ବାଣିଜ୍ୟ |

କାର କମ୍ପାନୀଙ୍କ ମୂଲ୍ୟବୃଦ୍ଧି ଯୋଜନା

କାର କମ୍ପାନୀଙ୍କ ମୂଲ୍ୟବୃଦ୍ଧି ଯୋଜନା
ନୂଆଦିଲ୍ଲୀ,୧୨-୧୨(ପି.ଟି.) ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚର ଚାପକୁ ଲାଘବ କରିବା ପାଇଁ ଦେଶର ପ୍ରମୁଖ କାର ନିର୍ମାତାମାନେ ସେମାନଙ୍କ ବିଭିନ୍ନ ମଡେଲ ଦରରେ ଜାନୁୟାରୀରୁ ବୃଦ୍ଧି କରିବେ ବୋଲି ଘୋଷଣା କରିଛନ୍ତି । ଟୟୋଟା କିର୍ଲୋସ୍କାର, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ହୋଣ୍ଡା, ସ୍କୋଡା, ଇସୁଜୁ ଭଳି କେତେକ କମ୍ପାନୀ ସେମାନଙ୍କ ଦରବୃଦ୍ଧି ଯୋଜନା ସ୍ପଷ୍ଟ କରିସାରିଥିବାବେଳେ ଏହି ଦୌଡରେ ଏବେ ଟାଟା ମୋଟର୍ସ ଏବଂ ଫୋର୍ଡ ଆଦି କମ୍ପାନୀ ଯୋଡି ହୋଇଛନ୍ତି। ଟାଟା ମୋଟର୍ସ ଜାନୁୟାରୀରୁ ଏହାର ପାସେଞ୍ଜର ଭେଇକିଲ୍‌ଗୁଡିକ ମୂଲ୍ୟରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ସୋମବାର ଘୋଷଣା କରିଛି। ବଜାରର ପରିବର୍ତ୍ତିତ ସ୍ଥିତି, ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ବାହ୍ୟ ଅର୍ଥନୈତିକ ସମସ୍ୟା ଯୋଗୁ କମ୍ପାନୀ ଦରବୃଦ୍ଧି କରିବାକୁ ବାଧ୍ୟ ହେଉଥିବା ଟାଟା ମୋଟର୍ସର ସଭାପତି(ପାସେଞ୍ଜର ଭେଇକିଲ୍‌ ବିଜ୍‌ନେସ୍‌) ମୟାଙ୍କ ପାରିକ୍‌ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଫୋର୍ଡ ଇଣ୍ଡିଆ ଜାନୁୟାରୀରୁ ଏହାର ମଡେଲଗୁଡିକ ଦରରେ ୪% ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ଘୋଷଣା କରିଛି। ଅନ୍ୟାନ୍ୟ ବାହ୍ୟ ଅର୍ଥନୈତିକ ସମସ୍ୟା, ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ଅସ୍ଥିରତା, ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚ ଏବଂ ପରିବହନ ଖର୍ଚ୍ଚ ବଢ଼ିଥିବାରୁ ଦରବୃଦ୍ଧିର ଆବଶ୍ୟକତା ରହିଥିବା ଫୋର୍ଡ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ମାର୍କେଟିଂ, ସେଲ୍‌ସ ଏବଂ ସର୍ଭିସ୍‌) ବିନୟ ରାଇନା ପ୍ରକାଶ କରିଛନ୍ତି। ନୂଆକରି ବଜାରକୁ ଆସିଥିବା ନ୍ୟୁ ଫୋର୍ଡ ଇକୋସ୍ପୋର୍ଟ ସମେତ କମ୍ପାନୀ ଏହାର ସମସ୍ତ ଯାନର ଦରବୃଦ୍ଧି କରିବ। ଫୋର୍ଡ ସମ୍ପ୍ରତି ହ୍ୟାଚ୍‌ବ୍ୟାକ୍‌ ଫିଗୋଠାରୁ ଆରମ୍ଭ କରି ସ୍ପୋର୍ଟସ କାର ମଷ୍ଟାଙ୍ଗ୍‌ ପର୍ଯ୍ୟନ୍ତ କାର ବିକ୍ରି କରୁଛି, ଯେଉଁଗୁଡିକର ଏକ୍ସଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୪.୮ ଲକ୍ଷ ଟଙ୍କାରୁ ୭୧.୬୨ ଲକ୍ଷ ଟଙ୍କା ରହିଛି।
All Right Reserved By

ବାଣିଜ୍ୟ |

ପୂଜା ମଣ୍ଡପଗୁଡିକୁ ଫାଷ୍ଟ ଏଡ୍‌ ବକ୍ସ ପ୍ରଦାନ କଲା ଆମ୍ରି ହସ୍ପିଟାଲ୍ସ

ପୂଜା ମଣ୍ଡପଗୁଡିକୁ ଫାଷ୍ଟ ଏଡ୍‌ ବକ୍ସ ପ୍ରଦାନ କଲା ଆମ୍ରି ହସ୍ପିଟାଲ୍ସ

ଭୁବନେଶ୍ୱର,୧୬-୧୦: ଆମ୍ରି ହସ୍ପିଟାଲ୍ସ ପକ୍ଷରୁ କଟକ ଏବଂ ଭୁବନେଶ୍ୱରର ପୂଜା ମଣ୍ଡପଗୁଡିକୁ ଫାଷ୍ଟ ଏକ୍ସ ବକ୍ସ ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କଟକ ସାଂସଦ ଭର୍ତ୍ତୁହରି ମହତାବଙ୍କ ଉପସ୍ଥିତିରେ ହସ୍ପିଟାଲର କର୍ମକର୍ତ୍ତା ଏହି ବକ୍ସକୁ ବଣ୍ଟନ କରିଥିଲେ। 

ପାର୍ବଣରେ ଜିଓର ଡିଜିଟାଲ ଉପସ୍ଥାପନା

ପାର୍ବଣରେ ଜିଓର ଡିଜିଟାଲ ଉପସ୍ଥାପନା

ଭୁବନେଶ୍ୱର,୧୬-୧୦: ପାର୍ବଣ ଅବସରରେ ରିଲାଏନ୍ସ ଜିଓ ପକ୍ଷରୁ ଭୁବନେଶ୍ୱର ଏବଂ କଟକର ୫ ଲେଖାଏ ପ୍ରମୁଖ ପୂଜା ମଣ୍ଡପ ଓ ପେଣ୍ଡାଲକୁ ମାଇଁ ଜିଓ ଆପ୍‌ରେ ଆକର୍ଷଣୀୟ ଫଟୋ ଏବଂ ଭିଡିଓ ଜରିଆରେ ଉପସ୍ଥାପିତ କରାଯାଇଛି। 

ଜିପିଏଫ୍‌ ସୁଧ ହାର ୮%କୁ ବୃଦ୍ଧି

ଜିପିଏଫ୍‌ ସୁଧ ହାର ୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୬-୧୦: କେନ୍ଦ୍ର ସରକାର ଅକ୍ଟୋବର-ଡିସେମ୍ବର ତ୍ରୈମାସ ଲାଗି ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ(ଜିପିଏଫ୍‌) ଏବଂ ଏଭଳି ଅନ୍ୟ ଯୋଜନାର ସୁଧ ହାର ୮%କୁ ବୃଦ୍ଧି କରିଛନ୍ତି। 

ଅଟୋମେଟିକ୍‌ ହୋମ୍‌ ଫ୍ରାଗରାନ୍ସ ସେଗ୍‌ମେଣ୍ଟରେ ଗୋଦ୍‌ରେଜ୍‌

ଅଟୋମେଟିକ୍‌ ହୋମ୍‌ ଫ୍ରାଗରାନ୍ସ ସେଗ୍‌ମେଣ୍ଟରେ ଗୋଦ୍‌ରେଜ୍‌

ଭୁବନେଶ୍ୱର,୧୬-୧୦: ଗୋଦ୍‌ରେଜ୍‌ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍‌ ଗୋଦ୍‌ରେଜ ଇୟର ମେଟିକ ସହ ଅଟୋମେଟିକ ହୋମ ଫ୍ରାଗରାନ୍ସ ସେଗମେଣ୍ଟରେ ପ୍ରବେଶ କରିଛି। 

ଉନ୍ନତ ଓନରଶିପ୍‌ ଅଭିଜ୍ଞତା ଦେଉଛି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା

ଉନ୍ନତ ଓନରଶିପ୍‌ ଅଭିଜ୍ଞତା ଦେଉଛି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା

ଭୁବନେଶ୍ୱର,୧୬-୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ଲିଜିଂ ଫର୍‌ ରିଟେଲ ବାୟର୍‌ ସମ୍ପର୍କରେ ଘୋଷଣା କରିଛି। ଏହା ଦ୍ୱାରା ଗ୍ରାହକଙ୍କୁ ଏକ ଉନ୍ନତ କ୍ରୟ  ଅଭିଜ୍ଞତା ପ୍ରଦାନ ଦିଗରେ କମ୍ପାନୀ କାର୍ଯ୍ୟକରୁଥିବା ପ୍ରକାଶ କରିଛି। 

 କାନାରା ବ୍ୟାଙ୍କ ପକ୍ଷରୁ କ୍ରେଡିଟ୍‌ ଏକ୍ସପୋ

କାନାରା ବ୍ୟାଙ୍କ ପକ୍ଷରୁ କ୍ରେଡିଟ୍‌ ଏକ୍ସପୋ

ଭୁବନେଶ୍ୱର,୧୫-୧୦: କାନାରା ବ୍ୟାଙ୍କ ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ କ୍ରେଡିଟ୍‌ ଏକ୍ସପୋ ସ୍ଥାନୀୟ ରେଡ୍‌କ୍ରସ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। 

ତନିଷ୍କ ପକ୍ଷରୁ ‘ଉତ୍ସବ’ ଉନ୍ମୋଚିତ

ତନିଷ୍କ ପକ୍ଷରୁ ‘ଉତ୍ସବ’ ଉନ୍ମୋଚିତ

ଭୁବନେଶ୍ୱର,୧୬-୧୦: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ତନିଷ୍କ ପକ୍ଷରୁ ‘ଉତ୍ସବ ’ ଗହଣା ସମ୍ଭାର ଉନ୍ମୋଚିତ ହୋଇ ଯାଇଛି। ଦୀପାବଳୀକୁ ଧ୍ୟାନରେ ରଖି କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ସମ୍ପର୍କରେ ଘୋଷଣା କରାଯାଇଛି। 

ଡ୍ୟୁକ୍‌ର ନୂଆ କଲେକ୍ସନ

ଡ୍ୟୁକ୍‌ର ନୂଆ କଲେକ୍ସନ

ଭୁବନେଶ୍ୱର,୧୬-୧୦: ପ୍ରମୁଖ ଫ୍ୟାଶନ ବ୍ରାଣ୍ଡ ଡ୍ୟୁକ୍‌ ପକ୍ଷରୁ ନୂଆ ଶରତ-ଶୀତ କଲେକ୍ସନ ବଜାରକୁ ଆସିଛି। ଯୁବବର୍ଗଙ୍କୁ ଧ୍ୟାନରେ ରଖି କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି। 

ଅଢ଼େଇ ଟଙ୍କା ହ୍ରାସ ବେକାର;ଡିଜେଲ ଦର ପୁଣି ବଢ଼ିଲା

ଅଢ଼େଇ ଟଙ୍କା ହ୍ରାସ ବେକାର;ଡିଜେଲ ଦର ପୁଣି ବଢ଼ିଲା

ନୂଆଦିଲ୍ଲୀ,୧୬-୧୦: ନିକଟରେ କେନ୍ଦ୍ର ସରକାର ଡିଜେଲ ମୂଲ୍ୟ ୨.୫୦ ଟଙ୍କା କମାଇଥିଲେ। ଏହାପର ଠାରୁ କ୍ରମାଗତ ୧୦ ଦିନ ଧରି ଡିଜେଲ ଦର ବଢ଼ିଚାଲିଛି। ସରକାର ହ୍ରାସ କରିଥିବା ଦର ସୋମବାର ଦିଲ୍ଲୀରେ ଟପିଯାଇଛି। 

୧୦୦ କୋଟି ଆଧାର ରେକର୍ଡ ସହ ସାଲିସ୍‌ କରାଯାଇଛି:ଗିମାଲ୍ଟୋ

୧୦୦ କୋଟି ଆଧାର ରେକର୍ଡ ସହ ସାଲିସ୍‌ କରାଯାଇଛି:ଗିମାଲ୍ଟୋ

ନୂଆଦିଲ୍ଲୀ,୧୬-୧୦: ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ପ୍ରାୟ ୧୦୦ କୋଟି ଆଧାର ରେକର୍ଡ ସହ ସାଲିସ କରାଯାଇଛି। ଆଧାର ଧାରକଙ୍କ ନାମ, ଠିକଣା ଏବଂ ଅନ୍ୟ ବ୍ୟକ୍ତିଗତ ପରିଚୟ ସମ୍ବଳିତ ସୂଚନା ପ୍ରକାଶ ପାଇଛି ବୋଲି ଅନ୍ତର୍ଜାତୀୟ ଡିଜିଟାଲ ସିକ୍ୟୁରିଟି କମ୍ପାନୀ ଗିମାଲ୍ଟୋ ଦାବି କରିଛି। 

ପିଏନ୍‌ବି ୮୬୦୦ କୋଟିର ସମ୍ପତ୍ତି ବିକିବ

ପିଏନ୍‌ବି ୮୬୦୦ କୋଟିର ସମ୍ପତ୍ତି ବିକିବ

ନୂଆଦିଲ୍ଲୀ,୧୬-୧୦: ଦେଶର ଦ୍ୱିତୀୟ ସର୍ବବୃହତ ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଚଳିତ ଆର୍ଥିକ ବଷର୍ର୍ରେ ଅଣ ମହତ୍ତ୍ୱପୂର୍ଣ୍ଣ ସମ୍ପତ୍ତିକୁ ବିକ୍ରି କରି ୮୬୦୦ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି। 

ବାଣିଜ୍ୟ ନିଅଣ୍ଟ ୫ ମାସର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୧୬-୧୦: ପାଞ୍ଚ ମାସ ପରେ ସେପ୍ଟେମ୍ବରରେ ଭାରତର ରପ୍ତାନି ହ୍ରାସ ପାଇଛି। ତେବେ ଦେଶର ବାଣିଜ୍ୟ ନିଅଣ୍ଟ ଏହି ସମୟରେ ୫ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ ୧୩.୯୮ ବିଲିୟନ ଡଲାର ଛୁଇଁଛି। ସେପ୍ଟେମ୍ବରରେ ଦେଶର ରପ୍ତାନି ୨.୧୫% ରହିଥିବା ବେଳେ ଆମଦାନୀ ୧୦.୪୫% ଅର୍ଥାତ୍‌ ୪୧.୯ ବିଲିୟନ ଡଲାର ରହିଛି।