ରାଜ୍ୟ |

ଦ୍ୱିତୀୟାର୍ଦ୍ଧରେ ବିଧାନସଭା ସ୍ବାଭାବିକ

ଦ୍ୱିତୀୟାର୍ଦ୍ଧରେ ବିଧାନସଭା ସ୍ବାଭାବିକ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ପ୍ରଥମାର୍ଦ୍ଧରେ ଗୃହକାର୍ଯ୍ୟ ଅସ୍ବାଭାବିକ ହୋଇଥିଲେ ମଧ୍ୟ ମଙ୍ଗଳବାର ମଧ୍ୟାହ୍ନ ବିରତି ପରେ ସେହି ସମସ୍ୟା ଉପୁଜି ନ ଥିଲା। ଗୃହକାର୍ଯ୍ୟ ୩ଟାରେ ଆରମ୍ଭ ହେବାକ୍ଷଣି ବାଚସ୍ପତି ପ୍ରଦୀପ ଅମାତ ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କୁ କହିବା ପାଇଁ ଡାକିଥିଲେ। ଏହାପରେ ମୁଖ୍ୟସଚେତକ ଗୃହରେ ମହାନଦୀ ଆନ୍ତଃରାଜ୍ୟ ଜଳ ବିବାଦରେ କେନ୍ଦ୍ର ସରକାର କାଳବିଳମ୍ବ ନକରି ଟ୍ରିବ୍ୟୁନାଲ ଗଠନ ନେଇ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲେ। ଆଗତ ପ୍ରସ୍ତାବକୁ ବାଚସ୍ପତି କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଇଛନ୍ତି। ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ଆଲୋଚନାରେ ସର୍ବପ୍ରଥମେ ଭାଗ ନେଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ ଯେ, ଇସ୍ତାହାରକୁ କାର୍ଯ୍ୟରେ ପରିଣତ କରୁଥିବା ରାଜ୍ୟ ସରକାର କହୁଛନ୍ତି। ମାତ୍ର ଅନେକ ନିର୍ବାଚନ ପ୍ରତିଶ୍ରୁତି ଆଜି ପୂରଣ ହୋଇପାରି ନାହିଁ। ଚାଷୀଙ୍କୁ ମାଗଣାରେ ବିଜୁଳି ପ୍ରଦାନ କରିବାରେ ସରକାର ବିଫଳ ହୋଇଥିବା ନରସିଂହ କହିଛନ୍ତି। ବଲାଙ୍ଗୀରରେ ୧୯୯୯ ମସିହାରେ ମେଡିକାଲ କଲେଜ ପାଇଁ କାମ ଆରମ୍ଭ କରାଯାଇଥିଲା। ୨୦୦୦ ମସିହାରେ ମେଣ୍ଟ ସରକାର ଆସିବା ପରେ ସେଥିରେ ଏକ ପ୍ରକାର ରୋକ ଲାଗିଥିଲା । ସେ ସମୟରେ ୨୪ ଘଣ୍ଟାରେ କଂଗ୍ରେସ ସରକାର ଏନ୍‌ଓସି ସାର୍ଟିଫିକେଟ୍‌ ସହ ୪୮ ଘଣ୍ଟାରେ ୪୦ ଏକର ଜମି ଯୋଗାଇ ପାରିଥିଲେ ମାତ୍ର ରାଜନୈତିକ ଇଚ୍ଛା ଶକ୍ତି ଯୋଗୁ ତାହା ପରବର୍ତ୍ତୀ ସମୟରେ ସମ୍ଭବ ହୋଇପାରି ନଥିବା ବିରୋଧୀ ଦଳ ନେତା କହିଥିଲେ। ବର୍ତ୍ତମାନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରକଳ୍ପ ଓ ଡାକ୍ତର ନିଯୁକ୍ତି ନେଇ ତତ୍ପରତା ଦେଖାଉଥିବାରେ ସେ ପ୍ରତାପ ଜେନାଙ୍କୁ ଗୃହରେ ଧନ୍ୟବାଦ ଜଣାଇଥିଲେ। ରାଜ୍ୟରେ ଜଳସେଚନ ସମସ୍ୟା ନେଇ ସେ ଏକାଧିକ ପ୍ରସଙ୍ଗ ଉଠାଇଥିଲେ। କଟକ,ପୁରୀ ଜିଲାରେ ଜମିର ପରିମାଣ ଠାରୁ ଜଳସେଚିତ ଜମିର ପରିମାଣ ଅଧିକ। ବୌଦ୍ଧ ଜିଲା ୯୫ ପ୍ରତିଶତ ଜଳସେଚିତ ବୋଲି ସରକାର ରଖିଥିବା ତଥ୍ୟକୁ ସମାଲୋଚନା କରିଥିଲେ। ପ୍ରତିବ୍ଲକରେ ସରକାର ଏଯାବତ୍‌ ୩୫ ପ୍ରତିଶତ ଜଳସେଚନ ଯୋଗାଇବାରେ ବିଫଳ ହୋଇଥିବା ନରସିଂହ କହିଥିଲେ। ପୂର୍ବରୁ କେବିକେ ଅଞ୍ଚଳରେ ସରକାର ରାଜ୍ୟର ୨ୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଘୋଷଣା କରିଥିଲେ। ବଲାଙ୍ଗୀରରେ ଅନ୍ୟ କୌଣସି ବଡ ଶିକ୍ଷାନୁଷ୍ଠାନ ନ ଥିବାରୁ କୃଷି ବିଦ୍ୟାଳୟ ବଲାଙ୍ଗୀରରେ ସ୍ଥାପନ ପାଇଁ ସେ ଗୃହରେ କହିଥିଲେ। ଶେଷରେ ସେ ରାଜ୍ୟ ସରକାରଙ୍କ ନିକଟରେ ୨୭ ଗୋଟି ପ୍ରସ୍ତାବ ରଖିଥିଲେ। ସେଥି ମଧ୍ୟରୁ ପ୍ରମୁଖ କେତୋଟି ପ୍ରସ୍ତାବ ହେଉଛି- ମାସିକ ଭତ୍ତା ୩୦୦ରୁ ୧୦୦୦କୁ ବୃଦ୍ଧି, ବିଧାୟକ ପାଣ୍ଠିକୁ ବାର୍ଷିକ ୫ କୋଟି ଟଙ୍କାକୁ ବୃଦ୍ଧି, ଚାଷୀଙ୍କୁ ମାଗଣା ବିଜୁଳି,ବଲାଙ୍ଗୀରରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବାର୍ଷିକ ଅନୁଦାନ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି, ୬୦ ବର୍ଷ ଟପିଥିବା ଚାଷୀଙ୍କୁ ମାସିକ ୫୦୦୦ ଟଙ୍କା ପେନ୍‌ସନ୍‌ ପ୍ରଦାନ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନା ଇତ୍ୟାଦି। ବିରୋଧୀ ଦଳ ନେତାଙ୍କ ପରେ ଶାସକ ଦଳ ପକ୍ଷରୁ ଅରୁଣ ସାହୁ ବ୍ୟୟ ମଞ୍ଜୁରୀ ବିଲ୍‌କୁ ସମର୍ଥନ କରି ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ, ୨୦୦୦ ମସିହାରେ ୧୧,୦୦୦ କୋଟି ଟଙ୍କାର ବଜେଟ୍‌କୁ ୧,୧୧,୦୦୦ କୋଟି ଟଙ୍କାରେ ପହଞ୍ଚାଇଛନ୍ତି। ଦାରିଦ୍ର୍ୟ ବହୁ ପରିମାଣରେ ହ୍ରାସ ପାଇଛି। ସରକାର ସଫଳ ଭାବେ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିୟନଶିପ୍‌, ୱାଲ୍ଡ ହକି ଲିଗ୍‌ ସଫଳତାର ସହ ଆୟୋଜନ କରିଥିବା ଅରୁଣ କହିଛନ୍ତି। ଏକାଧିକ ଭାଜପା ଶାସିତ ରାଜ୍ୟର ପରିସଂଖ୍ୟାନ ସହ ଓଡ଼ିଶାର ତୁଳନା କରି ସେ କେନ୍ଦ୍ରକୁ ସମାଲୋଚନା କରିଥିଲେ। ସେହିପରି ଅରୁଣଙ୍କ ପରେ ଭାଜପା ସଭ୍ୟ ବିଭୂତି ହରିଚନ୍ଦନ, ବିଜେଡି ସଭ୍ୟ ବେଦ ପ୍ରକାଶ ଅଗ୍ରୱାଲ,ବିରୋଧୀ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ଶାସକ ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ,ଭାଜପା ସଭ୍ୟ ପ୍ରଦୀପ ପୁରୋହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସମୟର ସ୍ବଳ୍ପତା ଦୃଷ୍ଟିରୁ ଶାସକ ସଭ୍ୟ ସରୋଜ ସାମଲ,ଜ୍ୟୋତି ପାଣିଗ୍ରାହୀ,ଦିବ୍ୟ ଶଙ୍କର ମିଶ୍ର, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଭାଜପା ସଭ୍ୟା ରାଧାରାଣୀ ପଣ୍ଡା, କଂଗ୍ରେସ ସଭ୍ୟ ପ୍ରଫୁଲ୍ଲ ମାଝୀ ଏବଂ ସ୍ବାଧୀନ ସଦସ୍ୟ ସନାତନ ମହାକୁଡ ସଂକ୍ଷେପରେ ନିଜ ବକ୍ତବ୍ୟ ରଖିଥିଲେ। ଦ୍ୱିତୀୟାର୍ଦ୍ଧର ପ୍ରାରମ୍ଭରୁ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଦ୍ୱାରା ବଲାଙ୍ଗୀର ବାଇପାସ୍‌ ରାସ୍ତା ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଉତ୍ତର ରଖିଥିଲେ। ପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ନଗରଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ନିଜପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା,ସଂସଦୀୟ ବ୍ୟାପାରମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜଙ୍ଗଲ ଏବଂ ପରିବେଶ ବିଭାଗମନ୍ତ୍ରୀ ବିଜୟଶ୍ରୀ ରାଉତରାୟ , ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହାପରେ ଗୃହରେ ଓଡ଼ିଶା ପୌରବିଧି(୨ୟ ସଂଶୋଧନ) ବିଲ୍‌, ୨୦୧୭କୁ ପ୍ରସ୍ଥାପନ ପାଇଁ ଆଗତ କରାଯାଇଥିଲା।

All Right Reserved By

ରାଜ୍ୟ |

 ପଶୁ ଡାକ୍ତର ନିଯୁକ୍ତି ହେଉ ନହାନ୍ତି: ବ୍ୟାପୁଛି  ଫାଟୁଆ

ପଶୁ ଡାକ୍ତର ନିଯୁକ୍ତି ହେଉ ନହାନ୍ତି: ବ୍ୟାପୁଛି ଫାଟୁଆ

ବଇଣ୍ଡା,୧୭।୭(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ପଶୁ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପଶୁ ଡାକ୍ତର ଓ ଅନ୍ୟାନ କର୍ମଚାରୀ ନିଯୁକ୍ତି କରାଯାଉ ନ ଥିବା ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଠାକୁରଗଡ଼, ପାଇକସାହି, ସାନହୁଲା ଆଦି ପଶୁ ଡାକ୍ତରଖାନାରେ ପଶୁ ଡାକ୍ତର ପଦବୀ ଖାଲି ପଡ଼ିଛି। ଦୀର୍ଘଦିନ ଧରି ଏହି ପଦବୀ ପୂରଣ କରାଯାଉ ନ ଥିବା ଯୋଗୁ ଉକ୍ତ ଅଞ୍ଚଳରେ ପଶୁ ଗୁଡ଼ିକ ଚିକିତ୍ସା ପାଇପାରୁ ନାହାନ୍ତି। ଫଳରେ ଅନେକ ଗ୍ରାମରେ ଫାଟୁଆ ରୋଗ ବ୍ୟାପିବାରେ ଲାଗିଛି।

କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ

କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ

ଛେଣ୍ଡିପଦା,୧୭।୭(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କଣଲୋଇ ପଞ୍ଚାୟତ କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ କାଦୁଅ ପୂର୍ଣ୍ଣ ହୋଇଯାଉଛି। କଣଲୋଇ-ଭଟପାଳ ମୁଖ୍ୟ ରାସ୍ତାଠାରୁ ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ଏପରି ସମସ୍ୟା ସୃଷ୍ଟି ହୋଇଛି।

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ:୫ ଗିରଫ

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ:୫ ଗିରଫ

ଦିଗପହଣ୍ଡି,୧୭ା୭(ଡି.ଏନ.ଏ.): ଦିଗପହଣ୍ଡି-ଚିିକିଟି ମୁଖ୍ୟ ରାସ୍ତାର ଜକର ଗାଁ ନିକଟବର୍ତ୍ତି ରତନେଇ ପାହାଡ଼ ନିକଟରେ ଚାଲିଥିବା ବ୍ୟାଙ୍କ ଡକାୟତି ଯୋଜନାକୁ କେ.ନୂଆଗାଁ ପୋଲିସ ପଣ୍ଡ କରିଛି। ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା କଦଳୀବାଡ଼ ସାହିର ଅନୀଲ ସାହୁ, ଆଡ଼ୁଆ ସାହିର କାଶୀନାଥ ପାଢ଼ୀ, ଲାଞ୍ଜିପଲ୍ଲୀ ଗୁଡ଼ସେଡ୍‌ ରୋଡ ତେଲୁଗୁ ସାହିର ସନ୍ତୋଷ ଶବର, ବଡ଼ବଜାର ଥାନା ପ୍ରହଲ୍ଲାଦ ନଗର ୪ର୍ଥ ଲେନର ସୁରେନ୍ଦ୍ର ସ୍ବାଇଁ ଏବଂ ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଳୀ ରାମନଗର ତେଲିଗୁଡ଼ି ସାହିର ଅରୁଣ ପଣ୍ଡା।

ବଦଳିବ ହୀରାଖଣ୍ଡ ଏକ୍ସପ୍ରେସର ଦିଗ

ବଦଳିବ ହୀରାଖଣ୍ଡ ଏକ୍ସପ୍ରେସର ଦିଗ

ଝାରସୁଗୁଡା ଅଫିସ,୧୭ା୭: ରେଳ ବିଭାଗ ପକ୍ଷରୁ ବିଶାଖାପଟନମ୍‌-ଅମ୍ରିତସର ହୀରାଖଣ୍ଡ ଏକ୍ସପ୍ରେସ୍‌ ଗତିପଥ ପରିବର୍ତ୍ତନ ଘୋଷଣା କରାଯାଇଛି। ଏହି ଘୋଷଣାକୁ ବିରୋଧ କରି ବିଭିନ୍ନ ସାମାଜିକ ସଙ୍ଗଠନ ୧୯ ତାରିଖରେ ଝାରସୁଗୁଡା ବନ୍ଦ ଏବଂ ରେଳ ରୋକ ଜରିଆରେ ପ୍ରତିବାଦ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଜିଲା ପ୍ରଶାସନ ତରଫରୁ ମଙ୍ଗଳବାର ରେଳ କର୍ତ୍ତୃପକ୍ଷ ଏବଂ ସାମାଜିକ ସଙ୍ଗଠନର ଆଲୋଚନା ପାଇଁ ବୈଠକ ଡକାଯାଇଥିଲା। ଏଥିରୁ ରେଳ ବିଭାଗର ଏକପାଖିଆ ମନୋଭାବ କଥା ସ୍ପଷ୍ଟ ହୋଇଛି। କାରଣ ଝାରସୁଗୁଡା ରୋଡ ଷ୍ଟେଶନର ଭିତ୍ତିଭୂମିରେ ଜିଲାପାଳ ଅସନ୍ତୁଷ୍ଟ ଥିବା ବେଳେ ସେଠାକାର ସୁରକ୍ଷା ଏବଂ ନିରାପତ୍ତାକୁ ନେଇ ଝାରସୁଗୁଡା ଏସ୍‌ପି ସନ୍ଦିହାନ।

ବର୍ଷାରେ ଭୁଶୁଡିଲା କାନ୍ଥ : ଅଳ୍ପକେ ବର୍ତ୍ତିଲେ ପରିବାର

ବର୍ଷାରେ ଭୁଶୁଡିଲା କାନ୍ଥ : ଅଳ୍ପକେ ବର୍ତ୍ତିଲେ ପରିବାର

ମାଥିଲି , ୧୭।୭ (ଡି.ଏନ.ଏ)- ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ହାଟପଦାସାହିରେ ସୋମବାର ରାତିରେ ଲଗାଣ ବର୍ଷାରେ ଗୁନାକର ସଗରିଆଙ୍କ କାନ୍ଥ ଭୁଶୁଡିପଡିଛି । ତେବେ ଏଥିରେ ତାଙ୍କ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । କେହି ଏଥିରେ ଆହତ ହୋଇନାହାନ୍ତି। କିଛି ଦିନ ହେବ ମାଥିଲି ବ୍ଲକରେ ଲଗାଣ ବର୍ଷା ଜାରି ରହିଛି । ବର୍ଷାର ପ୍ରଭାବରେ ଅଞ୍ଚଳର ଅଧିକାଂଶ ଲୋକଙ୍କ ମାଟି ଘର କାନ୍ଥ ଧଶିଯାଉଛି । ସୋମବାର ରାତିରେ ଗୁନାକରଙ୍କ ସମେତ ତାଙ୍କ ସ୍ତ୍ରୀ, ୨ ଶିଶୁ ଓ ତାଙ୍କ ସମ୍ପର୍କୀୟ ମାଆ ଘରେ ଶୋଇଥିଲେ

 ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଖଣ୍ଡପଡା,୧୭।୭(ସ୍ବ.ପ୍ର.)-କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ବିରାଜିତ ସିଦ୍ଧେଶ୍ୱର ମହାଦେବ ମଙ୍ଗଳବାର କର୍କଟ ସଂକ୍ରାନ୍ତିରେ ଉତ୍ତରକୁ ଢ଼ଳିଛନ୍ତି। ଶତାଧିକ ଶ୍ରଦ୍ଧାଳୁ ନୀଳମାଧବ ଜୀଉଙ୍କ ପୀଠରେ ମହାଦେବଙ୍କ ଏହି ଅପୂର୍ବ ଦୃଶ୍ୟ ଦର୍ଶନ କରିଥିଲେ ।

ନିମାପଡ଼ା ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ଘଟଣା: କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନିମାପଡ଼ା ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ଘଟଣା: କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନିମାପଡ଼ା,୧୭।୭(ଡି.ଏନ୍‌.ଏ.): ଧନୁଆ ନଦୀ ବନ୍ଧ ପାର୍ଶ୍ୱରେ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ସୋମବାର ସାଧାରଣ ଲୋକମାନଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରଦାନ ଘଟଣାକୁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ମଙ୍ଗଳବାର ନିମାପଡ଼ା ବସ୍‌ଷ୍ଟାଣ୍ଡ ନିକଟରେ ଭାଜପା କର୍ମୀମାନେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

ଅଗଷ୍ଟ ୯ରେ ସିପିଏମ୍‌ର ଜେଲ୍‌ଭରୋ ଆନ୍ଦୋଳନ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରାଯାଉ। ରାଜ୍ୟର ସମସ୍ତ କୃଷି ଋଣ ଛାଡ଼ କରାଯାଉ। ଏହି ମର୍ମରେ ରାଜ୍ୟ ସିପିଏମ୍‌ ପକ୍ଷରୁ ଚଳିତ ଅଗଷ୍ଟ ୯ରେ ଜେଲ୍‌ଭରୋ ଆନ୍ଦୋଳନ କରାଯିବ।

ଧର୍ମେନ୍ଦ୍ରଙ୍କୁ ଦାମଙ୍କ ସମାଲୋଚନା: ଛେରାପହଁରାକୁ ଝାଡ଼ୁ ମାରିବା ସହ ତୁଳନା ନିଚ୍ଛକ ଅହଙ୍କାରର ପ୍ରତିଫଳନ

ଧର୍ମେନ୍ଦ୍ରଙ୍କୁ ଦାମଙ୍କ ସମାଲୋଚନା: ଛେରାପହଁରାକୁ ଝାଡ଼ୁ ମାରିବା ସହ ତୁଳନା ନିଚ୍ଛକ ଅହଙ୍କାରର ପ୍ରତିଫଳନ

ଭୁବନେଶ୍ୱର,୧୭୭।୭(ବ୍ୟୁରୋ): ଓଡ଼ିଆ ଜାତିର ସ୍ପନ୍ଦନ ହେଉଛନ୍ତି ଜଗନ୍ନାଥ। କେବଳ ତାଙ୍କର ନବକଳେବର ହୁଏ। ସେଠି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନବକଳେବର ହେବ, ତେବେ ଏହା ତାଙ୍କର ଅହଙ୍କାର ବୋଲି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି। ଉକ୍ତ ଅହଂକାରକୁ ପୁରୀବାସୀ ତଥା ଓଡ଼ିଆ ସହ୍ୟ କରିପାରିବେ ନାହିଁ।

ଗାଁକୁ ନାହିଁ ରାସ୍ତା: ୩ କିମି ବୁହାହେଲେ ରୋଗୀ

ଗାଁକୁ ନାହିଁ ରାସ୍ତା: ୩ କିମି ବୁହାହେଲେ ରୋଗୀ

ସଜନାଗଡ଼,୧୭।୭(ଡି.ଏନ୍‌.ଏ): ନୀଳଗିରି ଉପଖଣ୍ଡ ଶିଆଡ଼ିମାଳ ପଞ୍ଚାୟତ କୁଲଡ଼ିହା ପାଦଦେଶରେ ସିନ୍ଦୁରିଆ ଗ୍ରାମରେ ଜଣେ ରୋଗୀଙ୍କୁ ମଙ୍ଗଳବାର ଦୀର୍ଘ ତିନି କି.ମି. ବୋହି ଆଣିବା ପରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ହେଲେ ରୂହ୍ୟା ସିଂ।

କଟକ, ଭୁବନେଶ୍ୱରରୁ ସଂଗୃହୀତ ୨୧ ମାଛରେ ଫର୍ମାଲିନ୍‌ ନାହିଁ

କଟକ, ଭୁବନେଶ୍ୱରରୁ ସଂଗୃହୀତ ୨୧ ମାଛରେ ଫର୍ମାଲିନ୍‌ ନାହିଁ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଆନ୍ଧ୍ରରୁ ଆସୁଥିବା ମାଛରୁ ଫର୍ମାଲିନ୍‌ ବାହାରିବା ପରେ ଆମିଷ ଭକ୍ଷଣକାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଗତ କିଛି ଦିନ ହେବ ଆନ୍ଧ୍ର ମାଛର ଚାହିଦା ଓଡ଼ିଶା ବଜାରରେ ଖସିଯାଇଛି। ରାଜ୍ୟରେ ଉତ୍ପାଦନ ହେଉଥିବା ଦେଶୀ ମାଛର ଦାମ୍‌ ବହୁତ ବଢ଼ିଯାଇଛି।

ରାଜ୍ୟ ଜନସ୍ବାସ୍ଥ୍ୟ ବିଜ୍ଞାନଗାରର ନବୀକରଣ ହେବ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଓଡ଼ିଶା ରାଜ୍ୟ ଜନସ୍ବାସ୍ଥ୍ୟ ବିଜ୍ଞାନଗାରର ନବୀକରଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥି ସହିତ ଆବଶ୍ୟକ ହେଉଥିବା ଆହୁରି ୯ କୋଟି ଟଙ୍କା ଖାଦ୍ୟ ନମୁନା ପରୀକ୍ଷା ପାଇଁ ଯନ୍ତ୍ରପାତି ସକାଶେ ଯୋଗାଇ ଦେବେ।

Model This Week

ରୂପେଶ