ବାଣିଜ୍ୟ |

ଓଡ଼ିଶା ହୋଇପାରିବ ନୌ ପରିବହନର ପ୍ରମୁଖ ସ୍ଥଳ

ଓଡ଼ିଶା ହୋଇପାରିବ ନୌ ପରିବହନର ପ୍ରମୁଖ ସ୍ଥଳ

ଭୁବନେଶ୍ୱର,୧୨-୧୨(ବ୍ୟୁରୋ)
ଓଡିଶା ଘରୋଇ ବଜାରରେ ତୃତୀୟ ପ୍ରମୁଖ ନିବେଶ ସ୍ଥଳ ହୋଇପାରିଛି। ଦେଶର ୧୨ ପ୍ରମୁଖ ବନ୍ଦର ମଧ୍ୟରୁ ଓଡ଼ିଶାର ପାରାଦୀପ ବନ୍ଦର କାର୍ଗୋ ପରିଚାଳନାରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ସହ ଧାମରା ଏବଂ ଗୋପାଳପୁର ଭଳି ରାଜ୍ୟର ପ୍ରସ୍ତାବିତ ଅନ୍ୟ ବନ୍ଦରଗୁଡିକରୁ ରପ୍ତାନି ବୃଦ୍ଧି ନେଇ ଅନେକ ସମ୍ଭାବନା ରହିଛି। ଆଗାମୀ ଦିନରେ ଏହି ବନ୍ଦରଗୁଡିକ ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ରାଜ୍ୟରେ ଥିବା ୧୪ ଛୋଟ ବନ୍ଦରର ଉନ୍ନତୀକରଣ ହେଲେ ଏହା ଘରୋଇ ବଜାରରୁ ବିଦେଶକୁ ମାଲ୍‌ ରପ୍ତାନିରେ ବିଶେଷ ଭାବେ ସହଯୋଗ କରିପାରିବେ ବୋଲି ଆସୋଚାମ ପକ୍ଷରୁ ଇଣ୍ଡିଆନ୍‌ ପୋର୍ଟ ସେକ୍ଟର, ଚ୍ୟାଲେଞ୍ଜେସ ଅଫ୍‌ ସ୍କେଲ ଆଣ୍ଡ ଏଫିସିଏଣ୍ଟ ଅପରେଶନ୍‌ ସର୍ଭେକୁ ଉନ୍ମୋଚନ କରି ସଂଘର ମହାସଚିବ ଡି.ଏସ୍‌. ରାଓ୍ବତ ଏହା କହିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଓ୍ବତ କହିଛନ୍ତି ଯେ, ଓଡିଶାରେ ବିସ୍ତୃତ ବେଳାଭୂମି ତଥା ବନ୍ଦର ଥିବାରୁ ଏହା ଏସିଆ ତଥା ଉତ୍ତର ପୂର୍ବ ଏସିଆକୁ ବାଣିଜ୍ୟ ଲାଗି ଏକ ପ୍ରବେଶ ପଥ ହେବାର କ୍ଷମତା ବହନ କରୁଛି। ଓଡିଶାରେ ୯୦୦ ପ୍ରକଳ୍ପ ଚାଲୁ ରହିଥିବା ବେଳେ ଏଠାରେ ୧୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ରହିଛି। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ତଥା ଅନ୍ୟାନ୍ୟ କେତେକ କ୍ଷେତ୍ରରେ ବିପୁଳ ନିବେଶ ସୁଯୋଗ ରହିଛି। ବନ୍ଦରଗୁଡିକର ବିକାଶ ହୋଇପାରିଲେ ଏହା ଓଡିଶା ତଥା ଘରୋଇ ବଜାରର ଅର୍ଥନୀତିକୁ ଆହୁରି ଉନ୍ନତ କରିପାରିବ। ବର୍ତ୍ତମାନ ଘରୋଇ ବଜାର ତଥା ବିଶ୍ୱ ବଜାରର ମାନ୍ଦାବସ୍ଥା ଯୋଗୁ ବନ୍ଦରଗୁଡିକର ମାଲ ପରିବହନରେ ହ୍ରାସ ହୋଇଥିବା ରାଓ୍ବତ ସୂଚନା ଦେଇଛନ୍ତି। ଶିଳ୍ପକୁ ପ୍ରୋତ୍ସାହନ ଦେବା ଭଳି ବିଭିନ୍ନ ନୀତି ଉପରେ ସରକାର ଗୁରୁତ୍ୱାରୋପ କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।
ବନ୍ଦର ବିକାଶ ଲାଗି ଜମି ଅଧିଗ୍ରହଣ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହେଉଥିବାରୁ ଜମି ପ୍ରଦାନ କରୁଥିବା ଲୋକମାନଙ୍କୁ ବିକାଶରେ ସହଭାଗୀ ତଥା ଏକ ନିରନ୍ତର ବିକାଶ ଧାରାକୁ ଗ୍ରହଣ କରାଗଲେ ପ୍ରକ୍ରିୟାରେ ସୁଧାର ଆସିବ ବୋଲି ରାଓ୍ବତ ସୂଚନା ଦେଇଛନ୍ତି। ଘରୋଇ ବଜାରର ବନ୍ଦରଗୁଡିକ ସେମାନଙ୍କ ମୋଟ କ୍ଷମତାର ମାତ୍ର ୭୦% ବିନିଯୋଗ କରିପାରୁଛନ୍ତି। ଦେଶର ୧୨ଟି ପ୍ରମୁଖ ବନ୍ଦର ବାର୍ଷିକ ୬୫୦ ନିୟୁତ ଟନ କାର୍ଗୋ ପରିଚାଳନା କ୍ଷମତା ରଖିଥିବାବେଳେ ଚାଇନାର ସାଂଘାଇ ବନ୍ଦର କେବଳ ୮୦୦ ନିୟୁତ ଟନ୍‌ କାର୍ଗୋ ପରିବହନ କ୍ଷମତା ରଖିଛି। ଚାଇନାରେ ବାର୍ଷିକ ୪ ବିଲିୟନ ଟନ୍‌ କାର୍ଗୋ ପରିବହନ ହେଉଥିବା ବେଳେ ଭାରତରେ ଏହା ପ୍ରାୟ ୧ ବିଲିୟନ ଟନ୍‌ ରହିଛି। ଆଗାମୀ ୨୦୨୫ ବେଳକୁ ଏହା ୨.୫ ବିଲିୟନ ଟନକୁ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ତେଣୁ ଭାରତୀୟ ବନ୍ଦରଗୁଡିକୁ ଆହୁରି ବିକଶିତ କରିବାର ଆବଶ୍ୟକତା ରହିଛି ବୋଲି ରାଓ୍ବତ କହିଛି।
ରାଜ୍ୟଗୁଡିକରେ କିଭଳି ଭାବେ ଅଧିକ ନିବେଶ ହୋଇପାରିବ ସେ ନେଇ ଉଦ୍ୟମ ଜାରି ରହିଛି। ଏ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ଜାରି ରହିଛି। ନିବେଶକଙ୍କ ସଚେତନତା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି। କାର୍ଯ୍ୟକ୍ରମରେ ବରିଷ୍ଠ ଉପଦେଷ୍ଟା ଅରବିନ୍ଦ କୁମାର କହିଛନ୍ତି, ବର୍ତ୍ତମାନ ନୌପରିବହନ ମନ୍ତ୍ରଣାଳୟ ଅଧୀନରେ ୧୨ ପ୍ରମୁଖ ବନ୍ଦର ପରିଚାଳିତ ହେଉଛି। ଦେଶରେ ୨୦୦ରୁ ଅଧିକ ନନ୍‌ ମେଜର ପୋର୍ଟ ରାଜ୍ୟ ସ୍ତରର ମ୍ୟାରିଟାଇମ୍‌ ବୋର୍ଡ ଦ୍ୱାରା ପରିଚାଳିତ। ଓଡିଶାର ଗୋପାଳପୁର ଓ ଧାମରା ବନ୍ଦରର କାର୍ଗୋ ଟ୍ରାଫିକ୍‌ ୫ ନିୟୁତ ଟନରୁ ୨୫ ନିୟୁତ ଟନକୁ ବୃଦ୍ଧି ଘଟିଛି। ସେହିଭଳି ପାରାଦୀପ ବନ୍ଦର ବର୍ତ୍ତମାନ ପ୍ରାୟ ୯୦ ନିୟୁତ ଟନ କାର୍ଗୋ ପରିବହନ କ୍ଷମତା ରଖୁଛି। ପାରାଦୀପ ବନ୍ଦର ବିଶେଷ ଭାବେ ଏକ ଆମଦାନୀ ବନ୍ଦର ଭାବେ କାର୍ଯ୍ୟ କରୁଛି। ଧାମରା ବନ୍ଦରରେ ୨୦ ମିଟରର ଡ୍ରାଫ୍‌ କ୍ଷମତା ରହିଥିବା ଯୋଗୁ ବଡ ବଡ ଜାହାଜଗୁଡିକ ବନ୍ଦରରେ ଲାଗିପାରିବ। ସେହିଭଳି ପାରାଦୀପର ଆଉଟର ହାର୍ବର ଉନ୍ନତୀକରଣ ସମ୍ପୂର୍ଣ୍ଣ ହେଲେ ଏହା ମଧ୍ୟ ମାଲ ପରିବହନକୁ ତ୍ୱରାନ୍ବିତ କରିବ। ରାଜ୍ୟରେ ତଥା ରାଜ୍ୟ ବାହାରେ ଉତ୍ପାଦନ ହେଉଥିବା ଷ୍ଟିଲ୍‌ ପଶ୍ଚିମ ପ୍ରାନ୍ତରେ ଥିବା ବନ୍ଦରଗୁଡିକରୁ ବିଦେଶକୁ ରପ୍ତାନି ହେଉଛି। ପାରାଦୀପ ତଥା ଧାମରା ବନ୍ଦରରୁ ଷ୍ଟିଲ୍‌ ରପ୍ତାନି ତ୍ୱରାନ୍ବିତ ହେଲେ ରପ୍ତାନି ଲାଗି ଭଡାରେ ହ୍ରାସ ଘଟିବ। ଏହା ସହ ଷ୍ଟିଲ୍‌ ଉତ୍ପାଦ ବିଶ୍ୱ ବଜାରରେ ଆହୁରି ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ସେହିଭଳି ରାଜ୍ୟରେ ଆନ୍ତଃ ଜଳପଥର ବିକାଶ ହେଲେ ଜଳପଥ ମାଲ ପରିବହନ ଉନ୍ନତ ହୋଇପାରିବ। ଓଡିଶାରେ ପ୍ରସ୍ତାବିତ ଉପକୂଳ ଅର୍ଥନୈତିକ ଅଞ୍ଚଳରେ ନିବେଶ ଉନ୍ନତ ହେବ ବୋଲି ଆଶା କରାଯାଉଛି। ଏହି ଅଞ୍ଚଳରେ ପ୍ରାୟ ୭୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ଆଶା ରହିଛି। ଓଡିଶାରେ ନିବେଶ ଲାଗି ଉନ୍ନତ ପରିବେଶ ରହିଥିବା ବେଳେ ଏହି ସବୁ କ୍ଷେତ୍ରରେ ଉନ୍ନତ ନିବେଶ ଆଶା କରାଯାଉଛି।
ଭାରତରେ ଥିବା ୧୨ ପ୍ରମୁଖ ବନ୍ଦରର କଣ୍ଟେନର୍‌ କ୍ଷମତା ୮.୭୫ ନିୟୁତ ଟନ୍‌ ରହିଛି। ଏହା ଚାଇନାର ସାଂଘାଇସ୍ଥିତ ପୋର୍ଟର କାର୍ଗୋ ପରିଚାଳନା କ୍ଷମତାର ଏକ ଚତୁର୍ଥାଂଶ। ସେହିଭଳି ବିଶ୍ୱର ୨୦ ପ୍ରମୁଖ ବନ୍ଦର ମଧ୍ୟରେ ଚାଇନାର ୧୪ ବନ୍ଦର ରହିଛି। ଏଣୁ ଘରୋଇ ବଜାରରେ ବନ୍ଦରଗୁଡିକର ବିକାଶ ଦ୍ୱାରା ମାଲ ପରିବହନ କ୍ଷମତାର ଉନ୍ନତୀକରଣ ଉପରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

