ମେଟ୍ରୋ |

୧୫ରୁ ଦ୍ୱାଦଶ ଦେବଦାସୀ ଅନ୍ତର୍ଜାତୀୟ ନୃତ୍ୟ ସମାରୋହ

୧୫ରୁ ଦ୍ୱାଦଶ ଦେବଦାସୀ ଅନ୍ତର୍ଜାତୀୟ ନୃତ୍ୟ ସମାରୋହ

ପୁରୀ ଅଫିସ,୧୨।୧୨: ଆସନ୍ତା ୧୫ ତାରିଖରୁ ପୁରୀରେ ଅନୁଷ୍ଠିତ ହେବ ଦ୍ୱାଦଶ ଦେବଦାସୀ ନୃତ୍ୟ ସମାରୋହ। ଦେବଦାସୀ ନୃତ୍ୟ ମନ୍ଦିର ପକ୍ଷରୁ ଟାଉନ ହଲ୍‌ ପରିସରରେ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଓଡ଼ିଶୀ, ଭାରତନାଟ୍ୟମ୍‌, କଥକ, କୁଚିପୁଡ଼ି, ମଣିପୁରୀ, ମୋହିନୀ ଆଟମ୍‌, ଶାତ୍ରିୟା ଏବଂ ମାହାରୀ ନୃତ୍ୟଶୈଳୀରେ ଶିଳ୍ପୀମାନେ ଏକକ, ଦ୍ୱୈତ ଏବଂ ଦଳଗତ ନୃତ୍ୟ ପରିବେଷଣ କରିବେ। ଜାପାନ, ରୁଷିଆ, ଦୁବାଇ, ହଂକଂ ଏବଂ ସିଙ୍ଗାପୁର କଳାକାରମାନେ ଏଥିରେ ମୁଖ୍ୟ ଆକର୍ଷଣ ସାଜିବେ। ଏଥିସହ ଭାରତର ୧୫ଟି ସହରରୁ ମଧ୍ୟ ନୃତ୍ୟଶିଳ୍ପୀମାନେ ଯୋଗଦେବେ ବୋଲି ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆୟୋଜକମାନେ ସୂଚନା ଦେଇଛନ୍ତି। ଚଳିତବର୍ଷ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବା ପ୍ରତିଭାଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟ ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୁରୁ ନବକିଶୋର ମିଶ୍ର, ଭାରତନାଟ୍ୟମ୍‌ରେ ମାଡ୍ରାସ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ଲକ୍ଷ୍ମୀ ରାମସ୍ବାମୀ, ମଣିପୁରୀ ନୃତ୍ୟରେ ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ସୁନୀତା ଦେବୀ, କୁଚିପୁଡ଼ି ନୃତ୍ୟ ପାଇଁ ଆନ୍ଧ୍ରପ୍ରଦେଶ ଏଲୁରସ୍ଥିତ ଗୁରୁ କେ.ଭି. ସତ୍ୟନାରାୟଣ, କଥକରେ ପୁଣେର ମନୀଷା ଅଭୟ, ଶାତ୍ରିୟା ନୃତ୍ୟରେ ଆସାମର ଗୁରୁ ତିଲେଶ୍ୱର ତାମୁଲି ବୋରବାୟାନ୍‌, ମୋହିନୀ ଆଟମ୍‌ରେ ମାଡ୍ରାସର ଉଷା ସୁରେଶ ବାଲାଜୀଙ୍କୁ ମନୋନୀତ କରାଯାଇଛି। ଏଥିରେ ପୁରୀର କଣ୍ଠଶିଳ୍ପୀ ଗୁରୁ ବିଶ୍ୱନାଥ ପୂଜାପଣ୍ଡା ଏବଂ ଅନ୍ୟତମ ଦେବଦାସୀ ପରଶମଣୀ ଦେବୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ଶ୍ରୀମନ୍ଦିରର ଦେବଦାସୀ ପରମ୍ପରାକୁ ସମ୍ମାନ ଜଣାଇ ଅନୁଷ୍ଠାନ ୧୨ ବର୍ଷ ଧରି ଶାସ୍ତ୍ରୀୟ ନୃତ୍ୟର ପ୍ରଚାର ପ୍ରସାର ଓ ବିକାଶ ପାଇଁ ଉଦ୍ୟମ କରିଆସୁଛି। ଦିବଂଗତ ଦେବଦାସୀ ଶଶୀମଣି ଦେବୀଙ୍କ ଦ୍ୱାରା ୨୦୦୬ରେ ସମାରୋହ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଆସୁଥିବା ସମାରୋହ ପ୍ରଥମଥର ପାଇଁ ଶ୍ରୀକ୍ଷେତ୍ରରେ ଆୟୋଜିତ ହେବାକୁ ଯାଉଛି। ଏହି ଖବରଦାତା ସମ୍ମିଳନୀରେ ଉତ୍ସବର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଗିରୀଶ ଚନ୍ଦ୍ର ନାୟକ, କମିଟି ଆବାହକ ବିନୟ ନୃସିଂହ ମହାପାତ୍ର, ଆୟୋଜକ ଅନୁଷ୍ଠାନର ସମ୍ପାଦକ ଜଗବନ୍ଧୁ ଜେନା, ଉତ୍ସବର ସଂଯୋଜକ ନବକିଶୋର ପ୍ରଧାନ ଏବଂ ଦେବାଶିଷ ଦାସଗୁପ୍ତା ଉପସ୍ଥିତ ଥିଲେ।

All Right Reserved By

Model This Week

ନିକିତା

ମେଟ୍ରୋ |

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଅଭିଯୋଗ: କପି ଯାଞ୍ଚ ଆଳରେ ଛାତ୍ରୀଙ୍କୁ ଅସଦାଚରଣ

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଅଭିଯୋଗ: କପି ଯାଞ୍ଚ ଆଳରେ ଛାତ୍ରୀଙ୍କୁ ଅସଦାଚରଣ

ପୁରୀ ଅଫିସ,୨୨।୪ : ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜଣେ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ସେ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା ଶାସ୍ତ୍ରୀ ଦ୍ୱିତୀୟ ବର୍ଷ ପରୀକ୍ଷାରେ ନିଜକୁ ସ୍କ୍ବାଡ୍‌ ସଦସ୍ୟ ଭାବେ ପରିଚୟ ଦେଇ କପି ଯାଞ୍ଚ ଆଳରେ କେତେଜଣ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। କେନ୍ଦୁଝର ଜିଲା ଟୁକୁଣାସ୍ଥିତ ବି.ଏନ୍‌. ସଂସ୍କୃତ ସରକାରୀ କଲେଜର ଛାତ୍ରୀମାନେ ଅଧ୍ୟକ୍ଷାଙ୍କ ନିକଟରେ ଏପରି ଅଭିଯାଗ କରିଛନ୍ତି।

ମହାନଦୀ ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି: ଭାଜପା ରୋକୁଛି ମହାନଦୀ ପାଣି

ମହାନଦୀ ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି: ଭାଜପା ରୋକୁଛି ମହାନଦୀ ପାଣି

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ଭାରତୀୟ ଜନତାପାର୍ଟି (ଭାଜପା) ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ଛତିଶଗଡ଼ ସରକାର ମହାନଦୀର ଜଳ ପ୍ରବାହକୁ ରୋକୁଛନ୍ତି। ଭାଜପା ହିଁ ଓଡ଼ିଶାକୁ ମହାନଦୀରୁ ତା’ର ଜଳ ପାଇବାରେ ପ୍ରତିବନ୍ଧକ ସାଜିଛି । ଏ ସମ୍ପର୍କରେ ରାଜ୍ୟବାସୀଙ୍କୁ ଜଣାଇବା ସକାଶେ ବିଜୁ ଜନତାଦଳର କର୍ମୀ, ନେତାମାନେ ସେମାନଙ୍କ ନିକଟକୁ ଯାଆନ୍ତୁ ଏବଂ ପରିସ୍ଥିତି ସମ୍ପର୍କରେ ଜଣାନ୍ତୁ।

ଜୁନିୟର ଛାତ୍ରୀଙ୍କ ଭୟଙ୍କର ପ୍ରତିଶୋଧ: କଲ୍‌ଗର୍ଲ ଆଖ୍ୟା ଦେଇ ସିନିୟର ଛାତ୍ରୀଙ୍କ ଫଟୋ ଭାଇରାଲ କଲେ

ଚନ୍ଦ୍ରଶେଖରପୁର, ୨୨।୪(ଡି.ଏନ୍‌.ଏ.)- ବିଶୃଙ୍ଖଳିତ ଆଚରଣ ପାଇଁ ଜୁନିୟର ଛାତ୍ରୀଙ୍କୁ ତାଗିଦ୍‌ କରିବା ଜଣେ ସିନିୟର ଛାତ୍ରୀଙ୍କ ଲାଗି ମହଙ୍ଗା ପଡ଼ିଛି। ତଳ ଶ୍ରେଣୀର ଛାତ୍ରୀ ଜଣକ ସିନିୟର ଛାତ୍ରୀଙ୍କ ଉପରେ ଭୟଙ୍କର ପ୍ରତିଶୋଧ ନେଇଛନ୍ତି। ତାଙ୍କୁ କଲଗର୍ଲ ଆଖ୍ୟା ଦେଇ ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବଂ ମୋବାଇଲ୍‌ ନମ୍ବରକୁ ଭାଇରାଲ କରିଦେଇଛନ୍ତି।

ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା ସନ୍ଦେହ

ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା ସନ୍ଦେହ

ଭୁବନେଶ୍ୱର, ୨୨।୪(ବ୍ୟୁରୋ)/ବାଲିଅନ୍ତା(ଡି.ଏନ.ଏ.)- ମଞ୍ଚେଶ୍ୱର ଥାନା ଇଞ୍ଜଣା ବସ୍ତିର ଏକ ନିର୍ମାଣାଧୀନ ଅପାର୍ଟମେଣ୍ଟ ନିକଟ ଘରୁ ଜଣେ ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ପୋଲିସ ରବିବାର ଜବତ କରିଛି। ମହିଳା ଜଣକ ନିଶାସକ୍ତ ଅବସ୍ଥାରେ ଶୋଇଥିବାବେଳେ ତାଙ୍କ ଦେହରେ ନିଆଁ ଲଗାଇ ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ବୋଲି ସେଠାରେ ରହୁଥିବା ଅନ୍ୟ ଶ୍ରମିକମାନେ କହିଛନ୍ତି।

ବଳାତ୍କାରର ଶିକାର ହେଲେ ଦୁଇ ନାବାଳିକା: ପୀଡିତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ

ବଳାତ୍କାରର ଶିକାର ହେଲେ ଦୁଇ ନାବାଳିକା: ପୀଡିତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ

କଟକ ସଦର,୨୨।୪(ଡି.ଏନ୍‌.ଏ.): କଟକ ଜିଲା କିଶନନଗର ଥାନା ଅଞ୍ଚଳର ପୃଥକ ସ୍ଥାନରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଶନିବାର ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ରବିବାର ଥାନାକୁ ଆଣି ପଚରାଉଚରା କରୁଛି।

‘ବାହାଇ’ ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ

‘ବାହାଇ’ ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ

ବାଲିଅନ୍ତା,୨୨।୪(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ ଅଧୀନ ଭୁବନପୁର ଗ୍ରାମର ମା’ଉତ୍ତରମୁଖୀଙ୍କ ପୀଠରେ ଆଧ୍ୟାତ୍ମିକ ଅନୁଷ୍ଠାନ ‘ବାହାଇ’ ପକ୍ଷରୁ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏ

ପୁଣି ବିମାନ ବନ୍ଦରରୁ ସୁନା ଜବତ

ପୁଣି ବିମାନ ବନ୍ଦରରୁ ସୁନା ଜବତ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପୁଣି ଥରେ ଜଣେ ମହିଳା ଯାତ୍ରୀଙ୍କଠାରୁ ରବିବାର ୫୪୫ ଗ୍ରାମ ଓଜନର ସୁନା ଜବତ ହୋଇଛି। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସୁଥିବା ଏକ ବିମାନରୁ ଏହି ସୁନା ଜବତ ହୋଇଛି।

କଂଗ୍ରେସର ମାନସମନ୍ଥନ: ଦଳର ସବୁ ବର୍ଗର ନେତାଙ୍କ ସହ ପିସିସି ସଭାପତିଙ୍କ ଆଲୋଚନା

କଂଗ୍ରେସର ମାନସମନ୍ଥନ: ଦଳର ସବୁ ବର୍ଗର ନେତାଙ୍କ ସହ ପିସିସି ସଭାପତିଙ୍କ ଆଲୋଚନା

ଭୁବନେଶ୍ୱର,୨୨।୪(ବ୍ୟୁରୋ): କଂଗ୍ରେସର ସ୍ଥିତିକୁ ରାଜ୍ୟରେ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଭାରୀ ଜିତେନ୍ଦ୍ର ସିଂହ ରବିବାର ପୁରୀ ଗସ୍ତରୁ ଫେରି ପର୍ଯ୍ୟାୟକ୍ରମେ ଦଳୀୟ କାର୍ଯ୍ୟାଳୟଠାରେ ଦଳର ସବୁ ବର୍ଗର ନେତାମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ଦଳର ସମସ୍ତ ନବ ନିଯୁକ୍ତ ନେତୃବୃନ୍ଦ ଏହି ବୈଠକରେ ଉପସ୍ଥିତ ଅଛନ୍ତି।

ଓୟୁଏଟି ପରିସରରେ ୟୁସିମାସ୍‌ ଆବାକସ୍‌ ଆଣ୍ଡ ଆରିଥମେଟିକ୍‌ କମ୍ପିଟିଶନ୍‌

ଓୟୁଏଟି ପରିସରରେ ୟୁସିମାସ୍‌ ଆବାକସ୍‌ ଆଣ୍ଡ ଆରିଥମେଟିକ୍‌ କମ୍ପିଟିଶନ୍‌

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଦ୍ୱାଦଶ ଅଲ୍‌ ଓଡ଼ିଶା ୟୁସିମାସ୍‌ ଆବାକସ୍‌ ଆଣ୍ଡ ଆରିଥ୍‌ମେଟିକ୍‌ କମ୍ପିଟିଶନ୍‌ ରବିବାର ଭୁବନେଶ୍ୱରସ୍ଥିତ ଓୟୁଏଟି ପରିସରରେ ଅନୁଷ୍ଠିତ ହୋଇଥିଲା। ୟୁସିମାସ୍‌ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ୧ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରୀ ଅଂଶଗ୍ରହଣ କରିଛନ୍ତି।

ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ  ମୃତଦେହ ଉଦ୍ଧାର

ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୨।୪(ବ୍ୟୁରୋ)/ବାଲିଅନ୍ତା(ଡି.ଏନ.ଏ.)- ହାଇଟେକ୍‌ ମେଡିକାଲ କଲେଜରେ ଶନିବାର ରାତିରେ ନୀହାର ରଞ୍ଜନ ରାଉତ(୨୨) ନାମକ ଜଣେ ଡାକ୍ତରୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ନୀହାର ବେକରେ ବେଡ୍‌ଶିଟ୍‌ ଗୁଡ଼ାଇ ହଷ୍ଟେଲ ରୁମ୍‌ ଛାତ ସିଲିଂରେ ବାନ୍ଧି ଝୁଲିପଡ଼ିଥିଲେ। ଅନ୍ୟ ସାଙ୍ଗମାନେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ତୁରନ୍ତ ଉଦ୍ଧାର କରି ହାଇଟେକ୍‌ ମେଡିକାଲକୁ ନେଇଥିଲେ।

ଦଳୀୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ଘର ଘର ବୁଲି ଲୋକଙ୍କୁ ବୁଝାଅ

ଦଳୀୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ଘର ଘର ବୁଲି ଲୋକଙ୍କୁ ବୁଝାଅ

ଭୁବନେଶ୍ୱର(ବ୍ୟୁରୋ), ୨୨।୪ : କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାର ମହାନଦୀ ପାଣିକୁ ବନ୍ଦ କରିଛନ୍ତି। ଏହି ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ବହୁବାର ଅନୁରୋଧ କରାଯାଇଥିଲା। ଏପରିକି ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ଦାବି କରାଯାଇଥିଲା। ମାତ୍ର ଓଡ଼ିଶାବାସୀଙ୍କ ଦାବି କେନ୍ଦ୍ର ସରକାର ଅଣଦେଖା କରିବାରୁ, ରାଜ୍ୟ ସରକାରଙ୍କୁ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହେବାକୁ ପଡିଲା।

ଦଳେଇପୁଟ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୫ ବଖରା ଜଳିଗଲା, ୨୦ ପଶୁ ଜୀବନ୍ତ ଦଗ୍ଧ

ଦଳେଇପୁଟ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୫ ବଖରା ଜଳିଗଲା, ୨୦ ପଶୁ ଜୀବନ୍ତ ଦଗ୍ଧ

ଖୋର୍ଦ୍ଧା ଅଫିସ, ୨୨।୪: ଜିଲାର ଖୋର୍ଦ୍ଧା ବ୍ଲକ ଦଳେଇପୁଟ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଅନ୍ତର୍ଯ୍ୟାମୀ ସୁବୁଦ୍ଧିଙ୍କ ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏଥିସହ ୨୦ ରୁ ଊଦ୍ଧ୍ୱର୍ର୍ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି।