ସମ୍ବଲପୁର

ଗଙ୍ଗାଧର ଜାତୀୟ ପୁରସ୍କାର: ତେଲୁଗୁ କବି କେ. ଶିବା ରେଡ୍ଡି ମନୋନୀତ

ଗଙ୍ଗାଧର ଜାତୀୟ ପୁରସ୍କାର: ତେଲୁଗୁ କବି କେ. ଶିବା ରେଡ୍ଡି ମନୋନୀତ
ସମ୍ବଲପୁର,୧୨।୧୨(ବ୍ୟୁରୋ)- ପ୍ରତିଷ୍ଠିତ ଗଙ୍ଗାଧର ଜାତୀୟ ପୁରସ୍କାର-୨୦୧୬ ପାଇବାକୁ ତେଲୁଗୁ ଭାଷାର ପ୍ରଖ୍ୟାତ କବି କେ. ଶିବା ରେଡ୍ଡୀ ମନୋନୀତ ହୋଇଛନ୍ତି। ତାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୧ତମ ପ୍ରତିଷ୍ଠା ଦିବସ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ବାବଦକୁ ନଗଦ ୫୦ ହଜାର୍‌ ଟଙ୍କା, ଅଙ୍ଗବସ୍ତ୍ର ଓ ପ୍ରଶସ୍ତୀପତ୍ର ଦିଆଯିବ। କବି ରେଡ୍ଡୀ ୧୯୪୩ ମସିହାରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲା ଅନ୍ତର୍ଗତ ତେନାଲୀ ନିକଟସ୍ଥ କାର୍ମୁରିଭାରିପାଲେମଠାରେ ଜନ୍ମଗ୍ରହଣ କରିଥିଲେ। ମଧ୍ୟମ ବର୍ଗର ଚାଷୀ ପରିବାରରେ ଜନ୍ମିତ ଶିବା ରେଡ୍ଡୀଙ୍କ ବାପା ଜଣେ ପାରମ୍ପରିକ କଣ୍ଠଶିଳ୍ପୀ। କିନ୍ତୁ ସମ୍ପର୍କୀୟ ଭାଇଙ୍କ ପାଠାଗାର ରହିଥିଲା। ଏହି ପରିବେଶ ତାଙ୍କୁ ସାହିତ୍ୟ ଆଡ଼କୁ ଆକର୍ଷିତ କରିଥିଲା। ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଭାଷାରେ ସ୍ନାତକ ଓ ସ୍ନାତାକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ହାଇଦ୍ରାବାଦର ବିବେକବର୍ଦ୍ଧିନୀ କଲେଜରେ ଦୀର୍ଘ ସମୟ ଧରି ଅଧ୍ୟାପନା କରି ଅଧ୍ୟକ୍ଷ ପଦରେ ଅବସର ଗ୍ରହଣ କରିଥିଲେ। ସମସାମୟିକ ତେଲୁଗୁ ସାହିତ୍ୟର ଦୃଢ଼ସ୍ବର ଭାବେ ବିବେଚିତ ରେଡ୍ଡୀଙ୍କ ପ୍ରଥମ କବିତା ସଂକଳନ ୧୯୭୩ ମସିହାରେ ପ୍ରକାଶ ପାଇଥିଲା। ୨୦୦୯ ମସିହା ପର୍ଯ୍ୟନ୍ତ ତାଙ୍କର ୧୭ଟି ପୁସ୍ତକ ପ୍ରକାଶ ପାଇଛି। ତାଙ୍କ ଲିଖିତ ୫ଟି କବିତା ସଂକଳନ ଇଂରାଜୀ, କନ୍ନଡ଼, ହିନ୍ଦୀ ପ୍ରଭୃତି