ଖେଳ |

ଜାତୀୟ ଜୁନିୟର କବାଡ଼ି ଉଦ୍‌ଘାଟିତ

ଜାତୀୟ ଜୁନିୟର କବାଡ଼ି ଉଦ୍‌ଘାଟିତ

କଟକ ଅଫିସ,୧୨ା୧୨- ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଯାଇଛି ଜୁନିୟର କବାଡ଼ି ମହାକୁମ୍ଭ। ଭାରତୀୟ ଆମେଚର କବାଡ଼ି ଫେଡେରେଶନ୍‌ ଓ ଓଡ଼ିଶା କବାଡ଼ି ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୪୪ତମ ଜାତୀୟ ଜୁନିୟର କବାଡ଼ି ଚାମ୍ପିୟନଶିପ୍‌ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ୨୯ଟି ରାଜ୍ୟର ଉଭୟ ବାଳିକା ଓ ବାଳକ ଦଳ ଏଥିରେ ସାମିଲ ହୋଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ କବାଡ଼ିର ଦ୍ରୋଣାଚାର୍ଯ୍ୟ ବିବେଚନା କରାଯାଉଥିବା ରାଜ୍ୟର ପ୍ରଥମ କବାଡ଼ି କୋଚ୍‌ ତଥା ବରିଷ୍ଠ ଖେଳାଳି ଗଙ୍ଗାଧର ଗରୁଡ଼ଙ୍କୁ ଦିଆଯାଇଛି କ୍ରୀଡ଼ା ଗୌରବ ସମ୍ମାନ। କବାଡ଼ି କ୍ଷେତ୍ରରେ ଆଜୀବନ ସାଧନା କରିଥିବା ଗଙ୍ଗାଧରଙ୍କ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ପୁରସ୍କାର ସ୍ବରୂପ ମାନପତ୍ର ଓ ୫ହଜାର ଟଙ୍କା ଆର୍ଥିକ ପୁରସ୍କାର ରାଶି ଦିଆଯାଇଥିଲା। ଅସୁସ୍ଥତା ଯୋଗୁ ଗଙ୍ଗାଧର ଏହି ଉତ୍ସବରେ ଅନୁପସ୍ଥିତ ରହିଥିବା ବେଳେ ତାଙ୍କ ଝିଅ ତଥା ପୂର୍ବତନ ମହିଳା କବାଡ଼ି ଖେଳାଳି ସଞ୍ଜୁଲତା ଦେଇ ଏହି ପୁରସ୍କାର ଗ୍ରହଣ କରିଥିଲେ। ପ୍ରାରମ୍ଭରେ ଫ୍ଲାଗମାର୍ଚ୍ଚ ଜରିଆରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ ୨୯ ଦଳ। ବାରବାଟୀ ଦୁର୍ଗ ନିକଟରୁ ଖେଳାଳିମାନେ ଶୋଭାଯାତ୍ରା ଜରିଆରେ ଷ୍ଟାଡିୟମ ପରିସରକୁ ଆସିଥିଲେ। ପରେ ପ୍ରତ୍ୟେକ ଦଳର ଅଧିନାୟକ ଓ ଅତିଥିମାନଙ୍କ ଉପସ୍ଥିତିରେ ଟ୍ରଫିକୁ ଉନ୍ମୋଚିତ କରାଯାଇଥିଲା। ଏହି ପ୍ରତିଯୋଗିତା ପାଇଁ ଉଭୟ ବାଳିକା ଓ ବାଳକ ବର୍ଗରେ ୮ଟି ପୁଲ୍‌ ଗଠନ କରାଯାଇଛି। ଇଂଲିଶ ଆଲ୍‌ଫାବେଟ୍‌ ଏ ଠାରୁ ଏଚ୍‌ ପର୍ଯ୍ୟନ୍ତ ପୁଲ୍‌ର ନାମ ରହିଥିବା ବେଳେ ଓଡ଼ିଶା ଉଭୟ ବର୍ଗର ପୁଲ୍‌-ସିରେ ସ୍ଥାନ ପାଇଛି। ବାଳକ ବର୍ଗର ପୁଲ୍‌-ସିରେ ଓଡ଼ିଶା ସମେତ ହିମାଚଳ ପ୍ରଦେଶ ଓ ଉତ୍ତରାଞ୍ଚଳ ରହିଛନ୍ତି। ସେହିପରି ବାଳିକା ବର୍ଗର ପୁଲ୍‌-ସିରେ ଓଡ଼ିଶା, ଦିଲ୍ଲୀ ଓ ରାଜସ୍ଥାନ ସ୍ଥାନ ପାଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଏମ୍‌ପି, ଓଲିଉଡ଼୍‌ ଅଭିନେତା ତଥା ଏହି ପ୍ରତିଯୋଗିତାର ବ୍ରାଣ୍ଡ ଆମ୍ବାସାଡର ଅନୁଭବ ମହାନ୍ତି ଉପସ୍ଥିତ ରହି ଖେଳୁଆଡ଼ ମନୋଭାବ ରହିଲେ ପ୍ରତ୍ୟେକ ମ୍ୟାଚ୍‌ ବିଜୟୀ ହୋଇପାରିବେ ବୋଲି କହିଥିଲେ। ପ୍ରତ୍ୟେକ ଦଳକୁ ଉତ୍ସାହିତ କରିବା ସହ ଖେଳକୁ ଉପଭୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଭାରତୀୟ ଆମେଚର କବାଡ଼ି ଫେଡେରେଶନ୍‌ର ସଭାପତି ମ୍ରିଦୁଲ ଭଦୁରିଆ, ସାଧାରଣ ସମ୍ପାଦକ ଦିନେଶ ପଟେଲ, କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ରାଜ୍ୟ ଆସୋସିଏଶନ ସଭାପତି ଶରତ କୁମାର ସାହୁ, ସମ୍ପାଦକ ଅଜୟ କୁମାର ବେହେରା, କଟକ ମହାନଗର ନିଗମ ଡେପୁଟି ମେୟର ଅଜୟ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଆସୋସିଏଶନ ଉପସଭାପତି ପୃଥ୍ବୀରାଜ ପଟ୍ଟନାୟକ, ଶୁଭ୍ରାଂଶୁ ଶେଖର ସାହୁ, ଜୟଶ୍ରୀ ସ୍ବାଇଁ, କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ମିଶ୍ର, ଯୁଗ୍ମ ସମ୍ପାଦକ ବସନ୍ତ କୁମାର ସାହୁ, ଲୋକ ସମ୍ପର୍କ ଅଧିକାରୀ ଶୁଭେନ୍ଦୁ କୁମାର ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

