ସମ୍ବଲପୁର

ଦୁବାଇରେ ୨ ମହିଳାଙ୍କୁ ୨୫ଲକ୍ଷରେ ବିକ୍ରି:ଭାରତୀୟ ଦୂତାବାସ ସହାୟତରେ ଫେରିଲେ

ଦୁବାଇରେ ୨ ମହିଳାଙ୍କୁ ୨୫ଲକ୍ଷରେ ବିକ୍ରି:ଭାରତୀୟ ଦୂତାବାସ ସହାୟତରେ ଫେରିଲେ

ରାଉରକେଲା ଅଫିସ,୧୨।୧୨- ଦୁବାଇରେ ବିକ୍ରି ହୋଇଥିବା ରାଉରକେଲାର ଦୁଇ ମହିଳା ଭାରତୀୟ ଦୂତାବାସ ଉଦ୍ୟମକ୍ରମେ ଭାରତ ଫେରିଆସିଛନ୍ତି। ସାମାଜିକ କର୍ମୀ ମିନତୀ ଦେବତାଙ୍କ ସହାୟତାରେ ସେମାନେ ଏ ନେଇ ରଘୁନାଥପାଲି ଥାନା ଓ ରାଉରକେଲା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଜଣେ ମହିଳା ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କର ଦୁଇ ଝିଅ ଅଛନ୍ତି। ସ୍ବାମୀ ରାଜ୍ୟ ବାହାରେ କାମ କରନ୍ତି। ୨୦୧୬ ଡିସେମ୍ବର ୧୩ରେ ବିଶ୍ୱଜିତ ମଲ୍ଲିକ ଓରଫ ମୁନା ଦୁବାଇରେ ମାସିକ ୫୦ ହଜାର ଟଙ୍କାରେ କାମ ଯୋଗାଇଦେବାକୁ ପ୍ରଲୋଭନ ଦେଖାଇଥିଲେ। ପରେ ରାଉରକେଲାର ଏକ ହୋଟେଲକୁ ନେଇଥିଲେ। ସେଠାରେ ଜଣେ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟକଲେ। ଏହାର ଭିଡିଓ ବନାଇ ଦେଲେ। ଏ ସମ୍ପର୍କରେ କାହାକୁ କହିଲେ ଭିଡିଓକୁ ଭାଇରାଲ କରିଦେବାକୁ ଧମକାଇଲେ। ଭୟରେ ମୁଁ ନୀରବ ରହିଲି। ପୁଣି ଚଳିତବର୍ଷ ଏପ୍ରିଲ ୧୩ରେ ମୋତେ ମାଡ୍ରାସ ନେଲେ। ସେଠାରେ ଏକ ହୋଟେଲରେ ବଳାତ୍କାର କଲେ। ଏପ୍ରିଲ ୨୭ରେ ଦିଲ୍ଲୀ ନେଇଗଲେ। ସେଠାରୁ ମେ’ ୫ରେ ଦୁବାଇ ନେଇଗଲେ। ତେବେ ସେଠାରେ ପାଇଖାନା ସଫା କରିବା ଓ ଘର ଝାଡ଼ୁ ମାରିବା କାମରେ ଲଗାଇଲେ। ସେଠାରେ ଏହାର ପ୍ରତିବାଦ କରିବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ କହିଲେ, ୧୫ ଲକ୍ଷ ଟଙ୍କାରେ ବିଶ୍ୱଜିତ ତୁମକୁ ବିକ୍ରି କରିଦେଇଛି। ତେଣୁ ତୁମେ ଏଠାରେ ରହିବ। ଦିନବେଳା ଘର କାମରେ ଲଗାଉଥିଲେ। ରାତିରେ ଶଯ୍ୟାସଙ୍ଗିନୀ ହେବାକୁ ପଡୁଥିଲା। କୌଶଳକ୍ରମେ ସେଠାରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କଲି। ତାଙ୍କ ସହାୟତାରେ ଭାରତ ପହଞ୍ଚିଲି ବୋଲି ମହିଳା ଜଣକ ପୋଲିସକୁ କହିଛନ୍ତି। ସେହିପରି ଅନ୍ୟଜଣେ ମହିଳା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ଯେ ବିଶ୍ୱଜିତ ତାଙ୍କୁ ଦୁବାଇରେ ମାସିକ ୩୦ ହଜାର ଟଙ୍କାରେ ଚାକିରି କରାଇଦେବାକୁ କହି ନେଇଯାଇଥିଲେ। ହେଲେ ସେଠାରେ ଜଣେ ବ୍ୟକ୍ତିଙ୍କ ଘରେ ଚାକରାଣୀ ଭାବେ କାମ କରିବାକୁ ପଡ଼ିଲା। ଏ ନେଇ ପ୍ରତିବାଦ କରିବାରୁ କହିଲେ, ୧୦ ଲକ୍ଷ ଟଙ୍କାରେ ବିଶ୍ୱଜିତ ତୁମକୁ ବିକ୍ରି କରିଦେଇଛି। ତୁମେ ସବୁଦିନ ଏଠାରେ ରହି କାମ କରିବ। ହେଲେ ଏଥିରେ ସେ ଅରାଜି ହେବାରୁ ତାଙ୍କୁ ଇଲେକ୍ଟ୍ରିକ ଶକ୍‌ ଦେଇଥିଲେ। ଏ ନେଇ ସେ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି ଭାରତ ଫେରି ଆସିଥିବା ଗଣମାଧ୍ୟମକୁ କହିଛନ୍ତି। ଏହି ମହିଳାଦ୍ୱୟ କହିଛନ୍ତି ଏହିପରି ୫୦ ଜଣ ଭାରତୀୟ ମହିଳାଙ୍କୁ ଏକ ସ୍ଥାନରେ ବନ୍ଦୀ ରଖାଯାଇଛି। ଜଣକ ପରେ ଜଣକୁ ବିଭିନ୍ନ ଲୋକଙ୍କୁ ବିକ୍ରି କରି ଦିଆଯାଉଛି।
ସାମାଜିକ କର୍ମୀ ଦେବତା କହିଛନ୍ତି, ବିଶ୍ୱଜିତ ଜଣେ ଦଲାଲ। ସେ ଏଭଳି ଭାବେ ରାଉରକେଲାରୁ ଅନେକ ଯୁବତୀ ଓ ମହିଳାଙ୍କୁ ନେଇ ଦୁବାଇରେ ବିକ୍ରି କରନ୍ତି। ଏସ୍‌ପି ଡ. ଉମାଶଙ୍କର ଦାଶ କୁହନ୍ତି, ଏ ନେଇ ଏକ ମାମଲା ରୁଜୁ କରାଯାଇଛି। ବିଶ୍ୱଜିତ ଏଭଳି କାର୍ଯ୍ୟରେ ପୂର୍ବରୁ ମଧ୍ୟ ଜଡିତ ଥିବା ଜଣାପଡିଛି। ପୂର୍ବରୁ ତାଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି। ତାକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି ବୋଲି ଏସ୍‌ପି ଦାଶ କହିଛନ୍ତି।

All Right Reserved By

Model This Week

ନିକିତା

ସମ୍ବଲପୁର

ବାଳିକା ବିଦ୍ୟାଳୟରେ ସମ୍ମାନ ସମାରୋହ

ସମ୍ବଲପୁର,୨୧।୪(ବ୍ୟୁରୋ)- ସମ୍ବଲପୁର ବାଳିକା ବିଦ୍ୟାଳୟର ସମ୍ମାନ ସମାରୋହ ଶନିବାର କ୍ଷେତରାଜପୁର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସନ୍ତୋଷ କୁମାର ହୋତାଙ୍କ ପରିଚାଳନାରେ ଉତ୍ସବ ହୋଇଥିଲା। ସ୍କୁଲ ପ୍ରବନ୍ଧନ କମିଟି ଟ୍ରଷ୍ଟି ମାଙ୍ଗେଲାଲ ଅଗ୍ରୱାଲ, ସଭାପତି ପ୍ରଭାସ ଚନ୍ଦ୍ର ଅଗ୍ରୱାଲ, ସମ୍ପାଦକ ମଙ୍ଗତୁରାମ ଅଗ୍ରୱାଲ, ଜୟଦୟାଲ ଅଗ୍ରୱାଲ, ପ୍ରଦୀପ କାଶ୍ମିରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ।

ଜନାର୍ଦ୍ଧନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ପ୍ରସଙ୍ଗ: ୨୬ରୁ ମହିଳାଙ୍କ ଆମରଣ ଅନଶନ ଚେତାବନୀ

ଜନାର୍ଦ୍ଧନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ପ୍ରସଙ୍ଗ: ୨୬ରୁ ମହିଳାଙ୍କ ଆମରଣ ଅନଶନ ଚେତାବନୀ ସମ୍ବଲପୁର,୨୧।୪(ବ୍ୟୁରୋ)- ସମ୍ବଲପୁର ବୈଦ୍ୟନାଥ ଛକ ସ୍ଥିତ ଡ. ଜନାର୍ଦ୍ଧନ ପୁଜାରୀ ମାତୃମଙ୍ଗଳ କେନ୍ଦ୍ର ପ୍ରସୂତୀ ବିଭାଗରେ ସମସ୍ୟା ରହିଛି । ୨୫ ତାରିଖ ସୁଦ୍ଧା ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ସମସ୍ୟାର ସମାଧାନ ନେଇ ଦାବି କରାଯାଇଛି। ଦାବି ପୂରଣ ନ ହେଲେ ୨୬ ତାରିଖରୁ ଅଞ୍ଚଳର ମହିଳାମାନେ ମାତୃମଙ୍ଗଳ କେନ୍ଦ୍ର ସମ୍ମୁଖରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି।

ବାଳିକା ବିଦ୍ୟାଳୟରେ ସମ୍ମାନ ସମାରୋହ

ସମ୍ବଲପୁର,୨୧। ୪(ବ୍ୟୁରୋ)- ସମ୍ବଲପୁର ବାଳିକା ବିଦ୍ୟାଳୟର ସମ୍ମାନ ସମାରୋହ ଶନିବାର କ୍ଷେତରାଜପୁର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସନ୍ତୋଷ କୁମାର ହୋତାଙ୍କ ପରିଚାଳନାରେ ଉତ୍ସବ ହୋଇଥିଲା। ସ୍କୁଲ ପ୍ରବନ୍ଧନ କମିଟି ଟ୍ରଷ୍ଟି ମାଙ୍ଗେଲାଲ ଅଗ୍ରୱାଲ, ସଭାପତି ପ୍ରଭାସ ଚନ୍ଦ୍ର ଅଗ୍ରୱାଲ, ସମ୍ପାଦକ ମଙ୍ଗତୁରାମ ଅଗ୍ରୱାଲ, ଜୟଦୟାଲ ଅଗ୍ରୱାଲ, ପ୍ରଦୀପ କାଶ୍ମିରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ।

ଦେଶରେ ଅଘୋଷିତ ଆର୍ଥିକ ପରିସ୍ଥିତି: ବ୍ୟାଙ୍କ ଶାଖା ସମ୍ମୁଖରେ ବିଜେଡିର ବିକ୍ଷୋଭ

ଦେଶରେ ଅଘୋଷିତ ଆର୍ଥିକ ପରିସ୍ଥିତି: ବ୍ୟାଙ୍କ ଶାଖା ସମ୍ମୁଖରେ ବିଜେଡିର ବିକ୍ଷୋଭ

ସମ୍ବଲପୁର,୨୧।୪(ବ୍ୟୁରୋ)- ଦେଶରେ ଆର୍ଥିକ ପରିସ୍ଥିତି ସୃଷ୍ଟି ହୋଇଛି। ଏଟିଏମ୍‌ଗୁଡିକରେ ଟଙ୍କା ମିଳୁନାହିଁ । ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଉନାହାନ୍ତି। କେନ୍ଦ୍ର ସରକାରଙ୍କ ଆର୍ଥୀକ ପରିଚାଳନାରେ ଅପାରଗତା ବିରୋଧରେ ଶନିବାର ଜିଲା ବିଜୁ ଜନତା ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନ କରାଯାଇଛି।

