ଜୀବନଚର୍ଯ୍ୟା |

ଉପକାରୀ ଅପରାଜିତା

ଉପକାରୀ ଅପରାଜିତା

ଆମ ଆଖପାଖରେ କିମ୍ବା ବାଡିବଗିଚାରେ ଦେଖିବାକୁ ମିଳିଥାଏ ଅପରାଜିତା। ବିଭିନ୍ନ ରଙ୍ଗରେ ଏହା ଉପଲବ୍ଧ ହେଲେ ହେଁ ନୀଳ ଓ ଧଳା ରଙ୍ଗ ମିଶା ଅପରାଜିତା ସମସ୍ତଙ୍କ ମନ କିଣିଥାଏ। କିଏ ଏହାକୁ ସଜାଇବାକୁ ବ୍ୟବହାର କରିଥାନ୍ତି ତ ଆଉ କିଏ ଭଗବାନଙ୍କୁ ଅର୍ପଣ କରିଥାନ୍ତି। ତେବେ ଏହି ଅପରାଜିତାର ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି। ଏହାର ବୈଜ୍ଞାନିକ ନାମ କ୍ଲାଇଟୋରିଆ ଟାର୍ନେସିୟା। ଆୟୁର୍ବେଦରେ ଏହାକୁ ଅନେକ ପ୍ରକାର ରୋଗର ଔଷଧ ହିସାବରେ ବ୍ୟବହାର କରାଯାଇଥାଏ। ଘରୋଇ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରେ। ଯେପରି କି:
*ଜ୍ୱର ସମୟରେ: ବାରମ୍ବାର ଜ୍ୱର ଆସୁଥିଲେ ଆପଣ ଅପରାଜିତାର ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ଅପରାଜିତାର ମୂଳକୁ ଫୁଟାଇ ଏହି ପାଣିକୁ ସେବନ କରିପାରିବେ।
*ଗର୍ଭଯନ୍ତ୍ରଣା ସମୟରେ: ଗର୍ଭଯନ୍ତ୍ରଣା ହେଉଥିବା ସମୟରେ ଅପରାଜିତାର ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ଏହାର ମୂଳକୁ ଏକ ସୂତାରେ ବାନ୍ଧି ଗର୍ଭବତୀଙ୍କ ଅଣ୍ଟାରେ ବାନ୍ଧିବେ। ଏହାଦ୍ୱାରା ପ୍ରସବ କ୍ରିୟା ସ୍ବାଭାବିକ ହୋଇଥାଏ। ପରେ ଶିଶୁ ଜନ୍ମନେବା ପରେ ଏହାକୁ କାଢ଼ି ଦିଅନ୍ତୁ। *ପେଟ ସମସ୍ୟାରୁ ମୁକ୍ତି: ଅପରାଜିତା ପେଟ ଜନିତ ସମସ୍ୟା ଯେପରି କବ୍ଜରୁ ରକ୍ଷା ଦେଇଥାଏ।
* ଗର୍ଭାଶୟର ସଙ୍କ୍ରମଣରୁ ରକ୍ଷା: କିଛି ମହିଳାଙ୍କ କ୍ଷେତ୍ରରେ ଗର୍ଭାଶୟ ବାହାରିଯିବାର ସମସ୍ୟା ରହିଥିବା ବେଳେ କିଛି ମହିଳାଙ୍କର ଗର୍ଭାଶୟ ନିଜ ସ୍ଥାନରୁ ଘୁଞ୍ଚିଯାଇଥାଏ। ଏସବୁ କ୍ଷେତ୍ରରେ ମହିଳାମାନେ ଅପରାଜିତାର ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ଅପରାଜିତାର ପତ୍ରକୁ ଖଟାମିଠା ଘାସ(ଇଣ୍ଡିଆନ ସୋରେଲ) ସହ ମିଶାଇ ଫୁଟାଇ ନେବେ। ପରେ ଏଥିରେ କିଛି ଫିଟିକିରି ପକାଇ ଏହି ପାଣିକୁ ଯୌନାଙ୍ଗକୁ ଧୋଇଦିଅନ୍ତୁ। ଏହାଦ୍ୱାରା ଗର୍ଭାଶୟ ଠିକ୍‌ ସ୍ଥାନକୁ ଯାଇଥାଏ। ଏପରିକି ଏହା ନାନାଦି ସଂକ୍ରମଣରୁ ରକ୍ଷା କରିଥାଏ।
*ଶିଶୁମାନଙ୍କର କଫ ସମସ୍ୟାରୁ ମୁକ୍ତି: ଯଦି ଆପଣଙ୍କ ଶିଶୁର କଫ ଜନିତ ସମସ୍ୟା ରହିଛି ତେବେ ଆପଣ ଅପରାଜିତାର ମଞ୍ଜିକୁ ପେଷି ଏହାର ଏକ ପାଉଡର ପ୍ରସ୍ତୁତ କରନ୍ତୁ। ପରେ ୨୫୦ ଗ୍ରାମ ପାଉଡରରେ କିଛି ମହୁ ମିଶାଇ ଶିଶୁକୁ ଚାଟିବାକୁ ଦିଅନ୍ତୁ। ଲାଭ ମିଳିବ।

All Right Reserved By

Model This Week

Model This Week

ଜୀବନଚର୍ଯ୍ୟା |

ଶିଶୁ ଉପରେ ପ୍ରଭାବ ପକାଏ ପ୍ରସବକାଳୀନ କଷ୍ଟ

ଶିଶୁ ଉପରେ ପ୍ରଭାବ ପକାଏ ପ୍ରସବକାଳୀନ କଷ୍ଟ

ଓ୍ବାଶିଂଟନ: ପ୍ରସବ ସମୟରେ ସୃଷ୍ଟି ହେଉଥିବା ବିଭିନ୍ନ ଅସୁବିଧା ଯୋଗୁ ଶିଶୁ ଜନ୍ମରେ ବାଧା ସୃଷ୍ଟି ହୋଇଥାଏ। ଏହାର ପ୍ରଭାବରେ ନବଜାତକର ମସ୍ତିଷ୍କରେ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ ବୋଲି ଗବେଷକ କହିଛନ୍ତି। ଏହି ରାସାୟନିକ ପରିବର୍ତ୍ତନ ଦ୍ୱାରା ଶିଶୁଠାରେ ଏକାଗ୍ରତାର ଅଭାବ ରହିଥାଏ ଓ ଶିଶୁ ପରବର୍ତ୍ତୀ ସମୟରେ ସାଧାରଣ ଜୀବନରେ କୌଣସି ଆନନ୍ଦ ମୂହୂର୍ତ୍ତକୁ ଠିକ୍‌ ଭାବେ ଗ୍ରହଣ କରି ପାରି ନ ଥାଏ ବୋଲି ନ୍ୟୁୟର୍କ ମାଉଣ୍ଟ୍‌ ସିନାଇ ମେଡିକାଲ ସ୍କୁଲର ଗବେଷକ ପ୍ରଫେସର ଡାକ୍ତର ସଅନ୍‌ ଫ୍ରୋଡିଷ୍ଟ୍‌ ସୂଚିତ କରିଛନ୍ତି।

ଗ୍ରୀଷ୍ମଋତୁରେ ଟାଇଟ୍‌ ଜିନ୍ସ୍‌ ପିନ୍ଧିବା କ୍ଷତିକାରକ

ଗ୍ରୀଷ୍ମଋତୁରେ ଟାଇଟ୍‌ ଜିନ୍ସ୍‌ ପିନ୍ଧିବା କ୍ଷତିକାରକ

ନୂଆଦିଲ୍ଲୀ : ଗ୍ରୀଷ୍ମଋତୁରେ ସାଧାରଣ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଏହି ଋତୁରେ ଟାଇଟ୍‌ ଜିନ୍ସ୍‌ ପିନ୍ଧିବା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ପ୍ରବଳ ଖରାଯୋଗୁ ଦେହରୁ ଝାଳ ବାହାରିଥାଏ। ଟାଇଟ୍‌ ଜିନ୍ସ୍‌ ପିନ୍ଧିଲେ ଖରାକୁ ସହ୍ୟ କରି ହୋଇ ନ ଥାଏ। ଏହାଛଡା ଝାଳରେ ଜିନ୍ସ୍‌ ଓଦା ହେବାଯୋଗୁ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ।

ଋତୁସ୍ରାବ ସମସ୍ୟା ସୃଷ୍ଟି କରେ ମଦ୍ୟପାନ

ଋତୁସ୍ରାବ ସମସ୍ୟା ସୃଷ୍ଟି କରେ ମଦ୍ୟପାନ

ଓ୍ବାଶିଂଟନ : ମଦ୍ୟପାନ ଯୋଗୁ ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ସମସ୍ୟା ସୃଷ୍ଟି ହୋଇଥାଏ। ଏନେଇ ଗବେଷକ ସର୍ଭେ ଭିତ୍ତିକ ତଥ୍ୟ ଉପସ୍ଥାପନ କରିଛନ୍ତି। ସ୍ପେନ୍‌ର ଗବେଷକ ଦଳ ମହିଳାଙ୍କଠାରେ ଦେଖାଯାଉଥିବା ଋତୁସ୍ରାବ ସମସ୍ୟା ଉପରେ ଦୀର୍ଘଦିନ ଧରି ଅଧ୍ୟୟନ କରୁଥିଲେ। ଏଥିରେ ୧୯ଟି ରାଷ୍ଟ୍ରର ୪୭ ହଜାର ମହିଳାଙ୍କୁ ସାମିଲ୍‌ କରାଯାଇଥିଲା।

ସ୍କିନ୍‌ଟୋନ୍‌ ବଢାଏ ଆଳୁ

ସ୍କିନ୍‌ଟୋନ୍‌ ବଢାଏ ଆଳୁ

ଆଖିତଳ କଳା ପଡିବା ଅନେକଙ୍କ ଲାଗି ଏକ ଚିନ୍ତାର କାରଣ, ଯାହାକୁ ଦୂର କରିବାରେ ଆଳୁ ବେଶ୍‌ ଲାଭଦାୟକ। ଆଳୁର ଚୋପା ଛଡାଇ ପତଳା ପତଳା କାଟି ଆଖି ଉପରେ ୨୦ ମିନିଟ୍‌ ରଖନ୍ତୁ। ପ୍ରତିଦିନ ଏପରି କରିବା ଦ୍ୱାରା ଦାଗ ଶୀଘ୍ର ଦୂର ହୋଇଯିବ।

ଟ୍ରାଇବାଲ୍‌ ଜୁଏଲେରି ଫ୍ୟାଶନ୍‌

ଟ୍ରାଇବାଲ୍‌ ଜୁଏଲେରି ଫ୍ୟାଶନ୍‌

ଟ୍ରାଇବାଲ୍‌ ଜୁଏଲେରିରେ ବ୍ରାଇଟ୍‌ ଏବଂ ବୋଲ୍ଡ କଲରର ଉଭୟ ଛୋଟ ଏବଂ ବଡ଼ ବିଡ୍ସ ବ୍ୟବହାର କରାଯାଇଥାଏ, ଯାହାକୁ ଡ୍ରେସ୍‌ ସହ ଉଭୟ ମ୍ୟାଚ୍‌ କରି ହେଉ ଅବା କଣ୍ଟ୍ରାଷ୍ଟ କରି ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ। ଏଭଳି ଜୁଏଲେରି ମଧ୍ୟରେ ବିଶେଷକରି ଆଭୁ ଷ୍ଟୋନ୍‌ ଗ୍ଲାସ୍‌ ବିଡେଡ୍‌ ତାଇବାନ୍‌ ଷ୍ଟାଇଲ୍‌ ନେକ୍‌ଲେସ୍‌ ବର୍ତ୍ତମାନ ବେଶି ଡିମାଣ୍ଡରେ ଅଛି।

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଓ୍ବାଶିଂଟନ, ୨୩।୪ : ବଜାରରେ ମହିଳାଙ୍କ ଉପଯୋଗୀ ଗର୍ଭନିରୋଧକ ଟ୍ୟାବଲେଟ୍‌ ଉପଲବ୍ଧ ହୋଇଥାଏ। ଏହାର ବ୍ୟବହାର କରିବା ଦ୍ୱାରା ମହିଳାଙ୍କ ସେକ୍ସ୍‌ ହରମୋନ୍‌ ଉପରେ ପ୍ରଭାବ ପଡିଥାଏ। ଯାହାଦ୍ୱାରା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରେ ଭ୍ରୁଣ ସୃଷ୍ଟି ହୋଇପାରି ନ ଥାଏ। ଆଗାମୀ ଦିନରେ ପୁରୁଷଙ୍କ ପାଇଁ ଏଭଳି ଟ୍ୟାବଲେଟ୍‌ ବଜାରରେ ଉପଲବ୍ଧ ହେବ। ଏହାର ବ୍ୟବହାରଦ୍ୱାରା ଶୁକ୍ରାଣୁର ଗତି ଶିଥିଳ ହୋଇଯିବ।

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବ ଟମାଟୋ

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବ ଟମାଟୋ

ଟମାଟୋର ସ୍ବାସ୍ଥ୍ୟୋପକାରୀ ଗୁଣ ତାଲିକାରେ ଆଉ ଏକ କଥା ସାମିଲ ହୋଇଛି। ଏହା ଫୁସ୍‌ଫୁସ୍‌କୁ ସୁରକ୍ଷା ଦେବାରେ ଅନେକାଂଶରେ ସହାୟକ ହୋଇଥାଏ। ବିଶେଷ ଭାବରେ ଯେଉଁମାନେ ନିୟମିତ ନିଶାଦ୍ରବ୍ୟ ସେବନ କରନ୍ତି ସେମାନେ ଯଦି ନିୟମିତ ଟମାଟୋ ଖାଆନ୍ତି ତେବେ ସେମାନଙ୍କର ଫୁସ୍‌ଫୁସ୍‌ କେତେକାଂଶରେ ସୁରକ୍ଷିତ ରହିଥାଏ।

କଫି, ଚା ହୃଦ୍‌ଘାତରୁ ସୁରକ୍ଷା ଦିଏ

କଫି, ଚା ହୃଦ୍‌ଘାତରୁ ସୁରକ୍ଷା ଦିଏ

ନୂଆଦିଲ୍ଲୀ : କଫି ଓ ଚା ହୃଦ୍‌ଘାତରୁ ମନୁଷ୍ୟକୁ ସୁରକ୍ଷା ଦେଇଥାଏ। ଏନେଇ ଚିକିତ୍ସା ବିଜ୍ଞାନୀ ଏକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। କଫିରେ ଥିବା କାଫିନ୍‌ ଓ ଚାରେ ଥିବା ନିକୋଟାଇନ୍‌ ରକ୍ତରେ ମିଶିବା ଦ୍ୱାରା ଏହାର କୋଷିକା ଉତ୍ତେଜିତ ହୋଇଥାଏ। ଫଳରେ ହୃଦୟର ସାଧାରଣ କାର୍ଯ୍ୟକାରିତା ବୃଦ୍ଧି ପାଇଥାଏ।

ଔଷଧୀୟ ଗୁଣରେ ଭରପୂର ତେଜପତ୍ର

ଔଷଧୀୟ ଗୁଣରେ ଭରପୂର ତେଜପତ୍ର

ବେଳେବେଳେ ଆମେ ଥଣ୍ଡା ସର୍ଦ୍ଦି ଭଳି ଛୋଟ ଛୋଟ ରୋଗରେ ପଡିଲେ ମା’ ଆମ ରୋଷେଇ ଘରେ ଥିବା କିଛି ଜିନିଷ ବ୍ୟବହାର କରି ଆମକୁ ରୋଗମୁକ୍ତ କରିଥାଆନ୍ତି। ବିଶେଷ କରି ରୋଷେଇରେ ବ୍ୟବହୃତ କିଛି ମସଲାରେ ରହିଥିବା ଔଷଧୀୟ ଗୁଣ ଆମକୁ ସୁସ୍ଥ ରଖିବାକୁ ବେଶ୍‌ ସହାୟକ ହୋଇଥାଏ।

ଭିଟାମିନ୍‌-ଡି’ସ୍ତର କମିଲେ ମଧୁମେହ ଆଶଙ୍କା ବଢ଼େ

ଭିଟାମିନ୍‌-ଡି’ସ୍ତର କମିଲେ ମଧୁମେହ ଆଶଙ୍କା ବଢ଼େ

ଓ୍ବାଶିଂଟନ : ଶରୀରରରେ ଭିଟାମିନ୍‌-ଡି’ସ୍ତର କମ୍‌ ହେଲେ ମଧୁମେହ ଆଶଙ୍କା ବଢ଼ିଥାଏ ବୋଲି କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ ଏକ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ମର୍ମରେ ଗବେଷକ ୯୦୩ ଜଣ ବ୍ୟକ୍ତିଙ୍କ ଉପରେ ଅନୁଧ୍ୟାନ କରିଥିଲେ। ଜଣାପଡିଥିଲା ଯେ, ରକ୍ତରେ ଭିଟାମିନ୍‌-ଡି’ ସ୍ତର ହ୍ରାସ ପାଇଲେ ଟାଇପ୍‌-୨ ମଧୁମେହ ହେବାର ଆଶଙ୍କା ଦେଖାଦେଇଥାଏ।

ବିଛା ବିଷରୁ ଔଷଧ

ବିଛା ବିଷରୁ ଔଷଧ

ନୂଆଦିଲ୍ଲୀ,୧୯।୪: ବିଛା ବିଷରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଉପଶମକାରୀ ଯୋଗିକ ରହିଛି ବୋଲି ଗବେଷକ ଜାଣିପାରିଛନ୍ତି। ଏହି ଯୌଗିକରୁ ପ୍ରସ୍ତୁତ ଔଷଧ ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିମାନେ ଉପକୃତ ହୋଇପାରିବେ। ବୟସ ବଢ଼ିବା ସହିତ ଗଣ୍ଠିସ୍ଥାନରେ ଥିବା ଲିଗାମେଣ୍ଟ ଧୀରେ ଧୀରେ ଏହାର ନମନିୟତା ହରାଇ ବସିଥାଏ।

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ଦାନ୍ତ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସଫା ଧଳା ଓ ସମାନ ଆକାରର ଦାନ୍ତରେ ସାମାନ୍ୟ ହସିଦେଲେ ଏହା ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ।