ରାଜ୍ୟ |

ଅନାଥ ପିଲାଙ୍କ ଅବସ୍ଥା ଦୟନୀୟ :ଭାଇକୁ ପାଠ ପଢାଇବା ପାଇଁ ମୂଲ ଲାଗୁଛି ଭଉଣୀ

ଅନାଥ ପିଲାଙ୍କ ଅବସ୍ଥା ଦୟନୀୟ :ଭାଇକୁ ପାଠ ପଢାଇବା ପାଇଁ ମୂଲ ଲାଗୁଛି ଭଉଣୀ
ଜୁନାଗଡ଼,୧୨।୧୨(ଡି.ଏନ୍‌.ଏ.)-ମା’ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡିଥିବା ସାନ ଭାଇକୁ ସାହାରା ହୋଇଛନ୍ତି ବଡ ଭଉଣୀ। ସାନ ଭାଇର ଖାଇବା ପିଇବାଠାରୁ ପାଠ ପଢା ପର୍ଯ୍ୟନ୍ତ ସବୁ କଥା ବୁଝୁଛନ୍ତି ସେ। ଭାଇକୁ ଶିକ୍ଷିତ କରିବା ପାଇଁ ମୂଲ ଲାଗି ଅର୍ଥ ରୋଜଗାର କରୁଛନ୍ତି। ସେଥିରେ ସେ ସାନ ଭାଇକୁ ପାଠ ପଢାଉଛନ୍ତି। ଏବେ ଧାନ କଟା ଚାଲିଥିବାରୁ ଭଉଣୀ ଅନ୍ୟ ଲୋକଙ୍କ ଜମିରେ ଧାନ କାଟିବା ପାଇଁ ମୂଲ ଲାଗୁଥିବା ଦେଖିବାକୁ ମିଳିଛି। ଭାଇକୁ ଶିକ୍ଷିତ କରିବା ପାଇଁ ଲାଗିପଡିଥିବା ଏହି ଭଉଣୀ ଜଣକ ହେଉଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମାଟିଗାଁ ପଞ୍ଚାୟତ କୁମ୍ବପଡାର ସୁଷମା ଗୁରୁ(୧୮)। ଏହି ବୟସରେ ନିଜ ସୁଖଶିରୀକୁ ତୁଚ୍ଛ କରିଦେଇଛନ୍ତି ସେ। ୬ ବର୍ଷ ତଳେ ତାଙ୍କ ବାପା ଶ୍ରୀବତ୍ସଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। କିଛିଦିନ ମା’ ବାସନ୍ତୀ ସେମାନଙ୍କୁ ଦୁଃଖ କଷ୍ଟରେ ପାଳିଥିଲେ। ସେ ମଧ୍ୟ ଏହାର ୪ ବର୍ଷ ପରେ ଅଜଣା ରୋଗରେ ଆରପାରିକୁ ଚାଲିଗଲେ। ଏହା ପରେ ୨ ଭାଇ ଓ ବଡ ଭଉଣୀ ଅନାଥ ହୋଇଯାଇଥିଲେ। ସାହାଭରସା ପାଇଁ କେହି ନ ଥିଲେ। ସେଦିନଠାରୁ ପଡାର କେହି ସମ୍ପର୍କୀୟ ଖାଇବାକୁ ଦେଲେ ସେମାନଙ୍କ ପେଟ ପୂରେ, ନଚେତ୍‌ ଭୋକ ଉପାସରେ ରହିବାକୁ ହୁଏ। ଏହି ସ୍ଥିତିକୁ ଦେଖି ୩ ପିଲାଙ୍କ ମଧ୍ୟରୁ କାର୍ତ୍ତିକ(୧୪)ଙ୍କୁ ତାଙ୍କ ଆଈ ପାଠ ପଢେଇବା ପାଇଁ ନେଇଯାଇଥିଲେ। ଏବେ ସେ ଆଈଙ୍କ ପାଖରେ ରହି ଭବାନୀପାଟଣାରେ ପାଠ ପଢୁଛନ୍ତି। ଘରେ ରହିଛନ୍ତି ସୁଷମା ଓ ତାଙ୍କ ସାନ ଭାଇ ବୈଷ୍ଣବ(୬)। ବୈଷ୍ଣବ ଏବେ ଗାଁ ସ୍କୁଲରେ ପ୍ରଥମ ଶ୍ରେଣୀରେ ପାଠ ପଢୁଛନ୍ତି। କୁମ୍ବପଡାର ଏକ ଭଙ୍ଗା ଦଦରା ମାଟି କୁଡିଆ ଘରେ ରହନ୍ତି ଏହି ଅନାଥ ଭଉଣୀ ଭାଇ। ଘରଡିହ ଖଣ୍ଡିକ ଛାଡି ଦେଲେ ତାଙ୍କ ପାଖରେ ଆଉ କିଛି ନାହିଁ। ପୂର୍ବରୁ ତାଙ୍କ ବାପାଙ୍କ ନାମରେ ରାଶନ କାର୍ଡ ଥିଲା। ସେଥିରେ ସେମାନେ ଚାଉଳ ପାଉଥିଲେ। ନୂତନ ରାଶନ କାର୍ଡ ସେମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ। ଭଉଣୀ ସୁଷମା ମାଟ୍ରିକ ପାସ କରିଛନ୍ତି। କଲେଜ ପଢିବାର ଇଚ୍ଛା ଥିଲେ ବି ଅର୍ଥ ଅଭାବରୁ ସେଥିରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ନିଜ କରୁଣ କାହାଣୀ ସମ୍ପର୍କରେ ସୁଷମା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ଲିଖିତ ଭାବେ ଗତ କିଛି ମାସ ତଳେ ଜଣାଇଥିଲେ। ଏହା ପରେ ବିଧାୟକ ମିଶ୍ର ନିଜସ୍ବ ପତ୍ରରେ ବିଡିଓଙ୍କୁ ଉକ୍ତ ପରିବାରକୁ ଶୀଘ୍ର ଏକ ଘର ଓ ଅନ୍ୟ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଲେଖିଥିଲେ। କିନ୍ତୁ ଅଦ୍ୟାବଧି କୌଣସି ସରକାରୀ ସହାୟତା ସେମାନଙ୍କୁ ମିଳିପାରିନାହିଁ। ତେବେ ବିଧାୟକ ମିଶ୍ର କହିବା ପରେ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷ ସେତେବେଳେ ୧୦ କିଗ୍ରା ଚାଉଳ ଦେଇ ନିଜ କର୍ତ୍ତବ୍ୟ ସାରି ଦେଇଥିଲେ। ଏହାପରେ ଆଉ ସେମାନେ ଚାଉଳ ଦେଉ ନାହାନ୍ତି। ବର୍ତ୍ତମାନ ଏହି ଅନାଥ ଭାଇଭଉଣୀଙ୍କ ଅବସ୍ଥା ଦୟନୀୟ ହୋଇପଡିଛି। ସେମାନଙ୍କ ଭବିଷ୍ୟତ ଏବେ ଅନ୍ଧକାର। ଏଭଳି ଏକ ନିଃସହାୟ ଭଉଣୀଭାଇଙ୍କୁ ସରକାରୀ ସହାୟତା ଆବଶ୍ୟକ ଥିବାବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ନିବେଦନ କରାଯାଇଛି। ଏ ନେଇ ଜୁନାଗଡ଼ ବିଡିଓ ପରମବ୍ରହ୍ମ ଯୋଷୀଙ୍କୁ ପଚାରିବାରୁ ଶୀଘ୍ର ସେମାନଙ୍କୁ ରାଶନ କାର୍ଡ ଯୋଗାଇ ଦିଆଯିବ, ଅନ୍ୟ ସରକାରୀ ସହାୟତା ପାଇଁ ଜିଲାପାଳଙ୍କୁ ଜଣେଇବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରିପୋର୍ଟ- ଉତ୍ତମ କୁମାର ଦାଶ
All Right Reserved By

