Dharitri News
ଖେଳ |

୩୩ ବର୍ଷ ପରେ ଓଡ଼ିଶାକୁ ଫେରିଛି ଜାତୀୟ ଜୁନିୟର କବାଡ଼ି

୩୩ ବର୍ଷ ପରେ ଓଡ଼ିଶାକୁ ଫେରିଛି ଜାତୀୟ ଜୁନିୟର କବାଡ଼ି କଟକ ଅଫିସ,୧୨ା୧୨-ଦୀର୍ଘ ୩୩ ବର୍ଷ ପରେ ଓଡ଼ିଶା କବାଡ଼ି ଆସୋସିଏଶନ ଆୟୋଜନ କରିବାକୁ ଯାଉଛି ଜାତୀୟ ଜୁନିୟର କବାଡ଼ି ଚାମ୍ପିୟନଶିପ୍‌। ମଙ୍ଗଳବାରଠାରୁ ସ୍ଥାନୀୟ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏହା ଅନୁଷ୍ଠିତ ହେବ। ପୂର୍ବରୁ ୧୯୮୩ରେ ଓଡ଼ିଶାରେ ଏହା ପ୍ରଥମଥର ନିମନ୍ତେ ଆୟୋଜନ ହୋଇଥିଲା। ଭାରତୀୟ ଆମେଚର କବାଡ଼ି ଫେଡେରେଶନ୍‌ ଓ ରାଜ୍ୟ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୪୪ତମ ଜୁନିୟର କବାଡ଼ି ଚାମ୍ପିୟନଶିପ୍‌ ହେଉଛି। ରାଜ୍ୟ ଆସୋସିଏଶନ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିଛି ବୋଲି ସମ୍ପାଦକ ଅଜୟ କୁମାର ବେହେରା ସୂଚନା ଦେଇଛନ୍ତି। ପ୍ରତିଯୋଗିତାରେ ଉଭୟ ବାଳିକା ଓ ବାଳିକା ବର୍ଗର ୩୦ଟି ରାଜ୍ୟର ୬୦ଟି ଦଳ ଅଂଶଗ୍ରହଣ କରିବେ। ଏହା ମଧ୍ୟରେ ୮୦୦ରୁ ଊର୍ଦ୍ଧ୍ୱ ଖେଳାଳି ଓ ୨୦୦ ଅଫିସିଆଲ ରହିଛନ୍ତି। ସୋମବାର ସୁଦ୍ଧା ୨୧ଟି ଦଳ ପହଞ୍ଚିଥିବା ବେଳେ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଅବଶିଷ୍ଟ ଦଳ ଯୋଗଦେବେ ବୋଲି ଅଜୟ କହିଛନ୍ତି।

ଖେଳ |

୪୯ ବଲରେ ଶତକ ମାରିଲେ ରାଇନା

୪୯ ବଲରେ ଶତକ ମାରିଲେ ରାଇନା

କୋଲକାତା, ୨୨।୧(ପି.ଟି.)- ଜାତୀୟ ଦଳରୁ ଅଲୋଡ଼ା ହୋଇଥିବା ତଥା ସୀମିତ ଓଭର କ୍ରିକେଟରେ ଜଣେ ବିଶେଷଜ୍ଞ ଭାବେ ପରିଚିତ ହୋଇଥିବା ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଦୀର୍ଘ ଦିନର ବ୍ୟବଧାନ ପରେ ଫର୍ମକୁ ଫେରିଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ବୋପାନ୍ନା, ଶରନ ହାରିଲେ

ଅଷ୍ଟ୍ରେଲିଆନ୍‌ ଓପନ୍‌: ବୋପାନ୍ନା, ଶରନ ହାରିଲେ

ମେଲବୋର୍ନ, ୨୨।୧(ପି.ଟି.)- ଦୁଇ ଭାରତୀୟ ଖେଳାଳି ରୋହନ ବୋପାନ୍ନା ଓ ଡିଭିଜ ଶରନ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସର ତୃତୀୟ ରାଉଣ୍ଡ ହର୍ଡଲ୍ସ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

ସ୍ମିଥ୍‌ଙ୍କୁ ବିଶ୍ରାମ, ଓ୍ବାର୍ନର ଅଧିନାୟକ

ସ୍ମିଥ୍‌ଙ୍କୁ ବିଶ୍ରାମ, ଓ୍ବାର୍ନର ଅଧିନାୟକ

ମେଲବୋର୍ନ, ୨୨।୧(ଏଏଫ୍‌ପି)- ଅଷ୍ଟ୍ରେଲିଆ, ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ନେଇ ଏକ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜ ଆସନ୍ତା ଫେବୃୟାରୀ ୩ରୁ ଆରମ୍ଭ ହେବ। ଏଥିଲାଗି ଘରୋଇ ଅଷ୍ଟ୍ରେଲିଆ ଦଳ ସୋମବାର ଘୋଷଣା କରାଯାଇଛି। ଦଳର ନିୟମିତ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଥିବାବେଳେ

ପ୍ରଥମ ଟି୨୦ରେ ନ୍ୟୁଜିଲାଣ୍ଡ ବିଜୟୀ

ପ୍ରଥମ ଟି୨୦ରେ ନ୍ୟୁଜିଲାଣ୍ଡ ବିଜୟୀ

ଓ୍ବେଲିଂଟନ, ୨୨।୧(ଏଏଫ୍‌ପି)- ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ସ୍ଥାନୀୟ ଓ୍ବେଷ୍ଟପାକ୍‌ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୧୦୬ ରନର ଲକ୍ଷ୍ୟକୁ ଟିମ୍‌ ସୌଦୀଙ୍କ ଦଳ ୭ ଉଇକେଟ୍‌ ଓ ୨୫ଟି ବଲ ସୁରକ୍ଷିତ ଥାଇ ହାସଲ କରିନେଇଥିଲା।

ବ୍ୟାଡ୍‌ମିଣ୍ଟନ ପ୍ରିମିୟର ଲିଗ୍‌: ପୁରୀ ସ୍ମାସ୍‌ କିଙ୍ଗ୍‌ ଚାମ୍ପିୟନ

ବ୍ୟାଡ୍‌ମିଣ୍ଟନ ପ୍ରିମିୟର ଲିଗ୍‌: ପୁରୀ ସ୍ମାସ୍‌ କିଙ୍ଗ୍‌ ଚାମ୍ପିୟନ

କଟକ ଅଫିସ,୨୧ା୧-ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଓ କଟକ କ୍ଲବର ମିଳିତ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମଠାରେ ଚାଲିଥିବା ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌ ରବିବାର ଉଦ୍‌ଯାପିିତ ହୋଇଯାଇଛି।

ରାଜ୍ୟସ୍ତରୀୟ କୁସ୍ତି ଉଦ୍‌ଯାପିତ

ରାଜ୍ୟସ୍ତରୀୟ କୁସ୍ତି ଉଦ୍‌ଯାପିତ

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ଗତ ଦୁଇଦିନ ଧରି ଚାଲିଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି।

ନାଡାଲ- ସିଲିକ, ଓଜନିଆକି- ନାଭାରୋ କ୍ୱାର୍ଟର ଫାଇନାଲ

ନାଡାଲ- ସିଲିକ, ଓଜନିଆକି- ନାଭାରୋ କ୍ୱାର୍ଟର ଫାଇନାଲ

ମେଲବୋର୍ନ,୨୧ା୧(ପି.ଟି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ ଟେନିସ ଟୁର୍ନାମେଣ୍ଟ ସପ୍ତମ ଦିନରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ବିଶ୍ୱର ଏକ ନମ୍ବର ଖେଳାଳି ସ୍ପେନାର ରାଫେଲ ନାଡାଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଆଶେସ ପରାଜୟର ପ୍ରତିଶୋଧ ଦିନିକିଆ ସିରିଜରେ

ଆଶେସ ପରାଜୟର ପ୍ରତିଶୋଧ ଦିନିକିଆ ସିରିଜରେ

ସିଡନୀ,୨୧ା୧(ପି.ଟି.)- ଭ୍ରମଣକାରୀ ଇଂଲଣ୍ଡ ଆଶେସ ପରାଜୟର ପ୍ରତିଶୋଧ ଦିନିକିଆ ସିରିଜରେ ନେଇଛି। ସ୍ଥାନୀୟ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆକୁ ୧୬ ରନରେ ପରାସ୍ତ କରିଛି।

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ନାଡାଲ

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ନାଡାଲ

ମେଲବୋର୍ନ, ୨୧।୧- ଚଳିତ ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ସିଙ୍ଗଲ୍ସ ବର୍ଗରେ ରାଫାଲ ନାଡାଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶୀର୍ଷ ର଼୍ୟାଙ୍କଧାରୀ ଏହି ଖେଳାଳି ୬-୩, ୬-୭(୪/୭), ୬-୩, ୬-୩ ସେଟ୍‌ରେ ଆର୍ଜେଣ୍ଟିନାର ଡିଆଇଗୋ ସ୍କଓ୍ବାର୍ଟଜମ୍ୟାନଙ୍କୁ ହରାଇ ଦେଇଛନ୍ତି।

ପ୍ରି-କ୍ୱାର୍ଟରରେ ହାରିଲେ ପେସ୍‌-ପୂରବ

ପ୍ରି-କ୍ୱାର୍ଟରରେ ହାରିଲେ ପେସ୍‌-ପୂରବ

ମେଲବୋର୍ନ, ୨୧।୧- ଭେଟେରାନ ଲିଆଣ୍ଡର ପେସ୍‌ ଓ ପୂରବ ରାଜାଙ୍କ ଯୋଡ଼ି ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଡବଲ୍ସ ବର୍ଗର ପ୍ରି-କ୍ୱାର୍ଟର ରାଉଣ୍ଡରେ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି। ରବିବାର ଖେଳାଯାଇଥିବା ମୁକାବିଲାରେ ଅଣସିଡ୍‌ ଭାରତୀୟ ଯୋଡ଼ି ୧-୬, ୨-୬ ସେଟ୍‌ରେ କଲମ୍ବିଆର ଜୁଆନ ସେବେଷ୍ଟିଆନ କାବାଲ ଓ ରବର୍ଟ ଫରାହଙ୍କ ଯୋଡ଼ିଠାରୁ ପରାସ୍ତ ହୋଇଛନ୍ତି।

ଓଡ଼ିଶା ପ୍ରିମିୟର ଲିଗ୍‌: ବାରବାଟୀ-ଜଗତ୍‌ସିଂହପୁର ସେମି ଆଜି

ଓଡ଼ିଶା ପ୍ରିମିୟର ଲିଗ୍‌: ବାରବାଟୀ-ଜଗତ୍‌ସିଂହପୁର ସେମି ଆଜି

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ବାଙ୍ଗାଲୋରସ୍ଥିତ ଏଥେନା ସ୍ପୋଟର୍‌ସ କ୍ଲବଠାରେ ଓଡ଼ିଶା ୟୁଥ୍‌ ପକ୍ଷରୁ ଚାଲିଥିବା ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌)ର ୩ଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି।

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଘସିପୁରା,୨୦।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଳତୀ ଠାରେ ୨୫ତମ ରାଜ୍ୟସ୍ତରୀୟ ଗୋଲଡେନ୍‌ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆନନ୍ଦପୁର ଉପଜିଲାପାଳ ନିତ୍ୟାନନ୍ଦ ବାରିକ, ଆନନ୍ଦପୁର ବ୍ଲକ ବିଡିଓ ଉମାକାନ୍ତ ପରିଡା, ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ଦେବାଶିଷ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।