ସମସ୍ୟାରେ ବାସଚ୍ୟୁତ ପରିବାର: ରେଙ୍ଗାଲି ବିଧାୟକ ଜିଲାପାଳଙ୍କ ଦ୍ୱାରସ୍ଥ

ସମସ୍ୟାରେ ବାସଚ୍ୟୁତ ପରିବାର: ରେଙ୍ଗାଲି ବିଧାୟକ ଜିଲାପାଳଙ୍କ ଦ୍ୱାରସ୍ଥ

ସମ୍ବଲପୁର,୨୧।୪(ବ୍ୟୁରୋ)- ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ କାରଖାନାରେ ବାସଚ୍ୟୁତ ଓ କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟା ଲାଗି ରହିଛି । ପ୍ରତ୍ୟେକ ଜମି ହରା କ୍ଷତିଗ୍ରସ୍ତ ପରିବାରକୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦିଆଯାଉ। ସିଏସ୍‌ଆର କାର୍ଯ୍ୟକ୍ରମ ଅନୁସାରେ କ୍ଷତିଗ୍ରସ୍ତ ଅଞ୍ଚଳରେ ଅଗ୍ରାଧିକାର ଭିର୍ତ୍ତିରେ ଉନ୍ନତି ମୂଳକ କାର୍ଯ୍ୟ କରାଯିବା ଆବଶ୍ୟକତା ରହିଛି । କିନ୍ତୁ କମ୍ପାନୀ ଜାଣିଶୁଣି ଉନ୍ନତି ମୂଳକ କାର୍ଯ୍ୟ ପ୍ରତି ବିମୁଖ ରହୁଛି। ଅପରପକ୍ଷେ ୧୯୮ଟି ଲେଫ୍ଟ ଆଉଟ୍‌ ଷ୍ଟ୍ରକଚର୍‌ର ଅର୍ଥ ପ୍ରଦାନ କରାଯାଉ ନାହିଁ । ଗତ ଜାନୁୟାରୀ ୨୫ ତାରିଖରେ ଆର୍‌ପିଡିଏସି ବୈଠକରେ ଜିଲାର ରେଙ୍ଗାଲି ତହସିଲ ଅଞ୍ଚଳରେ ଗଢ଼ି ଉଠିଥିବା ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପରେ ଜମି ଓ ଘର ହରାଇଥିବା ପରିବାରମାନଙ୍କ ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ସୁଫଳ ହୋଇନାହିଁ। ଫଳରେ ଶନିବାର ରେଙ୍ଗାଲି ବିଧାୟକ ରମେଶ ପଟୁଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳ ସମର୍ଥ ବର୍ମାଙ୍କ ସହ ଆଲୋଚନା କରିଛନ୍ତି।

ନାବଳିକା ବଳାତ୍କାର ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ନାବଳିକା ବଳାତ୍କାର ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବରଗଡ଼,୨୧।୪(ଡି.ଏନ୍‌.ଏ.)- ବରଗଡ଼ ଟାଉନ ଥାନା ଅଧୀନ ଘୁଲିପାଲିରେ ୨୦୧୪ରେ ଘଟିଥିବା ବହୁ ଚର୍ଚ୍ଚିତ ନାବାଳିକା ବଳାତ୍କାର ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ବରଗଡ଼ ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ) ପ୍ରଣବ କୁମାର ପାତ୍ର ମାମଲାର ବିଚାର କରି ଅଭିଯୁକ୍ତ ଘୁଲିପାଲି ଗ୍ରାମର ପରଦେଶୀ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଦୋକାନରେ ସ୍ବାସ୍ଥ୍ୟ ବିଭାଗର ଚଢାଉ

ଦୋକାନରେ ସ୍ବାସ୍ଥ୍ୟ ବିଭାଗର ଚଢାଉ

ବରଗଡ଼,୨୧।୪(ଡି.ଏନ୍‌.ଏ.)- ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବରଗଡ଼ ସହର ବସ୍‌ଷ୍ଟାଣ୍ଡ ଛକ ସହ ବିଭିନ୍ନ ସ୍ଥାନରେ ଶିଶୁଙ୍କ ଖାଦ୍ୟ ବିକ୍ରି ହେଉଥିବା ଦୋକାନଗୁଡିକରେ ଶନିବାର ଚଢାଉ କରାଯାଇଛି। ଚଢାଉ ବେଳେ ଦୋକାନଗୁଡିକରେ ରଖାଯାଇଥିବା ପିଲାଙ୍କ ଖାଦ୍ୟର ଗୂଣମାନ ଯାଞ୍ଚ କରାଯାଇଛି।

ଏଟିଏମ୍‌ରୁ ବାହାରୁନି ଟଙ୍କା: ବିଜେଡିର ବ୍ୟାଙ୍କ ସମ୍ମୁଖରେ ଧାରଣା

ଏଟିଏମ୍‌ରୁ ବାହାରୁନି ଟଙ୍କା: ବିଜେଡିର ବ୍ୟାଙ୍କ ସମ୍ମୁଖରେ ଧାରଣା

ଭବାନୀପାଟଣା,୨୧।୪(ଡି.ଏନ୍‌.ଏ.)- ଦେଶରେ ଆର୍ଥିକ ପରିସ୍ଥିତି ସୃଷ୍ଟି ହୋଇଛି। ଏଟିଏମ୍‌ରେ ଟଙ୍କା ନ ଥିବାରୁ ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିମୁଦ୍ରୀକରଣ ସମୟରେ ଯାହା ଘଟିଥିଲା ତାର ପୁନରାବୃତ୍ତି ଘଟିଛି। କେନ୍ଦ୍ର ସରକାରଙ୍କ ଦୃଷ୍ଟିହୀନ ପଦକ୍ଷେପ ସାଙ୍ଗକୁ ଆର୍ଥିକ ପରିଚାଳନା ତ୍ରୁଟି ଯୋଗୁ ବର୍ତ୍ତମାନ ଦେଶରେ ଆର୍ଥିକ ବିଶୃଙ୍ଖଳା ଦେଖାଦେଇଛି। ଏହାର ପ୍ରତିବାଦରେ ରାଜ୍ୟ ବିଜେଡିର ଆହ୍ବାନ କ୍ରମେ ଶନିବାର କଳାହାଣ୍ଡି ବିଜେଡି ପକ୍ଷରୁ ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ଧାରଣା ଦିଆଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ଭବାନୀପାଟଣାରେ ଝଡତୋଫାନ: ବଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ

ଭବାନୀପାଟଣାରେ ଝଡତୋଫାନ: ବଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ

ଭବାନୀପାଟଣା,୨୧।୪(ଡି.ଏନ୍‌.ଏ.)- କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ରାତିରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଝଡତୋଫାନ୍‌ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଏପରି କି ରାତିରେ ବିଦ୍ୟୁତ୍‌ ସରୋବରାହ ବ୍ୟାହତ ହୋଇଥିଲା ା ୱେସ୍କୋ କର୍ମଚାରୀମାନେ ଦୀର୍ଘ ସମୟ ଧରି ମରାମତି କରିବା ପରେ ରାତି ପ୍ରାୟ ୩ଟାରେ ଭବାନୀପାଟଣା ସହରର କିଛି ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ହୋଇପାରିଥିଲା।

ପରିତ୍ୟକ୍ତ ଅବସ୍ଥାରେ ବ୍ରାହ୍ମଣୀ, ଦାନୀ ବନ୍ଧ: ପଙ୍କ ଉଦ୍ଧାର ଦାବି

ପରିତ୍ୟକ୍ତ ଅବସ୍ଥାରେ ବ୍ରାହ୍ମଣୀ, ଦାନୀ ବନ୍ଧ: ପଙ୍କ ଉଦ୍ଧାର ଦାବି

ପଦ୍ମପୁର,୨୧।୪(ଡି.ଏନ୍‌.ଏ.)- ପଦ୍ମପୁର ଏନ୍‌ଏସି ଅଧୀନରେ ଥିବା ଘରୋଇ ବସ୍‌ଷ୍ଟାଣ୍ଡ ନିକଟସ୍ଥ ବ୍ରାହ୍ମଣୀ ନଦୀବନ୍ଧ ଏବଂ କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ପାଖରେ ଥିବା ଦାନୀବନ୍ଧର ପଙ୍କ ଉଦ୍ଧାର ପାଇଁ ସହରବାସୀ ଦାବି କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଏହି ଦୁଇ ପୋଖରୀରେ ସହରର ଜନସାଧାରଣ ନିର୍ଭର କରୁଛନ୍ତି।

ଏଟିଏମ୍‌ ଟଙ୍କା ଶୂନ୍ୟ: ସୁବର୍ଣ୍ଣପୁରରେ ବ୍ୟାଙ୍କ ସମ୍ମୁଖରେ ବିଜେଡିର ପ୍ରତିବାଦ

ଏଟିଏମ୍‌ ଟଙ୍କା ଶୂନ୍ୟ: ସୁବର୍ଣ୍ଣପୁରରେ ବ୍ୟାଙ୍କ ସମ୍ମୁଖରେ ବିଜେଡିର ପ୍ରତିବାଦ

ସୋନପୁର,୨୧।୪(ନି.ପ୍ର.)- ଦେଶବ୍ୟାପି ଏଟିଏମ୍‌ରେ ଟଙ୍କା ସଙ୍କଟ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଦୂରଦୃଷ୍ଟିହୀନ ପଦକ୍ଷେପ ଯୋଗୁ ଦେଶରେ ଆର୍ଥିକ ବିଶୃଙ୍ଖଳା ସୃଷ୍ଟି ହୋଇଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ସୁବର୍ଣ୍ଣପୁରର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି।

ବଡଗାଁ ବିଜେଡିର ବ୍ୟାଙ୍କ ସମ୍ମୁଖରେ ଧାରଣା

ବଡଗାଁ ବିଜେଡିର ବ୍ୟାଙ୍କ ସମ୍ମୁଖରେ ଧାରଣା

ବଡଗାଁ,୨୧।୪(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ବଡଗାଁ ବ୍ଲକ ବିଜେଡି ପକ୍ଷରୁ ଦେଶରେ ଦେଖାଦେଇଥିବା ଆର୍ଥିକ ପରିସ୍ଥିତି ବିରୋଧରେ ଶନିବାର ପୂର୍ବାହ୍ନ ୧୧ଟାରେ ବଡଗାଁ ଷ୍ଟେଟ ବ୍ୟାଙ୍କ ଏବଂ ପଞ୍ଚାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଧାରଣ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।