ରାଜ୍ୟ |

ଅସହାୟ ମହିଳାଙ୍କୁ ଗଣବଳାତ୍କାର

ଅସହାୟ ମହିଳାଙ୍କୁ ଗଣବଳାତ୍କାର
ଯାଜପୁର ଅଫିସ,୧୨।୧୨- ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଗଣବଳାତ୍କାର ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଗତ ନଭେମ୍ବର ୨୯ତାରିଖ ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଥିବାବେଳେ ଗୁରୁତର ମହିଳା ଜଣକ ଏବେ କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାର ଅଭିଯୁକ୍ତମାନେ ମାମଲାକୁ ଲାଗିପଡ଼ି ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ମଙ୍ଗଳବାର ଏ ସମ୍ପର୍କରେ ସୋସିଆଲ୍‌ ମିଡିଆରେ ତଥ୍ୟ ଭାଇରାଲ ହେବାପରେ ଘଟଣା ଲୋକଲୋଚନକୁ ଆସିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାରୁ ପୋଲିସ ନିଜକୁ ଦୂରେଇ ରଖିବାକୁ ଯାଇ କୌଣସି ଅଭିଯୋଗ ହୋଇ ନ ଥିବା ପ୍ରକାଶ କରିଛି। ପୋଲିସର ଏଭଳି ଆଭିମୁଖ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି। ଗତ ମାସ ୨୯ତାରିଖ ସନ୍ଧ୍ୟାରେ ମହିଳା ଜଣକ ନିଜ ଘରକୁ ଚାଲି ଚାଲି ଯାଉଥିବାବେଳେ ସେ ରହୁଥିବା ବସ୍ତିର ଜଣେ ଯୁବକ ତାଙ୍କୁ ବାଇକରେ ଲିଫ୍ଟ ଦେଇଥିଲେ। ଯୁବକଙ୍କ ମନ୍ଦ ଉଦ୍ଦେଶ୍ୟ ମହିଳାଙ୍କୁ ଜଣା ନ ଥିଲା। ଯୁବକ ଜଣକ ମହିଳାଙ୍କୁ ସାରୋଇ ଛକ ନିକଟସ୍ଥ ହାଇଲେଭଲ କେନାଲ ବ୍ରିଜ ନିକଟକୁ ନେଇଯାଇଥିଲେ। ମହିଳା ଏହାର ବିରୋଧ କରିବାରୁ ସେଠାରେ ପୂର୍ବରୁ ଛପି ରହିଥିବା ଅନ୍ୟ ୪ଜଣ ଯୁବକ ତାଙ୍କୁ ଗଣବଳାତ୍କାର କରିଥିଲେ। ଅଭିଯୁକ୍ତମାନଙ୍କୁ ମହିଳା ଜଣକ ଚିହ୍ନିଦେବାରୁ ସେମାନେ ପ୍ରମାଣ ଲୁଚାଇବାକୁ ଯାଇ ଏକ ପଥରରେ ତାଙ୍କ ମୁଣ୍ଡ, ହାତକୁ ଛେଚି ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ଏହା ପରେ ମହିଳା ଜଣକ ଅଚେତ ହୋଇପଡିଥିଲେ। ସେଠାରୁ ମହିଳାଙ୍କୁ ଅନ୍ୟତ୍ର ନେଇଯିବା ଉଦ୍ଦେଶ୍ୟରେ ଅଭିଯୁକ୍ତମାନେ ବାଇକ୍‌ରେ ବସାଇବାକୁ ଚେଷ୍ଟା କରୁଥିବାବେଳେ ସ୍ଥାନୀୟ ଲୋକେ ଦେଖିଥିଲେ। ମହିଳାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ଦେଖି ସ୍ଥାନୀୟ ଲୋକେ କାରଣ ପଚାରିବାରୁ ଜଣେ ଅଭିଯୁକ୍ତ କହିଥିଲେ ଯେ, ସେ ଗାଡ଼ିରୁ ପଡ଼ି ଆହତ ହୋଇଛନ୍ତି। ଏହାପରେ ମହିଳାଙ୍କୁ ପ୍ରଥମେ ନିକଟସ୍ଥ ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା। ପରେ ଧର୍ମଶାଳା ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକର ମହତାବରୋଡରେ ଥିବା ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ମହିଳା ଜଣକ କୋମାରେ ଥାଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । କିନ୍ତୁ ଘଟଣାକୁ ଲୁଚାଇ ଦେବାକୁ କିଛି ଦଲାଲ ଉଦ୍ୟମ ଜାରି ରଖିଛନ୍ତି। ଏ ସମ୍ପର୍କରେ ଥାନାରେ ସୂଚନା ଦିଆଯାଇଥିଲେ ସୁଦ୍ଧା ପୋଲିସ ଏତଲା ନ ରଖି ଓଲଟା ରଫାଦଫା କରି ଚୁପ୍‌ ବସିଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନିର୍ଯାତିତା ମହିଳା ଜଣକ ଅସହାୟ ଏବଂ ତାଙ୍କର ଦୁଇ ଝିଅ ଅଛନ୍ତି। ଆସନ୍ତା ଜାନୁୟାରୀରେ ବଡ ଝିଅର ବାହାଘର ସ୍ଥିର ହୋଇଛି। ଏଭଳି ଏକ ସାମ୍ବେଦନଶୀଳ ଘଟଣାରେ ପୋଲିସ ନିଜ ଆଡୁ ତଦନ୍ତ ନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ସକାଶେ ପୋଲିସ ଅଭିଯୋଗ ହୋଇ ନ ଥିବାର ବାହାନା ଦେଖାଉଛି। ଏସମ୍ପର୍କରେ ତଦନ୍ତ ହେଲେ ପୋଲିସର ମୁଖା ଖୋଲିବ ଏବଂ ଅଭିଯୁକ୍ତଙ୍କୁ ଧରାଯାଇପାରିବ ବୋଲି ସାଧାରଣରେ ଦାବି ହେଉଛି।
All Right Reserved By

ରାଜ୍ୟ |

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ:କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ବୋର୍ଡର ଚିଠି

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ:କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ବୋର୍ଡର ଚିଠି

କଟକ ଅଫିସ, ୧୬।୧- ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ରାଜ୍ୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ଲିକ୍‌ ହୋଇଛି। ସୋସିଆଲ୍‌ ମିଡିଆରେ ତାହା ଭାଇରାଲ ହେବା ପରେ ବୋର୍ଡ ପକ୍ଷରୁ ପରୀକ୍ଷାକୁ ବାତିଲ କରିଦିଆଯାଇଛି।

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଜବତ

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଜବତ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ)- ମଞ୍ଚେଶ୍ୱର ପାସେଞ୍ଜର ହଲ୍‌ଟ ନିକଟ ରେଳ ଧାରଣାରୁ ବୁଧବାର ଜଣେ ଯୁବକଙ୍କ ମୃତଦେହକୁ ପୋଲିସ ଜବତ କରିଛି।

୨୮ରେ ଦଇତାପତି ନିଯୋଗ ନିର୍ବାଚନ: ୧୯ରେ ପ୍ରାର୍ଥିପତ୍ର ଦାଖଲ, ୨୦ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

୨୮ରେ ଦଇତାପତି ନିଯୋଗ ନିର୍ବାଚନ: ୧୯ରେ ପ୍ରାର୍ଥିପତ୍ର ଦାଖଲ, ୨୦ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ପୁରୀ ଅଫିସ,୧୬ା୧: ଦଇତାପତି ନିଯୋଗ ନିର୍ବାଚନକୁ ନେଇ ଗତ କିଛିଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନାର ଏକ ପ୍ରକାର ଅବସାନ ଘଟିଛି। ଆସନ୍ତା ୨୮ ତାରିଖରେ ନିଯୋଗର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ବୁଧବାର ନିଯୋଗର ସ୍ଥାୟୀ ସଭାପତି ନବକିଶୋର ପତିମହାପାତ୍ର ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛନ୍ତି। ଅପରାହ୍ନ ପ୍ରାୟ ୧ଟାରେ ପତିମହାପାତ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳଙ୍କୁ ନିର୍ବାଚନ ପ୍ରକ୍ରିୟାର କାର୍ଯ୍ୟସୂଚୀ ପ୍ରଦାନ କରିଛନ୍ତି।

ଫ୍ୟାନରେ ଝୁଲି ଆତ୍ମହତ୍ୟା

ଫ୍ୟାନରେ ଝୁଲି ଆତ୍ମହତ୍ୟା

ଭୁବନେଶ୍ୱର, ୧୬ା୧(ବ୍ୟୁରୋ)- ଖାରବେଳନଗର ଥାନା ଅଧୀନ ସତ୍ୟନଗର ଅଞ୍ଚଳରେ ପ୍ଲଟ ନଂ. ୩୦୦ରେ ରହୁଥିବା ସ୍ମିତେନ୍ଦୁ ଦାସ ନାମକ ବ୍ୟକ୍ତି ବୁଧବାର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି।

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ)- କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଜାଗାବାଡିକୁ ନେଇ ମହିଳାଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଜାଗାବାଡିକୁ ନେଇ ମହିଳାଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଜମିବାଡି ବିବାଦକୁ ନେଇ ଜଣେ ମହିଳା ଏବଂ ତାଙ୍କ ପରିବାରକୁ ଆକ୍ରମଣ କରିବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ନେତାଙ୍କ ଘରେ ଚାଲିଛି ଧାନକିଣା:ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ଚାଷୀ

ନେତାଙ୍କ ଘରେ ଚାଲିଛି ଧାନକିଣା:ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ଚାଷୀ

ଭଦ୍ରକ ଅଫିସ, ୧୬।୧ - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଯଶିପୁର ଓ ନୂଆଗଁା ପଞ୍ଚାୟତର ଗରିବ ଚାଷୀମାନେ ବୁଧବାର ସମବାୟ ସମିତି ସହନିବନ୍ଧକ (ଏଆର୍‌ସିଏସ୍‌)ଙ୍କୁ ଭେଟି ଯଶିପୁର ସେବା ସମବାୟ ସମିତିରେ ଧାନକିଣାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି।

କୁମ୍ଭୀର ଗଣନା ଶେଷ: ଗତବର୍ଷ ତୁଳନାରେ ୬ ଅଧିକ

କୁମ୍ଭୀର ଗଣନା ଶେଷ: ଗତବର୍ଷ ତୁଳନାରେ ୬ ଅଧିକ

ଚାନ୍ଦବାଲି, ୧୬।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ସାଳନ୍ଦୀ, ବୈତରଣୀ ଓ ମନ୍ତେଈ ନଦୀରେ କୁମ୍ଭୀର ଗଣନା ଶେଷ ହୋଇଛି। 

ଶାମ୍ବ ଦଶମୀରେ ଘରେ ଘରେ ସୂର୍ଯ୍ୟ ପୂଜା

ଶାମ୍ବ ଦଶମୀରେ ଘରେ ଘରେ ସୂର୍ଯ୍ୟ ପୂଜା

କାକଟପୁର, ୧୬।୧(ଡି.ଏନ୍‌.ଏ.): ପୌଷମାସ ଶୁକ୍ଲପକ୍ଷ ଦଶମୀ ତିଥି ଅର୍ଥାତ୍‌ ବୁଧବାର ହେଉଛି ଶାମ୍ବ ଦଶମୀ। ଉପକୂଳବର୍ତ୍ତୀ ଅସ୍ତରଙ୍ଗ, କାକଟପୁର, ନୟାହାଟ, ତୁଳସୀପୁର, ବାଙ୍ଗୁରିଙ୍ଗା ପ୍ରଭୃତି ଅଞ୍ଚଳରେ ଏହି ଅବସରରେ ପାଳିତ ହେଉଛି ଶାମ୍ବ ଦଶମୀ ପୂଜା। ପରିବାରର ସମସ୍ତେ ନିରୋଗ ରହିବାକୁ ଶାମ୍ବଦଶମୀ ପୂଜା ହୋଇଥାଏ। 

୨୦୨୨ ସୁଦ୍ଧା ସବୁ ଜିଲାରେ ସିଏନ୍‌ଜି: ଧର୍ମେନ୍ଦ୍ର ପ୍ରଧାନ

୨୦୨୨ ସୁଦ୍ଧା ସବୁ ଜିଲାରେ ସିଏନ୍‌ଜି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୬।୧(ବ୍ୟୁରୋ): ବର୍ତ୍ତମାନ ଘରେ ଘରେ ବିଜୁଳି ଏବଂ ରନ୍ଧନ ଗ୍ୟାସ ପହଞ୍ଚିଛି।  ୪ଶହ ଜିଲାରେ ସିଏନ୍‌ଜି ପହଞ୍ଚିସାରିଛି। ଆଗାମୀ ୨୦୨୨ ସୁଦ୍ଧା ସବୁ ଜିଲାରେ ସିଏନ୍‌ଜି ପହଞ୍ଚାଇ ଶକ୍ତି ସଂରକ୍ଷଣ  ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

କିଛିଦିନ ଯାଉ ଖତ ହୋଇଯିବେ: ଆର୍ଯ୍ୟ

କିଛିଦିନ ଯାଉ ଖତ ହୋଇଯିବେ: ଆର୍ଯ୍ୟ

ଭୁବନେଶ୍ୱର, ୧୬।୧(ବ୍ୟୁରୋ):  କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ଏବଂ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଝାରସୁଗୁଡ଼ା ବିଧାୟକ ନବ ଦାସ ବୁଧବାର ଇସ୍ତଫା ଦେଇଛନ୍ତି ।

ଅନୁଗୋଳ ପୌରପାଳିକାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ଏମ୍‌ପି

ଅନୁଗୋଳ ପୌରପାଳିକାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ଏମ୍‌ପି

ଅନୁଗୋଳ ଅଫିସ,୧୬।୧: ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ବୁଧବାର ଅନୁଗୋଳ ପୌରପାଳିକା ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।