ଭାଷାରେ ପ୍ରକାଶିତ ହୋଇଛି। ସେ ତାଙ୍କର ଷଷ୍ଠ କବିତା ସଂକଳନ ମୋହନ ! ଓଃ ମୋହନ! ସକାଶେ ୧୯୯୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ହାସଲ କରିଥିଲେ। ଏହା ସହ ସେ ଦେଶର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଛନ୍ତି। ତାଙ୍କର କବିତାରେ ଆଧୁନିକତା ରହିଛି। କିନ୍ତୁ ଗ୍ରାମ୍ୟପଥ ଓ ପ୍ରକୃତିର ଚିତ୍ର, ବିପ୍ଲବ, ଲୋକସଂସ୍କୃତି ପ୍ରତିଫଳିତ ହୋଇଥାଏ। ଜଣେ ବାମପନ୍ଥୀ କବି ହୋଇଥିଲେ ମଧ୍ୟ ସରଳ ଶବ୍ଦ ସଂଯୋଜନା ଯୋଗୁ ତାଙ୍କର କବିତାରେ ବିବିଧତା ଓ କାବି୍ୟକ ଚିନ୍ତାଧାରା ରହିଥାଏ। କବି ବ୍ୟତୀତ ସେ ଜଣେ ଦକ୍ଷ ବକ୍ତା ଭାବେ ମଧ୍ୟ ସେ ପରିଚିତ ଅଟନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଦ୍ୟାବଧି ଦେଶର ୨୫ ଜଣ କବିଙ୍କୁ ଭାରତୀୟ ଭାଷାର କବିତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ସେମାନଙ୍କ ମଧ୍ୟରେ ଅଲ୍ଲୀ ସର୍ଦ୍ଦର ଜାଫରି, ନବକାନ୍ତ ବରୁଆ, ଶକ୍ତି ଚ୍ଚଟ୍ଟୋପାଧ୍ୟାୟ, ଜୟନ୍ତ ମହାପାତ୍ର, କେଦାରନାଥ ସିଂହ, ଆୟପ୍ପା ପାନିକର୍‌, ସୀତାକାନ୍ତ ମହାପାତ୍ର, ନିରୂପମା କୌର, ବିନ୍ଦା ତାରାନ୍ଦିକର୍‌, ରମାକାନ୍ତ ରଥ, କେ.ସଚ୍ଚିଦାନନ୍ଦ, ଶଙ୍ଖ ଘୋଷ, ସୀତାଂଶୁ ୟଶଚନ୍ଦ୍ର, ଦିଲ୍ଲୀପ ଚିତ୍ରେ, ଗୁଲଜାର, ନିଳମଣୀ ଫୁକନ, ହରପ୍ରସାଦ ଦାସ, ଏ.ଏମ୍‌.କେ.ସାହାରିଆର୍‌, ସୁର୍‌ଜିତ୍‌ ପତର୍‌, ରାଜେନ୍ଦ୍ର କିଶୋର ପଣ୍ଡା, ବଲ୍‌ରାଜ୍‌ କୋମଲ, ବାସଦେବ ମୋହି, ସୌଭାଗ୍ୟ କୁମାର ମିଶ୍ର, ସୁବୋଧ ସରକାର, ଲୀଲାଧର ଜାଗୋରି ରହିଛନ୍ତି। ସ୍ବଭାବ କବି ଗଙ୍ଗାଧର୍‌ ମେହେରଙ୍କ ନାମରେ ବିଶ୍ୱବିଦ୍ୟାଳୟ ୧୯୮୯ ମସିହାରେ ଏହି ପୁରସ୍କାର ସ୍ଥାପନ କରିଛି । ପ୍ରସ୍ତୁତି-ବି.ଶଙ୍କର
All Right Reserved By

ସମ୍ବଲପୁର

ବାଉତୀ ଫୁଟବଲ ଟୁର୍ନାମେଣ୍ଟ: ଟାଟରକିଲା ଚାମ୍ପିୟନ

ବାଉତୀ ଫୁଟବଲ ଟୁର୍ନାମେଣ୍ଟ: ଟାଟରକିଲା ଚାମ୍ପିୟନ

ବୀରମହାରାଜପୁର, ୧୫।୧୦ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କୁମୁରସିଂଘା ଖେଳ ପଡିଆଠାରେ ଆୟୋଜିତ ୮ମ ମା’ ବାଉତୀ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। 

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା: ବିକାଶ ନାଁରେ ଚାଲିଛି ଖୋଲା ଦୁର୍ନିତୀ

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା: ବିକାଶ ନାଁରେ ଚାଲିଛି ଖୋଲା ଦୁର୍ନିତୀ

ନୂଆଗାଁ,୧୫।୧୦(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମଜିଏସୱାଇ) ଗ୍ରାମାଞ୍ଚଳରେ ରାସ୍ତା ଘାଟର ବିକାଶରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଆସୁଛି । ଗାଁକୁ ଗାଁ, ଗାଁକୁ ସଦର ମହକୁମା ତଥା ଗାଁକୁ ସହର ସହିତ ସଂଯୋଗୀକରଣରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ଭୁମିକା ଗୁରୁତ୍ୱପୂର୍ଣ୍ଣ । 

ଡଙ୍ଗର ଯାତ୍ରାରେ ୬ଟି ବୋଦା, ମେଣ୍ଢା ବଳି

ଡଙ୍ଗର ଯାତ୍ରାରେ ୬ଟି ବୋଦା, ମେଣ୍ଢା ବଳି

ରିଷିଡ଼ା,୧୫।୧୦(ଡ଼ି.ଏନ.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ନିକଟସ୍ଥ ବଡଡୁଙ୍ଗୁରୀଗୁଡ଼ାଠାରେ ରବିବାର ଡଙ୍ଗର ଯାତ୍ରା ଅବସରରେ ଗୋଟିଏ ମେଣ୍ଢା ବଳି ଦିଆଯାଇଛି । 

ତିତ୍‌ଲି ବାତ୍ୟାରେ ଆଖୁ ଚାଷ କ୍ଷତିଗ୍ରସ୍ଥ

ତିତ୍‌ଲି ବାତ୍ୟାରେ ଆଖୁ ଚାଷ କ୍ଷତିଗ୍ରସ୍ଥ

ଗୁଡ଼ଭେଲା,୧୫।୧୦(ଡ଼ି.ଏନ.ଏ.): ଗତ ସପ୍ତାହରେ ଆସିଥିବା ବାତ୍ୟା ତିତ୍‌ଲିରେ ଗୁଡ଼ଭେଲା ବ୍ଳକରେ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି।

ବିପଦ ସଙ୍କୁଳ ଅବସ୍ଥାରେ ବସ୍‌ ଛାତ ଉପରେ ଯାତ୍ରୀ

ବିପଦ ସଙ୍କୁଳ ଅବସ୍ଥାରେ ବସ୍‌ ଛାତ ଉପରେ ଯାତ୍ରୀ

ଅତାବିରା,୧୫।୧୦(ଡି.ଏନ.ଏ.): ଦଶହରା ପର୍ବ ପର୍ବାଣୀ ପାଇଁ ରାସ୍ତା, ଘାଟ, ବସ, ଟ୍ରେକର ଗୁଡିକରେ ଯାତ୍ରୀଙ୍କ ନାହିଁ ନ ଥିବାର ଭିଡ ଦେଖିବାକୁ ମିଳୁଛି । ବିଭିନ୍ନ ବସଷ୍ଟାଣ୍ଡ, ଛକ ଗୁଡିକରେ ବସ, ଟ୍ରେକର ଡ୍ରାଇଭର, କଣ୍ଟ୍ରାକ୍ଟରମାନେ ଓଭର ଲୋଡରେ ଯାତ୍ରୀମାନଙ୍କୁ ବସାଇ ନେଉଛନ୍ତି । 

୨୭ବର୍ଷ ହେବ ୱାଚରଙ୍କୁ ମିଳିନି ଦରମା: ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ

୨୭ବର୍ଷ ହେବ ୱାଚରଙ୍କୁ ମିଳିନି ଦରମା: ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୧୫।୧୦(ଡି.ଏନ.ଏ): କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ରେଙ୍ଗାଲି ଗ୍ରାମ ସ୍ଥିତ କାଶିଡଙ୍ଗରରେ ଜବାହାର ରୋଜଗାର ଯୋଜନାରୁ ୧୯୯୦ରେ ବୃକ୍ଷ ରୋପଣ କରାଯାଇଥିଲା ।

ବଲାଙ୍ଗୀର କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ବଲାଙ୍ଗୀର କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ବଲାଙ୍ଗୀର ଅଫିସ,୧୫।୧୦: ବଲାଙ୍ଗୀର ସିଭିଲ କୋର୍ଟ ପରିସରରୁ ରବିବାର ସନ୍ଧ୍ୟାରେ ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିଥିବା ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ହେଲେ ବଲାଙ୍ଗୀର ମାଳପଡାର କଳିଙ୍ଗ ମେଣ୍ଡଲି(୩୦) ବୋଲି ଜଣାପଡିଛି ।

ହାଟପଡ଼ା ଦୁର୍ଗାପୂଜା, ଏଥର ବଜେଟ୍‌ ୨୦ ଲକ୍ଷ

ହାଟପଡ଼ା ଦୁର୍ଗାପୂଜା, ଏଥର ବଜେଟ୍‌ ୨୦ ଲକ୍ଷ

ସମ୍ବଲପୁର,୧୫।୧୦(ବ୍ୟୁରୋ) : ସମ୍ବଲପୁରରେ ଦୁର୍ଗାପୂଜାର ନିଆରା ପରମ୍ପରା ରହିଛି। ଦେବୀଙ୍କ ପୂଜାର୍ଚ୍ଚନା ସହ ଆଖଡା ଖେଳ ବହୁ ପୁରୁଣା ପରମ୍ପରା ଅଟେ । ସମ୍ବଲପୁର ହାଟପଡ଼ା ଦୁର୍ଗାପୂଜା କମିଟି ଦଶହରା ମାସର ଶୁକ୍ଲପକ୍ଷ ସପ୍ତମୀ ତିଥିରୁ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥାଏ ।

ଉଜୁଡିବ ଧଳାସୁନା ଚାଷ

ଉଜୁଡିବ ଧଳାସୁନା ଚାଷ

ପଦ୍ମପୁର, ୧୫।୧୦ (ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ପଦ୍ମପୁର, ଗାଇସିଲେଟ ଓ ପାଇକମାଳ ବ୍ଲକ ଅଞ୍ଚଳରେ ଧଳାସୁନା ଭାବେ ପରିଚିତ କପା ଚାଷ କରାଯାଉଛି। 

ତିତ୍‌ଲି ବର୍ଷାରେ ଭାଙ୍ଗିଲା ଘର

ତିତ୍‌ଲି ବର୍ଷାରେ ଭାଙ୍ଗିଲା ଘର

ତଳଗାଁ,୧୫।୧୦(ଡି.ଏନ୍‌.ଏ): ତିତ୍‌ଲି ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ହରଭଙ୍ଗା ବ୍ଲକର ତଳଗାଁ ପଞ୍ଚାୟତରେ ଅନେକ ଘର ଭାଙ୍ଗି ଯାଇଛି । ତଳଗାଁ ପଞ୍ଚାୟତ ହରିଜନ ସାହିରେ ରୁହନ୍ତି ଚକ୍ରଧର ବେହେରା (୬୮) । 

ଚାଷୀ ସମସ୍ୟା ନେଇ ଆନ୍ଦୋଳନ ଆହ୍ବାନ

ଚାଷୀ ସମସ୍ୟା ନେଇ ଆନ୍ଦୋଳନ ଆହ୍ବାନ

ବରଗଡ଼ ଅଫିସ୍‌,୧୫।୧୦: ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ବଜାର ପ୍ରାଙ୍ଗଣରେ ରବିବାର ଜୟ କିଶାନ ଆନ୍ଦୋଳନର ଏକ ଆଞ୍ଚଳିକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ଧାନଚାଷ ନଷ୍ଟ ଆଶଙ୍କା

ଧାନଚାଷ ନଷ୍ଟ ଆଶଙ୍କା

ଜୁନାଗଡ,୧୫।୧୦ (ଡି.ଏନ.ଏ.): ଇନ୍ଦ୍ରାବତୀ କୁସୁମଖୁଣ୍ଟି ଡିଭିଜନ ବାମ ମୁଖ୍ୟ କେନାଲର ତଳ ଅଞ୍ଚଳରେ ଥିବା ଜୁନାଗଡ ବ୍ଲକ ଆଟିଗଁ । ଓ ତଳମଲା ପଞ୍ଚାୟତକୁ ଠିକ ଭାବେ କେନାଳ ପାଣି ପହଞ୍ଚତ୍ ପାରୁ ନାହିଁ ।