ସମ୍ବଲପୁର

ଷ୍ଟପପୋଷ୍ଟକୁ ପିଟିଲା ରେଳଇଞ୍ଜିନ

ଷ୍ଟପପୋଷ୍ଟକୁ ପିଟିଲା ରେଳଇଞ୍ଜିନ

ଜୁନାଗଡ, ୧୨।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ରୋଡ଼ ରେଳ ଷ୍ଟେସନରେ ମଙ୍ଗଳବାର ସକାଳେ ରେଳ ଇଞ୍ଜିନ ଧକ୍କାରେ ଷ୍ଟପପୋଷ୍ଟ ନଷ୍ଟ ହୋଇଯାଇଛି। ଏଥିସହ ଇଞ୍ଜିନର ଆଗରେ ଥିବା କ୍ୟାଟର ଗାର୍ଡ ଇଞ୍ଜିନ ପଛକୁ ପଶିଯାଇଛି। ଲୋକୋ ପାଇଲଟଙ୍କ ଅସାବଧାନତା ବଶତଃ ଇଞ୍ଜିନ ଷ୍ଟପ ପୋଷ୍ଟ ସିଗ୍‌ନାଲ ଅତିକ୍ରାନ୍ତକରି ସିମେଣ୍ଟରେ ଥିବା ଷ୍ଟପପୋଷ୍ଟକୁ ଧକ୍କା ଦେଇଥିଲା। ଫଳରେ ସିମେଣ୍ଟ ପୋଷ୍ଟଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ରେଳ ଇଞ୍ଜିନର କିଛି ଅଂଶ ମଧ୍ୟ ନଷ୍ଟ ହୋଇଛି। ଏଥିସହ ଗୃପାଳିତ ପଶୁଙ୍କ ରକ୍ଷା କରିବା ଉଦ୍ଦେଶ୍ୟରେ ଲାଗିଥିବା କ୍ୟାଟର ଗାର୍ଡ ଇଞ୍ଜିନ ପଛକୁ ପଶିଯାଇଛି। ଏହି ଇଞ୍ଜିନ ସାହାଯ୍ୟରେ ଜୁନାଗଡ଼-ସମ୍ବଲପୁର ପାସେଞ୍ଜର ଟ୍ରେନ ଯିବାକୁ ଥିବା ବେଳେ ଏହି ଟ୍ରେନ୍‌କୁ ଅନ୍ୟ ଇଞ୍ଜିନ ସାହାଯ୍ୟରେ ଲାଞ୍ଜିଗଡ଼ ରୋଡ ପର୍ଯ୍ୟନ୍ତ ନିଆ ଯାଇଥିବା ଜୁନାଗଡ଼ ଷ୍ଟେସନ ମାଷ୍ଟର ବିଜୟ କୁମାର ଜେନା କହିଛନ୍ତି। ଅନ୍ୟପକ୍ଷରେ ରେଳ ଯାତାୟତ ସ୍ବାଭାବିକ ରହିବ ବୋଲି ଜଣାପଡ଼ିଛି।

All Right Reserved By

Model This Week

Model This Week

ସମ୍ବଲପୁର

କାର୍ତ୍ତିକ ପ୍ରଧାନ ହତ୍ୟାକାଣ୍ଡ ଘଟଣା:୮ ବର୍ଷ ପରେ ବି ପୋଲିସ ହାତ ଖାଲି

କାର୍ତ୍ତିକ ପ୍ରଧାନ ହତ୍ୟାକାଣ୍ଡ ଘଟଣା:୮ ବର୍ଷ ପରେ ବି ପୋଲିସ ହାତ ଖାଲି

ସମ୍ବଲପୁର,୨୬।୪(ବ୍ୟୁ.ରୋ.): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଡଙ୍ଗାପାଳ ଗ୍ରାମର କାର୍ତ୍ତିକ ପ୍ରଧାନ (୨୫) ହତ୍ୟା ଘଟଣାକୁ ଇତିମଧ୍ୟରେ ୮ ବର୍ଷ ବିତିଛି। ହେଲେ ପୋଲିସ ଅପରାଧୀଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ।

ଦେଢ଼ବର୍ଷ ହେଲା ଚାଲିଛି ଶ୍ମଶାନ ଘାଟ ନିର୍ମାଣ

ଦେଢ଼ବର୍ଷ ହେଲା ଚାଲିଛି ଶ୍ମଶାନ ଘାଟ ନିର୍ମାଣ

ଧମା,୨୬।୪(ଡି.ଏନ.ଏ.)ମାନେଶ୍ୱର ବ୍ଲକ ବତେମୁରା ପଞ୍ଚାୟତର ସରଡ଼ାଜୋର ଖଣ୍ଡିରେ ଶ୍ମଶାନ ଘାଟ ନିର୍ମାଣ କାର୍ଯ୍ୟ ଦେଢ଼ ବର୍ଷ ତଳୁ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ସରିବାର ନଁ। ଧରୁନି। ଏ ନେଇ ବିଭାଗୀୟ ଉଦାସୀନତାକୁ ଗ୍ରାମବାସୀ ଦାୟୀ କରିଛନ୍ତି।

ଅସହ୍ୟ ହେଲାଣି ସ୍ପଞ୍ଜ ଆଇରନ କାରଖାନା ପ୍ରଦ୍ୟୁଷଣ

ଅସହ୍ୟ ହେଲାଣି ସ୍ପଞ୍ଜ ଆଇରନ କାରଖାନା ପ୍ରଦ୍ୟୁଷଣ

ରାଉରକେଲା ଅଫିସ,୨୬।୪: କଲୁଙ୍ଗା ଶିଳ୍ପାଞ୍ଚଳରେ ଥିବା କେତେକ କାରଖାନାରେ ପ୍ରଦ୍ୟୁଷଣ ମାତ୍ରା ଅସହ୍ୟ ହେଲାଣି । ଏହି କାରଖାନା ଗୁଡିକ ରାଜ୍ୟ ସରକାରଙ୍କ ପ୍ରଦ୍ୟୁଷଣ ବୋର୍ଡ ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ।

ମା’ଙ୍କ ମୃତ୍ୟୁ ପରେ ବାପାଙ୍କ ମୃତ୍ୟୁ : ଅସହାୟ ୨ ଅନାଥ ଭଉଣୀ, ସାହା ହେବାକୁ କେହିନାହିଁ

ମା’ଙ୍କ ମୃତ୍ୟୁ ପରେ ବାପାଙ୍କ ମୃତ୍ୟୁ : ଅସହାୟ ୨ ଅନାଥ ଭଉଣୀ, ସାହା ହେବାକୁ କେହିନାହିଁ

ଜୁନାଗଡ,୨୬।୪(ଡି.ଏନ.ଏ.): ପ୍ରଥମେ ଆରପାରିକୁ ଚାଲିଗଲେ ମା’। ବାପା ମୁହଁକୁ ଚାହିଁ ୨ ଭଉଣୀ ଆଶା ଭରସା କରି ରହିଥିଲେ। ଶେଷରେ ବାପା ବି ଚାଲିଯିବା ପରେ ୨ ଭଉଣୀ ହୋଇଗଲେ ଅନାଥ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ଅଟକ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ଅଟକ

ରେଙ୍ଗାଲି,୨୬।୪(ଡି.ଏନ.ଏ.): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ରୁଣିମହୁଲଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟିଛି। ସୂଚନାଯୋଗ୍ୟ, ବୁଧବାର ଏକ ବରଯାତ୍ରୀ ବସ୍‌ ଯୋଗେ ରୁଣିମହୁଲର ଗଗନ ଦଣ୍ଡସେନା(୨୪) ଯୋଗେ ଫେରୁଥିବାବେଳେ ବସ୍‌ ରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥଲେ।

ଜାତୀୟ ସେବା ଯୋଜନା ପକ୍ଷରୁ ସଚେତନତା ଶିବିର

ସମ୍ବଲପୁର, ୨୬। ୪ (ବ୍ୟୁ.ରୋ.): ଭୁବନେଶ୍ୱର ଜାତୀୟ ସେବା ଯୋଜନା ପକ୍ଷରୁ ମାନେଶ୍ୱରସ୍ଥିତ ମାନଧାତା ବାବା କଲେଜଠାରେ ଗୁରୁବାର ଶିଶୁ ଶ୍ରମିକ ପ୍ରଥା ଶୀର୍ଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

କିନ୍ନରଙ୍କ ବହୁଚରୀ ମାତା ପୂଜାର୍ଚ୍ଚନା

କିନ୍ନରଙ୍କ ବହୁଚରୀ ମାତା ପୂଜାର୍ଚ୍ଚନା

ସମ୍ବଲପୁର, ୨୬। ୪ (ବ୍ୟୁ.ରୋ.): ସମ୍ବଲପୁର କିନ୍ନରଙ୍କ ବହୁଚରୀ ମାତା ପୂଜାର୍ଚ୍ଚନା ଗୁରୁବାର ମୁଦିପଡା ସ୍ଥିତ ଶୀତଳଷଷ୍ଠୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳସ ଶୋଭାଯାତ୍ରା, କଳସ ଅଧିବାସ, ଗଣପତି ପୂଜା, ବରୁଣ ପୂଜା, ଦେବୀଙ୍କ ଉପଚାର, ନବଗ୍ରହ ପୂଜା, ଦଶଦିଗପାଳ ପୂଜା ହୋଇଥିଲା ।

ଓଡିଆ ସପ୍ତାହ ପାଳିତ: ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଲେ କର୍ମଚାରୀ

ଓଡିଆ ସପ୍ତାହ ପାଳିତ: ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଲେ କର୍ମଚାରୀ

ସମ୍ବଲପୁର,୨୬।୪ (ବ୍ୟୁ.ରୋ.): ସରକାରୀ ଅଫିସରେ ଓଡ଼ିଆ ଭାଷା ପ୍ରଚଳନର ଆବଶ୍ୟକତା ରହିଛି । ଏହା ଦ୍ୱାରା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଜନସାଧାରଣ ସରକାରୀ ଯୋଜନା ବିଷୟରେ ଜାଣି ପାରିବେ ।

ବରକାନିରେ ପାନୀୟଜଳ ସମସ୍ୟା

ବଙ୍ଗୋମୁଣ୍ଡା,୨୬।୪:(ଡି.ଏନ୍‌.ଏ.): ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ଗ୍ରାମ ପଞ୍ଚାୟତରେ ବରକାନି ଗଁ।ରେ ପାନୀୟ ଜଳର ସମସ୍ୟା ରହିଥିବାର ପୂର୍ବତନ ସରପଞ୍ଚ ରାଧାମୋହନ ବେହେରା ଅଭିଯୋଗ କରିଛନ୍ତି ।

ଥଣ୍ଡା ପାନୀୟ ଜଳ ଷ୍ଟାଣ୍ଡ ଉଦ୍‌ଘାଟିତ

ଥଣ୍ଡା ପାନୀୟ ଜଳ ଷ୍ଟାଣ୍ଡ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା,୨୬।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଥଣ୍ଡା ପାନୀୟ ଜଳ ଷ୍ଟାଣ୍ଡ ଉଦ୍‌ଘାଟନ ହୋଇଯାଇଛି ।

ସାପକାମୁଡ଼ାରେ ଆକ୍ରାନ୍ତ ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ

ଭବାନୀପାଟଣା, ୨୬।୪ (ଡି.ଏନ୍‌.ଏ.): କଳାହାଣ୍ଡି ସ୍ନେକ୍‌ ହେଲ୍ପ ଲାଇନର ସଦସ୍ୟ ବିଶେଶ୍ୱର ସାହୁ ବୁଧବାର ଖବରପାଇ ଜଣଙ୍କ ଘରକୁ ସାପ ଧରିବା ପାଇଁ ଯାଇଥିବାବେଳେ ସାପ କାମୁଡ଼ାର ଶିକାର ହୋଇଛନ୍ତି ।

୪ରୁ ଗ୍ରୀଷ୍ମକାଳୀନ କ୍ରିକେଟ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା,୨୬।୪ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ମେ ୪ ରୁ ୧୩ ପର୍ଯ୍ୟନ୍ତ ୯ ବର୍ଷରୁ ୧୩ ବର୍ଷ ବୟସର ବାଳିକା ଓ ବାଳିକମାନଙ୍କ ପାଇଁ ଏକ ଗ୍ରୀଷ୍ମକାଳୀନ କ୍ରିକେଟ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ ବୋଲି ଜିଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ ଏକ ପ୍ରେସ ବିବୃତ୍ତିରେ ଗୁରୁବାର ପ୍ରକାଶ କରିଛନ୍ତି ।