ଖେଳ |

ଆଫ୍‌ଗାନିସ୍ତାନ ଭାରତରେ ଟେଷ୍ଟ ପଦାର୍ପଣ କରିବ

ଆଫ୍‌ଗାନିସ୍ତାନ ଭାରତରେ ଟେଷ୍ଟ ପଦାର୍ପଣ କରିବ

ନୂଆଦିଲ୍ଲୀ,୧୨ା୧୨(ପି.ଟି.)- ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନ ଏବେ ପ୍ରଥମଥର ପାଇଁ ଟେଷ୍ଟ ଖେଳିବାର ସୁଯୋଗ ହାସଲ କରିବ। ପୁଣି ଭାରତ ମାଟିରେ ଓ ଭାରତ ବିପକ୍ଷରେ ଆଫଗାନିସ୍ତାନ ଟେଷ୍ଟ ପଦାର୍ପଣ କରିବ। ତେବେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ପାଇଁ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ପୂର୍ବପରି ଦ୍ୱାର ବନ୍ଦ ରଖିଛି। ଯୁଦ୍ଧ ଅରାଜକତା ସତ୍ତ୍ୱେ ଆଫଗାନିସ୍ତାନ ଆନ୍ତର୍ଜାତିକ କ୍ରିକେଟରେ ଆଶାତୀତ ଉନ୍ନତି କରିଛି। ୨୦୧୯-୨୦୨୦ ସେସନରେ ଏହି ବହୁପ୍ରତୀକ୍ଷିତ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହେବ ବୋଲି କୁହାଯାଇଛି। ତେବେ ପରେ ଏହି ମ୍ୟାଚ ପାଇଁ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯିବ। ସୋମବାର ବିସିସିଆଇ ସ୍ବତନ୍ତ୍ର ସାଧରଣ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷରେ ଭାରତ ସହିତ ଦ୍ୱିପାକ୍ଷିକ ସିରିଜ ଖେଳିବା ପାଇଁ ବରାବର ଦାବି କରିଆସୁଥିବା ପାକିସ୍ତାନକୁ ଏହି ବୈଠକରେ ଅଣଦେଖା କରାଯାଇଛି। ନୂଆ କରି ଜାରି କରାଯାଇଥିବା ଫ୍ୟୁଚର ଟୁର ପ୍ରୋଗ୍ରାମ(ଏଫ୍‌ଟିପି)ରେ ଏହା ସ୍ଥିର କରାଯାଇଛି। ତେବେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଭଳି ଦଳ ବିପକ୍ଷରେ ଭାରତ ଅଧିକରୁ ଅଧିକ ସିରିଜ ଖେଳିବା ଉପରେ ଧ୍ୟାନ ଦିଆଯାଇଛି। ୨୦୧୨ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଆୟୋଜିତ ହୋଇ ନାହିଁ। ନୂଆ ଏଫ୍‌ଟିପିରେ ପାକିସ୍ତାନ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନ ଥିବା ବିଷୟରେ ପ୍ରଶ୍ନ ପଚରାଯିବା ବିସିସିଆଇ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀ ଏହାକୁ ଏଡାଇ ଯାଇଥିଲେ। ଏହା କେବଳ କ୍ରିକେଟ କିମ୍ବା ବିସିସିଆଇ ସମ୍ପର୍କରେ ପ୍ରଶ୍ନ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଥାଉ କି, ଗତ ଜୁନ ମାସରେ ଆଫଗାନିସ୍ତାନ ଓ ଆୟର୍ଲାଣ୍ଡ ଟେଷ୍ଟ ମାନ୍ୟତା ହାସଲ କରିଥିଲେ। ଦିନିକିଆ ଓ ଟି-୨୦ରେ ଦମ୍‌ଦାର ପ୍ରଦର୍ଶନ କରିବା ପରେ ଆଫଗାନିସ୍ତାନକୁ ଟେଷ୍ଟ ଷ୍ଟାଟସ୍‌ ପ୍ରଦାନ କରାଯାଇଥିଲା। ପ୍ରଥମେ ଆଫଗାନିସ୍ତାନ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଐତିହାସିକ ସମ୍ପର୍କକୁ ଦୃଷ୍ଟିରେ ରଖି ଆମେ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଅମିତାଭ କହିଛନ୍ତି। ଏଥିପାଇଁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ଅଧ୍ୟକ୍ଷ ଆତିଫ୍‌ ମାଶାଲ ଖୁସି ଜାହିର କରିବା ସହ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି। ଆଫଗାନିସ୍ତାନ ଓ ଆୟର୍ଲାଣ୍ଡ ଏକାଦଶ ଏବଂ ଦ୍ୱାଦଶ ଦେଶ ହିସାବରେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଗତ ଜୁନ୍‌ରେ ଟେଷ୍ଟ ମାନ୍ୟତା ପ୍ରଦାନ କରିଥିଲା। କ୍ରିକେଟର ଉନ୍ନତି ପାଇଁ ଆଫଗାନିସ୍ତାନକୁ ଭାରତ ବିଭିନ୍ନ ଦୃଷ୍ଟିକୋଣରୁ ସାହାଯ୍ୟ କରିଆସୁଛି। ଗ୍ରେଟର ନୋଏଡାରେ ଆଫଗାନିସ୍ତାନ ଆୟର୍ଲାଣ୍ଡ ବିପକ୍ଷରେ ତା’ର ଘରୋଇ ମ୍ୟାଚଗୁଡିକ ଆୟୋଜନ କରିବ। ପୁଣି ରଶିଦ ଖାନ ଓ ମହମ୍ମଦ ନବି ପ୍ରଥମ ଆଫଗାନିସ୍ତାନ କ୍ରିକେଟର ଭାବେ ଚଳିତ ବର୍ଷ ଆଇପିଏଲ ନିଲାମରେ ସାମିଲ ହୋଇଥିଲେ। ଇତିମଧ୍ୟରେ ଆଫଗାନିସ୍ତାନ ଟି-୨୦ ବିଶ୍ୱକପ୍‌ ଓ ଦିନିକିଆ ବିଶ୍ୱକପ୍‌ରେ ପଦାର୍ପଣ କରିସାରିଛି।

All Right Reserved By

ଖେଳ |

ଭାରତୀୟ ଟେଷ୍ଟ ଦଳରେ ପନ୍ତ

ଭାରତୀୟ ଟେଷ୍ଟ ଦଳରେ ପନ୍ତ

ନୂଆଦିଲ୍ଲୀ,୧୮।୭(ପି.ଟି.)- ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍‌ ଲାଗି ବୁଧବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶବ ପନ୍ତ ସ୍ଥାନ ପାଇଛନ୍ତି।

ବିଶ୍ୱକପ୍‌ ବିଜେତା ଏମ୍‌ବାପ୍ପେ ବୋନସ ଦାନ କଲେ

ବିଶ୍ୱକପ୍‌ ବିଜେତା ଏମ୍‌ବାପ୍ପେ ବୋନସ ଦାନ କଲେ

ପ୍ୟାରିସ,୧୮।୭(ଏପି)- ବିଶ୍ୱକପ୍‌ ବିଜେତା ଫ୍ରାନ୍ସ ଦଳର ମୁଖ୍ୟ ସଦସ୍ୟ କ୍ୟାଲିଆନ ଏମ୍‌ବାପ୍ପେଙ୍କୁ ମିଳିଥିବା ବୋନସକୁ ମେଡିକଲରେ ଚିକିତ୍ସିତ ହେଉଥିବା ଶିଶୁଙ୍କ ଜୀବନରେ କ୍ରୀଡ଼ାକୁ ଫେରାଇ ଆଣିବା ଲାଗି ଏକ ଆସୋସିଏଶନକୁ ପ୍ରଦାନ କରିଛନ୍ତି।

ଅମ୍ପାୟରଙ୍କଠାରୁ ବଲ ନେଲେ ଧୋନୀ

ଅମ୍ପାୟରଙ୍କଠାରୁ ବଲ ନେଲେ ଧୋନୀ

ଲିଡ୍ସ,୧୮।୭- ଏଠାରେ ଭାରତ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ଦିନିକିଆ ମ୍ୟାଚ୍‌କୁ ୮ ଉଇକେଟରେ ଜିତି ଇଂଲଣ୍ଡ ଦଳ ସିରିଜ୍‌କୁ ଦଳ ୨-୧ ବ୍ୟବଧାନରେ କବଜା କରିଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ ଶେଷରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ ଅମ୍ପାୟରଙ୍କଠାରୁ ମ୍ୟାଚ୍‌ ବଲ ନେଇଯାଇଥିଲେ।

ଜୁନିୟର ମହିଳା ହକି  ବେଲଜିୟମକୁ ହରାଇଲା ଭାରତ

ଜୁନିୟର ମହିଳା ହକି ବେଲଜିୟମକୁ ହରାଇଲା ଭାରତ

ଆଣ୍ଟଓ୍ବର୍ପ(ବେଲଜିୟମ),୧୮।୭- ଏଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ ଷଡରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟରେ ଭାରତୀୟ ଦଳ ଆୟୋଜକ ବେଲଜିୟମକୁ ପରାସ୍ତ କରିଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଦଳ ୨-୦ ଗୋଲରେ ବିଜୟୀ ହୋଇଛି।

ଭାରତୀୟ ମହିଳା ଦଳର କୋଚ୍‌ ପଦ ଦୌଡ଼ରେ ମମଥା

ଭାରତୀୟ ମହିଳା ଦଳର କୋଚ୍‌ ପଦ ଦୌଡ଼ରେ ମମଥା

ବେଙ୍ଗାଲୁରୁ,୧୮।୭- ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍‌ ପଦ ଲାଗି ପୂର୍ବତନ ଅଧିନାୟିକା ମମଥା ମାବେନ ଆବେଦନ କରିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୋମବାରଠାରୁ ଏହି ପଦ ପାଇଁ ବିଜ୍ଞାପନ ଦିଆଯାଇଥିଲା। ବିଜ୍ଞାପନ ଦିଆଯିବାର ୨୪ ଘଣ୍ଟା ମଧ୍ୟରେ ହିଁ ପୂର୍ବତନ ଅଲରାଉଣ୍ଡର ମାବେନ ଆବେଦନ କରିଛନ୍ତି।

ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ

ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୮।୭- ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର ନିରଜ ଚୋପ୍ରା କ୍ୟାରିୟରରେ ଆଉ ଏକ ସଫଳତା ପାଇଛନ୍ତି। ଫ୍ରାନ୍ସଠାରେ ଚାଲିଥିବା ସୋଟ୍ଟେଭିଲେ ଆଥ୍‌ଲେଟିକ୍ସ ମିଟ୍‌ରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଚୋପ୍ରା ଫାଇନାଲରେ ୮୫.୧୭ ମିଟର ଦୂରତା ଜାଭେଲିନ ଫିଙ୍ଗି ପୋଡିୟମ୍‌ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ସିଙ୍ଗାପୁର ଓପନ୍‌ ମୁଖ୍ୟ ଡ୍ର’ରେ ଗୁରୁସାଇଦତ୍ତ

ସିଙ୍ଗାପୁର ଓପନ୍‌ ମୁଖ୍ୟ ଡ୍ର’ରେ ଗୁରୁସାଇଦତ୍ତ

ସିଙ୍ଗାପୁର, ୧୮।୭(ପି.ଟି.)- ପ୍ରାକ୍ତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ଆର୍‌ଏମ୍‌ଭି ଗୁରୁସାଇଦତ୍ତ ଏଠାରେ ଚାଲିଥିବା ୩ ଲକ୍ଷ ୫୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ସିଙ୍ଗାପୁର ଓପନ୍‌ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ପ୍ରବେଶ କରିଛନ୍ତି। ଆଘାତଜନିତ ସମସ୍ୟାରୁ ମୁକୁଳିଥିବା ଗୁୁରୁସାଇଦତ୍ତ ୨୧-୧୮, ୨୧-୧୮ ସିଧାସଳଖ ଗେମ୍‌ରେ ମାଲେସିଆର ଲିଅଙ୍ଗ ଜୁନ୍‌ଙ୍କୁ ପରାସ୍ତ କରିଛନ୍ତି। ଏଥିପୂର୍ବରୁ ଓପନିଂ ରାଉଣ୍ଡରେ ଗୁରୁସାଇଦତ୍ତ ୨୧-୭, ୨୧-୧୦ ଗେମ୍‌ରେ ଇଟାଲୀର ରୋସାରିଓ ମାଡାଲୋନିଙ୍କୁ ହରାଇଥିଲେ। ମୁଖ୍ୟ ପର୍ଯ୍ୟାୟରେ ସେ ଚାଇନାର କ୍ୱିଆଓ ବିନ୍‌ଙ୍କୁ ବୁଧବାର ଭେଟିବେ। ମିକ୍ସଡ ଡବଲ୍ସରେ ସାତ୍ତ୍ୱିସାଇରାଜ ରାନକିରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପା ଯୋଡ଼ି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଭାରତୀୟ ଯୋଡ଼ି ୨୧-୧୬, ୨୧-୧୯ରେ ଇଣ୍ଡୋନେସିଆର ରାମାଡିନସ୍ୟା ଓ ମାସେଲ କ୍ରିଷ୍ଟେନଙ୍କୁ ହରାଇଛନ୍ତି।

ଦୃଷ୍ଟିହୀନ କ୍ରିକେଟ:ଭାରତର ସାନ୍ତ୍ୱନାମୂଳକ ବିଜୟ

କଲମ୍ବୋ, ୧୮ା୭-ସ୍ଥାନୀୟ ବିଆର୍‌ସି ଗ୍ରାଉଣ୍ଡରେ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଦୃଷ୍ଟିହୀନ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୬୬ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ଲାଭ କରି ଶ୍ରୀଲଙ୍କା ଆଗୁଆ ସିରିଜ କବ୍‌ଜା କରିନେଇ ସାରିଛି। ତେଣୁ ଭ୍ରମଣକାରୀ ଦଳ ପାଇଁ ଏହା ଥିଲା ସାନ୍ତ୍ୱନାମୂଳକ ବିଜୟ। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୪୦ଓଭରରେ ୮ ଉଇକେଟ ବିନିମୟରେ ୩୨୩ ରନ କରିଥିଲା।

ଅର୍ଜୁନ ତେନ୍ଦୁଲକରଙ୍କୁ ପ୍ରଥମ ଅନ୍ତର୍ଜାତୀୟ ଉଇକେଟ

ଅର୍ଜୁନ ତେନ୍ଦୁଲକରଙ୍କୁ ପ୍ରଥମ ଅନ୍ତର୍ଜାତୀୟ ଉଇକେଟ

କଲମ୍ବୋ, ୧୮ା୭ (ପି.ଟି.)-ବ୍ୟାଟିଂ ଆଇକନ୍‌ ସଚିନ ତେନ୍ଦୁଲକରଙ୍କ ୧୮ ବର୍ଷୀୟ ପୁଅ ଅର୍ଜୁନ ତେନ୍ଦୁଲକର ମଙ୍ଗଳବାର ତାଙ୍କ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳିଛନ୍ତି। ସ୍ଥାନୀୟ ନନ୍‌ ଡେସ୍‌କ୍ରିପ୍ଟସ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ୧୯ବର୍ଷରୁ କମ୍‌ ଦଳ ବିପକ୍ଷ ପ୍ରଥମ ୟୁଥ୍‌ ଟେଷ୍ଟ ମ୍ୟାଚରେ ସେ ଭାରତୀୟ ୧୯ବର୍ଷରୁ କମ୍‌ ଦଳ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ଏହି ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କା ଦଳକୁ ୨୪୪ରନରେ ଅଲଆଉଟ କରିଦେବା ପରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୧ଉଇକେଟ ବିନିମୟରେ ୯୨ ରନ କରିଛି।

ଏସୀୟ ସ୍କୁଲ ଚେସ୍‌ ପଦକ ବିଜୟିନୀ ଆରୁଷିଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ଏସୀୟ ସ୍କୁଲ ଚେସ୍‌ ପଦକ ବିଜୟିନୀ ଆରୁଷିଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୮।୭(ସ୍ପୋଟର୍‌ସ ବ୍ୟୁରୋ)- ଶ୍ରୀଲଙ୍କାରେ ଅନୁଷ୍ଠିତ ଏସୀୟ ସ୍କୁଲ ଚେସ୍‌ରେ ୯ ବର୍ଷରୁ କମ୍‌ ବାଳିକା ବିଭାଗରେ ବ୍ୟକ୍ତିଗତ ୨ଟି ବ୍ରୋଞ୍ଜ୍‌, ଦଳଗତ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିଣି ଭାରତକୁ ଗୌରବାନ୍ବିତ କରିଥିବା ଓଡ଼ିଶାର ଆରୁଷି ଶ୍ରୀଚନ୍ଦନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭୁବନେଶ୍ୱର ଦାରୁଠେଙ୍ଗର ଆରୁଷିଙ୍କୁ ଏସ୍‌.ଆର. ଚେସ୍‌ ସେଣ୍ଟ ତରଫରୁ ସ୍ବାଗତ କରାଯାଇଥିଲା।

ରୁଟ୍‌ଙ୍କ ଶତକ: ଦିନିକିଆ ସିରିଜ ଜିତିଲା ଇଂଲଣ୍ଡ

ରୁଟ୍‌ଙ୍କ ଶତକ: ଦିନିକିଆ ସିରିଜ ଜିତିଲା ଇଂଲଣ୍ଡ

ଲିଡ୍ସ,୧୮।୭(ପି.ଟି.)- ଟିମ୍‌ ଇଣ୍ଡିଆର ଦିନିକିଆ ସିରିଜ ବିଜୟ ରଥ ଶେଷରେ ଅଟକିଛି। କ୍ରମାଗତ ୯ଟି ସିରିଜରେ ବିଜୟ ହାସଲ କରିବା ପରେ ଭାରତ ପ୍ରଥମଥର ପରାଜୟ ବରଣ କରିଛି। ସ୍ଥାନୀୟ ହେଡିଙ୍ଗଲେ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଇଂଲଣ୍ଡ ଭ୍ରମଣକାରୀ ଭାରତକୁ ୩୩ ବଲ ବାକିଥାଇ ୮ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂ ବିଫଳତା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ଇଂଲଣ୍ଡ ୨-୧ରେ ହାତେଇ ନେଇଛି।

ପଦ ଛାଡ଼ିଲେ ଆଇସ୍‌ଲାଣ୍ଡ କୋଚ୍‌

ପଦ ଛାଡ଼ିଲେ ଆଇସ୍‌ଲାଣ୍ଡ କୋଚ୍‌

ରେକଜାଭିକ (ଆଇସ୍‌ଲାଣ୍ଡ), ୧୭।୭(ଏପି)- ଆଇସ୍‌ଲାଣ୍ଡକୁ ପ୍ରଥମଥର ଲାଗି ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଐତିହାସିକ ସଫଳତା ଦେଇଥିବା କୋଚ୍‌ ହେଉମିର ହଲ୍‌ଗ୍ରିମସନ ପଦ ଛାଡ଼ିଛନ୍ତି। ଦୀର୍ଘ ୭ ବର୍ଷ ଧରି ପ୍ରଶିକ୍ଷକ ପଦରେ ରହିବା ପରେ ନିଜଆଡ଼ୁ କୋଚ୍‌ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଆଇସ୍‌ଲାଣ୍ଡ ଫୁଟ୍‌ବଲ ଆସୋସିଏଶନ ପକ୍ଷରୁ ମଙ୍ଗଳବାର କୁହାଯାଇଛି।

Model This Week

ରୂପେଶ