ଅପରାଧ |

ଡି’ ବ୍ରଦର୍ସଙ୍କ ନାଁରେ ଆତଙ୍କ: ଦାଦାବଟି ନ ଦେବାରୁ ଶିଳ୍ପପତିଙ୍କୁ ହାଣିଲେ

ଡି’ ବ୍ରଦର୍ସଙ୍କ ନାଁରେ ଆତଙ୍କ: ଦାଦାବଟି ନ ଦେବାରୁ ଶିଳ୍ପପତିଙ୍କୁ ହାଣିଲେ
ଭୁବନେଶ୍ୱର,୧୧ା୧୨ (ବ୍ୟୁରୋ)- ଗ୍ୟାଙ୍ଗ୍‌ଷ୍ଟର ସୁଶୀଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତ ଏବେ ଜେଲ୍‌ରେ। ମାତ୍ର ତାଙ୍କ ଅପରାଧ ସାମ୍ରାଜ୍ୟ ଏବେବି ଜାରି ରହିଛି। ସହଯୋଗୀମାନେ ଜେଲ୍‌ରୁ ମୁକୁଳିବା ପରେ ନୂଆ ଗ୍ୟାଙ୍ଗ୍‌ ଗଢ଼ି ଆତଙ୍କ ସୃଷ୍ଟି କରୁଛନ୍ତି। କଟକ ପରେ ରାଜଧାନୀରେ ଡି’ ବ୍ରଦର୍ସ ସହଯୋଗୀଙ୍କ ରାଜ୍‌ ନଜରକୁ ଆସିଛି। ସୋମବାର ଦାଦାବଟି ପାଇଁ ସହୀଦନଗର ଥାନା ଅନ୍ତର୍ଗତ ରସୁଲଗଡ଼ ଶିଳ୍ପାଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ଦାଦାବଟି ନ ଦେବାରୁ କୋଚିଲେଇ ହାଟ ପଛପାର୍ଶ୍ୱରେ ଥିବା ଭାଲେଣ୍ଟିନା ପାଇପ୍‌ କମ୍ପାନୀ ମାଲିକ ନିକୁଞ୍ଜ ଛୋଟରାୟଙ୍କ ସମେତ ୨ଜଣଙ୍କୁ ଖଣ୍ଡାରେ ହାଣିବା ସହ ଭଙ୍ଗାରୁଜା କରିଛନ୍ତି। ତେବେ ବିଳମ୍ବରେ ପୋଲିସ ପହଞ୍ଚତ୍ବା ପୂର୍ବରୁ ଦୁର୍ବୃତ୍ତମାନେ ଲୁଟ୍‌ପାଟ କରି ପଳାଇଥିଲେ। ଅଭିଯୋଗ ଅନୁଯାୟୀ, ସୋମବାର ସନ୍ଧ୍ୟାରେ ୫ଜଣ ଯୁବକ ହାତରେ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ଦରି ଭାଲେଟିନା ପାଇପ୍‌ କମ୍ପାନୀ ଅଫିସ୍‌ରେ ପଶିଥିଲେ। ପ୍ରଥମେ ସେମାନେ ମାଲିକଙ୍କୁ ଡାକିଥିଲେ। ନିଜକୁ ଡି ବ୍ରଦର୍ସଙ୍କ ସହଯୋଗୀ ବୋଲି କହି ୫ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। ମାଲିକ ନିକୁଞ୍ଜ ଦାଦାବଟି ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ପ୍ରଥମେ କମ୍ପାନୀରେ ଲାଗିଥିବା ସିସିଟିଭିକୁ ବାଡେଇ ଭାଙ୍ଗିଥିଲେ। ପରେ ଅଫିସ ଭିତରେ ପଶି ଭାଙ୍ଗାରୁଜା ଆରମ୍ଭ କରି ଦେଇଥିଲେ। ଅଫିସରେ ଥିବା କର୍ମଚାରୀ ଏହାକୁ ବିରୋଧ କରିଥିଲେ ମଧ୍ୟ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ସେମାନେ କମ୍ପାନୀ ମାଲିକ ନିକୁଞ୍ଜଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ମାଲିକଙ୍କୁ ଆକ୍ରମଣ ସମୟରେ ଜଣେ କର୍ମଚାରୀ ପ୍ରତିରୋଧ କରିବାକୁ ଯାଇ ଖଣ୍ଡା ଆକ୍ରମଣର ଶିକାର ହୋଇଥିଲେ। ଏପରିକି ବହୁ ସମୟ ଧରି ଆତଙ୍କ ଖେଳାଇଥିଲେ। ଯିବାବେଳେ ଗୁରୁତର ଆହତ ନିକୁଞ୍ଜ ପିନ୍ଧିଥିବା ସୁନା ଚେନ୍‌, ମୁଦି ଓ ୯ହଜାର ଟଙ୍କା ନେଇ ପଳାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିକୁଞ୍ଜଙ୍କୁ କେତେଜଣ କର୍ମଚାରୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣା ଘଟୁଥିବାବେଳେ ଅଫିସ୍‌ କର୍ମଚାରୀମାନେ ପୋଲିସକୁ ଫୋନ୍‌ କରି ଜଣାଇଥିଲେ। ମାତ୍ର ସହୀଦନଗର ଓ ମଞ୍ଚେଶ୍ୱର ଥାନାର ମଧ୍ୟସ୍ଥଳରେ ଦୁର୍ବୃତ୍ତମାନେ ଏତେ ସମୟ ଧରି ଏଭଳି କାଣ୍ଡ ଘଟାଇଥିଲେ ମଧ୍ୟ ପୋଲିସ ଆସି ନ ଥିଲା। ଦୁଇ ଘଣ୍ଟା ବିଳମ୍ବରେ ପୋଲିସ ପହଞ୍ଚତ୍ବାବେଳକୁ ଦୁର୍ବୃତ୍ତମାନେ ଖସି ଯିବାକୁ ସୁଯୋଗ ପାଇଥିଲେ। ରିପୋର୍ଟ ଲେଖାହେବା ବେଳକୁ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିଲା।
All Right Reserved By

