ରାଜ୍ୟ |

୧୭ରୁ ବଢ଼ିବ ଶୀତ

୧୭ରୁ ବଢ଼ିବ ଶୀତ

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ)- ଲଘୁଚାପ ଯୋଗୁ ରାଜ୍ୟରେ ଗତ କିଛିଦିନ ହେବ ଶୀତ ପ୍ରକୋପ ହ୍ରାସ ପାଇଛି। ଦାରିଙ୍ଗବାଡିରେ ସୋମବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରୀ, ସୁନ୍ଦରଗଡ ୧୨ ଓ ଫୁଲବାଣୀରେ ୧୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୪ରୁ ୨୧ ଡିଗ୍ରୀ ମଧ୍ୟରେ ରହିଛି। ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିଲେ ମଧ୍ୟ ଶୀତର ପ୍ରକୋପ ନାହିଁ। ଆସନ୍ତା ୧୭ ତାରିଖ ବେଳକୁ ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

All Right Reserved By

ରାଜ୍ୟ |

ବର୍ଷକୁ ୨୮ ଦିନ ଖାଲିପଡେ ରତ୍ନସିଂହାସନ

ବର୍ଷକୁ ୨୮ ଦିନ ଖାଲିପଡେ ରତ୍ନସିଂହାସନ

ପୁରୀ ଅଫିସ,୧୭।୭: ଆଡପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହ। ନବ ଦିନାତ୍ମକ ଯାତ୍ରାରେ ଆସି ଜନ୍ମବେଦୀରେ ପହଞ୍ଚତ୍ଛନ୍ତି ମହାପ୍ରଭୁ। ଗୁଣ୍ଡିଚା ମନ୍ଦିରରେ ଲାଗିଛି ଗହଳି ଚହଳି। ସେପଟେ କିନ୍ତୁ ଖଁ। ଖଁ। ଶ୍ରୀମନ୍ଦିର। ଖାଲିପଡିଛି ରତ୍ନସିଂହାସନ।

୨ ଶାର୍ପ ଶୁଟରଙ୍କ ସହ ଜେଲ୍‌ ଗଲେ ଟିଟୋ

୨ ଶାର୍ପ ଶୁଟରଙ୍କ ସହ ଜେଲ୍‌ ଗଲେ ଟିଟୋ

ଭୁବନେଶ୍ୱର(ବ୍ୟୁରୋ)/କେନ୍ଦ୍ରାପଡା ଅଫିସ, ୧୭।୭- ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋଙ୍କ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଅପରାହ୍ନ ପ୍ରାୟ ୩ଟାରେ ଏସ୍‌ଟିଏଫ୍‌ ତାଙ୍କୁ କେନ୍ଦ୍ରାପଡା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା।

ବୁଡ଼ିଲା ଚନ୍ଦ୍ରଶେଖରପୁର

ବୁଡ଼ିଲା ଚନ୍ଦ୍ରଶେଖରପୁର

ଚନ୍ଦ୍ରଶେଖରପୁର, ୧୭।୭(ଡି.ଏନ.ଏ.)- ରାଜଧାନୀ ଭୁବନେଶ୍ୱର ଏକ ପାହାଡ଼ିଆ ଅଞ୍ଚଳ। କିନ୍ତୁ ବର୍ଷା ଋତୁରେ ଏଠାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡ଼ୁଛି। ବେଆଇନ କୋଠା ନିର୍ମାଣ ଏବଂ ତ୍ରୁଟିପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ଯୋଗୁ ସାଧାରଣ ଲୋକେ ବର୍ଷା ସମୟରେ ଦୁର୍ଦ୍ଦଶା ଭୋଗୁଛନ୍ତି, ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ସୋମବାର ଲଗାଣ ବର୍ଷାରେ।

ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟା

ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟା

ଭୁବନେଶ୍ୱର, ୧୭।୭(ବ୍ୟୁରୋ)- ଲଗାଣ ବର୍ଷାରେ ବେହାଲ ହୋଇଛି ସ୍ମାର୍ଟସିଟି। ରବିବାର ରାତି ୧୦ଟାରୁ ତୁହାକୁ ତୁହା ବର୍ଷା ଲାଗି ରହିବା ଫଳରେ ସୋମବାର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି।

ପାଉଁଶ ସମସ୍ୟା, ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର

ପାଉଁଶ ସମସ୍ୟା, ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର

କଣିହାଁ,୧୭।୭(ଡି.ଏନ.ଏ.)କଣିହାଁ ବ୍ଲକ ଏନ୍‌ଟିପିସି ପ୍ରକଳ୍ପରୁ ପାଉଁଶ ପ୍ରଦୂଷଣ ସମସ୍ୟା ଦୂର ହେଉ ନାହିଁ। ବର୍ତ୍ତମାନ ପାଉଁଶ ପୋଖରୀକୁ ଛାଡ଼ିବା ପରିବର୍ତ୍ତେ ଚିମିନି ଦ୍ୱାରା ଆକାଶ ମାର୍ଗକୁ ଛଡ଼ାଯାଉଛି।

ଚିହ୍ନଟ ସରଳ କଲା ମୁହଁର ଦାଗ

ଚିହ୍ନଟ ସରଳ କଲା ମୁହଁର ଦାଗ

ଅନୁଗୋଳ ଅଫିସ, ୧୭।୭:ଅନୁଗୋଳ ସମେତ ରାଉରକେଲାରେ ହୋଇଥିବା ବ୍ୟାଙ୍କ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଡକାୟତ ଓମ ପ୍ରକାଶ ଦାସ ଓ ରାଜେଶ ଦାସଙ୍କ ଟିଆଇ ପରେଡ ସୋମବାର ଅନୁଗୋଳ ଜେଲରେ କରାଯାଇଥିଲା।

ବିକ୍ରି ହେଉଛି ବିଜୁ ପକ୍କାଘର

ବିକ୍ରି ହେଉଛି ବିଜୁ ପକ୍କାଘର

ଓଡାପଡା,୧୭।୭(ଡି.ଏନ.ଏ)ଢେଙ୍କାନାଳ ଜିଲା ଓଡାପଡା ବ୍ଲକରେ ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହେଉଥିବା ଜିଲାପାଳଙ୍କଠାରେ ଅଭିଯୋଗ ହୋଇଛି।

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ, ୧୬ା୭: ଘୋଷଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହ ଏବେ ଜନ୍ମବେଦୀରେ। ବଡ଼ଦାଣ୍ଡରେ ତିନିଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବା ପରେ ସୋମବାର ଆଡପମଣ୍ଡପକୁ ବିଜେ କରିଛନ୍ତି ମହାପ୍ରଭୁ। ମଙ୍ଗଳବାରଠାରୁ ଜନ୍ମବେଦୀରେ ଦାରୁଦିଅଁଙ୍କ ଦର୍ଶନ ପାଇବେ ଭକ୍ତ। ମିଳିବ ଆଡପ ଅବଢ଼ା। ଏଥିସହ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି: ରାତି ୮ଟାଠାରୁ ଦର୍ଶନ ବନ୍ଦ

ପୁରୀ ଅଫିସ,୧୬ା୭: ମଙ୍ଗଳବାର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ରାତି ୮ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।

ଐତିହ୍ୟ ଅବହେଳିତ, ବିପଦରେ ପଞ୍ଚତୀର୍ଥ: ଭୁଶୁଡିଲା ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି

ଐତିହ୍ୟ ଅବହେଳିତ, ବିପଦରେ ପଞ୍ଚତୀର୍ଥ: ଭୁଶୁଡିଲା ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି

ପୁରୀ ଅଫିସ,୧୬ା୭: ବିପଦରେ ପୁରୀର ପଞ୍ଚତୀର୍ଥ। ପ୍ରଶାସନର ଆନ୍ତରିକତା ଅଭାବରୁ ସହରର ତୀର୍ଥ ପୁଷ୍କରିଣୀଗୁଡ଼ିକ ଦୟନୀୟ ଅବସ୍ଥାରେ ରହିଛି। ସୋମବାର ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି ଭୁଶୁଡି ପଡିବା ଘଟଣା ଏହାକୁ ସ୍ପଷ୍ଟ କରିଛି।

ଶ୍ରୀମନ୍ଦିରରେ ଯୁଗ୍ମ କମିଟିର ଯାଞ୍ଚ: ମୁଖ୍ୟମନ୍ଦିର ପ୍ରଥମ ମହଲାରୁ ଗଳୁଛି ପାଣି

ଶ୍ରୀମନ୍ଦିରରେ ଯୁଗ୍ମ କମିଟିର ଯାଞ୍ଚ: ମୁଖ୍ୟମନ୍ଦିର ପ୍ରଥମ ମହଲାରୁ ଗଳୁଛି ପାଣି

ପୁରୀ ଅଫିସ,୧୬ା୭: ୧୯୯୩ ମସିହାରେ ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିଥିଲା। ସେତେବେଳେ ଠାକୁରଙ୍କୁ ସ୍ଥାନାନ୍ତରିତ କରାଯାଇ ଏହାର ମରାମତି କରାଯାଇଥିଲା। ଏହା ପରଠାରୁ ପ୍ରତିବର୍ଷ ଗର୍ଭଗୃହର ଯାଞ୍ଚ କରାଯାଉଛି।

ଲଘୁଚାପ ସକ୍ରିୟ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଲଘୁଚାପ ସକ୍ରିୟ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଥିବା ଜଣାପଡ଼ିଛି।

Model This Week

ରୂପେଶ