ସମ୍ବଲପୁର

ବଲାଙ୍ଗୀରରେ ଦମ୍ପତିଙ୍କଠାରୁ ୬୩ ହଜାର ଟଙ୍କା ଛଡାଇ ନେଲେ ଲୁଟେରା

ବଲାଙ୍ଗୀରରେ ଦମ୍ପତିଙ୍କଠାରୁ ୬୩ ହଜାର ଟଙ୍କା ଛଡାଇ ନେଲେ ଲୁଟେରା

ବଲାଙ୍ଗୀର ଅଫିସ, ୧୨।୧୨-ବଲାଙ୍ଗୀର ସହରରେ ମଙ୍ଗଳବାର ଦିନ ଦିପହରେ ଲୁଟପାଟ ହୋଇଛି। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ଏକ ଦମ୍ପତି ଲୁଟେରାଙ୍କ ହାବୁଡରେ ପଡିଛନ୍ତି। ଦୁର୍ବତ୍ତ ଏହି ଦମ୍ପତିଙ୍କଠାରୁ ୬୩ ହଜାର ଟଙ୍କା ଭର୍ତ୍ତି ଥିବା ବ୍ୟାଗକୁ ଆଖି ପିଛୁଳାକେ ଛଡାଇ ନେଇ ଚମ୍ପଟ ମାରିଛନ୍ତି। ତେବେ ଲୁଟର ଶିକାର ହୋଇଥିବା ଏହି ଦମ୍ପତି ହେଲେପୁଇଁତଳା ବ୍ଲକ୍‌ ବଇରାସର ପଞ୍ଚାୟତର କନ୍ଦାଗାଡର କୁନୁ ବଗର୍ତ୍ତି (୫୦) ଓ ତାଙ୍କ ସ୍ତ୍ରୀ ବୃନ୍ଦା ବଗର୍ତ୍ତି(୪୫)। ବଲାଙ୍ଗୀର-ସମ୍ବଲୁର ରାସ୍ତାରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ସେମାନେ ୮୦ ହଜାର ଟଙ୍କା ଉଠାଇ ଥିଲେ। ଏଥିରୁ ୧୬ ହଜାର ଟଙ୍କା ଜଣେ ବ୍ୟକ୍ତିଙ୍କୁ ଦେଇ ଅବଶିଷ୍ଟ ୬୩ ହଜାର ଟଙ୍କା ଏକ ବ୍ୟାଗରେ ଭରି କରିଥିଲେ। ହେଲେ କିଛି ବାଟ ଯାଇଛନ୍ତି କି ନାହିଁ ଏହି ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ଏକ ବାଇକ୍‌ରେ ଆସି ଏହି ଦମ୍ପତିଙ୍କଠାରୁ ଟଙ୍କା ବ୍ୟାଗ୍‌ ଛଡାଇ ନେଇଥିଲେ। ଏ ନେଇ ବଲାଙ୍ଗରା ଟାଉନ ଥାନାରେ ଅଭିଯୋଗ ହୋଇଛି। ହେଲେ ପୋଲିସ ଟେର୍‌ ପାଇନି।

All Right Reserved By

Model This Week

ନିକିତା

ସମ୍ବଲପୁର

ବାଳିକା ବିଦ୍ୟାଳୟରେ ସମ୍ମାନ ସମାରୋହ

ସମ୍ବଲପୁର,୨୧।୪(ବ୍ୟୁରୋ)- ସମ୍ବଲପୁର ବାଳିକା ବିଦ୍ୟାଳୟର ସମ୍ମାନ ସମାରୋହ ଶନିବାର କ୍ଷେତରାଜପୁର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସନ୍ତୋଷ କୁମାର ହୋତାଙ୍କ ପରିଚାଳନାରେ ଉତ୍ସବ ହୋଇଥିଲା। ସ୍କୁଲ ପ୍ରବନ୍ଧନ କମିଟି ଟ୍ରଷ୍ଟି ମାଙ୍ଗେଲାଲ ଅଗ୍ରୱାଲ, ସଭାପତି ପ୍ରଭାସ ଚନ୍ଦ୍ର ଅଗ୍ରୱାଲ, ସମ୍ପାଦକ ମଙ୍ଗତୁରାମ ଅଗ୍ରୱାଲ, ଜୟଦୟାଲ ଅଗ୍ରୱାଲ, ପ୍ରଦୀପ କାଶ୍ମିରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ।

ଜନାର୍ଦ୍ଧନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ପ୍ରସଙ୍ଗ: ୨୬ରୁ ମହିଳାଙ୍କ ଆମରଣ ଅନଶନ ଚେତାବନୀ

ଜନାର୍ଦ୍ଧନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ପ୍ରସଙ୍ଗ: ୨୬ରୁ ମହିଳାଙ୍କ ଆମରଣ ଅନଶନ ଚେତାବନୀ ସମ୍ବଲପୁର,୨୧।୪(ବ୍ୟୁରୋ)- ସମ୍ବଲପୁର ବୈଦ୍ୟନାଥ ଛକ ସ୍ଥିତ ଡ. ଜନାର୍ଦ୍ଧନ ପୁଜାରୀ ମାତୃମଙ୍ଗଳ କେନ୍ଦ୍ର ପ୍ରସୂତୀ ବିଭାଗରେ ସମସ୍ୟା ରହିଛି । ୨୫ ତାରିଖ ସୁଦ୍ଧା ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ସମସ୍ୟାର ସମାଧାନ ନେଇ ଦାବି କରାଯାଇଛି। ଦାବି ପୂରଣ ନ ହେଲେ ୨୬ ତାରିଖରୁ ଅଞ୍ଚଳର ମହିଳାମାନେ ମାତୃମଙ୍ଗଳ କେନ୍ଦ୍ର ସମ୍ମୁଖରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି।

ବାଳିକା ବିଦ୍ୟାଳୟରେ ସମ୍ମାନ ସମାରୋହ

ସମ୍ବଲପୁର,୨୧। ୪(ବ୍ୟୁରୋ)- ସମ୍ବଲପୁର ବାଳିକା ବିଦ୍ୟାଳୟର ସମ୍ମାନ ସମାରୋହ ଶନିବାର କ୍ଷେତରାଜପୁର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସନ୍ତୋଷ କୁମାର ହୋତାଙ୍କ ପରିଚାଳନାରେ ଉତ୍ସବ ହୋଇଥିଲା। ସ୍କୁଲ ପ୍ରବନ୍ଧନ କମିଟି ଟ୍ରଷ୍ଟି ମାଙ୍ଗେଲାଲ ଅଗ୍ରୱାଲ, ସଭାପତି ପ୍ରଭାସ ଚନ୍ଦ୍ର ଅଗ୍ରୱାଲ, ସମ୍ପାଦକ ମଙ୍ଗତୁରାମ ଅଗ୍ରୱାଲ, ଜୟଦୟାଲ ଅଗ୍ରୱାଲ, ପ୍ରଦୀପ କାଶ୍ମିରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ।

ଦେଶରେ ଅଘୋଷିତ ଆର୍ଥିକ ପରିସ୍ଥିତି: ବ୍ୟାଙ୍କ ଶାଖା ସମ୍ମୁଖରେ ବିଜେଡିର ବିକ୍ଷୋଭ

ଦେଶରେ ଅଘୋଷିତ ଆର୍ଥିକ ପରିସ୍ଥିତି: ବ୍ୟାଙ୍କ ଶାଖା ସମ୍ମୁଖରେ ବିଜେଡିର ବିକ୍ଷୋଭ

ସମ୍ବଲପୁର,୨୧।୪(ବ୍ୟୁରୋ)- ଦେଶରେ ଆର୍ଥିକ ପରିସ୍ଥିତି ସୃଷ୍ଟି ହୋଇଛି। ଏଟିଏମ୍‌ଗୁଡିକରେ ଟଙ୍କା ମିଳୁନାହିଁ । ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଉନାହାନ୍ତି। କେନ୍ଦ୍ର ସରକାରଙ୍କ ଆର୍ଥୀକ ପରିଚାଳନାରେ ଅପାରଗତା ବିରୋଧରେ ଶନିବାର ଜିଲା ବିଜୁ ଜନତା ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନ କରାଯାଇଛି।

ସମସ୍ୟାରେ ବାସଚ୍ୟୁତ ପରିବାର: ରେଙ୍ଗାଲି ବିଧାୟକ ଜିଲାପାଳଙ୍କ ଦ୍ୱାରସ୍ଥ

ସମସ୍ୟାରେ ବାସଚ୍ୟୁତ ପରିବାର: ରେଙ୍ଗାଲି ବିଧାୟକ ଜିଲାପାଳଙ୍କ ଦ୍ୱାରସ୍ଥ

ସମ୍ବଲପୁର,୨୧।୪(ବ୍ୟୁରୋ)- ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ କାରଖାନାରେ ବାସଚ୍ୟୁତ ଓ କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟା ଲାଗି ରହିଛି । ପ୍ରତ୍ୟେକ ଜମି ହରା କ୍ଷତିଗ୍ରସ୍ତ ପରିବାରକୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦିଆଯାଉ। ସିଏସ୍‌ଆର କାର୍ଯ୍ୟକ୍ରମ ଅନୁସାରେ କ୍ଷତିଗ୍ରସ୍ତ ଅଞ୍ଚଳରେ ଅଗ୍ରାଧିକାର ଭିର୍ତ୍ତିରେ ଉନ୍ନତି ମୂଳକ କାର୍ଯ୍ୟ କରାଯିବା ଆବଶ୍ୟକତା ରହିଛି । କିନ୍ତୁ କମ୍ପାନୀ ଜାଣିଶୁଣି ଉନ୍ନତି ମୂଳକ କାର୍ଯ୍ୟ ପ୍ରତି ବିମୁଖ ରହୁଛି। ଅପରପକ୍ଷେ ୧୯୮ଟି ଲେଫ୍ଟ ଆଉଟ୍‌ ଷ୍ଟ୍ରକଚର୍‌ର ଅର୍ଥ ପ୍ରଦାନ କରାଯାଉ ନାହିଁ । ଗତ ଜାନୁୟାରୀ ୨୫ ତାରିଖରେ ଆର୍‌ପିଡିଏସି ବୈଠକରେ ଜିଲାର ରେଙ୍ଗାଲି ତହସିଲ ଅଞ୍ଚଳରେ ଗଢ଼ି ଉଠିଥିବା ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପରେ ଜମି ଓ ଘର ହରାଇଥିବା ପରିବାରମାନଙ୍କ ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ସୁଫଳ ହୋଇନାହିଁ। ଫଳରେ ଶନିବାର ରେଙ୍ଗାଲି ବିଧାୟକ ରମେଶ ପଟୁଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳ ସମର୍ଥ ବର୍ମାଙ୍କ ସହ ଆଲୋଚନା କରିଛନ୍ତି।

ନାବଳିକା ବଳାତ୍କାର ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ନାବଳିକା ବଳାତ୍କାର ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବରଗଡ଼,୨୧।୪(ଡି.ଏନ୍‌.ଏ.)- ବରଗଡ଼ ଟାଉନ ଥାନା ଅଧୀନ ଘୁଲିପାଲିରେ ୨୦୧୪ରେ ଘଟିଥିବା ବହୁ ଚର୍ଚ୍ଚିତ ନାବାଳିକା ବଳାତ୍କାର ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ବରଗଡ଼ ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ) ପ୍ରଣବ କୁମାର ପାତ୍ର ମାମଲାର ବିଚାର କରି ଅଭିଯୁକ୍ତ ଘୁଲିପାଲି ଗ୍ରାମର ପରଦେଶୀ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଦୋକାନରେ ସ୍ବାସ୍ଥ୍ୟ ବିଭାଗର ଚଢାଉ

ଦୋକାନରେ ସ୍ବାସ୍ଥ୍ୟ ବିଭାଗର ଚଢାଉ

ବରଗଡ଼,୨୧।୪(ଡି.ଏନ୍‌.ଏ.)- ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବରଗଡ଼ ସହର ବସ୍‌ଷ୍ଟାଣ୍ଡ ଛକ ସହ ବିଭିନ୍ନ ସ୍ଥାନରେ ଶିଶୁଙ୍କ ଖାଦ୍ୟ ବିକ୍ରି ହେଉଥିବା ଦୋକାନଗୁଡିକରେ ଶନିବାର ଚଢାଉ କରାଯାଇଛି। ଚଢାଉ ବେଳେ ଦୋକାନଗୁଡିକରେ ରଖାଯାଇଥିବା ପିଲାଙ୍କ ଖାଦ୍ୟର ଗୂଣମାନ ଯାଞ୍ଚ କରାଯାଇଛି।

ଏଟିଏମ୍‌ରୁ ବାହାରୁନି ଟଙ୍କା: ବିଜେଡିର ବ୍ୟାଙ୍କ ସମ୍ମୁଖରେ ଧାରଣା

ଏଟିଏମ୍‌ରୁ ବାହାରୁନି ଟଙ୍କା: ବିଜେଡିର ବ୍ୟାଙ୍କ ସମ୍ମୁଖରେ ଧାରଣା

ଭବାନୀପାଟଣା,୨୧।୪(ଡି.ଏନ୍‌.ଏ.)- ଦେଶରେ ଆର୍ଥିକ ପରିସ୍ଥିତି ସୃଷ୍ଟି ହୋଇଛି। ଏଟିଏମ୍‌ରେ ଟଙ୍କା ନ ଥିବାରୁ ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିମୁଦ୍ରୀକରଣ ସମୟରେ ଯାହା ଘଟିଥିଲା ତାର ପୁନରାବୃତ୍ତି ଘଟିଛି। କେନ୍ଦ୍ର ସରକାରଙ୍କ ଦୃଷ୍ଟିହୀନ ପଦକ୍ଷେପ ସାଙ୍ଗକୁ ଆର୍ଥିକ ପରିଚାଳନା ତ୍ରୁଟି ଯୋଗୁ ବର୍ତ୍ତମାନ ଦେଶରେ ଆର୍ଥିକ ବିଶୃଙ୍ଖଳା ଦେଖାଦେଇଛି। ଏହାର ପ୍ରତିବାଦରେ ରାଜ୍ୟ ବିଜେଡିର ଆହ୍ବାନ କ୍ରମେ ଶନିବାର କଳାହାଣ୍ଡି ବିଜେଡି ପକ୍ଷରୁ ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ଧାରଣା ଦିଆଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ଭବାନୀପାଟଣାରେ ଝଡତୋଫାନ: ବଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ

ଭବାନୀପାଟଣାରେ ଝଡତୋଫାନ: ବଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ

ଭବାନୀପାଟଣା,୨୧।୪(ଡି.ଏନ୍‌.ଏ.)- କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ରାତିରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଝଡତୋଫାନ୍‌ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଏପରି କି ରାତିରେ ବିଦ୍ୟୁତ୍‌ ସରୋବରାହ ବ୍ୟାହତ ହୋଇଥିଲା ା ୱେସ୍କୋ କର୍ମଚାରୀମାନେ ଦୀର୍ଘ ସମୟ ଧରି ମରାମତି କରିବା ପରେ ରାତି ପ୍ରାୟ ୩ଟାରେ ଭବାନୀପାଟଣା ସହରର କିଛି ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ହୋଇପାରିଥିଲା।

ପରିତ୍ୟକ୍ତ ଅବସ୍ଥାରେ ବ୍ରାହ୍ମଣୀ, ଦାନୀ ବନ୍ଧ: ପଙ୍କ ଉଦ୍ଧାର ଦାବି

ପରିତ୍ୟକ୍ତ ଅବସ୍ଥାରେ ବ୍ରାହ୍ମଣୀ, ଦାନୀ ବନ୍ଧ: ପଙ୍କ ଉଦ୍ଧାର ଦାବି

ପଦ୍ମପୁର,୨୧।୪(ଡି.ଏନ୍‌.ଏ.)- ପଦ୍ମପୁର ଏନ୍‌ଏସି ଅଧୀନରେ ଥିବା ଘରୋଇ ବସ୍‌ଷ୍ଟାଣ୍ଡ ନିକଟସ୍ଥ ବ୍ରାହ୍ମଣୀ ନଦୀବନ୍ଧ ଏବଂ କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ପାଖରେ ଥିବା ଦାନୀବନ୍ଧର ପଙ୍କ ଉଦ୍ଧାର ପାଇଁ ସହରବାସୀ ଦାବି କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଏହି ଦୁଇ ପୋଖରୀରେ ସହରର ଜନସାଧାରଣ ନିର୍ଭର କରୁଛନ୍ତି।

ଏଟିଏମ୍‌ ଟଙ୍କା ଶୂନ୍ୟ: ସୁବର୍ଣ୍ଣପୁରରେ ବ୍ୟାଙ୍କ ସମ୍ମୁଖରେ ବିଜେଡିର ପ୍ରତିବାଦ

ଏଟିଏମ୍‌ ଟଙ୍କା ଶୂନ୍ୟ: ସୁବର୍ଣ୍ଣପୁରରେ ବ୍ୟାଙ୍କ ସମ୍ମୁଖରେ ବିଜେଡିର ପ୍ରତିବାଦ

ସୋନପୁର,୨୧।୪(ନି.ପ୍ର.)- ଦେଶବ୍ୟାପି ଏଟିଏମ୍‌ରେ ଟଙ୍କା ସଙ୍କଟ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଦୂରଦୃଷ୍ଟିହୀନ ପଦକ୍ଷେପ ଯୋଗୁ ଦେଶରେ ଆର୍ଥିକ ବିଶୃଙ୍ଖଳା ସୃଷ୍ଟି ହୋଇଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ସୁବର୍ଣ୍ଣପୁରର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି।

ବଡଗାଁ ବିଜେଡିର ବ୍ୟାଙ୍କ ସମ୍ମୁଖରେ ଧାରଣା

ବଡଗାଁ ବିଜେଡିର ବ୍ୟାଙ୍କ ସମ୍ମୁଖରେ ଧାରଣା

ବଡଗାଁ,୨୧।୪(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ବଡଗାଁ ବ୍ଲକ ବିଜେଡି ପକ୍ଷରୁ ଦେଶରେ ଦେଖାଦେଇଥିବା ଆର୍ଥିକ ପରିସ୍ଥିତି ବିରୋଧରେ ଶନିବାର ପୂର୍ବାହ୍ନ ୧୧ଟାରେ ବଡଗାଁ ଷ୍ଟେଟ ବ୍ୟାଙ୍କ ଏବଂ ପଞ୍ଚାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଧାରଣ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।