Dharitri News
ବାଣିଜ୍ୟ |

୧ଲକ୍ଷ ଡଲାର ଟପିବ ବିଟ୍‌ କଏନ୍‌ ମୂଲ୍ୟ

 ୧ଲକ୍ଷ ଡଲାର ଟପିବ ବିଟ୍‌ କଏନ୍‌ ମୂଲ୍ୟ ନୂଆଦିଲ୍ଲୀ,୧୧-୧୨ ବିଟ୍‌ କଏନ୍‌ର ମୂଲ୍ୟ ୧ ଲକ୍ଷ ଡଲାର ଅତିକ୍ରମ କରିବ। କେବଳ ସେତିକି ନୁହେଁ ଆଗକୁ ବିଟ୍‌ କଏନ୍‌ର ପ୍ରାଦୁର୍ଭାବକୁ କୌଣସି ମତେ ନିୟନ୍ତ୍ରଣ କରାଯାଇ ପାରିବ ନାହିଁ। ଏଭଳି ମତ ରଖିଛନ୍ତି ପ୍ରସିଦ୍ଧ ଦାର୍ଶନିକ ଏନ୍‌. ନିକୋଲାସ୍‌ ତାଲେବ୍‌। ରବିବାର ପ୍ରଥମ ଥର ପାଇଁ ଏହି ଭର୍ଚୁଆଲ୍‌ କରେନ୍ସି(ଭିସି)ର ମୂଲ୍ୟ ହଠାତ୍‌ ୧୯ ହଜାର ଡଲାର ଅତିକ୍ରମ କରିଥିବା ବେଳେ ଦିନକ ପୂର୍ବରୁ ନିକୋଲାସ୍‌ ଏଭଳି କହିଥିଲେ। ଟ୍ବିଟରରେ ନିକୋଲାସ୍‌ଙ୍କୁ ୨ ଲକ୍ଷ ୨୮ ହଜାର ଲୋକ ଫଲୋ କରୁଥିବା ବେଳେ ସେ କହିଛନ୍ତି, ବିଟ୍‌ କଏନ୍‌ର ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ମାର୍ଗ ନାହିଁ’। ବର୍ତ୍ତମାନ ଏହାର ବିକ୍ରେତାଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ଆଗକୁ ବିଟ୍‌ କଏନ୍‌ କାରବାରକୁ ରୋକାଯାଇ ପାରିବ ନାହିଁ। ପ୍ରଥମ ଥର ପାଇଁ ରବିବାର ବିଟ୍‌ କଏନ୍‌ କାରବାର ହୋଇଥିବା ବେଳେ ଏହାର ମୂଲ୍ୟ ୧୯ ହଜାର ଡଲାର ଅତିକ୍ରମ କରିଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ନିକୋଲାସ୍‌ଙ୍କ ଭବିଷ୍ୟବାଣୀକୁ ନେଇ ଏତେ ଚର୍ଚ୍ଚା ହେବାର କାରଣ ଅତ୍ୟାଧୁନିକ ଯୁଗର ଏହି ପ୍ରସିଦ୍ଧ ଦାର୍ଶନିକ ହିଁ ପୂର୍ବରୁ ୨୦୦୮ ମସିହାର ଅର୍ଥନୈତିକ ମାନ୍ଦାବସ୍ଥା ସମ୍ପର୍କରେ ପୂର୍ବନୁମାନ କରିଥିଲେ। କେବଳ ସେତିକି ନୁହେଁ ବ୍ଲାକ୍‌ ସ୍ବାନ୍‌ ଇଭେଣ୍ଟ ଥିଓରି ମଧ୍ୟ ନିକୋଲାସ ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ ଭାରତରେ ଏ ପର୍ଯ୍ୟନ୍ତ ବିଟ୍‌ କଏନ୍‌ କାରବାର ପାଇଁ ସରକାରଙ୍କ ପକ୍ଷରୁ କୌଣସି ନିୟମ ପ୍ରଣୟନ କରାଯାଇ ନାହିଁ। ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ, କୌଣସି କମ୍ପାନୀ ବା ସଂସ୍ଥାକୁ ବିଟ୍‌ କଏନ୍‌ ଭଳି ଭର୍ଚୁଆଲ୍‌ କରେନ୍ସି କାରବାର ପାଇଁ ଅନୁମତି ପ୍ରଦାନ କରାଯାଇ ନାହିଁ।

ବାଣିଜ୍ୟ |

ଆସିଲା ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ

ଆସିଲା ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ

ନୂଆଦିଲ୍ଲୀ,୧୭-୧ପ୍ରମୁଖ ୨ ଚକିଆ ଯାନ କମ୍ପାନୀ ୟାମାହା ମୋଟର ଇଣ୍ଡିଆ ପକ୍ଷରୁ ବଜାରକୁ ଆସିଛି ନୂଆ ୨୦୧୮ ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ।

ବଜାରରେ ସାମ୍‌ସଙ୍ଗ ଗ୍ୟାଲେକ୍ସି ଏ୮ ପ୍ଲସ୍‌

ବଜାରରେ ସାମ୍‌ସଙ୍ଗ ଗ୍ୟାଲେକ୍ସି ଏ୮ ପ୍ଲସ୍‌

ନୂଆଦିଲ୍ଲୀ,୧୭-୧ ପ୍ରମୁଖ ସ୍ମାର୍ଟ ଫୋନ ନିର୍ମାତା ସାମ୍‌ସଙ୍ଗ ନୂଆ କରି ବଜାରକୁ ଆଣିଛି ଗ୍ୟାଲେକ୍ସି ଏ୮ ପ୍ଲସ।

 ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୧୬-୧(ପି.ଟି.) କଳାଟଙ୍କା ବିରୋଧରେ ସରକାର ନିୟମିତ ବ୍ୟବଧାନରେ କାର୍ଯ୍ୟାନୁଷ୍ଠାନ ନେଇ ଆସୁଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନର ଅଂଶବିଶେଷ ଆଉ ୧.୨୦ ଲକ୍ଷ କମ୍ପାନୀଙ୍କୁ ଅଣ-ପଞ୍ଜୀକୃତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ପ୍ରକାର ନିୟମର ଉଲ୍ଲଂଘନ କରିଥିବାରୁ ଏମାନଙ୍କ ପଞ୍ଜୀକରଣ ରଦ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିବା ମଙ୍ଗଳବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅରୁନ୍ଧତୀ ଜୁଏଲର୍ସ ଫେଷ୍ଟିଭ୍‌ ଧମାଲ୍‌ର ବିଜେତା ଘୋଷଣା

ଭୁବନେଶ୍ୱର,୧୬।୧- ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ଫେଷ୍ଟିଭ୍‌ ଧମାଲ୍‌’ ଅଫରର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ମଙ୍ଗଳବାର ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୫ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମ ମେୟର୍‌ ଅନନ୍ତ ନାରାୟଣ ଜେନା, ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସମେତ ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ରାଓ, ଅରୁନ୍ଧତୀର ବ୍ରାଣ୍ଡ ଆମ୍ବାସାଡର୍‌ ଅର୍ଚ୍ଚିତା ଏବଂ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ପ୍ରମୁଖ ଯୋଗ ଦେଇ ଥିଲେ। ଏଥିରେ ଭାଗ୍ୟଶାଳୀ ବିଜେତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା।

ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ପତଞ୍ଜଳି

ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ପତଞ୍ଜଳି

ନୂଆଦିଲ୍ଲୀ,୧୬-୧(ପି.ଟି.) ବାବା ରାମଦେବଙ୍କ ନେତୃତ୍ୱାଧୀନ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ଏହାର ଏଫ୍‌ଏମ୍‌ସିଜି ଉତ୍ପାଦଗୁଡିକର ବିକ୍ରି ପାଇଁ ଇ-କମର୍ସ ପ୍ଲାଟ୍‌ଫର୍ମରେ ପ୍ରବେଶ କରିଛି। ଏଥିପାଇଁ କମ୍ପାନୀ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟ ଭଳି ଅନ୍‌ଲାଇନ୍‌ ଶପିଂ ପୋର୍ଟାଲ୍‌ଗୁଡିକ ସହ ଅନୁବନ୍ଧିତ ହୋଇଛି। କମ୍ପାନୀ ଚଳିତବର୍ଷ ୧,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବିକ୍ରି ଲକ୍ଷ୍ୟ ରଖିଛି।

ଏୟାର ଏସିଆର ଭୁବନେଶ୍ୱର- ମାଡ୍ରାସ ବିମାନ ସେବା

ଏୟାର ଏସିଆର ଭୁବନେଶ୍ୱର- ମାଡ୍ରାସ ବିମାନ ସେବା

ଭୁବନେଶ୍ୱର, ୧୬-୧ ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-ମାଡ୍ରାସ ବିମାନ ସେବା ସମ୍ପର୍କରେ ଘୋଷଣା କରାଯାଇଛି। ଏହା କମ୍ପାନୀର ୧୭ ତମ ଗନ୍ତବ୍ୟସ୍ଥଳ ହୋଇଥିବା ବେଳେ କମ୍ପାନୀ ୧୫ ତମ ବିମାନକୁ ଏଥିରେ ଯୋଡିଛି। ଦକ୍ଷିଣ ଭାରତରେ ସ୍ଥିତିକୁ ସୁଦୃଢ କରିବା ଲାଗି ଏହି ପଦକ୍ଷେପ ନିଆଯାଇଥିବା କମ୍ପାନୀ ପ୍ରକାଶ କରିଛି।

ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବଜେଟ

ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବଜେଟ

ସାମଗ୍ରୀ ଓ ସେବା ଟିକସ ଯୋଗୁ ୨୦୧୮-୧୯ର ବଜେଟ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ରହିବ। ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଆସୁଥିବା ବଜେଟରେ ପରୋକ୍ଷ ଟିକସ ସମ୍ପର୍କରେ କୌଣସି ଘୋଷଣା ହେବ ନାହିଁ। ଏହା ଜିଏସଟି ପରବର୍ତ୍ତୀ ବଜେଟ ହୋଇଥିବା ଯୋଗୁ ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ଲାଗି ୧୦,୭୦୦ କୋଟିର ଟେଲିକମ୍‌ ପ୍ରକଳ୍ପ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ଲାଗି ୧୦,୭୦୦ କୋଟିର ଟେଲିକମ୍‌ ପ୍ରକଳ୍ପ

ନୂଆଦିଲ୍ଲୀ,୧୬-୧- ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଟେଲିକମ ଭିତ୍ତିଭୂମି ଦୃଢୀକରଣ ଲାଗି ସରକାର ୧୦,୭୦୦ କୋଟି ଟଙ୍କାର ଟେଲିକମ୍‌ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଉଛନ୍ତି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ ଦ୍ୱାରା ଉକ୍ତ ରାଜ୍ୟଗୁଡିକର ଟେଲି ସଂଯୋଗ ଉନ୍ନତ ହୋଇ ପାରିବ ବୋଲି ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା ପ୍ରକାଶ କରିଛନ୍ତି।

ରିଲାଏନ୍ସ ଜିଓ ପକ୍ଷରୁ ୧୦୦% କ୍ୟାଶବ୍ୟାକ୍‌ ଅଫର

ରିଲାଏନ୍ସ ଜିଓ ପକ୍ଷରୁ ୧୦୦% କ୍ୟାଶବ୍ୟାକ୍‌ ଅଫର

ନୂଆଦିଲ୍ଲୀ,୧୬-୧- ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ପୁଣି ଥରେ କ୍ୟାଶ ବ୍ୟାକ୍‌ ଅଫର ଘୋଷଣା କରିଛି। ଏହି ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ୧୦୦% କ୍ୟାଶବ୍ୟାକ୍‌ ପ୍ରଦାନ କରିବ ବୋଲି ସୂଚନା ଦେଇଛି। ୩୯୮ କିମ୍ବା ଏହା ଠାରୁ ଅଧିକ ଦାମର ରିଚାର୍ଜ ଉପରେ ଗ୍ରାହକ ମାନେ ଏହି ଅଫର ଲାଭ କରିବାକୁ ସକ୍ଷମ ହୋଇ ପାରିବେ।

ଚାର୍ଜିଂ ଷ୍ଟେଶନ ସ୍ଥାପନକୁ ମିଳିବ ପ୍ରୋତ୍ସାହନ

ଚାର୍ଜିଂ ଷ୍ଟେଶନ ସ୍ଥାପନକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୬-୧- ସରକାର ବିଦ୍ୟୁତ ଆଇନରେ ଆଗାମୀ ଦିନରେ ଶଂସୋଧନ ଆଣିବାକୁ ଯୋଜନା କରୁଛନ୍ତି। ଏହା ସହ ଇଯାନକୁ ପ୍ରୋତ୍ସାହିତ କରିବାକୁ ଚାର୍ଜିଂ ଷ୍ଟେଶନ ସ୍ଥାପନାକୁ ସରକାର ଗୁରୁତ୍ୱ ଦେଉଛନ୍ତି।

ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତକୁ ଲାଭ ୨୭ ବିଲିୟନ

ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତକୁ ଲାଭ ୨୭ ବିଲିୟନ

ନୂଆଦିଲ୍ଲୀ,୧୬-୧- ୨୦୧୭ରେ ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତ ୨୭ ବିଲିୟନ ଡଲାର(୧.୭୫ ଲକ୍ଷ କୋଟି) ପୁଞ୍ଜି ଲାଭ କରିଛି। ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଯୋଗୁ ଘରୋଇ ବଜାର ୨୦୧୭ରେ ୧୫.୨% ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଛି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଆଲଫନ୍ସ କାନନ ଥାନନ ସୂଚନା ଦେଇଛନ୍ତି।

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

ଆସନ୍ତା ବଜେଟ୍‌ରେ କେନ୍ଦ୍ର ସରକାର ଖାଦ୍ୟ ସବ୍‌ସିଡି ବିଲ୍‌ ବାବଦ ବ୍ୟୟବରାଦରେ ୧୦% ବୃଦ୍ଧି ଘଟାଇପାରନ୍ତି। ଏଥିପାଇଁ ବଜେଟ୍‌ରେ ୧.୬୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇପାରେ ବୋଲି ସୂତ୍ରରୁ ଜଣାଯାଇଛି।