All Right Reserved By

ଖେଳ |

୧୯ ବର୍ଷରୁ କମ୍‌ ପ୍ରଥମ ଯୁବ ଟେଷ୍ଟ:  ଭାରତର ଇନିଂସ ବିଜୟ

୧୯ ବର୍ଷରୁ କମ୍‌ ପ୍ରଥମ ଯୁବ ଟେଷ୍ଟ: ଭାରତର ଇନିଂସ ବିଜୟ

କଲମ୍ବୋ, ୨୦।୭(ପି.ଟି.)- ଏଠାରେ ଖେଳାଯାଇଥିବା ୧୯ ବର୍ଷରୁ କମ୍‌ ପ୍ରଥମ ଯୁବ କ୍ରିକେଟ ଟେଷ୍ଟ ମ୍ୟାଚରେ ଭାରତ ଏକ ଇନିଂସ ଓ ୧୯ ରନରେ ଘରୋଇ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୭୦.୩ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରି ଓପନର ଅଥର୍ବ ତାଇଡେଙ୍କ ୧୧୩ ରନ ଓ ଆୟୁସ୍‌ ବଦୋନୀଙ୍କ ଅପରାଜିତ ୧୮୫ ରନର ଶତକୀୟ ପାଳି ବଳରେ ୧୩୪.୫ ଓଭରରେ ୫୮୯ ରନ କରି ଅଲଆଉଟ ହୋଇଥିଲା। ଫଳରରେ ଭାରତ ୩୪୫ ରନର ବୃହତ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଶ୍ରୀଲଙ୍କା ୯୫.୨ ଓଭରରେ ୩୨୪ ରନ କରିଅଲଆଉଟ ହୋବା ଫଳରେ ଏକ ଇନିଂସ ଓ ୧୯ ରନରେ ପରାଜୟ ବରଣ କରିଛି।

ସର୍ବଭାରତୀୟ ଟ୍ୟାଲେଣ୍ଟ ସିରିଜ ଟେନିସ: ରବି ନାରାୟଣ ଚାମ୍ପିୟନ

ସର୍ବଭାରତୀୟ ଟ୍ୟାଲେଣ୍ଟ ସିରିଜ ଟେନିସ: ରବି ନାରାୟଣ ଚାମ୍ପିୟନ

ଭୁବନେଶ୍ୱର, ୨୦।୭(କ୍ରୀଡ଼ା ପ୍ରତିନିଧି)- ମେଣ୍ଢାଶାଳସ୍ଥିତ ଗୁରୁକୂଳ ରିସର୍ଟରେ ସର୍ବଭାରତୀୟ ୧୪ ବର୍ଷରୁ କମ୍‌ ଟ୍ୟାଲେଣ୍ଟ ସିରିଜ ଟେନିସ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାର ବାଳକ ସିଙ୍ଗଲ୍ସ ବିଭାଗ ଟାଇଟଲ ହାସଲ କରିଛନ୍ତି ଓଡ଼ିଶାର ରବି ନାରାୟଣ ସାହୁ।

ଫଖର ଜାମନଙ୍କ ଦ୍ୱିଶତକ

ଫଖର ଜାମନଙ୍କ ଦ୍ୱିଶତକ

ହରାରେ,୨୦।୭- ପାକିସ୍ତାନ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଫଖର ଜାମନ ଶୁକ୍ରବାର ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ୪ର୍ଥ ଦିନିକିଆରେ ଦ୍ୱିଶତକ ମାରିଛନ୍ତି। ସେ ୧୫୬ଟି ବଲର ସମ୍ମୁଖୀନ ହୋଇ ଅପରାଜିତ ୨୧୦ ରନ୍‌ କରିଛନ୍ତି। ତାଙ୍କର ଏହି ବିସ୍ଫୋରକ ଇନିଂସ୍‌ରେ ୫ ଛକା ଓ ୨୪ ଚୌକା ସାମିଲ ଥିଲା।

ଘୋଷଣା ହେଲା ୨୦୨୦ ଅଲିମ୍ପିକ୍ସ ଟିକେଟ ମୂଲ୍ୟ

ଟୋକିଓ,୨୦।୭(ଏଏଫ୍‌ପି)- ଟୋକିଓ ୨୦୨୦ ଅଲିମ୍ପିକ୍ସ ଆୟୋଜକମାନେ ଶୁକ୍ରବାର ଟିକେଟ୍‌ ମୂଲ୍ୟ ଘୋଷଣା କରିଛନ୍ତି। ଟିକେଟର ମୂଲ୍ୟ ଅତିକମ୍‌ରେ ୨୦୨୦ ୟେନ (୧୮ ଡଲାର), ଯାହାକି ଭାରତୀୟ ମୁଦ୍ରାରେ ୧,୨୩୮ ଟଙ୍କା।

୨୦ ବର୍ଷରୁ କମ୍‌ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ,୨୦।୭(ପି.ଟି.)- ସ୍ପେନର ଭାଲେନ୍ସିଆଠାରେ ହେବାକୁ ଥିବା କୋଟିଫ ଅନ୍ତର୍ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ଲାଗି ଶୁକ୍ରବାର ୨୦ ବର୍ଷରୁ କମ୍‌ ୨୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଯାଇଛି।

ଏସିଆନ୍‌ ଗେମ୍ସ ଚିଫ୍‌ ଡେ ମିସନ ବ୍ରିଜ ଭୂଷଣ

ନୂଆଦିଲ୍ଲୀ,୨୦।୭(ପି.ଟି.)- ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ ଭୂଷଣ ଶରନ ସିଂଙ୍କୁ ଶୁକ୍ରବାର ଏସିଆନ୍‌ ଗେମ୍ସ ଲାଗି ଘୋଷିତ ଭାରତୀୟ ଦଳର ଚିଫ୍‌ ଡେ ମିସନ(ସିଡିଏମ୍‌) ପଦରେ ନିଯୁକ୍ତ କରାଯାଇଛି।

ଚାଇନା ସହ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚ୍‌ ଖେଳିବ ଭାରତ

ଚାଇନା ସହ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚ୍‌ ଖେଳିବ ଭାରତ

ନୂଆଦିଲ୍ଲୀ,୨୦।୭(ପି.ଟି.)- ଆସନ୍ତା ବର୍ଷ ହେବାକୁ ଯାଉଛି ଏସିଆନ୍‌ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ। ଏଥି ଲାଗି ଯୋଗ୍ୟତା ଅର୍ଜନ କରିସାରିଥିବା ଭାରତୀୟ ଦଳ ପ୍ରସ୍ତୁତି ହେବା ପାଇଁ ଚାଇନା ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ।

ପିଏସ୍‌ଜି କ୍ଲବରେ ରହିବେ ନେମାର

ପିଏସ୍‌ଜି କ୍ଲବରେ ରହିବେ ନେମାର

ସାଓ ପାଉଲୋ,୨୦।୭(ଏଏଫ୍‌ପି)- ବ୍ରାଜିଲ ସୁପରଷ୍ଟାର ନେମାର ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) କ୍ଲବ ପକ୍ଷରୁ ଖେଳିବା ଜାରି ରଖିବେ। ଏ ନେଇ ସେ ନିଜେ ସ୍ପଷ୍ଟ କରିଛନ୍ତି।

ଦାମୀ ଗୋଲ୍‌କିପର ଆଲିସନ

ଦାମୀ ଗୋଲ୍‌କିପର ଆଲିସନ

ଲିଭରପୁଲ,୨୦।୭(ଏଏଫ୍‌ପି)- ବ୍ରାଜିଲ ଗୋଲକିପର ଆଲିସନ ବେକର ସବୁଠୁ ଦାମୀ ଫୁଟ୍‌ବଲ ଖେଳାଳି ହୋଇପାରିଛନ୍ତି। ତାଙ୍କୁ ରେକର୍ଡ ୭୨.୫ ନିୟୁତ ୟୁରୋ ମୂଲ୍ୟରେ ସିରଜି ଏ’ କ୍ଲବ ଲିଭରପୁଲ ଦଳ ନେଇଛି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୫୮୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ।

ହଲ ଅଫ୍‌ ଫେମ ଓପନ: ସେମିରେ ରାମନାଥନ, ପେସ ଆଉଟ୍‌

ହଲ ଅଫ୍‌ ଫେମ ଓପନ: ସେମିରେ ରାମନାଥନ, ପେସ ଆଉଟ୍‌

ନୂଆଦିଲ୍ଲୀ, ୨୦।୭(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗିଲ୍ସ ଖେଳାଳି ରାମକୁମାର ରାମନାଥନ ନ୍ୟୁପୋର୍ଟଠାରେ ଚାଲିଥିବା ହଲ ଅଫ୍‌ ଫେମ ଓପନ୍‌ର ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଆର୍ଚେରୀ ବିଶ୍ୱକପ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ଫାଇନାଲରେ

ଆର୍ଚେରୀ ବିଶ୍ୱକପ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ଫାଇନାଲରେ

ବର୍ଲିନ, ୨୦।୭(ପି.ଟି.)-ଏଠାରେ ଚାଲିଥିବା ଆର୍ଚେରୀ ବିଶ୍ୱକପ ଷ୍ଟେଜ-୪ର ଫାଇନାଲରେ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ପ୍ରବେଶ କରିଛନ୍ତି। ତ୍ରିଶା ଦେବ, ଜ୍ୟୋତି ସୁରେଖା ଭେନ୍ନାମ୍‌ ଓ ମୁସ୍କାନ କିରାରଙ୍କୁ ନେଇ ଗଠିତ ଭାରତୀୟ ଦଳ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ କରି ୨୩୧-୨୨୮ ପଏଣ୍ଟରେ ତୁର୍କୀକୁ ହରାଇ ସ୍ବର୍ଣ୍ଣ ପଦକ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଶନିବାର ଭାରତ ଓ ଫ୍ରାନ୍ସ ମଧ୍ୟରେ ସ୍ବର୍ଣ୍ଣ ପଦକ ପାଇଁ ଲଢ଼େଇ ହେବ।

ଇଂଲଣ୍ଡ ଲାୟନ୍ସଠାରୁ ହାରିଲା ଭାରତ ଏ’

ଇଂଲଣ୍ଡ ଲାୟନ୍ସଠାରୁ ହାରିଲା ଭାରତ ଏ’

ଓ୍ବରସେଷ୍ଟର, ୨୦ା୭ (ପି.ଟି.)-ଭାରତ ଏ’ କ୍ରିକେଟ ଦଳ ଏଠାରେ ଅନୁଷ୍ଠିତ ଏକମାତ୍ର ୪ ଦିନିଆ ଅନ୍‌ ଅଫିସିଆଲ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଲାୟନ୍ସଠାରୁ ୨୫୩ରନରେ ପରାସ୍ତ ହୋଇଛି। ୪୨୧ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ପିଛା କରି ବୁଧବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୧ ରନରେ ୩ ଉଇକେଟ ହରାଇ ସାରିଥିବା ଭାରତ ଏ’ ଗୁରୁବାର ଲଢୁଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା। ଫଳରେ ଦଳ ଦ୍ୱିତୀୟ ଇନିଂସରେ ୪୪ଓଭର ଖେଳି ମାତ୍ର ୧୬୭ ରନ କରିପାରିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଲାୟନ୍ସ ୪୨୩ ରନ କରିଥିଲ।

Model This Week

ରୂପେଶ