ଅପରାଧ |

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୨୪ା୧ (ଡି.ଏନ୍‌.ଏ.)- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ତଥା ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଅନ୍ୟ ଆପରାଧିକ ମାମଲାରେ ପାଟଣାଗଡ଼ ଉପକାରାଗାରରେ ୬ଜଣ ବିଚାରାଧୀନ ବନ୍ଦୀଙ୍କୁ ଧରି ଗୁରୁବାର ଜେଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି। 

ଅଟୋ ସହ ୧୫ କେଜି ଗଞ୍ଜେଇ ଜବତ:  ବଙ୍ଗୀୟ ଯୁବତୀଙ୍କ ସମେତ ୪ ଗିରଫ

ଅଟୋ ସହ ୧୫ କେଜି ଗଞ୍ଜେଇ ଜବତ: ବଙ୍ଗୀୟ ଯୁବତୀଙ୍କ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ୍‌,୨୪ା୧-ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ଓ ଜିଲା ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ବୁଧବାର ଡେଙ୍ଗାପଦର ଗ୍ରାମ ଛକରେ ଚଢ଼ାଉ କରାଯାଇ ଏକ ଅଟୋରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି। ଉକ୍ତ ଅଟୋକୁ ମଧ୍ୟ ପୋଲିସ ଜବତ କରିଛି ।

ଆକ୍ରମଣ କରି ହାଇୱା ଲୁଟ୍‌: ଚାଳକଙ୍କୁ ଜଙ୍ଗଲରେ ଫିଙ୍ଗିଦେଲେ

ଆକ୍ରମଣ କରି ହାଇୱା ଲୁଟ୍‌: ଚାଳକଙ୍କୁ ଜଙ୍ଗଲରେ ଫିଙ୍ଗିଦେଲେ

ଢେଙ୍କାନାଳ ଅଫିସ, ୨୪।୧: ଢେଙ୍କାନାଳ ସଦର ଥାନା ପଞ୍ଚୁପଟି ନିକଟରେ ଥିବା ଏକ ଢାବା ସମ୍ମୁଖରୁ ମଙ୍ଗଳବାର ବିଳମ୍ବିତ ରାତିରେ ୩ଜଣ ଦୁର୍ବୃତ୍ତ ଚାଳକଙ୍କୁ ଆକ୍ରମଣ କରି ଏକ ଫ୍ଲାଏଆଶ୍‌ ବୋଝେଇ ହାଇୱା ଲୁଟି ନେଇଛନ୍ତି। 

ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କ ଦୁଇଟି କାନ କାଟି କୁଣ୍ଡଳ ନେଇଗଲେ ସ୍ବାମୀ

ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କ ଦୁଇଟି କାନ କାଟି କୁଣ୍ଡଳ ନେଇଗଲେ ସ୍ବାମୀ

ନଏଡା, ୨୩।୧: ଉତ୍ତରପ୍ରଦେଶ ନଏଡାର ଦାଦରି ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସ୍ତ୍ରୀଙ୍କ ଦୁଇଟି କାନ କାଟି କୁଣ୍ଡଳ ନେଇଯାଇଛନ୍ତି ସ୍ବାମୀ।

 ଯୁବତୀ ଭାବି କିନ୍ନରଙ୍କୁ ଦେଲେ ଲିଫ୍ଟ: ଆଉ ତା’ପରେ..

ଯୁବତୀ ଭାବି କିନ୍ନରଙ୍କୁ ଦେଲେ ଲିଫ୍ଟ: ଆଉ ତା’ପରେ..

ନୂଆଦିଲ୍ଲୀ, ୨୩।୧: ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ କିନ୍ନର ଶାରୀରିକ ସମ୍ପର୍କ ରଖିବା ଲାଗି ମନା କରିବାରୁ କିଛି ଯୁବକ ତାଙ୍କୁ ଗୁଳିମାରି ହତ୍ୟା କରିଛନ୍ତି।

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳ ଅଫିସ,୨୩।୧: ଅନୁଗୋଳ ଉପକଣ୍ଠରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପଥରରେ ଛେଚି ହତ୍ୟା କରାଯିବା ଘଟଣାରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚାର ଏକ ଟିମ୍‌ ବୁଧବାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ଧରାକୋଟ,୨୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମରେ ଥିବା ଆନ୍ଧ୍ରା ବ୍ୟାଙ୍କରେ କାର୍ଯ୍ୟରତ କ୍ୟାଶିୟର ବିନୟ କୁମାର ବେହେରାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ବୁଧବାର ଉଦ୍ଧାର କରାଯାଇଛି। ବିନୟଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

କାଠବାରୀ ଗ୍ରାମ ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କାଠବାରୀ ଗ୍ରାମ ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା କାଠବାରୀ ଗ୍ରାମ ରାସ୍ତା କଡ଼ରୁ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଉକ୍ତ ଗ୍ରାମର ଜାପାନୀ ନାଏକ ହୋଇଥିବା ଜଣାପଡ଼ିଛି।

ପୋଷା କୁକୁରଙ୍କୁ ନିଶା ଦେଇ ଗାଈ ଚୋରି କରିନେଲେ

ପୋଷା କୁକୁରଙ୍କୁ ନିଶା ଦେଇ ଗାଈ ଚୋରି କରିନେଲେ

ଭୁବନେଶ୍ୱର, ୨୨ା୧(ବ୍ୟୁରୋ)- ପୋଷା କୁକୁରଙ୍କୁ ଖାଦ୍ୟରେ ନିଶା ଦେଇ ଗୁହାଳରୁ ଗାଈ ଗୋରିକରିନେଲେ ଦୁର୍ବୃତ୍ତ। ଏଭଳି ଏକ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଧୀନ ବରିମୁଣ୍ଡ ଅଞ୍ଚଳରେ। ଗାଈ ମାଲିକ ସନ୍ତୋଷ ନାୟକ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା, ୨୨।୧(ସ୍ବ.ପ୍ର.)-ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୬ ଲିଟର ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ପରକ୍ରୀୟା ପ୍ରୀତି ସନ୍ଦେହରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଯୌନାଙ୍ଗକୁ କାଟି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଉଦୟପୁର ଗ୍ରାମରେ।

୮ମ ଣ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ ଘଟଣା : ସନ୍ଧାନୀ କୁକୁର  ସାହାଯ୍ୟରେ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ, ଚପଲ ଠାବ

୮ମ ଣ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ ଘଟଣା : ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ, ଚପଲ ଠାବ

ଅନୁଗୋଳ ଅଫିସ,୨୧।୧: ଅନୁଗୋଳ ସହର ଉପକଣ୍ଠରେ ରବିବାର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ। ସୋମବାର ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ପହଞ୍ଚି ଛାନଭିନ୍‌ ଚଳାଇଛନ୍ତି। ଏହାସହିତ ମୁଣ୍ଡାସାହି ନାଳ କୂଳରୁ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ ଓ ଚପଲ ଠାବ କରାଯାଇଛି।