Dharitri News
ସମ୍ବଲପୁର

ଅନାଥ ପିଲାଙ୍କ ଅବସ୍ଥା ଦୟନୀୟ :ଭାଇକୁ ପାଠ ପଢାଇବା ପାଇଁ ମୂଲ ଲାଗୁଛି ଭଉଣୀ

ଅନାଥ ପିଲାଙ୍କ ଅବସ୍ଥା ଦୟନୀୟ :ଭାଇକୁ ପାଠ ପଢାଇବା ପାଇଁ ମୂଲ ଲାଗୁଛି ଭଉଣୀ ଜୁନାଗଡ଼,୧୨।୧୨(ଡି.ଏନ୍‌.ଏ.)-ମା’ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡିଥିବା ସାନ ଭାଇକୁ ସାହାରା ହୋଇଛନ୍ତି ବଡ ଭଉଣୀ। ସାନ ଭାଇର ଖାଇବା ପିଇବାଠାରୁ ପାଠ ପଢା ପର୍ଯ୍ୟନ୍ତ ସବୁ କଥା ବୁଝୁଛନ୍ତି ସେ। ଭାଇକୁ ଶିକ୍ଷିତ କରିବା ପାଇଁ ମୂଲ ଲାଗି ଅର୍ଥ ରୋଜଗାର କରୁଛନ୍ତି। ସେଥିରେ ସେ ସାନ ଭାଇକୁ ପାଠ ପଢାଉଛନ୍ତି। ଏବେ ଧାନ କଟା ଚାଲିଥିବାରୁ ଭଉଣୀ ଅନ୍ୟ ଲୋକଙ୍କ ଜମିରେ ଧାନ କାଟିବା ପାଇଁ ମୂଲ ଲାଗୁଥିବା ଦେଖିବାକୁ ମିଳିଛି। ଭାଇକୁ ଶିକ୍ଷିତ କରିବା ପାଇଁ ଲାଗିପଡିଥିବା ଏହି ଭଉଣୀ ଜଣକ ହେଉଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମାଟିଗାଁ ପଞ୍ଚାୟତ କୁମ୍ବପଡାର ସୁଷମା ଗୁରୁ(୧୮)। ଏହି ବୟସରେ ନିଜ ସୁଖଶିରୀକୁ ତୁଚ୍ଛ କରିଦେଇଛନ୍ତି ସେ। ୬ ବର୍ଷ ତଳେ ତାଙ୍କ ବାପା ଶ୍ରୀବତ୍ସଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। କିଛିଦିନ ମା’ ବାସନ୍ତୀ ସେମାନଙ୍କୁ ଦୁଃଖ କଷ୍ଟରେ ପାଳିଥିଲେ। ସେ ମଧ୍ୟ ଏହାର ୪ ବର୍ଷ ପରେ ଅଜଣା ରୋଗରେ ଆରପାରିକୁ ଚାଲିଗଲେ। ଏହା ପରେ ୨ ଭାଇ ଓ ବଡ ଭଉଣୀ ଅନାଥ ହୋଇଯାଇଥିଲେ। ସାହାଭରସା ପାଇଁ କେହି ନ ଥିଲେ। ସେଦିନଠାରୁ ପଡାର କେହି ସମ୍ପର୍କୀୟ ଖାଇବାକୁ ଦେଲେ ସେମାନଙ୍କ ପେଟ ପୂରେ, ନଚେତ୍‌ ଭୋକ ଉପାସରେ ରହିବାକୁ ହୁଏ। ଏହି ସ୍ଥିତିକୁ ଦେଖି ୩ ପିଲାଙ୍କ ମଧ୍ୟରୁ କାର୍ତ୍ତିକ(୧୪)ଙ୍କୁ ତାଙ୍କ ଆଈ ପାଠ ପଢେଇବା ପାଇଁ ନେଇଯାଇଥିଲେ। ଏବେ ସେ ଆଈଙ୍କ ପାଖରେ ରହି ଭବାନୀପାଟଣାରେ ପାଠ ପଢୁଛନ୍ତି। ଘରେ ରହିଛନ୍ତି ସୁଷମା ଓ ତାଙ୍କ ସାନ ଭାଇ ବୈଷ୍ଣବ(୬)। ବୈଷ୍ଣବ ଏବେ ଗାଁ ସ୍କୁଲରେ ପ୍ରଥମ ଶ୍ରେଣୀରେ ପାଠ ପଢୁଛନ୍ତି। କୁମ୍ବପଡାର ଏକ ଭଙ୍ଗା ଦଦରା ମାଟି କୁଡିଆ ଘରେ ରହନ୍ତି ଏହି ଅନାଥ ଭଉଣୀ ଭାଇ। ଘରଡିହ ଖଣ୍ଡିକ ଛାଡି ଦେଲେ ତାଙ୍କ ପାଖରେ ଆଉ କିଛି ନାହିଁ। ପୂର୍ବରୁ ତାଙ୍କ ବାପାଙ୍କ ନାମରେ ରାଶନ କାର୍ଡ ଥିଲା। ସେଥିରେ ସେମାନେ ଚାଉଳ ପାଉଥିଲେ। ନୂତନ ରାଶନ କାର୍ଡ ସେମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ। ଭଉଣୀ ସୁଷମା ମାଟ୍ରିକ ପାସ କରିଛନ୍ତି। କଲେଜ ପଢିବାର ଇଚ୍ଛା ଥିଲେ ବି ଅର୍ଥ ଅଭାବରୁ ସେଥିରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ନିଜ କରୁଣ କାହାଣୀ ସମ୍ପର୍କରେ ସୁଷମା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ଲିଖିତ ଭାବେ ଗତ କିଛି ମାସ ତଳେ ଜଣାଇଥିଲେ। ଏହା ପରେ ବିଧାୟକ ମିଶ୍ର ନିଜସ୍ବ ପତ୍ରରେ ବିଡିଓଙ୍କୁ ଉକ୍ତ ପରିବାରକୁ ଶୀଘ୍ର ଏକ ଘର ଓ ଅନ୍ୟ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଲେଖିଥିଲେ। କିନ୍ତୁ ଅଦ୍ୟାବଧି କୌଣସି ସରକାରୀ ସହାୟତା ସେମାନଙ୍କୁ ମିଳିପାରିନାହିଁ। ତେବେ ବିଧାୟକ ମିଶ୍ର କହିବା ପରେ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷ ସେତେବେଳେ ୧୦ କିଗ୍ରା ଚାଉଳ ଦେଇ ନିଜ କର୍ତ୍ତବ୍ୟ ସାରି ଦେଇଥିଲେ। ଏହାପରେ ଆଉ ସେମାନେ ଚାଉଳ ଦେଉ ନାହାନ୍ତି। ବର୍ତ୍ତମାନ ଏହି ଅନାଥ ଭାଇଭଉଣୀଙ୍କ ଅବସ୍ଥା ଦୟନୀୟ ହୋଇପଡିଛି। ସେମାନଙ୍କ ଭବିଷ୍ୟତ ଏବେ ଅନ୍ଧକାର। ଏଭଳି ଏକ ନିଃସହାୟ ଭଉଣୀଭାଇଙ୍କୁ ସରକାରୀ ସହାୟତା ଆବଶ୍ୟକ ଥିବାବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ନିବେଦନ କରାଯାଇଛି। ଏ ନେଇ ଜୁନାଗଡ଼ ବିଡିଓ ପରମବ୍ରହ୍ମ ଯୋଷୀଙ୍କୁ ପଚାରିବାରୁ ଶୀଘ୍ର ସେମାନଙ୍କୁ ରାଶନ କାର୍ଡ ଯୋଗାଇ ଦିଆଯିବ, ଅନ୍ୟ ସରକାରୀ ସହାୟତା ପାଇଁ ଜିଲାପାଳଙ୍କୁ ଜଣେଇବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରିପୋର୍ଟ- ଉତ୍ତମ କୁମାର ଦାଶ

ସମ୍ବଲପୁର

ମଦ୍ୟପ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ଟାଙ୍ଗିଆ ବେଣ୍ଟରେ ମାଡ଼

ମଦ୍ୟପ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ଟାଙ୍ଗିଆ ବେଣ୍ଟରେ ମାଡ଼

ଲାଞ୍ଜିଗଡ,୧୬।୧(ଡି.ଏନ୍‌.ଏ): ମଦ୍ୟପାନ କରି ସ୍ତ୍ରୀକୁ ଟାଙ୍ଗିଆ ବେଣ୍ଟରେ ମାଡ ମାରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ଘଟିଛି ବିଶ୍ୱନାଥପୁର ଥାନା ଅର୍ନ୍ତଗତ ବକଟପୁର ଗାଁରେ। ବକଟପୁରସ୍ଥିତ ମା’ ତାରିଣୀ ସ୍ବଂୟ ସହାୟକ ଗୋଷ୍ଠୀର ଉଦ୍ୟମ କ୍ରମେ ଘଟଣାଟି ସାମ୍ନାକୁ ଆସିଛି।

ମାଓବାଦୀ ରାମ୍‌ସାଇଙ୍କ ଆତ୍ମସମର୍ପଣ

ମାଓବାଦୀ ରାମ୍‌ସାଇଙ୍କ ଆତ୍ମସମର୍ପଣ

ରାଉରକେଲା ଅଫିସ,୧୬।୧-ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ୍‌ର କ୍ୟାଡର ମାଓବାଦୀ ରାମସାଇ ମୁଣ୍ଡା (୨୦) ମଙ୍ଗଳବାର ରାଉରକେଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ପୁତୁରା ଟାଙ୍ଗିଆ ଚୋଟରେ କକା ମୃତ

ପୁତୁରା ଟାଙ୍ଗିଆ ଚୋଟରେ କକା ମୃତ

ବଙ୍ଗୋମୁଣ୍ଡା/ମୁରିବାହାଲ,୧୬।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଦନ୍ଦରା ଗ୍ରାମରେ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପୁତୁରାର ଟାଙ୍ଗିଆ ଚୋଟରେ କକାଙ୍କ ଜୀବନ ଯାଇଛି। ମୃତକ ହେଲେ ରମେଶ ପାଢୀ (୬୫)। ଅଭିଯୁକ୍ତ ପୁତୁରା ଅଶ୍ୱିନୀ ପାଢୀ(୪୬)ଙ୍କୁ ପୋଲିସ ଗିରଫ କରିଛି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି: ରାସ୍ତାକୁ ଓହ୍ଲାଇଲା ବିଜେଡି

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି: ରାସ୍ତାକୁ ଓହ୍ଲାଇଲା ବିଜେଡି

ଲାଞ୍ଜିଗଡ,୧୬।୧(ଡି.ଏନ୍‌.ଏ): ବର୍ଷ ସାରା ଖଟି ଫସଲ ଉପତ୍।ଦନ କରୁଛି ଚାଷୀ । ସେଇଠି ପୁଣି ବର୍ଷସାରା ଧୋଇ,ମରୁଡିର ସମ୍ମୁଖୀନ ହେଉଥିବା ଚାଷ ବଳକିଲେ ରୋଗ ପୋକର ଦାଉ ସହିବାକୁ ପଡେ। ଏହାପରେ ଉପତ୍।ଦିତ ଫସଲକୁ ମଣ୍ଡିରେ ବିକ୍ରି କରିବାକୁ ନେଲେ ସେଠାରେ ମିଲର୍ସ-ଦଲାଲଙ୍କ ଦ୍ୱାରା ଶୋଷିତ ହେଉଛି।

 ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ଦାବିପତ୍ର

ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ଦାବିପତ୍ର

ଜୁନାଗଡ଼ ,୧୬।୧(ଡି.ଏନ୍‌.ଏ):ଓଡିଶା ରାଜ୍ୟ ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ସଂଘ କଳାହାଣ୍ଡି ଶାଖା ପକ୍ଷରୁ ରବିବାର ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ଦାବିପତ୍ର ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡାଃ ସରୋଜ କୁମାର ତିଆଡିଙ୍କୁ ପ୍ରଦାନ କରାଯାଇଥିଲା।

 ହାର୍‌ ମାନିଛେ ଭିନ୍ନକ୍ଷମତା

ହାର୍‌ ମାନିଛେ ଭିନ୍ନକ୍ଷମତା

ବରଗଡ଼ ଅଫିସ୍‌,୧୬।୧: ନଁ। ତଁ।କର ସୁରଜ ପ୍ରଧାନ। ବରଗଡ଼ ସହର ପାଖର୍‌ ବରଡ଼ୋଲରେ ତଁ।କର ଘର। ମା’ ବାସନ୍ତୀ ଆର୍‌ ବାପ୍‌ ଅଞ୍ଚାନନକଁର ୩ ଝି ପୁଓ ଭିତ୍‌ରୁ ସେ ହେଉଛନ୍‌ ବଡ଼ଖା ପୁଓ। ବହେନ୍‌ ସୋନାଲୀ ଯୁକ୍ତଦୁଇ ପହେଲା ବଛର୍‌ ଛାତ୍ରୀ ଥିଲାବେଲ୍‌କେ ସାନଭାଇ ପ୍ରାଞ୍ଜଳକେ ଅଢ଼େ ବଛର ହେଉଛେ।

 ନୃତ୍ୟ, ଗୀତ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ନୃତ୍ୟ, ଗୀତ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଭବାନୀପାଟଣା, ୧୬।୧ (ଡି.ଏନ୍‌.ଏ.): ରବିବାରଠାରୁ ଆରମ୍ଭ ହୋଇଥିବା ୨୨ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ସୋମବାର ଦ୍ୱିତୀୟ ସନ୍ଧ୍ୟା ଦର୍ଶକମାନଙ୍କୁ ମୁଗ୍ଧ କରିଦେଇଛି। ନୃତ୍ୟ, ଗୀତରେ ଦର୍ଶକ ଝୁମିଉଠିଥିଲେ।

ଜିଲା କିନ୍ନର ସଂଘ ଜିଲାପାଳଙ୍କଠାରେ ଫେରାଦ

ଜିଲା କିନ୍ନର ସଂଘ ଜିଲାପାଳଙ୍କଠାରେ ଫେରାଦ

ନୂଆପଡା ଅଫିସ,୧୬।୧ : ଭଗବାନ ଆମକୁ କିନ୍ନର ଭାବରେ ଜନ୍ମ ଦେଲେ ବୋଲି ଆମେ କ’ଣ ପାପୀ ହେଲୁ। ଆମକୁ ସମାଜରେ ସମୁଚିତ ମର୍ଯ୍ୟାଦା ମିଳୁନାହିଁ କି ସରକାର ମଧ୍ୟ ଆମକୁ ମୌଳିକ ସୁବିଧା ଯୋଗାଇ ଦେବାରେ ହେଳା କରୁଛନ୍ତି। ଜିଲାପାଳଙ୍କୁ ଦେଖା କରିବାକୁ ଆସିଥିବା ଜିଲା କିନ୍ନର ସଙ୍ଗଠନ ତରଫରୁ କର୍ମକର୍ତ୍ତାମାନେ ଏହା କହିଛନ୍ତି। ସେମାନେ ଜିଲାପାଳଙ୍କୁ ଦେଖା କରି ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଅବଗତ କରିଛନ୍ତି।

କେରଳରେ ଦାଦନ ତ୍ରିଲୋଚନ ସୁନାନୀଙ୍କ ମୃତ୍ୟୁ ଘଟଣା : ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଭବାନୀପାଟଣା,୧୫।୧(ଡି.ଏନ୍‌.ଏ.)- କେରଳ ରାଜ୍ୟ ପାଲ୍ଲକଡ ଜିଲା ତଳକାସେରିଠାରେ ଶ୍ରମିକ ଭାବରେ କାମ କରୁଥିବା ଭବାନୀପାଟଣା ସଦର ବ୍ଲକ ବିଜେପୁର ଗ୍ରାମର ତ୍ରିଲୋଚନ ସୁନାନୀଙ୍କ ୨୦୧୭ ନଭ୍ଟେମ୍ବର ୧ ତାରିଖରେ ମାଟି ଅତଡ଼ା ଧସି ମୃତ୍ୟୁ ଘଟିଥିଲା।

କାଶୀବାହାଲରେ କିଡ୍‌ନୀ ରୋଗ : ସ୍ଥିତି ଅନୁଧ୍ୟାନ କରିବେ ବିଶେଷଞ ଦଳ

ଭବାନୀପାଟଣା,୧୫।୧( ଡିଏନ୍‌ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ କାଶୀବାହାଲ ଗାଁରେ କିଡନୀ ରୋଗ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଏକ ବିଶେଷଜ୍ଞ ଦଳ ସେଠାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାକୁ ଡାକ୍ତରୀ ଶିକ୍ଷା ଓ ତାଲିମ ବିଭାଗକୁ ଓଡିଶା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି।

ମକରଧ୍ୱଜ ପାହାଡ ଉପରେ ଉଡିଲା ଧ୍ୱଜା

ମକରଧ୍ୱଜ ପାହାଡ ଉପରେ ଉଡିଲା ଧ୍ୱଜା

ଦେବଗଡ଼,୧୫।୧(ସ୍ବ.ପ୍ର.)- ପ୍ରତିବର୍ଷ ଭଳି ଚଳିତବର୍ଷ ଦେବଗଡ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ରୀତିନୀତି ଅନୁଯାୟୀ ମକର ସଂକ୍ରାନ୍ତି ପାଳିତ ହୋଇଛି।

ମହିଳା, ପୁରୁଷ ଦିବାରାତ୍ର କବାଡି ଚାମ୍ପିୟନଶିପ୍‌ : ମହିଳାରେ ଭୁବନେଶ୍ୱର, ପୁରୁଷରେ ଓଡିଶା ପୋଲିସ ଚାମ୍ପିୟନ

ଦେବଗଡ଼,୧୫ା୧(ସ୍ବ.ପ୍ର.)- ସ୍ଥାନୀୟ ଗୋପାଳଜୀ ମନ୍ଦିର ପଡ଼ିଆଠାରେ ଦେବଗଡ଼ କବାଡି କମିଟି ତରଫରୁ ଗତ ୧୨ ତାରିଖରୁ ୩ ଧରି ଚାଲିଥିବା ୭ମ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ଦିବାରାତ୍ର କବାଡି ଚାମ୍ପିୟନଶିପ୍‌ ରବିବାର ସନ୍ଧ୍ୟାରେ ଆତସବାଜି ମଧ୍ୟରେ ଉଦ୍‌ଯାପିତ ହୋଇଛି।