All Right Reserved By

Model This Week

ନିକିତା

ବାଣିଜ୍ୟ |

ବିମାନବନ୍ଦର ଭଳି ହେବ ରେଳଷ୍ଟେଶନ

ବିମାନବନ୍ଦର ଭଳି ହେବ ରେଳଷ୍ଟେଶନ

ନୂଆଦିଲ୍ଲୀ, ୨୪-୪(ପି.ଟି.) ଦେଶର ଦୁଇଟି ରେଳ ଷ୍ଟେଶନକୁ ବିମାନ ବନ୍ଦର ଭଳି ଅତ୍ୟାଧୁନିକ ଢଙ୍ଗରେ ବିକଶିତ କରାଯିବ। ଏହି ଦୁଇ ରେଳ ଷ୍ଟେଶନ ହେଲା ହବିବ୍‌ଗଞ୍ଜ ଓ ଗାନ୍ଧୀନଗର ରେଳ ଷ୍ଟେଶନ। ରେଳ ମନ୍ତ୍ରଣାଳୟର ଷ୍ଟେଶନ ପୁନଃବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ପାନ୍‌-ଆଧାର ସଂଯୋଗ:‘ସମସ୍ତ ଅସଙ୍ଗତି ଦୂରକର’

ପାନ୍‌-ଆଧାର ସଂଯୋଗ:‘ସମସ୍ତ ଅସଙ୍ଗତି ଦୂରକର’

ନୂଆଦିଲ୍ଲୀ,୨୪-୪(ପି.ଟି.) ପାନ୍‌ ସହିତ ଆଧାର ସଂଯୋଗ କରିବାରେ ଯାହା ବି କିଛି ଅସଙ୍ଗତି ରହିଛି ତାହାକୁ ତୁରନ୍ତ ସମାଧାନ କର। ତୃତୀୟଲିଙ୍ଗଙ୍କ କ୍ଷେତ୍ରରେ ପାନ୍‌-ଆଧାର ସଂଯୋଗ ପ୍ରକ୍ରିୟାରେ ଯେପରି କୌଣସି ପ୍ରକାର ସମସ୍ୟା ସୃଷ୍ଟି ନ ହୁଏ ତାହାକୁ ଗୁରୁତର ସହ ବିଚାର କର। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଧାର କାର୍ଡରେ ସଂଶୋଧନ କରାଯାଉ ବା ପାନ୍‌ରେ କିନ୍ତୁ ସମସ୍ୟା ସମାଧାନ ହେବା ଉଚିତ। ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ.ଏମ୍‌. ଖାନ୍‌ଓ୍ବିଲ୍‌କର ଏବଂ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏହା କହିଛନ୍ତି।

ଖୁବ୍‌ଶୀଘ୍ର ଫ୍ଲିପ୍‌କାର୍ଟ ଅଂଶଧନ କ୍ରୟ କରିପାରେ ଓ୍ବାଲମାର୍ଟ:ଟିପ୍ପଣି ଦେବାକୁ ମନାକଲା ଆମାଜନ

ଖୁବ୍‌ଶୀଘ୍ର ଫ୍ଲିପ୍‌କାର୍ଟ ଅଂଶଧନ କ୍ରୟ କରିପାରେ ଓ୍ବାଲମାର୍ଟ:ଟିପ୍ପଣି ଦେବାକୁ ମନାକଲା ଆମାଜନ

ବାଙ୍ଗାଲୋର, ୨୪-୪ ଖୁବ୍‌ ଶୀଘ୍ର ଭାରତର ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟର ବୃହତ୍‌ ପରିମାଣର ଅଂଶଧନ ଆମେରିକାଭିତ୍ତିକ ମଲ୍ଟି ନ୍ୟାଶନାଲ୍‌ ରିଟେଲ କର୍ପୋରେଶନ ଓ୍ବାଲ୍‌ମାର୍ଟ କ୍ରୟ କରିବ। ଉଭୟ କମ୍ପାନୀ ମଧ୍ୟରେ ପ୍ରାୟ ୧୨ ବିଲିୟନ ଡଲାର( ପ୍ରାୟ ୭୯,୪୫୨ କୋଟି)ର ଏକ ଚୁକ୍ତି ୧୫ ଦିନ ମଧ୍ୟରେ ଚୂଡାନ୍ତ ହେବାକୁ ଯାଉଛି।

ୟୁରୋପରେ ଗ୍ରୀଷ୍ମ ଅବକାଶ ଲାଗି ଗ୍ରାହକଙ୍କ ପସନ୍ଦ କକ୍ସ ଆଣ୍ଡ୍‌ କିଙ୍ଗସ

ୟୁରୋପରେ ଗ୍ରୀଷ୍ମ ଅବକାଶ ଲାଗି ଗ୍ରାହକଙ୍କ ପସନ୍ଦ କକ୍ସ ଆଣ୍ଡ୍‌ କିଙ୍ଗସ

ବମ୍ବେ, ୨୪-୪ ଗ୍ରୀଷ୍ମ ଋତୁରେ ଛୁଟିଦିନ କଟାଇବା ପାଇଁ ଭାରତୀୟଙ୍କ ପକ୍ଷରେ ୟୁରୋପ ମହାଦେଶ ପ୍ରମୁଖ ପସନ୍ଦ ପାଲଟିଛି। ଚଳିତବର୍ଷ ପର୍ଯ୍ୟଟକଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖା ଦେଇଛି। ପୂର୍ବ ବର୍ଷ ତୁଳନାରେ ଏଥର ପର୍ଯ୍ୟଟକ ଅଧିକ ସମୟ ଛୁଟି କାଟିବାକୁ ପସନ୍ଦ କରୁଛନ୍ତି। ଫଳରେ ତୁଳନାତ୍ମକ ଭାବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚାହିଦାରେ ପ୍ରାୟ ୨୦% ବୃଦ୍ଧି ହୋଇଛି ବୋଲି ବିଶ୍ୱର ପ୍ରମୁଖ ଟ୍ରାଭେଲ୍‌ କମ୍ପାନୀ କକ୍ସ ଆଣ୍ଡ୍‌ କିଙ୍ଗସ୍‌ ଲିମିଟେଡ୍‌ ପ୍ରକାଶ କରିଛି। ବର୍ତ୍ତମାନ ଭାରତୀୟମାନେ ବର୍ଷକୁ ଏକାଧିକ ଛୁଟି ମୁହୂର୍ତ୍ତ ବିଦେଶରେ ବିତାଇବାକୁ ଆଗଭର ହେଉଛନ୍ତି। ଫ୍ରାନ୍ସ ଏବଂ ସୁଇଜରଲାଣ୍ଡ୍‌କୁ ଗ୍ରୀଷ୍ମ ଅବକାଶ ପାଇଁ ଅଧିକ ପର୍ଯ୍ୟଟକ ପସନ୍ଦ କରୁଥିବା ବେଳେ ଏଥି ସହିତ ଅଷ୍ଟ୍ରିଆ, ଇଟାଲି, ନେଦରଲାଣ୍ଡ୍‌କୁ ମଧ୍ୟ ବାଛୁଛନ୍ତି।

ଓଡ଼ିଶା ବଜାରରେ ଅଲ୍‌ ନ୍ୟୁ ସୁପର ସ୍ପ୍ଲେଣ୍ଡର୍‌ ୧୨୫

ଓଡ଼ିଶା ବଜାରରେ ଅଲ୍‌ ନ୍ୟୁ ସୁପର ସ୍ପ୍ଲେଣ୍ଡର୍‌ ୧୨୫

ଭୁବନେଶ୍ୱର, ୨୪-୪(ବ୍ୟୁରୋ) ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏହାର ଅଲ୍‌ ନ୍ୟୁ ସୁପର ସ୍ପ୍ଲେଣ୍ଡର ୧୨୫ ମଡେଲକୁ ଓଡିଶା ବଜାରରେ ପ୍ରବେଶ କରାଇଛି। ସୋମବାର ସ୍ଥାନୀୟ ଭାରତ ହିରୋ ଶୋ’ରୁମ୍‌ରେ କମ୍ପାନୀର ଓଡିଶା ମୁଖ୍ୟ ଅଭିଜିତ୍‌ ଗଟ୍ଟାନିଆ ଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ।

ଓଡ଼ିଶା ବଜାରରେ ଅଲ୍‌ ନ୍ୟୁ ସୁପର ସ୍ପ୍ଲେଣ୍ଡର୍‌ ୧୨୫

ଭୁବନେଶ୍ୱର, ୨୪-୪(ବ୍ୟୁରୋ) ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏହାର ଅଲ୍‌ ନ୍ୟୁ ସୁପର ସ୍ପ୍ଲେଣ୍ଡର ୧୨୫ ମଡେଲକୁ ଓଡିଶା ବଜାରରେ ପ୍ରବେଶ କରାଇଛି। ସୋମବାର ସ୍ଥାନୀୟ ଭାରତ ହିରୋ ଶୋ’ରୁମ୍‌ରେ କମ୍ପାନୀର ଓଡିଶା ମୁଖ୍ୟ ଅଭିଜିତ୍‌ ଗଟ୍ଟାନିଆ ଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ।

କେନ୍ଦ୍ରର ଇଚ୍ଛା ଭ୍ୟାଟ୍‌ ହ୍ରାସ କରନ୍ତୁ ରାଜ୍ୟ:ପେଟ୍ରୋଲ, ଡିଜେଲରୁ କମିବନି ଉତ୍ପାଦ ଟିକସ,ପେଟ୍ରୋଲ,ଡିଜେଲ ଦର ୫୫ ମାସର ସର୍ବୋଚ୍ଚ ସ୍ତରରେ

କେନ୍ଦ୍ରର ଇଚ୍ଛା ଭ୍ୟାଟ୍‌ ହ୍ରାସ କରନ୍ତୁ ରାଜ୍ୟ:ପେଟ୍ରୋଲ, ଡିଜେଲରୁ କମିବନି ଉତ୍ପାଦ ଟିକସ,ପେଟ୍ରୋଲ,ଡିଜେଲ ଦର ୫୫ ମାସର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୨୩-୪(ପି.ଟି) ପେଟ୍ରୋଲ, ଡିଜେଲ ଦର ସର୍ବୋଚ୍ଚ ସ୍ତରରେ ରହିଥିବା ବେଳେ ଲୋକମାନେ ଏହା ଯୋଗୁ ବିଭିନ୍ନ ଅସୁବିଧା ଭୋଗୁଛନ୍ତି। ଏପରି ସ୍ଥଳେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଟିକସ ହ୍ରାସ ହେବ ନାହିଁ ବୋଲି ଜଣାପଡିଛି। ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ହେଉଥିବା ଉତ୍ପାଦ ଟିକସ ହ୍ରାସ ସପକ୍ଷରେ ଅର୍ଥ ମନ୍ତ୍ରଣାଳୟ ନାହିଁ। ଏହା ଫଳରେ ତୈଳ ଦର ହ୍ରାସ ହେବାର ସମ୍ଭାବନା ପ୍ରାୟ ନାହିଁ। ଏହା ବାଦ୍‌ ରାଜ୍ୟଗୁଡିକ ଲାଗୁ କରୁଥିବା ଭ୍ୟାଟ ବା ସେଲସ ଟିକସ ହ୍ରାସ କରନ୍ତୁ ବୋଲି କେନ୍ଦ୍ର ଇଚ୍ଛା ପ୍ରକଟ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୋମବାର ପେଟ୍ରୋଲ ଦର ୫୫ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ସେହିଭଳି ଡିଜେଲ ଦର ମଧ୍ୟ ରେକର୍ଡ ସ୍ତର ୬୫.୭୫ ଟଙ୍କା ଛୁଇଁଛି। ଏହିଭଳି ବର୍ଦ୍ଧିତ ଦରରେ ତୈଳ କ୍ରୟ କରିବା ଲୋକଙ୍କୁ କଷ୍ଟକର ହେଉଥିବା ବେଳେ କେନ୍ଦ୍ର ସରକାର ଉତ୍ପାଦ ଟିକସ ହ୍ରାସ କରିବେ ବୋଲି ଅନେକେ ଭାବୁଥିଲେ। ମାତ୍ର ଏହାକୁ ନେଇ ସରକାର ତାଙ୍କର ପକ୍ଷ ସ୍ପଷ୍ଟ କରିଛନ୍ତି।

ଶୀଘ୍ର ଘୋଷଣା ହେବ ନୂଆ ଶିଳ୍ପ ନୀତି: ପ୍ରଭୁ

ଶୀଘ୍ର ଘୋଷଣା ହେବ ନୂଆ ଶିଳ୍ପ ନୀତି: ପ୍ରଭୁ

ନୂଆଦିଲ୍ଲୀ,୨୩-୪(ପି.ଟି) ସରକାର ନୂଆ ଶିଳ୍ପ ନୀତି ଚୂଡାନ୍ତ କରି ସାରିଛନ୍ତି। ଏହାକୁ ଶୀଘ୍ର ଘୋଷଣା କରାଯିବାକୁ ଯୋଜନା ରହିଛି। ଏ ନେଇ ବାଣିଜ୍ୟ ତଥା ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ସୂଚନା ଦେଇଛନ୍ତି। ନୂଆ ନୀତି ୧୯୯୧ର ଶିଳ୍ପ ନୀତିକୁ ବାଦ୍‌ ଦେବ। ଏହି ନୀତିକୁ ଆନ୍ତଃ ମନ୍ତ୍ରୀସ୍ତରୀୟ କନସଲଟେଶନ ଲାଗି ପଠାଯାଇଥିବା ଅନ୍ତର୍ଜାତୀୟ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସମ୍ମିଳନୀରେ ପ୍ରଭୁ ଏହା କହିଛନ୍ତି।

ଅଧିକ ୪ ରାଜ୍ୟରେ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌ ୨୫ରୁ

ଅଧିକ ୪ ରାଜ୍ୟରେ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌ ୨୫ରୁ

ନୂଆଦିଲ୍ଲୀ,୨୩-୪(ପି.ଟି) ଏପ୍ରିଲ ୨୫ରୁ ୪ଟି ଅଧିକ ରାଜ୍ୟ ଇ-ଓ୍ବେ ବିଲ୍‌ ଲାଗୁ କରିବେ। ଏହି ରାଜ୍ୟଗୁଡିକ ମଧ୍ୟରେ ମଧ୍ୟପ୍ରଦେଶ ରହିଛି। ସେହି କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀ ସାମିଲ ରହିଛି। ୫୦ ହଜାର ଟଙ୍କାର ଆନ୍ତଃରାଜ୍ୟ ସାମଗ୍ରୀ ପରିବହନରେ ଇ-ଓ୍ବେ ବିଲ୍‌ ବ୍ୟବସ୍ଥାକୁ ଏପ୍ରିଲ ପହିଲାରୁ ସରକାର ଲାଗୁ କରାଇଛନ୍ତି।

ବ୍ୟାଙ୍କକୁ ଫେରୁନି ୨୦୦୦ ଟଙ୍କିଆ ନୋଟ

ବ୍ୟାଙ୍କକୁ ଫେରୁନି ୨୦୦୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ,୨୩-୪(ପି.ଟି) ଗତ କିଛି ଦିନ ହେବ ଏଟିଏମ୍‌ଗୁଡିକରେ ନୋଟ ସଙ୍କଟ ଲାଗି ରହିଥିବାରୁ ଏହାକୁ ନେଇ ଲୋକମାନେ ନାହିଁ ନ ଥିବା ହଇରାଣ ହରକତ ହେଲେଣି। ଏହି ଅସୁବିଧା ସୁଧୁରିଯିବ ବୋଲି ସରକାର ଲୋକଙ୍କୁ ଆଶ୍ୱାସନା ଦେବା ସହ ନୋଟ ଯୋଗାଣ ତ୍ୱରାନ୍ବିତ କରିବାକୁ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଅପରପକ୍ଷରେ ବଜାରର ନୋଟ ସଙ୍କଟ ଟଳିଥିବା ଷ୍ଟେଟ ବ୍ୟାଙ୍କ ଇଣ୍ଡିଆର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି।

୭.୪% ରହିପାରେ ଅଭିବୃଦ୍ଧି

୭.୪% ରହିପାରେ ଅଭିବୃଦ୍ଧି

ନୂଆଦିଲ୍ଲୀ,୨୩-୪ ଘରୋଇ ବଜାରର ଅର୍ଥନୈତିକ ଅଭିବୃଦ୍ଧି ୨୦୧୮-୧୯ ଆର୍ଥତ୍କ ବର୍ଷରେ ୭.୪% ରହିପାରେ। ପୂର୍ବ ବର୍ଷର ଦ୍ୱିତୀୟ ଭାଗରେ ଅର୍ଥନୈତିକ ଅଭିବୃଦ୍ଧି ସ୍ଥିତାବସ୍ଥାକୁ ଫେରିବାକୁ ସକ୍ଷମ ହୋଇଛି। ଏହା ଫଳରେ ଅଭିବୃଦ୍ଧି ୭.୪% ଛୁଇଁବାର ସମ୍ଭାବନା ରହିଥିବା ରିଜର୍ଭ ବ୍ୟାଙ୍କ ଗଭର୍ନର ଉର୍ଜିତ ପଟେଲ କହିଛନ୍ତି।

ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ମୁଖ୍ୟ ପଦବୀ ଲାଗି ଚର୍ଚ୍ଚାରେ ରାଜନଙ୍କ ନାମ

ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ମୁଖ୍ୟ ପଦବୀ ଲାଗି ଚର୍ଚ୍ଚାରେ ରାଜନଙ୍କ ନାମ

ନୂଆଦିଲ୍ଲୀ,୨୩-୪ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ମୁଖ୍ୟ ପଦବୀ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କ ନାମ ଚର୍ଚ୍ଚା ପରିସରକୁ ଆସିଛି। ଏହି ପଦବୀ ଲାଗି ରାଜନଙ୍କ ନାମକୁ ବିଚାର କରାଯାଇ ପାରେ ବୋଲି ଲଣ୍ଡନ ଭିତ୍ତିକ ଫାଇନାନ୍ସସିଆଲ ଟାଇମ ଏକ ଆଲେଖ୍ୟରେ ପ୍ରକାଶ କରିଛି।