ସମ୍ପାଦକୀୟ |

ଦଳରେ ବ୍ୟକ୍ତି ବିବେକକୁ ବଳିଦିଏ

ଦଳରେ ବ୍ୟକ୍ତି ବିବେକକୁ ବଳିଦିଏ
ସହଦେବ ସାହୁ ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଲୋକେ ହିଁ ନିଷ୍ପତ୍ତି ନିଅନ୍ତି, ସରକାର କ’ଣ କରିବ ଲୋକେ ପ୍ରସ୍ତାବ ଦିଅନ୍ତି। ସ୍ବଳ୍ପ ଜନସଂଖ୍ୟାର ସହରରେ ବା ଗ୍ରାମରେ ସମସ୍ତେ ଏକାଠି ହୋଇ ମତ ଦେବା ସମ୍ଭବ, ଖାଣ୍ଟି ଗଣତନ୍ତ୍ର ସମ୍ଭବ। ଜନସଂଖ୍ୟା ଦିଗରୁ ଆମ ରାଜ୍ୟର ବଡ଼ ଗ୍ରାମ ଢେଙ୍କାନାଳର ଭୁବନଠାରୁ ପ୍ରାଚୀନ ଗ୍ରୀସ୍‌ର ଏଥେନ୍ସ ସହର ବି ଛୋଟ ଥିଲା, ସେଠାରେ ପ୍ରତ୍ୟକ୍ଷ ଗଣତନ୍ତ୍ର ଚାଲିଥିଲା। କୋଟି କୋଟି କଥା ଛାଡ, ଲକ୍ଷ ଲକ୍ଷ ଲୋକଙ୍କୁ ଘେନି ପ୍ରତ୍ୟକ୍ଷ ଗଣତନ୍ତ୍ର ଅସମ୍ଭବ; ତେଣୁ ପ୍ରତିନିଧିମୂଳକ ପରୋକ୍ଷ ଗଣତନ୍ତ୍ର ଆମେ ବାଛି ନେଇଛୁ। ଏହାର ଅନ୍ୟ ନାମ ସଂସଦୀୟ ଗଣତନ୍ତ୍ର- ଯେଉଁ ଦଳ ସପକ୍ଷରେ ଅର୍ଦ୍ଧାଧିକ ପ୍ରତିନିଧି ଥାଆନ୍ତି ସେହି ଦଳ ହିଁ ସରକାର ଚଳାଏ। ଏହା ଏକ ଦେଣନେଣ କାରବାରରେ ପରିଣତ ହୋଇପଡ଼େ। ଦଳ ପ୍ରାର୍ଥୀଠାରୁ ନିଃସର୍ତ୍ତ ଆନୁଗତ୍ୟ ଚାହେଁ। ପ୍ରାର୍ଥୀ ସ୍ବାଧୀନତା ହରାଏ ମତପ୍ରକାଶର, ସ୍ବଚ୍ଛତା ଓ ସାଧୁତା ଦେଖାଇବାର। ଦଳ ବି ଜିତିଥିବା ପ୍ରାର୍ଥୀକୁ ଅଶାଳୀନ ଓ ଅନୈତିକ କାରବାର କରିବାରେ, ଡରାଇ ମରାଇ ଭୋଟ୍‌ ପାଇବାରେ ଅର୍ଥାତ୍‌ ଆଇନରୁ ଊର୍ଦ୍ଧ୍ୱରେ ରହିବାରେ ସାହାଯ୍ୟ କରେ। ଦଳର ସଭ୍ୟ ହିସାବରେ ପ୍ରତିନିଧିଟି ଦଳର ନେତାଙ୍କ ଯାବତୀୟ କାରବାରକୁ ଯଥାର୍ଥ ବୋଲି ପ୍ରବଚନ ଦେଇଥାଏ। ଲୋକଙ୍କର ଆଶା ଆକାଙ୍‌କ୍ଷାକୁ ଉପେକ୍ଷା କରି ଏହି ପ୍ରତିନିଧିମାନେ ପ୍ରତିନିଧିତ୍ୱକୁ ରୋଜଗାରର ଏକ ଅଧିକାର (ପ୍ରିଭିଲେଜ୍‌) ତଥା ଆୟୁଧ ଭଳି ବ୍ୟବହାର କରିବାର ବ୍ୟବସ୍ଥା କରିନିଅନ୍ତି। ଲୋକଙ୍କର ଆଶା ଆକାଙ୍‌କ୍ଷା ପୂରଣ ବା ଦୁଃଖକଷ୍ଟ ଲାଘବ ପାଇଁ ଆଇନ କରିବା ଓ ସରକାର ସେହି ଆଇନ ଅନୁଯାୟୀ ଯେପରି ଚାଲେ ତାହା ଦେଖିବା ଆଳରେ ନିଜର ଓ ନିଜ ପରିବାରର ସମ୍ପତ୍ତି ବୃଦ୍ଧିରେ ଲାଗିପଡ଼ନ୍ତି। ସରକାର ବା ପ୍ରଶାସନ ନେତାମାନଙ୍କ ପାରିବାରିକ କମ୍ପାନୀ ଭଳି କାମ କରେ। ଦଳର ସୁପ୍ରିମୋ ବା ହାଇକମାଣ୍ଡଙ୍କ ଆଚରଣରୁ ଜଣାଯାଏ ଯେ ସେ ନିଜକୁ ଏକ ବହୁ-ପାରିବାରିକ (ମଲ୍ଟି ଫାମିଲି) କମ୍ପାନୀ ଭଳି ମନେକରନ୍ତି; ନିଜକୁ ବା ନିଜର ପିଲାକୁ ରାଜ୍ୟ ବା ଦେଶସ୍ତରୀୟ ଦଳର ପରିଚାଳନା ନିର୍ଦ୍ଦେଶକ (ମ୍ୟାନେଜିଂ ଡାଇରେକ୍ଟର) କରିଦିଅନ୍ତି। ଲୋକପ୍ରତିନିଧି ହେବାକୁ ଚାହୁଁଥିବା ଲୋକେ ଏଭଳି ବ୍ୟବସ୍ଥାକୁ ନ୍ୟାୟସଂଗତ କହିବାକୁ ବାଧ୍ୟ, ନ ହେଲେ ଟିକଟ ମିଳିବ ନାହିଁ। ଦେଶର ସମ୍ପଦ (ରିସୋର୍ସ)ର କେତେ ବେଶି ଅଂଶ ମାରିହେବ ତାହା ନିର୍ଭର କରୁଛି ପ୍ରାର୍ଥୀଟି କେତେ ପରିମାଣରେ ଦଳ ନିକଟରେ ଆତ୍ମସମର୍ପଣ କରୁଛି; ନିଜର ବିବେକ, ସାଧୁତା ଓ ସ୍ବଚ୍ଛତାକୁ ଦଳ ମୁଖ୍ୟଙ୍କ ପରିଚାଳନା ସମର୍ଥନରେ ବଳି ଦେଉଛି। ବ୍ୟକ୍ତି ହିସାବରେ ସ୍ବଚ୍ଛ, ସାଧୁ ଓ ନୀତିବାନ୍‌ ଭାବେ ଜଣାଶୁଣା ଲୋକ ବି ଦଳରେ ମିଶିଲେ ଦଳର ଆଦର୍ଶ ବା ମୁଖ୍ୟଙ୍କ ମତ ବିରୋଧରେ ଆଚରଣ ଓ ଉଚ୍ଚାରଣରେ ଉଁ ଚୁଁ ହେବେ ନାହିଁ। ବ୍ୟକ୍ତି ହିସାବରେ ଯିଏ ଚାହେଁ ଜେଲ ଦଣ୍ଡ ଭୋଗୁଥିବା ଲୋକ ଭୋଟ୍‌ ଦେବାରୁ ବଞ୍ଚିତ ହେଉ, ସିଏ ପ୍ରତିନିଧି ହୋଇଥିଲେ ଜେଲରେ ଥିଲେ ବି ଭୋଟ୍‌ ଦେଇପାରିବ, ପୁଣି ତା’ ନାଁ ଗୋଟିଏ ମଣ୍ଡଳୀରେ ଥିଲେ ବି ଦୁଇଟା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇପାରିବ। ବ୍ୟକ୍ତି ହିସାବରେ ସିଏ ଏ କଥା ଅନୈତିକ ବୋଲି କହିବ, ଦଳ ସଂସଦରେ ଏପରି ଆଇନ କରାଇନେଇଥିବାରୁ ତାକୁ ସିଏ ଯୁକ୍ତିଯୁକ୍ତ ବୋଲି କହିବ। ସାଧାରଣ ନାଗରିକ ହିସାବରେ କେହି ଚାହେଁ ନାହିଁ ଯେ ପ୍ରତିନିଧିମାନେ ମନଇଚ୍ଛା ଦରମା ବଢାଇନିଅନ୍ତୁ। ନିଯୁକ୍ତିଦାତାର ବିନା ସମ୍ମତିରେ ଦରମା ବଢି ପାରିବ ନାହିଁ ବୋଲି ସେ ଜାଣେ। ପ୍ରତିନିଧିମାନଙ୍କ ନିଯୁକ୍ତିଦାତା ତ ଭୋଟର୍‌, ତେଣୁ ନିର୍ବାଚନ ଇସ୍ତାହାରରେ ଦରମା ବୃଦ୍ଧି ପ୍ରସ୍ତାବ ରଖି ଜନାଦେଶ ପାଇଲେ ହିଁ ଦରମା ବଢୁ ବୋଲି ନାଗରିକଟିଏ କହିବ, ଅଥଚ ଲୋକପ୍ରତିନିଧି ହୋଇଗଲେ ଚୁପ୍‌ଚାପ୍‌ ସଂସଦ ବା ବିଧାନସଭାରେ ଦରମା ବଢାଇନେବ। ଦରମା ପାଉଥିବା ଲୋକ କାର୍ଯ୍ୟାଳୟକୁ ଯିବା ବା ସେଠି କାମ କରିବା ଲାଗି ଭତ୍ତା ନେବା ଉଚିତ ନୁହେଁ ବୋଲି କହୁଥିବା ନାଗରିକଟିଏ ପ୍ରତିନିଧି ହୋଇଗଲେ କାର୍ଯ୍ୟାଳୟ (ସଂସଦ ବା ବିଧାନସଭା)କୁ ଯିବା ଲାଗି ଦରମା ଛଡ଼ା ଅତିରିକ୍ତ ଭତ୍ତା ପାଇବାକୁ ଆଇନ କରିନିଏ। ସ୍ବାର୍ଥଦ୍ୱନ୍ଦ୍ୱ ଆସିବ ବୋଲି ଚାକିରିରେ ଥିବା ଲୋକ ଅନ୍ୟ କୌଣସି କାମ କରିପାରିବ ନାହିଁ, ଅନ୍ୟଠାରୁ ଦରମା ନେଲେ ତାହା ପ୍ରତି ଅନୁକମ୍ପା ଦେଖାଇପାରେ ବୋଲି ସରକାରୀ କର୍ମଚାରୀଟିଏ ୨୪ ଘଣ୍ଟିଆ କର୍ମଚାରୀ। ସେହି ନ୍ୟାୟରେ ଦରମାନିଆ (ଅଫିସ୍‌ ଅଫ୍‌ ପ୍ରଫିଟ୍‌) ପଦରେ ଥିବା ଲୋକଟିଏ ଲୋକ-ପ୍ରତିନିଧି ପ୍ରାର୍ଥୀ ହୋଇପାରିବ ନାହିଁ। କିନ୍ତୁ ସାଂସଦମାନେ ଆଇନ ପାସ୍‌ କରାଇ ନେବେ ଯେ ଅମୁକ ପଦବୀଟି ଦରମାନିଆ ପଦବୀ ବୋଲି ଧରାଯିବ ନାହିଁ। ଏମିତି ଆଇନ କରାଇନେବା ଅନୁଚିତ ବୋଲି ନାଗରିକଟିଏ କହିବ, କିନ୍ତୁ ଦଳର ଲୋକ ହୋଇଗଲେ ଉଚିତ ବୋଲି ଯୁକ୍ତି କରିବ। ପେନ୍‌୍‌ସନ୍‌ ପାଇବା ଲାଗି ଏକ ନିର୍ଦ୍ଦିଷ୍ଟ କାଳ ଚାକିରି କରିଥିବା ଦରକାର, କିନ୍ତୁ ଦିନେ ମାତ୍ର ସଂସଦ ବା ବିଧାନସଭା କାମ କରିଥିଲେ ଅର୍ଥାତ୍‌ ଦିନକ ପରେ ଆସେମ୍ବ୍ଲି ବା ଲୋକସଭା ଭାଙ୍ଗିଦିଆଗଲେ ବି ପ୍ରତିନିଧିଟି ପେନ୍‌ସନ୍‌ ପାଇବ, ପୁଣି ତା’ର ଅବସର ସୀମା ନାହିଁ। ଏ ସବୁ ଅନୈତିକ ନୁହେଁ କି? କିନ୍ତୁ ଲୋକପ୍ରତିନିଧି ଏ ପ୍ରକାରର ଅନୈତିକ କାମକୁ ବୈଧ କରିନେଇଛନ୍ତି। ନ୍ୟାୟାଳୟମାନେ ଏହାକୁ ରଦ୍ଦ କରୁନାହାନ୍ତି। ଦଳର ଲୋକ ହେଲେ ବ୍ୟକ୍ତି ତାହାର ନୈତିକତା ହରାଏ କାହିଁକି? ଗଣତନ୍ତ୍ରର ଗଣ ଅର୍ଥାତ୍‌ ଭୋଟର୍‌ମାନେ ବି କେବେ ଭାବନ୍ତିି ନାହିଁ ଯେ ସେମାନେ ଯାହାକୁ ପ୍ରତିନିଧି ଭାବେ ବାଛୁଛନ୍ତି ସେ ତାଙ୍କ ଚରିତ୍ର ଓ ନୈତିକତାକୁ ଦଳ ପାଖରେ ଟେକିଦେବ, ସେମାନଙ୍କ କାର୍ଯ୍ୟକଳାପ ଆସ୍ତେ ଆସ୍ତେ ଗଣତନ୍ତ୍ରକୁ ଭସ୍ମ କରିଦେବ। ଦଳର ପ୍ରତିନିଧି ନ ହୋଇ ଅର୍ଥାତ୍‌ ସ୍ବାଧୀନ ପ୍ରାର୍ଥୀ ଭାବେ କେହି ଲୋକପ୍ରତିନିଧି ହୋଇଥିବା ଖୁବ୍‌ ବିରଳ। ତେଣୁ ସ୍ବାଧୀନମନା ଓ ଚରିତ୍ରବାନ୍‌ ଲୋକ ତାହାର ମନ ଓ ଚରିତ୍ରକୁ ଭୁଲିଯିବାକୁ ବାଧ୍ୟ ହୁଏ, ଦଳର ମତବାଦ (ଆଦର୍ଶ) ତଥା ମୁଖ୍ୟଙ୍କ କାର୍ଯ୍ୟକଳାପ କିପରି ସାଧାରଣ ଲୋକର ହିତରେ ତାହାର ପ୍ରବଚନ ଦିଏ। ଦଳ ଭିତରେ ଅର୍ଥଲାଭ ଆଶା ଥିଲେ ସାଧୁ ଭାବେ ଜଣାଥିବା ଲୋକେ ବି ଅସାଧୁ ବ୍ୟବହାର ଦେଖାନ୍ତି ଏବଂ ଅସାଧୁ ଉପାୟ ଅବଲମ୍ବନ କରିବାରେ ପରସ୍ପରକୁ ସହଯୋଗ କରିଥାନ୍ତି। କେହି କାହାକୁ ଧରାଇ ଦେବାର ନାହିଁ ବୋଲି ଏ ପ୍ରକାର ନୈତିକତା ଦଳ ବା ଗୋଠକୁ ଦୃଢ କରେ। ବ୍ୟକ୍ତିର ସାଧୁତା ଗୋଠର ସ୍ବାର୍ଥାଗ୍ନିରେ ବଳିପଡେ। ଯେତେବେଳେ ଅନୁଷ୍ଠାନଟିଏ ବହୁଳ ଭାବରେ ଭ୍ରଷ୍ଟାଚାର କରିବାରେ ଲାଗେ, ଉଚ୍ଚତର ସ୍ତରରେ ଥିବା ଲୋକେ ଏ କାମ ଆରମ୍ଭ କରନ୍ତି। ସେତେବେଳେ ଏ କାମ ଜଣେ ଅଧେ ଅଧିକାରୀ କରନ୍ତି ନାହିଁ, ଅନେକ ବ୍ୟକ୍ତି ଏ କାମରେ ସହଯୋଗ କରିଥାନ୍ତି। ତଳସ୍ତରର ଲୋକେ ଏହାର ଅନୁକରଣ କରନ୍ତି। ଏଭଳି ଏକ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଜର୍ମାନୀର ମ୍ୟୁନିକ୍‌ସ୍ଥିତ ଲୁଡ୍‌ୱିଙ୍ଗ ମାକ୍ସିମିଲିଆନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ। ରାଜନୈତିକ ଦଳର ଉଚ୍ଚ ନେତାମାନେ ଦଳର କାରବାରକୁ ଗୋଟିଏ ଘରୋଇ କମ୍ପାନୀର ପରିଚାଳନା ଭଳି ଦେଖନ୍ତି। ହିସାବ ଲୁଚାଇବା, ହିସାବ ହେରଫେର କରିବା- ଏଭଳି ଅସାଧୁ କାରବାରକୁ ନୈତିକ ରୂପ ଦିଏ। ଦଳରେ ଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଲାଇସେନ୍ସ ପାଇଥିବା ଲୋକ ବି ଏହାର ଅଡିଟ୍‌ କରି ହିସାବର ଔଚିତ୍ୟ ପ୍ରମାଣ କରନ୍ତି। ଦଳର ନୀତି ବ୍ୟକ୍ତିବିଶେଷର ନୈତିକତାଠାରୁ ଭିନ୍ନ ହୋଇଥିଲେ ବି ଦଳରେ ମିଶିଥିବା ବ୍ୟକ୍ତି ଗ୍ରହଣ କରିନିଏ ଏବଂ ଲୋକସମକ୍ଷରେ ତାହାର ଯଥାର୍ଥତା ପ୍ରତିପାଦନ କରିଥାଏ। କାଲି ଯାହା ଜାତୀୟ ରାଜପଥ ଥିଲା ବୋଲି ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ ମଦ ବିକ୍ରି ବନ୍ଦ ଥିଲା ଆଜିି ତାହାକୁ ମ୍ୟୁନିସିପାଲ୍‌ ରୋଡ୍‌ ବୋଲି ବିଜ୍ଞପ୍ତି କରାଇ ମଦ ଦୋକାନ ଖୋଲାଏ। କାଲିର ବେଆଇନ କାମକୁ ଆଜି ଆଇନ କରିଦେଲେ ବି ଦଳର ଲୋକେ ଆପତ୍ତି କରନ୍ତି ନାହିଁ, ବରଂ ତାହା କିପରି ଯଥାର୍ଥ ତାହା ସପକ୍ଷରେ ଯୁକ୍ତି ବାଢନ୍ତି। ଟେଲିଭିଜନ ଚାନେଲ୍‌ଗୁଡ଼ିକର ଲାଇଭ୍‌ ଶୋ’ରେ ଦଳର ମୁଖପାତ୍ରମାନେ କିପରି ଯୁକ୍ତି କରନ୍ତି ତାହା ଅନୁଶୀଳନ କରି ଦେଖନ୍ତୁ, କିପରି ଦଳର ଲୋକେ ବ୍ୟକ୍ତିଗତ ନୈତିକତାକୁ, ସାଧାରଣ ସାଧୁତାକୁ ଭୁଲିଯାଆନ୍ତିି। ଇମେଲ୍‌: sahadevas@yahoo.com
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...