ ଇ ସବୁ ସାଜୋସାମାନ୍‌ ଧରି ଘରୁ ଭଟାକେ ବାହାରୁଛନ୍‌। ହେଲେ ବି ଖରାର୍‌ ଦାଉରୁ ତ୍ରାହି ନାଇଁ ମିଲ୍‌ବାର। ଗଲା କେତେ ଦିନ୍‌ ହେଲା ଅତାବିରାର ତାପ୍‌ମାନ୍‌ ୪୧ରୁ ୪୨ ଡିଗ୍ରୀ ଉପ୍‌ରେ ରହୁଛେ। ଖରାର୍‌ ମାଡେ ଭୂତଲ୍‌ ପାଏନ୍‌ ବି କମ୍‌ବାରେ ଲାଗିଛେ। ଇ ଅଂଚଲରେ ପାଏନ୍‌ ସଁକଟ୍‌ ଲାଗି ମାଏଝିମାନେ ମୁଡ଼ଫଟା ଖରାରେ ଭିଲ୍‌ ପାଏନ୍‌ ଲାଗି ନଲଚୁଅ। ଆଘେ ଲାଇନ୍‌ ଲମଉଛନ୍‌। ଆର୍‌ଗୁଟେ ଆଡେ ଖରା ତାତିକେ ଦେଖି ବେପାରିମାନେ ପାଏନ୍‌ ପାଉଚ୍‌ ଗୁଟା ୨ଟଁକା, ପାଏନ୍‌ ବୁତଲ ୨୦ ଟଁକା, ତରଭୁଜ୍‌ କେଜି ୧୦ଟଁକା, କୁସେର ରସ୍‌ ଆର୍‌ ଲସି ଗ୍ଲାସ ୧୫ରୁ ୨୫ଟଁକାରେ ବିକ୍‌ରି ହେଉଛେ।

ରେଳ ବିଭାଗକୁ ଅବଗତ କଲା ବନ ବିଭାଗ ବାଗଡିହିରେ ବୁଲୁଛନ୍ତି ୪ ହାତୀ

ଝାରସୁଗୁଡ଼ା ଅଫିସ,୨୪ା୪- ହାଓଡା-ମୁମ୍ବାଇ ମେଲ ଟ୍ରେନ୍‌ରେ କଟି ୪ ହାତୀର ମୃତ୍ୟୁ ହେବାପରେ ବନ ବିଭାଗର ଚେତା ପଶିଛି। ଅପରପକ୍ଷରେ ରେଳ ବିଭାଗ ମଧ୍ୟ ଏହି ଘଟଣା ପରେ ସତର୍କ ହୋଇଯାଇଛି। ଜାତୀୟସ୍ତରରେ ଉଭୟ ବନ ବିଭାଗ ଏବଂ ରେଳ ବିଭାଗ ସମାଲୋଚିତ ହେବା ପରେ ବିଭାଗୀୟ ଅଧିକାରୀମାନେ ସଚେତନ ହୋଇଛନ୍ତି। କାରଣ ବର୍ତ୍ତମାନ ଝାରସୁଗୁଡ଼ା ଜିଲା ବାଗଡିହି ରେଞ୍ଜ ଅଞ୍ଚଳରେ ୪ଟି ହାତୀ ବୁଲୁଥିବା ବନ ବିଭାଗ ନଜରକୁ ଆସିଛି। ହାତୀ ବୁଲୁଥିବା ନଜରକୁ ଆସିବା ପରେ ତୁରନ୍ତ ବାଗଡିହି ରେଞ୍ଜ୍‌ ତରଫରୁ ଟ୍ରେନ୍‌ର ଗତି ସେହି ଅଞ୍ଚଳରେ ହ୍ରାସ କରିବାକୁ ବାଗଡିହି ଷ୍ଟେଶନକୁ ସୂଚନା ପ୍ରଦାନ କରାଯାଇଛି। ବାଗଡିହି ଷ୍ଟେଶନରୁ ସୂଚନା ପାଇଁ ଝାରସୁଗୁଡ଼ା ଷ୍ଟେଶନ କର୍ତ୍ତୃପକ୍ଷ ପ୍ରତ୍ୟେକ ଟ୍ରେନର ଲୋକ ପାଇଲଟଙ୍କୁ ସତର୍କ କରାଉଛନ୍ତି। ଗାଡିର ଗତି ହ୍ରାସ କରିବା ସହ ସତର୍କତାର ସହ ଟ୍ରେନ୍‌ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଉଛି।

ନିର୍ଦ୍ଧାରିତ ମୂଲ୍ୟରୁ ଚଢ଼ା ଦରରେ ମଦ ବିକ୍ରି

ଜୁନାଗଡ,୨୪।୪ (ଡି.ଏନ୍‌.ଏ)କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ବିଦେଶୀ ମଦ ଦୋକାନଗୁଡିକରେ ମଦ ନିର୍ଦ୍ଧାରିତ ମୂଲ୍ୟଠାରୁ ଚଢାଦରରେ ବିକ୍ରି ହେଉଛି। ଏହି ଚଢା ଅର୍ଥ ମଦ ଦୋକାନ ମାଳିକଙ୍କ ସମେତ ଅବକାରୀ ଓ ପୋଲିସ ବିଭାଗ କର୍ମଚାରୀଙ୍କ ପକେଟକୁ ଯାଉଛି।

ଦୁଇଗୁନ୍‌ ହେଉଛେ ପାଏନ୍‌ ସମସିଆପିଇଲା ପାଏନ୍‌ ଲାଗି ସିଏମଓ ଗ୍ରିଭେନ୍ସରେ ଅଭିଯୋଗ

ଲାଠୋର ୨୪ା୪ (ଡି.ଏନ.ଏ)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଅଧିନ୍‌ କରୁଅଁ।ଝର ପନ୍‌ଚେତ୍‌ର ସାନଗୁର୍ଜିଭଟା ଗଁ।। ଇ ଗଁ।ରେ ବଛର ବଛର ହେଲା ପିଇଲା ପାଏନ୍‌ ସମସିଆ ଲାଗି ରହିଛେ। ସମସିଆଟା ତୁଟ୍‌ବାର ଜାଗାରେ ଦୁନୁଦିନ୍‌କେ ଗୁରୁତର ହେବାକେ ଯାଉଛେ ବଲି ଗଁ।ବାସୀ ଅଭିଯୋଗ୍‌ କରିଛନ୍‌। ବାର୍‌ବାର୍‌ ପର୍‌ଶାସନକେ ଜନାଲା ଉତ୍‌ରୁ ସି.ଏମ.ଓ ଗ୍ରିଭେନ୍ସରେ ଗୁହାରୀ କରାଯାଇଛେ।

ଗଁ । ଜଂଗଲ କଟା ଘଟ୍‌ନା ଧିଆନ ନାଇଁଦେବାର ବନ୍‌ବିଭାଗ୍‌

ଲୋଇସିଂହା,୨୪ । ୪(ଡି.ଏନ.ଏ)- ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ୍‌ ବଡ଼ଟିକା ପନ୍‌ଚେତ ଅଧୀନ୍‌ ଲରମ୍ଭାମୁଣ୍ଡା ଗଁ । ଅର୍‌ ସଂରକ୍ଷିତ୍‌ ଜଂଗଲରୁ ବେଆଇନ ଭାବେ ବହୁତ୍‌ ଦାମିକା ଗଛ୍‌ କାଟି ଚୁରା ଚାଲାନ କରାଯାଉଛେ। ଥାନୀୟ ଅଧିବାସୀକଁର ଅଭିଯୋଗ୍‌କେ ଆଧାର କରି ଗଣମାଧ୍ୟମରେ ଖବର ପର୍‌କାଶ ପାଇଥିଲା। ତାରପରେ ଭିଲ୍‌ ବନ୍‌ ବିଭାଗ୍‌ ଘଟ୍‌ନା ଉପରେ ଧିଆନ୍‌ ନାଇଁ ଦେଇକରି ଜଂଗଲ ମାଫିଆକୁ ଦୟା ଦେଖଉଥିବାର ଅଭିଯୋଗ୍‌ କରିଛନ୍‌ ଥାନୀୟ ଲୋକ୍‌। ବନ୍‌ବିଭାଗ୍‌ର ଇ ପର୍‌କାର ଆଚରନ୍‌କେ ନେଇ ଥାନୀୟ ଅଂଚଲରେ ବଡ଼ଭାରି ଅସନ୍‌ତୋଷ ଦେଖାଦେଇଛେ। ଲରମ୍ଭାମୁଣ୍ଡା ଗଁାରେ ଶିବ ଦେଉଲ ତିଆରି କାମ୍‌ ଚାଲିଛେ।

ସାମୂହିକ ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କୁ ନିବେଦନ

ସାମୂହିକ ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କୁ ନିବେଦନ

ନୂଆପଡ଼ା ଅଫିସ,୨୪ା୪ କୋମନା ବ୍ଲକ ରେଙ୍ଗ ଗାଁର ଗୋପାଳ ଅହୀରଙ୍କ ପରିବାର ଲୋକେ ନ୍ୟାୟ ବ୍ୟବସ୍ଥାରୁ ବିଶ୍ୱାସ ହରାଇଥିବା ଦର୍ଶାଇ ଶେଷରେ ସାମୂହିକ ଇଚ୍ଛାମୃତ୍ୟୁ କରିବେ ବୋଲି ଜିଲାପାଲଙ୍କ ନିକଟରେ ନିବେଦନ କରିଛନ୍ତି।ପ୍ରକାଶ ଯେ, ସ୍ଥାନୀୟ ରେଙ୍ଗ ଗାଁର ପ୍ରେମଲାଲ ଅହୀର ନିଜ ପୈତୃକ ସମ୍ପତ୍ତିର ଆବଣ୍ଟନ ସକାଶେ ଆଜିକୁ ୧୯ବର୍ଷ ତଳେ ନୂଆପଡ଼ା ସିଭିଲ କୋର୍ଟ(ଏସଆଇ ୩୭ା୨୧-୯୯)ର ଦ୍ୱାରସ୍ଥ ହୋଇଥିଲେ। ୨୦୦୪ରେ ଏହା ଉପରେ ନିର୍ଦ୍ଦେଶ ପାଇଥିଲେ।