ରାଜ୍ୟ |

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ୨୮ ଅଭିଯୋଗର ସମାଧାନ ପାଇଁ ନିର୍ଦ୍ଦେଶ

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ୨୮ ଅଭିଯୋଗର ସମାଧାନ ପାଇଁ ନିର୍ଦ୍ଦେଶ

ଗଣିଆ,୨୩।୧୦(ଡି.ଏନ.ଏ.)-ଗଣିଆ ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ସୋମବାର ନୟାଗଡ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲାପାଳ ଏନ୍‌.ତିରୁମାଲା ନାୟକ ମୋଟ ୨୮ ଅଭିଯୋଗର ଶୁଣାଣି କରି ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। 

ମା’ ଗୌରୀ ପୂଜା ମହୋତ୍ସବ

ମା’ ଗୌରୀ ପୂଜା ମହୋତ୍ସବ

ଟାଙ୍ଗୀ(ଖୋର୍ଦ୍ଧା),୨୩ା୧୦(ଡି.ଏନ.ଏ.)-ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ରତନପୁର ଗ୍ରାମରେ ତେଲ୍‌ଗୁ ସମ୍ପଦାୟର ମହାନ ପର୍ବ ଭାବେ ପରିଚିତ ମା’ ଗୌରୀ ପୂଜା ମହୋତ୍ସବ ରବିବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଉତ୍ସାହୀ ତେଲ୍‌ଗୁ ଯୁବକମାନେ ଏକ ସଂଘ ଗଠନ କରି ଦୀର୍ଘ ୧୮ ବର୍ଷ ଧରି ଏହି ପୂଜାକୁ ଧୁମ୍‌ଧାମରେ ପାଳନ କରିବା ସହ ବହୁ କଳାକାରଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ।

 ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀ ସଂଘର ପ୍ରତିବାଦ ସଭା

ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀ ସଂଘର ପ୍ରତିବାଦ ସଭା

ରାଜକନିକା,୨୩ା୧୦(ଡି.ଏନ୍‌.ଏ.)- ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ, ରାଜକନିକା ସିଏଚ୍‌ସି କମିଟି ପକ୍ଷରୁ ସୋମବାର ରାଜକନିକା ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। 

ଜିଲା ମହିଳା ଭାଜପାର ଖବରଦାତା ସମ୍ମିଳନୀ:ମହିଳାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ

ଜିଲା ମହିଳା ଭାଜପାର ଖବରଦାତା ସମ୍ମିଳନୀ:ମହିଳାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୨୩ା୧୦- କେନ୍ଦ୍ରାପଡା ସହରର ଗୋପସ୍ଥିତ ଭାଜପା କାର୍ଯ୍ୟାଳୟରେ ଜିଲା ମହିଳା ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସୋମବାର ଆୟୋଜିତ ହୋଇଯାଇଛି ା

ଅବଧି ପରେ ମଧ୍ୟ ସରୁନି ରାସ୍ତା କାମ:ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ

ଅବଧି ପରେ ମଧ୍ୟ ସରୁନି ରାସ୍ତା କାମ:ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ

ଡୁବୁରୀ,୨୩ା୧୦(ଡି.ଏନ୍‌.ଏ.)- ମଙ୍ଗରାଜପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଅଧାପନ୍ତରିଆ ହୋଇ ପଡିରହିଛି ା ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ରାସ୍ତା କାମର ଅବଧି ପୂରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା ଓ କଲର୍ଭଟ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇ ପାରି ନାହଁି।

ବଜ୍ରପଲ୍ଲୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ବଜ୍ରପଲ୍ଲୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଡୁବୁରୀ, ୨୩ା୧୦(ଡି.ଏନ୍‌.ଏ.)- ଜୟ ମା’ ଦୁର୍ଗା ଆଦିବାସୀ କ୍ଲବ ଓ ବଜ୍ରପଲ୍ଲୀ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ୨୬ତମ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି ା 

ଦାମଙ୍କ ବିରୋଧରେ ବିଷୋଦ୍‌ଗାର କଲେ ଉଲ୍ଲାସ

ଦାମଙ୍କ ବିରୋଧରେ ବିଷୋଦ୍‌ଗାର କଲେ ଉଲ୍ଲାସ

ପାରାଦୀପ,୨୩ା୧୦(ସ୍ବ.ପ୍ର.): ପାରାଦୀପ ବିଧାୟକ ଦାମୋଦର ରାଉତ ବିଜେଡିରୁ ବହିଷ୍କାର ହେବା ପରଠାରୁ ଜଣଙ୍କ ପରେ ଜଣେ ଅନୁଗତ ତାଙ୍କ ହାତ ଛାଡିବାରେ ଲାଗିଛନ୍ତି। ଏହି କ୍ରମରେ ୩୦ ବର୍ଷ ଧରି ଦାମଙ୍କ ସହ ରାଜନୈତିକ, ପାରିବାରିକ ଓ ବ୍ୟକ୍ତିଗତ ସମ୍ପର୍କରେ ଥିବା ଉଲ୍ଲାସ ବିଶ୍ୱାଳ ତାଙ୍କ ହାତ ଛାଡିଦେଇଛନ୍ତି। 

ନକଲି ଆର୍ମି ଅଫିସର ଗିରଫ

ନକଲି ଆର୍ମି ଅଫିସର ଗିରଫ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- ନିଜକୁ ଜଣେ ଆର୍ମି ଅଫିସର କହୁଥିଲେ। ଆର୍ମିରେ ଚାକିରି ଦେବାକୁ କହି ବେକାର ଯୁବତୀଯୁବକଙ୍କଠାରୁ ବହୁ ଲକ୍ଷ ଟଙ୍କା ନେଇଥିଲେ। ନକଲି କାର୍ଡ ତିଆରି କରି ଆର୍ମି ଅଫିସର ଭଳି ସମସ୍ତ ସୁବିଧା ସୁଯୋଗ ବି ହାତଉଥିଲେ। 

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ଭୁବନେଶ୍ୱର,୨୩ା୧୦ (ବ୍ୟୁରୋ) - ଦୁର୍ଘଟଣାରେ ଆହତ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ପୁରସ୍କାର। ଏପରି ବହୁ ଯୋଜନା କରି କମିଶନରେଟ ପୋଲିସ ବାଃ ବାଃ ନେବାକୁ ଚେଷ୍ଟା କରୁଥିବାବେଳେ ନିଜ ଅଧିକାରୀ ଓ କର୍ମଚାରୀଙ୍କୁ ସେତିକି ସଚେତନ କରିପାରି ନ ଥିବା ଭଳି ମନେ ହେଉଛି। 

ଭାରତୀୟ ସେନ୍‌ସର ବୋର୍ଡ ଉପଦେଷ୍ଟା କମିଟି ସଦସ୍ୟ ହେଲେ ଶ୍ରୀକାନ୍ତ ପାଢ଼ୀ

ଭାରତୀୟ ସେନ୍‌ସର ବୋର୍ଡ ଉପଦେଷ୍ଟା କମିଟି ସଦସ୍ୟ ହେଲେ ଶ୍ରୀକାନ୍ତ ପାଢ଼ୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ)-
ଓଡ଼ିଶା ଜନ୍ମିତ ଯୁବ ସାମାଜିକ କର୍ମୀ ତଥା ବମ୍ବେ ହାଇକୋର୍ଟରେ ଭାରତ ସରକାରଙ୍କ ଓକିଲ ଭାବେ କାର୍ଯ୍ୟ କରୁଥିବା ଶ୍ରୀକାନ୍ତ ପାଢ଼ୀଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ(ଭାରତୀୟ ସେନ୍‌ସର ବୋର୍ଡ)ରେ ଏକ ମର୍ଯ୍ୟାଦାଜନକ ପଦବୀରେ ନିଯୁକ୍ତ କରାଯାଇଛି।

ଗଙ୍ଗବଂଶୀ କ୍ଷେତ୍ରୀୟ ସମାବେଶ:୭ ପାଇକ ବୀରଙ୍କୁ ଗୋଟିଏ ଦିନରେ ଦିଆଯାଇଥିଲା ଫାଶୀ

ଗଙ୍ଗବଂଶୀ କ୍ଷେତ୍ରୀୟ ସମାବେଶ:୭ ପାଇକ ବୀରଙ୍କୁ ଗୋଟିଏ ଦିନରେ ଦିଆଯାଇଥିଲା ଫାଶୀ

ପୁରୀ ଅଫିସ/ଗୋପ (ଡି.ଏନ.ଏ.), ୨୩ା୧୦: କୋଣାର୍କ ଅଞ୍ଚଳରେ ରହିଥିବା ତଥା କୋଣାର୍କ ମନ୍ଦିର ନିର୍ମାଣରେ ସହଯୋଗ କରିଥିବା ୧୮ଟି ଗଡ଼ର ଐତିହ୍ୟ ସଂକଳନ ପାଇଁ ସୋମବାର ଗୋପ ନିକଟ ରୂପାସଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି ଗଙ୍ଗବଂଶୀ କ୍ଷେତ୍ରୀୟ ସମାବେଶ।

ସୁନ୍ଦରୀକୁ ନେଇ ଚିନ୍ତା:କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ସୁନ୍ଦରୀକୁ ନେଇ ଚିନ୍ତା:କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଅନୁଗୋଳ ଅଫିସ/ବନ୍ତଳା,୨୩ା୧୦ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଅନୁଗୋଳ ସାତକୋଶିଆ ଆସିଥିବା ବାଘୁଣୀ ସୁନ୍ଦରୀ ବାରମ୍ବାର ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଉଛି।