ମେଟ୍ରୋ |

ରସଗୋଲା ବିବାଦ: ଜିଆଇ ଆବେଦନ କଲା ଶ୍ରୀଜଗନ୍ନାଥ ସେନା

ରସଗୋଲା ବିବାଦ: ଜିଆଇ ଆବେଦନ କଲା ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୧୨। ୧୨: ଶେଷରେ ରସଗୋଲାର ଜିଆଇ ଟ୍ୟାଗ ପାଇଁ ଆବେଦନ କରିଛି ଶ୍ରୀଜଗନ୍ନାଥ ସେନା। ମାଡ୍ରାସଠାରେ ପହଞ୍ଚତ୍ବା ପରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏବଂ ଶ୍ରୀମନ୍ଦିରର ମହାଭୋଇ ସେବକ ରାଜୁ ମହାଭୋଇ ମଙ୍ଗଳବାର ଇଣ୍ଟେଲକ୍‌ଚ୍ୟୁଆଲ ପ୍ରପର୍ଟି ଇଣ୍ଡିଆ କାର୍ଯ୍ୟାଳୟ ଯାଇଥିଲେ। କାର୍ଯ୍ୟାଳୟ ମୁଖ୍ୟ ଚିନ୍ନା ରାଜୁ ନାଇଡୁଙ୍କୁ ସାକ୍ଷାତ୍‌ କରି ଶ୍ରୀଜଗନ୍ନାଥ ରସଗୋଲା ପାଇଁ ଜିଆଇ ଆବେଦନ କରିଛନ୍ତି। ଆବେଦନକୁ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଛି। କିନ୍ତୁ ସେନା ପକ୍ଷରୁ ଏହି ଆବେଦନ ହୋଇଥିଲେ ହେଁ ଓଡିଶା ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଜିଆଇ ଟ୍ୟାଗ ନିମନ୍ତେ ଆବେଦନ କରିବା ଦରକାର ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ରାଜ୍ୟ ସରକାର ଶ୍ରୀଜଗନ୍ନାଥ ରସଗୋଲା ନାମରେ ଜିଆଇ ଆବେଦନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ପଶ୍ଚିମବଙ୍ଗ ବାଂଲା ରସଗୋଲା ନାମରେ ଜିଆଇ ଟ୍ୟାଗ ହାସଲ କରିଛି। ଏହାପରେ ଶ୍ରୀଜଗନ୍ନାଥ ସେନା ରସଗୋଲା ପାଇଁ ଜିଆଇ ଆବେଦନ କରିବାକୁ ଅଣ୍ଟା ଭିଡିଥିଲା। ଏ ସଂକ୍ରାନ୍ତରେ ଶ୍ରୀଜଗନ୍ନାଥ ସେନାର ଆବାହକ ପଟ୍ଟନାୟକ କହିଛନ୍ତି, ରସଗୋଲାର ଉତ୍ପତ୍ତି ହିଁ ଓଡ଼ିଶାରେ। କେଉଁ ଆବହମାନ କାଳରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାରେ ରସଗୋଲା ଭୋଗ ହୋଇ ଆସୁଛି। ଶ୍ରୀଜଗନ୍ନାଥଙ୍କ ରସଗୋଲା ସର୍ବ ପୁରାତନ। ଶ୍ରୀଜଗନ୍ନାଥ ସଂସ୍କୃତିର ଟେକ ରଖିବା ଲାଗି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆବେଦନ କରାଯାଇଛି। କିନ୍ତୁ ବ୍ୟକ୍ତିଗତ ଭାବେ ଆବେଦନ କଲେ କୌଣସି ସୁଫଳ ମିଳିବ ନାହିଁ ବୋଲି ଇଣ୍ଟେଲକଚ୍ୟୁଆଲ ପ୍ରପର୍ଟି ଇଣ୍ଡିଆର ଅଧିକାରୀ କହିଛନ୍ତି।

All Right Reserved By

Model This Week

ନିକିତା

ମେଟ୍ରୋ |

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ରାଜ୍ୟ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜି ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂଘର ସଭାପତି ଶିବ ଶଙ୍କର ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ଶିକ୍ଷା ସ୍ବେଚ୍ଛାସେବୀ ରେଳ ଷ୍ଟେସନଠାରେ ଏକତ୍ର ହୋଇ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି।

ଓପିଏସ୍‌ସି, ଓଏସ୍‌ଏସ୍‌ସି କମିଶନରେ ବହୁ ପଦବୀ ଖାଲି

ଓପିଏସ୍‌ସି, ଓଏସ୍‌ଏସ୍‌ସି କମିଶନରେ ବହୁ ପଦବୀ ଖାଲି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ପଦ ସହ ବହୁସଂଖ୍ୟକ ପଦ ଖାଲି ପଡିଛି। ସେଗୁଡିକ ମଧ୍ୟରେ ରହିଛି ୩ ସଦସ୍ୟ ପଦ, ଗୋଟିଏ ସଦସ୍ୟଙ୍କ ବ୍ୟକ୍ତିଗତ ସଦସ୍ୟ, ଗୋଟିଏ ବ୍ୟକ୍ତିଗତ ସହାୟକ, ଗୋଟିଏ ଲାଇବ୍ରେରିଆନ, ୬ ବରିଷ୍ଠ ସହାୟକ, ୩ କନିଷ୍ଠ ସହାୟକ ଇତ୍ୟାଦି।

ସରିପାରୁନି ଜଳସେଚନ ପ୍ରକଳ୍ପ

ସରିପାରୁନି ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଜମି ଅଧିଗ୍ରହଣ, ବିସ୍ଥାପନ ଓ ଥଇଥାନ, ଜଙ୍ଗଲ/ପରିବେଶ ମଞ୍ଜୁରୀ, ସିଡବ୍ଲ୍ୟସି ଅନୁମତିରେ ବିଳମ୍ବ, ସ୍ଥାନୀୟ ଜନସାଧାରଙ୍କ ବିରୋଧ ଇତ୍ୟାଦି କାରଣରୁ ରାଜ୍ୟରେ ଚାଲୁଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସରିପାରୁ ନାହିଁ।

୨ ନାବାଳିକା ବଳାତ୍କାର ମାମଲା: ଜେଲ ଗଲେ ଅଭିଯୁକ୍ତ

୨ ନାବାଳିକା ବଳାତ୍କାର ମାମଲା: ଜେଲ ଗଲେ ଅଭିଯୁକ୍ତ

କଟକସଦର,୨୩।୪(ଡି.ଏନ୍‌.ଏ.): ଦୁଇ ନାବାଳିକାଙ୍କୁ ବଳାତ୍କାର ମାମଲାରେ କଟକ ଜିଲା କିଶନନଗର ଥାନା ପୋଲିସ ସୋମବାର ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସାଲେପୁର,୨୩।୪(ଡି.ଏନ୍‌.ଏ.): କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ବଜାରରେ ସୋମବାର ସିମେଣ୍ଟ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌ର ଆଗ କାଚ ବାଡେଇ ଭାଙ୍ଗିଦେବା ସହ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଭିଣୋଇଙ୍କୁ କଇଁଚି ଭୁସି ହତ୍ୟାକଲେ ଶଳା

ଭିଣୋଇଙ୍କୁ କଇଁଚି ଭୁସି ହତ୍ୟାକଲେ ଶଳା

କଟକ ଅଫିସ,୨୩।୪: ବିଡ଼ାନାସୀ ଥାନା ଅନ୍ତର୍ଗତ ତଅଁଳା ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ଅପରାହ୍ନରେ ଏକ ହତ୍ୟାକାଣ୍ଡ ଘଟିଛି। ଶଳାଙ୍କ କଇଁଚି ଭୁସାରେ ଭିଣୋଇଙ୍କ ମୃତ୍ୟୁ ଘଟିଛି।

କୃଷକଙ୍କୁ ସମୃଦ୍ଧ କରିଛି ୭ ନୂଆ କିସମ ବିହନ

କୃଷକଙ୍କୁ ସମୃଦ୍ଧ କରିଛି ୭ ନୂଆ କିସମ ବିହନ

କଟକ ଅଫିସ, ୨୩।୪: ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁ ପାଇଁ ଆଶାନୁରୂପ ଭାବେ ବର୍ଷା ହେଉନାହିଁ। ପ୍ରାକୃତିକ ଦୁର୍ବିପାକ ସହ ରୋଗ, ପୋକ ଧାନ ଫସଲକୁ ନଷ୍ଟ କରୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକମାନେ ନିକଟରେ ଉଦ୍ଭାବନ କରିଥିବା ୭ ପ୍ରକାର ଉନ୍ନତ କିସମ ନୂତନ ଧାନ ବିହନ କୃଷକଙ୍କୁ ସମୃଦ୍ଧ କରିବାରେ ସହାୟକ ହୋଇଛି।

ଭିନ୍ନକ୍ଷମ ବଳାତ୍କାର ପୀଡ଼ିତାଙ୍କ ବୟାନ ରେକର୍ଡ: ସ୍ବତନ୍ତ୍ର ଅନୁବାଦକାରୀଙ୍କୁ ଡକାଗଲା

ଭିନ୍ନକ୍ଷମ ବଳାତ୍କାର ପୀଡ଼ିତାଙ୍କ ବୟାନ ରେକର୍ଡ: ସ୍ବତନ୍ତ୍ର ଅନୁବାଦକାରୀଙ୍କୁ ଡକାଗଲା

କଟକ ଅଫିସ, ୨୩।୪: କିଶନନଗର ଥାନା ଅଧୀନ ମହମ୍ମଦପୁର ଅଞ୍ଚଳରେ ୭ ବର୍ଷ ବୟସର ଜଣେ ଭିନ୍ନକ୍ଷମ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ। ସେହି ନାବାଳିକା ଜଣଙ୍କ କହିପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ।

ସ୍କୁଟିକୁ ଧକ୍କାଦେଲା ଟ୍ରକ୍‌: ଜଣେ ମୃତ, ଜଣେ ଗୁରୁତର

ସ୍କୁଟିକୁ ଧକ୍କାଦେଲା ଟ୍ରକ୍‌: ଜଣେ ମୃତ, ଜଣେ ଗୁରୁତର

ବାଲିଅନ୍ତା, ୨୩।୪(ଡି.ଏନ୍‌.ଏ.): ଭୁବନେଶ୍ୱର-କଟକ ରାସ୍ତାର ହଂସପାଳ ଛକ ନିକଟରେ ସୋମବାର ସକାଳ ସାଢେ ୯ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ବିରଳ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ସଦାଶିବ ତ୍ରିପାଠୀ

ବିରଳ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ସଦାଶିବ ତ୍ରିପାଠୀ

ଭୁବନେଶ୍ୱର, ୨୩-୪(ବ୍ୟୁରୋ)- ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀ ନୀତି, ଆଦର୍ଶ, ମୂଲ୍ୟବୋଧ ଓ ସ୍ବଚ୍ଛତାସମ୍ପନ୍ନ ଏକ ବିରଳ ବ୍ୟକ୍ତିତ୍ବ ଥିଲେ। ଘଟଣାବହୁଳ ଜୀବନରେ ସେ ଆପଣାର ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି। ତ୍ୟାଗପୂତ ସ୍ବାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ଜନସେବୀ ଓ ନିରଳସ ରାଜନେତା ଭାବେ ସଦାଶିବ ତ୍ରିପାଠୀ ସ୍ମରଣୀୟ ହୋଇ ରହିବେ ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି କହିଛନ୍ତି।

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର, ୨୩-୪(ବ୍ୟୁରୋ)- ନୟାପଲ୍ଲୀ ଥାନା ଆଦିତ୍ୟନଗରରେ ରହୁଥିବା ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ସନ୍ଦେହଜନକ ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ମୃତା ଜଣକ ହେଲେ ଝିଲି ପାତ୍ର(୨୨)। ପୋଲିସ ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

କନଷ୍ଟେବଳଙ୍କୁ ବେଲ୍ଟରେ ପିଟିଲେ ଯୁବକ

କନଷ୍ଟେବଳଙ୍କୁ ବେଲ୍ଟରେ ପିଟିଲେ ଯୁବକ

ଭୁବନେଶ୍ୱର, ୨୩-୪(ବ୍ୟୁରୋ)- ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଅଟକାଇ ଅପଦସ୍ଥ ହୋଇଛନ୍ତି ଜଣେ ଟ୍ରାଫିକ କନଷ୍ଟେବଳ। ନିୟମ ଉଲ୍ଲଂଘନକାରୀ ଯୁବକ ଓ ତାଙ୍କ ସହଯୋଗୀ ସମ୍ପୃକ୍ତ କନଷ୍ଟେବଳଙ୍କୁ ବେଲ୍ଟରେ ପିଟିଛନ୍ତି। ଶନିବାର ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ରବି ଟକିଜ୍‌ ଛକରେ। ମାଡ଼ ଖାଇଥିବା କନଷ୍ଟେବଳ ଟ୍ରାଫିକ୍‌ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।