ଜାତୀୟ |

ମନମୋହନ ଓ ରାହୁଲଙ୍କୁ ଯୋଗୀଙ୍କ କଟାକ୍ଷ

ମନମୋହନ ଓ ରାହୁଲଙ୍କୁ ଯୋଗୀଙ୍କ କଟାକ୍ଷ

ଗୁଜରାଟ,୧୨।୧୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଭାଜପା ଆସ୍ଥା ପ୍ରକଟ କରିଛି। ଫଳ ସ୍ବରୁପ ଗୁଜରାଟ ନିର୍ବାଚନୀ ପ୍ରଚାରରେ ତାଙ୍କୁ ସାମିଲ କରାଯାଇଛି। ଗୁଜରାଟ ଗସ୍ତରେ ଥିବା ଯୋଗୀ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ଏହି ଅବସରରେ ମନମୋହନଙ୍କ ମୁହଁ ଖୋଲାଇଥିବାବେଳେ ରାହୁଲଙ୍କୁ ମନ୍ଦିର ଯିବା ଶିଖାଇ ଥିବାରୁ ଯୋଗୀ ଗୁଜରାଟବାସୀଙ୍କୁ ପ୍ରଶଂସା କରିଛନ୍ତି। ପ୍ରଚାର ସମୟରେ ତାଙ୍କର ବିଭିନ୍ନ ସ୍ଥାନରେ ରାଲି ଏବଂ ରୋଡ଼ ଶୋ’ର କାର୍ଯ୍ୟକ୍ରମ ରହିଛି।

All Right Reserved By

Model This Week

ନିକିତା

ଜାତୀୟ |

୨୫ ବର୍ଷ ସାନ ଗାର୍ଲନ୍‌ଫ୍ରେଣ୍ଡ୍‌ଙ୍କୁ ବିବାହ କଲେ ମିଲନ୍ଦ

୨୫ ବର୍ଷ ସାନ ଗାର୍ଲନ୍‌ଫ୍ରେଣ୍ଡ୍‌ଙ୍କୁ ବିବାହ କଲେ ମିଲନ୍ଦ

ବମ୍ବେ, ୨୨।୪ : ଅଭିନେତା ଓ ମଡେଲ ମିଲନ୍ଦ ସୋମନ୍‌ ରବିବାର ତାଙ୍କଠାରୁ ୨୫ ବର୍ଷ ସାନ ଗାର୍ଲଫ୍ରେଣ୍ଡ୍‌ ଅଙ୍କିତା କୁଓ୍ବଁରଙ୍କୁ ବିବାହ କରିଛନ୍ତି। ଅଙ୍କିତାଙ୍କ ବୟସ ଏବେ ୨୭ ବର୍ଷ ଏବଂ ମିଲନ୍ଦଙ୍କ ବୟସ ୫୨ ବର୍ଷ। ଏହି ବହୁଚର୍ଚ୍ଚିତ ବିବାହକୁ ନେଇ ରବିବାର ଦିନ ତମାମ ବଲିଉଡ୍‌ରେ ଗହଳ ଚହଳ ଲାଗିରହିଛି।

ମହାରାଷ୍ଟ୍ରରେ ମିଳିତ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନ: ୧୪ ମାଓବାଦୀ ନିହତ

ମହାରାଷ୍ଟ୍ରରେ ମିଳିତ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନ: ୧୪ ମାଓବାଦୀ ନିହତ

ବମ୍ବେ, ୨୨।୪ : ମହାରାଷ୍ଟ୍ର ଗଢ଼ଚିରୌଲିରେ ମିଳିତ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନରେ ୧୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। କସନପୁରଠାରେ ରବିବାର ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଏହି ସର୍ଚ୍ଚ ଅପରେଶନ ହୋଇଥିଲା। ମାଓବାଦୀମାନଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା।

ଏୟାର ଇଣ୍ଡିଆ ବିମାନର ଝରକା ଖସିଲା: ୩ ଆହତ

ଏୟାର ଇଣ୍ଡିଆ ବିମାନର ଝରକା ଖସିଲା: ୩ ଆହତ

ନୂଆଦିଲ୍ଲୀ, ୨୨।୪ : ଅମୃତସରରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ଝରକା ଖସିପଡିବାରୁ ୩ ଯାତ୍ରୀ ଆହତ ହୋଇଛନ୍ତି। ଝରକା ଖସି ପଡିବାରୁ ୭୮୭ ବୋଇଙ୍ଗ୍‌ ଡ୍ରିମ୍‌ଲାଇନର ବିମାନରେ ହଠାତ୍‌ ଜୋର୍‌ରେ ଧକ୍କା ଅନୁଭୁତ ହୋଇଥିଲା ଫଳରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଜଣେ ଯାତ୍ରୀଙ୍କ ମୁଣ୍ଡରେ ଝରକା ଖସି ପଡିଥିବାବେଳେ ଅନ୍ୟ ଦୁଇଜଣ ମଧ୍ୟ ଆହତ ହୋଇଥିବା କୁହାଯାଉଛି।

୨ ବର୍ଷରେ ଜଙ୍ଗଲ ପରିସୀମା ୬,୭୭୮ ବର୍ଗ କିମି ବୃଦ୍ଧି

୨ ବର୍ଷରେ ଜଙ୍ଗଲ ପରିସୀମା ୬,୭୭୮ ବର୍ଗ କିମି ବୃଦ୍ଧି

ନୂଆଦିଲ୍ଲୀ, ୨୨।୪ : ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ଜଙ୍ଗଲ ପରିସୀମା ୬,୭୭୮ କିଲୋମିଟର ବୃଦ୍ଧି ପାଇଛି। ଭାରତୀୟ ଜଙ୍ଗଲ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ୨୦୧୫ଠାରୁ ୨୦୧୭ ମଧ୍ୟରେ ଏହା ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶ, କର୍ନାଟକ ଏବଂ କେରଳରେ ଜଙ୍ଗଲ ପରିସୀମାରେ ଅଧିକ ବୃଦ୍ଧି ଘଟିଥିବା ରିପୋର୍ଟରେ ସୂଚିତ କରାଯାଇଛି।

କମିଛି ରେଳ ଦୁର୍ଘଟଣା

କମିଛି ରେଳ ଦୁର୍ଘଟଣା

ନୂଆଦିଲ୍ଲୀ, ୨୨।୪ : ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶରେ ରେଳ ଦୁର୍ଘଟଣା କମିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଏହା ଦର୍ଶାଯାଇଛି। ରେଳ ଟ୍ରାକ୍‌ର ନବୀକରଣ ଯୋଗୁ ଏହା ସମ୍ଭବ ହୋଇପାରିଛି। ୨୦୧୭-୧୮ରେ ୭୩ ରେଳ ଦୁର୍ଘଟଣା ହୋଇଛି।

ପ୍ରଦୂଷଣ ମୁକ୍ତ ବାୟୁ ଓ ଜଳ ପାଇଁ ସଂଗ୍ରାମ ଜାରି ରଖିଛି ମଣିଷ: ଦିୟା ମିର୍ଜା

ପ୍ରଦୂଷଣ ମୁକ୍ତ ବାୟୁ ଓ ଜଳ ପାଇଁ ସଂଗ୍ରାମ ଜାରି ରଖିଛି ମଣିଷ: ଦିୟା ମିର୍ଜା

ବମ୍ବେ, ୨୨।୪ : ସମ୍ପ୍ରତି ମଣିଷ ପ୍ରଦୂଷଣ ମୁକ୍ତ ବାୟୁ, ଜଳ ଓ ଭୋଜନ ପାଇଁ ସଂଗ୍ରାମ ଜାରି ରଖିଛି। ଏନେଇ ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ରବିବାର ବିଶ୍ୱ ପୃଥିବୀ ଦିବସ ଅବସରରେ ସୂଚିତ କରିଛନ୍ତି। ପୂର୍ବରୁ ମଣିଷ ଖାଦ୍ୟ, ବସ୍ତ୍ର ଓ ବାସଗୃହ ପାଇଁ ସଂଗ୍ରାମ କରୁଥିଲା। ତେବେ ପରିବର୍ତ୍ତିତ ସମୟ ସହିତ ସଂଗ୍ରାମର ଧାରା ବଦଳି ଯାଇଛି ବୋଲି ଦିୟା କହିଛନ୍ତି।

ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ  ଅଧ୍ୟାଦେଶ: ମିଳିଲା ରାଷ୍ଟ୍ରପ୍ରତିଙ୍କ ମଞ୍ଜୁରୀ

ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଅଧ୍ୟାଦେଶ: ମିଳିଲା ରାଷ୍ଟ୍ରପ୍ରତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ, ୨୨।୪ : ଏଣିକି ୧୨ ବର୍ଷରୁ କମ୍‌ ବୟସର ଝିଅଙ୍କୁ ବଳାତ୍କାର କଲେ ଫାଶୀଦଣ୍ଡ ମିଳିବ। ୧୬ ବର୍ଷରୁ କମ୍‌ ବୟସର କନ୍ୟାଙ୍କୁ ବଳାତ୍କାର କରିଥିବା ବ୍ୟକ୍ତି ମଧ୍ୟ ଆଜୀବନ କାରାଦଣ୍ଡ ଭୋଗିବେ। ଏ ସମ୍ପର୍କିତ ଏକ ଅଧ୍ୟାଦେଶକୁ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେଇଛନ୍ତି। ଫଳରେ ଏହି ଆଇନ ଏପ୍ରିଲ୍‌ ୨୨ ତାରିଖ(ରବିବାର)ଠାରୁ ଲାଗୁ ହୋଇଛି।

ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ

ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ, ୨୧।୪(ପି.ଟି.): ଏଣିକି ୧୨ ବର୍ଷରୁ କମ୍‌ ବୟସର ଝିଅଙ୍କୁ ବଳାତ୍କାର କଲେ ଫାଶୀଦଣ୍ଡ ମିଳିବ। ୧୬ ବର୍ଷରୁ କମ୍‌ ବୟସର କନ୍ୟାଙ୍କୁ ବଳାତ୍କାର କରିଥିବା ବ୍ୟକ୍ତି ମଧ୍ୟ ଆଜୀବନ କାରାଦଣ୍ଡ ଭୋଗିବେ। ଏ ସମ୍ପର୍କିତ ଏକ ଅଧ୍ୟାଦେଶକୁ ଶନିବାର ମୋହର ମାରିଛି କେନ୍ଦ୍ର କ୍ୟାବିନେଟ। ଦେଶରେ ବଳାତ୍କାର ଓ ହତ୍ୟା ଭଳି ଜଘନ୍ୟ ଘଟଣା ବୃଦ୍ଧିପାଉଥିବାରୁ ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଲାଗି ପ୍ରଚଳିତ ଆଇନରେ ସଂଶୋଧନ ହେବ।

୧୮ ବର୍ଷ ପରେ ସ୍କ୍ରିନ୍‌ ଶେୟାର୍‌ କରିବେ ମାଧୁରୀ, ଅନିଲ

୧୮ ବର୍ଷ ପରେ ସ୍କ୍ରିନ୍‌ ଶେୟାର୍‌ କରିବେ ମାଧୁରୀ, ଅନିଲ

ବମ୍ବେ,୨୧।୪: ବଲିଉଡ ଷ୍ଟାର ମାଧୁରୀ ଦୀକ୍ଷିତ ଓ ଅନିଲ କପୁର ୧୮ ବର୍ଷ ପରେ ପୁଣି ଥରେ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ଆଗାମୀ ଫିଲ୍ମ ‘ଟୋଟଲ ଧମାଲ୍‌’ ରେ ଦୁହେଁ ଏକାଠି ନଜର ଆସିବେ।

ବଳାତ୍କାର ମାମଲାକୁ ନେଇ ମତ ରଖିଲେ ହେମା

ବଳାତ୍କାର ମାମଲାକୁ ନେଇ ମତ ରଖିଲେ ହେମା

ନୂଆଦିଲ୍ଲୀ,୨୧।୪: ନାବାଳିକା ବଳାତ୍କାର ଘଟଣା ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଉତ୍ତର ପ୍ରଦେଶ ମଥୁରାର ଭାଜପା ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମାମାଳିନୀ ତାଙ୍କ ମତ ରଖିଛନ୍ତି।

ଶେଷ ହେଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ

ଶେଷ ହେଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ

ନୂଆଦିଲ୍ଲୀ,୨୧।୪: ଆମେରିକାରରେ ଶୁଟିଂ ଚାଲିଥିବା ଅପ୍‌ କମିଙ୍ଗ ପଲିଟିକାଲ ଡ୍ରାମା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ ଶେଷ ହୋଇଥିବା ଜଣାପଡିଛି। ଏଥିରେ ଲିଡ୍‌ ରୋଲରେ ଥିବା ବଲିଉଡ ଅଭିନେତା ଅନୁପମ ଖେର୍‌ ସୋସିଆଲ ମିଡିଆ ମାଧ୍ୟମରେ ଏହା କହିଛନ୍ତି।

ଭାଜପା ଛାଡିଲେ ୟଶଓ୍ବନ୍ତ

ଭାଜପା ଛାଡିଲେ ୟଶଓ୍ବନ୍ତ

ନୂଆଦିଲ୍ଲୀ,୨୧।୪: ଭାଜପାର ବରିଷ୍ଠ ନେତା ତଥା ଏନ୍‌ଡିଏ ସରକାରଙ୍କ ସମୟରେ ଅର୍ଥ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ୟଶଓ୍ବନ୍ତ ସିହ୍ନା ଭାଜପା ଛାଡିଥିବା ଶନିବାର ଘୋଷଣା କରିଛନ୍ତି।