ସମ୍ପାଦକୀୟ |

ଓଡ଼ିଆ ଭାଷା କ’ଣ ଏତେ ଦରିଦ୍ର

ଓଡ଼ିଆ ଭାଷା କ’ଣ ଏତେ ଦରିଦ୍ର
ନୀଳାଦ୍ରିଭୂଷଣ ହରିଚନ୍ଦନ ଓଡ଼ିଆ ଏକ ସମୃଦ୍ଧ ଭାଷା ବୋଲି ଆମର ଗର୍ବ। କିନ୍ତୁ ଦିନକୁ ଦିନ ଅବସ୍ଥା ଏପରି ହେଲାଣି ଯେ ଏଣିକି ଆମ ଭାଷାକୁ ସମୃଦ୍ଧ କହିବାକୁ ସଙ୍କୋଚ ଲାଗିବ। ପ୍ରତିଦିନର ଖବରକାଗଜ ପୃଷ୍ଠା ଓଲଟାଇଲେ ଖବରଗୁଡିକର ଶିରୋନାମାରେ କିମ୍ବା ଖବର ଭିତରେ ପାଞ୍ଚସାତଟା ହିନ୍ଦୀ ଶବ୍ଦର ପ୍ରୟୋଗ ପ୍ରାୟ ଦେଖିବାକୁ ମିଳୁଛି। ମନେହେଉଛି, ଏତେବର୍ଷ ଧରି ଯେଉଁ ଭାଷାରେ ସହଜରେ ଭାବପ୍ରକାଶ କରାଯାଇ ପାରୁଥିଲା, ତାହା କ’ଣ ହଠାତ୍‌ ଏତେ ଦୁର୍ବଳ ହୋଇପଡିଲା ଯେ, ଆମକୁ ହିନ୍ଦୀରୁ ଅନେକ ଶବ୍ଦ ଅପଶବ୍ଦ ଆମଦାନି କରି ଆଣିବାକୁ ପଡୁଛି? ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମଗୁଡିକ ଏତେ ପରିମାଣରେ ହିନ୍ଦୀ ଶବ୍ଦ ବ୍ୟବହାର କରୁଛନ୍ତି ଯେ ଆମ ଭାଷାରେ ବହୁ ଅର୍ଥପୂର୍ଣ୍ଣ ଶବ୍ଦ ଲୋପ ପାଇଯିବାକୁ ବସିଲାଣି। ବ୍ୟବହାର ଅଭାବରୁ ଲୋକେ ଅନେକ ତତ୍‌ସମ, ତଦ୍‌ଭବ ଓ ଦେଶଜ ଶବ୍ଦକୁ ଭୁଲିଗଲେଣି। ସେହିସବୁ ଶବ୍ଦଗୁଡିକୁ ଅଚଳ କରି ଲୋକେ ହିନ୍ଦୀ ଶବ୍ଦ କହୁଛନ୍ତି। ଗଣମାଧ୍ୟମଗୁଡିକ ନୂଆ ନୂଆ ହିନ୍ଦୀ ଶବ୍ଦ ଆଣି ଆମ ଭାଷାରେ ପ୍ରଚଳନ କରାଇବା ଲାଗି ଯେପରି ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି, ଆଉ କିଛିଦିନ ପରେ ହୁଏତ ଓଡିଆ ଏକ ମିଶ୍ର ଭାଷା ବା ସଙ୍କର ଭାଷାରେ ପରିଣତ ହୋଇଯାଇଥିବ। ଏପରି ବିକୃତି ଅନ୍ୟ କୌଣସି ପ୍ରତିବେଶୀ ଭାଷାକୁ ଗ୍ରାସ କରିନାହିଁ। ଭାଷାର ବିକାଶ ଓ ପ୍ରସାର ଦିଗରେ ଗଣମାଧ୍ୟମଗୁଡିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାଧାରଣ ଲୋକେ ଆଧୁନିକ ରୁଚିର ମାନକ ଭାଷାରେ ଲେଖାପଢା ପାଇଁ ଖବରକାଗଜ ଉପରେ ନିର୍ଭର କରିଥାନ୍ତି। ଖବରକାଗଜ ଭାଷା ଶିକ୍ଷାଦିଏ, ଭାଷାର ଶୁଦ୍ଧତା ରକ୍ଷା କରେ। ଏ ଦାୟିତ୍ୱ ମୂଳରୁ ଆଜି ପର୍ଯ୍ୟନ୍ତ ଆମର ଖବରକାଗଜଗୁଡିକ ବହନ କରି ଆସିଛନ୍ତି। କିନ୍ତୁ ମନେହେଉଛି ଆଜି ଏ ଦାୟିତ୍ୱରେ ବିଚ୍ୟୁତି ଘଟିବାକୁ ଯାଉଛି। ଯଦି ଆମ ଭାଷା ତା’ର ମୌଳିକତା ହରାଏ, ତା’ର ସମ୍ମାନ ରହିବ କି? ଏକ ମିଶ୍ର ଭାଷା କଦାପି ଏକ ଆଦର୍ଶ ଭାଷା ଭାବେ ବିବେଚିତ ହେବ ନାହିଁ। ଆମର ପାରମ୍ପରିକ ଶବ୍ଦଗୁଡିକୁ ହଟାଇ ହିନ୍ଦୀ ଶବ୍ଦ ପ୍ରୟୋଗ କରାଯିବା ଫଳରେ ବାକ୍ୟଗୁଡିକ ବିକୃତ ହୋଇଯାଉଛି ଓ ସହଜ ଭାବପ୍ରକାଶ କ୍ଷମତା ହରାଉଛି। କେତୋଟି ଉଦାହରଣ ଦେଉଛି: ଆଗେ ନୃତ୍ୟଗୀତ ଆଦି ସାଂସ୍କୃତିକ ଅନୁଷ୍ଠାନ ସମ୍ପର୍କିତ ଖବରଗୁଡିକର ଶିରୋନାମା ରହୁଥିଲା- ଦର୍ଶକମାନେ ବିଭୋର, ବିମୋହିତ, ମନ୍ତ୍ରମୁଗ୍ଧ ବା ଭାବବିହ୍ବଳ। ମୁଗ୍ଧ, ବିମୁଗ୍ଧ, ମୋହିତ ପ୍ରଭୃତି ଶବ୍ଦ ମଧ୍ୟ ଏହି ଜାତୀୟ। ଆଜି କିନ୍ତୁ ଖବରକାଗଜର ଶିରୋନାମା ହୋଇଛି-ଦର୍ଶକମାନେ ଝୁମିଲେ- ହିନ୍ଦୀରେ ଏହା ଏକ ସାହିତି୍ୟକ ବା ଶିଷ୍ଟ ଶବ୍ଦ ନୁହେଁ ଏକ ଲୌକିକ ଶବ୍ଦ। ଏହାର ଅର୍ଥ ହଲିବା, ମୁଣ୍ଡ ହଲାଇବା ଇତ୍ୟାଦି। ଝୁମିବା ଶବ୍ଦ ଅପେକ୍ଷା ଆମର ବିଭୋର, ବିହ୍ବଳ, ବିମୁଗ୍ଧ ଶବ୍ଦଗୁଡିକ କ’ଣ ଯଥେଷ୍ଟ ଅଧିକ ଭାବପ୍ରକାଶକ୍ଷମ ନୁହେଁ? ଆଗେ ଖବରକାଗଜରେ ବାହାରୁଥିଲା- ପୋଲିସ ଅନୁସନ୍ଧାନ କରୁଛି ବା ତଦନ୍ତ କରୁଛି। ଏବେ ସେ ଜାଗାରେ ଖବରକାଗଜମାନେ ଲେଖୁଛନ୍ତି- ପୋଲିସ ଛାନ୍‌ଭିନ୍‌ କରୁଛି। ସେହିପରି ରହସ୍ୟ ଉଦ୍‌ଘାଟନ ସ୍ଥାନରେ ‘ପର୍ଦ୍ଦାଫାଶ’, ଲୁଟିବା/ଲୁଣ୍ଠନ ସ୍ଥାନରେ ‘ଛିନ୍‌ତାଇ’, ଠକିବା ବା ପ୍ରତାରଣା ସ୍ଥାନରେ ‘ହଡପ’, ଅସମ୍ପୂର୍ଣ୍ଣ ସ୍ଥାନରେ ‘ଅଧୁରା’, ସାହାଯ୍ୟ ବା ସହାୟ ସ୍ଥାନରେ ‘ସାହାରା’, କରିତ୍‌କର୍ମାପଣ ସ୍ଥାନରେ ‘କାରନାମା’, ଉପଯୁକ୍ତ ବା ଉଚିତ ପଦକ୍ଷେପ ସ୍ଥାନରେ ‘ଠୋସ୍‌ କଦମ୍‌’, ନିରୁଦ୍ଦିଷ୍ଟ ବା ନିଖୋଜ ସ୍ଥାନରେ ‘ଲାପତ୍ତା’, ପରିବେଶ ସ୍ଥାନରେ ‘ମାହୋଲ’, ବିଜୟ ସ୍ଥାନରେ ‘ବାଜିମାତ୍‌’, ଶ୍ରେଷ୍ଠ ବା ନାୟକ ସ୍ଥାନରେ ‘ମାହିର’ ଧ୍ୱନି ବା ଧ୍ୱନିଦେବା ସ୍ଥାନରେ ‘ନାରା’ ବା ‘ନାରାବାଜି’, ବିଷୟ, ଲକ୍ଷ୍ୟ ବା ପ୍ରସଙ୍ଗ ସ୍ଥାନରେ ‘ମୁଦ୍ଦା’, ପ୍ରଭାବ ସ୍ଥାନରେ ‘ଦବ୍‌ଦବା’, ଆନନ୍ଦ ଉତ୍ସବ ସ୍ଥାନରେ ‘ଧମାକା’, ଅଭିସନ୍ଧି ବା ଷଡ଼ଯନ୍ତ୍ର ସ୍ଥାନରେ ‘ଦାଓପେଞ୍ଚ’, ପଦ୍ଧତି ବା କୌଶଳ ସ୍ଥାନରେ ‘ତରିକା’, ଅବହେଳା ସ୍ଥାନରେ ‘ନଜର ଅନ୍ଦାଜ’, ପ୍ରକାଶ ସ୍ଥାନରେ ‘ଖୁଲାସା’ ପ୍ରଭୃତି ହିନ୍ଦୀ ଶବ୍ଦମାନ ବ୍ୟବହୃତ ହେଉଛି। ବେଳେବେଳେ ଅଦ୍ଭୁତ ଅପରିଚିତ ହିନ୍ଦୀ ଶବ୍ଦମାନ ବ୍ୟବହୃତ ହେଉଛି। ଯାନ୍ତ୍ରିକ ଗଣମାଧ୍ୟମର ଘୋଷିକାମାନେ ହିନ୍ଦୀ ଶବ୍ଦ ବ୍ୟବହାର କରିବାରେ ପ୍ରତିଯୋଗିତା କରି ଚାଲିଛନ୍ତି। ପାଠକମାନେ ମଧ୍ୟ ସେମାନେ ‘ବହୁତ’କୁ ‘ବହୁତି’ (ବହୁତ୍‌ଇ), ଠିକ୍‌ ଭାବେକୁ ‘ଠିକ୍‌ସେ’, ବହୁତ ବା ଢେର୍‌କୁ ‘ବହୁତସାରା’ ବା ‘ଢେରସାରା’, ଉତ୍ସବ ବା ଜନ୍ମଦିନ ପାଳନ କରିବାକୁ ‘ଉତ୍ସବ ବା ଜନ୍ମଦିନ ମନାଇବା’, ମଜା କରିବାକୁ ‘ମଜା ଉଠାଇବା’, କ୍ଷତି କରିବାକୁ ‘କ୍ଷତି ପହଞ୍ଚାଇବା’, ଖୋଜିବାକୁ ‘ପତ୍ତା ଲଗାଇବା’, ଦୃଷ୍ଟି ଆକର୍ଷଣ କରିବାକୁ ‘ନଜର ଆସିବା’ କହୁଛନ୍ତି। ଏପରି ବ୍ୟବହାର ସାଧାରଣ ଲୋକଙ୍କ ଉପରେ ବିଶେଷତଃ ପିଲାମାନଙ୍କ ଉପରେ ବିଶେଷ ପ୍ରଭାବ ପକାଉଛି। ଉପରୋକ୍ତ ଉଦାହରଣଗୁଡିକରୁ ସ୍ପଷ୍ଟ ହେବ ଯେ ହିନ୍ଦୀ ଶବ୍ଦ ଓ ଅପଶବ୍ଦ ବ୍ୟବହାର ଯୋଗୁ ଆମର ଚିରାଚରିତ ଶ୍ରୁତିମଧୁର ଶବ୍ଦଗୁଡିକ କିପରି ଲୋପ ପାଇଯାଉଛି। ଆମର ଶବ୍ଦ ଭଣ୍ଡାରରେ ଯଥେଷ୍ଟ ପ୍ରାଚୁର୍ଯ୍ୟ ଥିବାବେଳେ ଆମେ କାହିଁକି ଶ୍ରୁତିକଟୁ ଅପରିଚିତ ଶବ୍ଦଗୁଡିଏ ବାହାରୁ ଆମଦାନି କରିବା? ଏହାଦ୍ୱାରା ଆମ ଭାଷା ବିଲୟମୁଖୀ ହେବାରେ ଲାଗିଛି। କେବଳ ଖବରକାଗଜଗୁଡ଼ିକ ହିଁ ଆମକୁ ଭାଷାଗତ ସଙ୍କଟରୁ ବଞ୍ଚାଇ ପାରିବେ। କେ-୩, କଳିଙ୍ଗନଗର, ଭୁବନେଶ୍ୱର, ମୋ-୭୩୭୭୩୩୯୯୩୭
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ସ୍କାମ୍‌ ପ୍ରାୟ ବର୍ଷେ ପୂରଣ କରିବାକୁ ଯାଉଛି। ଇତିମଧ୍ୟରେ ଏହାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିଲା ନାହିଁ। ଚୋକ୍‌ସି ଆଣ୍ଟିଗୁଆ ନାଗରିକତ୍ୱ ଗ୍ରହଣ କରିସାରିଥିବାରୁ ୨୦୧୯ ଜାନୁୟାରୀ ୨୧ରେ ଭାରତୀୟ ପାସ୍‌ପୋର୍ଟ ସମର୍ପଣ କରିଦେଇଛନ୍ତି। ଭାରତୀୟ ବୈଦେଶିକ ନୀତି ଅନୁଯାୟୀ, ଯେତେବେଳେ ଜଣେ ନାଗରିକ ଅନ୍ୟ ଦେଶର ..

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

୨୦୧୯ ବର୍ଷର ଶେଷ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନକାରାତ୍ମକତାର ପ୍ରସାର କରିବା ଅତି ସହଜ କିନ୍ତୁ ଲୋକେ ସକାରାତ୍ମକତାର ପ୍ରସାର ପାଇଁ ଆଗେଇ ଆସିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତି ଏଭଳି ସକାରାତ୍ମକତାର ବିଚାର ଦେବା ଅନେକ ଆଶା ଉଦ୍ରେକ କରାଏ। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ ରଖିଥିବା ବିଚାରକୁ ନିଜ ଆଚାରରେ ପରିଣତ କରିପାରିଲେ ତାହା ସକାରାତ୍ମକତାର ଉଦାହରଣ ସୃଷ୍ଟିକରିବ। ନିଜ ବିଚାରକୁ ଆଚାରରେ ପରିଣତ କରି ବିରୋଧୀଙ୍କୁ ଟାହିଟାପରା କରିବାର ପ୍ରବୃତ୍ତିରୁ ନିଜକୁ ଦୂରେଇ ବା ବିରୋ..

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ଡ. ପ୍ରଫୁଲ୍ଲ କୁମାର ସାହୁ

ଉଚ୍ଚଶିକ୍ଷିତ ଭାରତୀୟଙ୍କ ପକ୍ଷରେ ଯେତେବେଳେ ଆଇସିଏସ୍‌ ଚାକିରି ଥିଲା ଶ୍ରେଷ୍ଠ ସଫଳତା, ସେତେବେଳେ ସୁଭାଷ ବୋଷ ଥିଲେ ପ୍ରଥମ ଭାରତୀୟ, ଯିଏ ଆଇସିଏସ୍‌ ପରୀକ୍ଷାରେ ସଫଳତା ଅର୍ଜନ କରି ମଧ୍ୟ ତାହାକୁ ପାଦରେ ଏଡ଼େଇ ଦେଇ କେମ୍ବ୍ରିଜ୍‌ରୁ ସ୍ବଦେଶ ଫେରି ଆସିଥିଲେ ଦେଶମାତୃକାକୁ ସ୍ବାଧୀନ କରିବାର ଦୃଢ଼ ସଂକଳ୍ପ ନେଇ। ସିଧାସଳଖ ବମ୍ବେରେ ମହାମତ୍ା ଗାନ୍ଧୀଙ୍କୁ ସାକ୍ଷାତ କରି (୨୦ଜୁଲାଇ ୧୯୨୧) ସେ କଂଗ୍ରେସରେ ଯୋଗଦେଲେ ଏବଂ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିଭିନ୍ନ ରାଜ୍ୟରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ବିବାହ ବେଳେ କନ୍ୟା ଓ ବର ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ଲାଗି ସାଥୀ ହୋଇଥାଆନ୍ତି। ତେବେ ରାଜସ୍ଥାନର ଶ୍ରୀମାଲୀ ସମ୍ପ୍ରଦାୟରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ବିଭାଘର ବେଳେ ବର କନ୍ୟାକୁ କୋଳରେ ଧରି ଅଗ୍ନି ଚାରିପାଖରେ ସାତଥର ପ୍ରଦକ୍ଷିଣ କରିଥାଆନ୍ତି। ପୁରାଣରେ ଉଲ୍ଲେଖ ରହିଛି ପ୍ରଭୁ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ବିବାହ କରିବା ସମୟରେ ବିଘ୍ନ ..

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ।