ରାଜ୍ୟ |

୨୫ ହଜାର ଛାତ୍ରୀଛାତ୍ର ଏକାଠି ଗାଇଲେ ‘ବନ୍ଦେ ମାତରଂ’

୨୫ ହଜାର ଛାତ୍ରୀଛାତ୍ର ଏକାଠି ଗାଇଲେ ‘ବନ୍ଦେ ମାତରଂ’

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ)- ଛୋଟ ପିଲାଙ୍କ ମଧ୍ୟରେ ରାଷ୍ଟ୍ରୀୟ ଭାବନା ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ମଙ୍ଗଳବାର‘ଭଏସ୍‌ ଅଫ୍‌ ୟୁନିଟି’ ବା ‘ଏକତାର ସ୍ବର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓୟୁଏଟି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୫ହଜାର ଛାତ୍ରୀଛାତ୍ର ଏକତ୍ର ହୋଇ ସାମୂହିକ ଭାବେ ‘ବନ୍ଦେ ମାତରଂ’ ଗାନ କରିଥିଲେ। ସକାଳ ସାଢ଼େ ୮ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅତିଥିଭାବେ ମେଜର ଜେନେରାଲ ଗଗନଦୀପ୍‌ ବକ୍ସି ଯୋଗଦେଇ କଳିଙ୍ଗର ପିଲା କାହାଠାରୁ ପଛରେ ନାହାନ୍ତି ବୋଲି କହିଥିଲେ। ଓଡ଼ିଶାରୁ ଅନେକ ମାତ୍ରାରେ ପିଲା ସେନାରେ ଯୋଗଦେଉଛନ୍ତି। ବର୍ତ୍ତମାନ ଝିଅମାନେ ମଧ୍ୟ ସେନାରେ ପ୍ରବେଶ କଲେଣି। କେବଳ ପ୍ରଶାସନିକ କ୍ଷେତ୍ରରେ ଚାକିରି ନ କରି ଦେଶ ପାଇଁ ଲଢ଼ିପାରିବ। ଦେଶ ପାଇଁ ଜୀବନ ଦେଇପାରିବ। ତେଣୁ ଏ କ୍ଷେତ୍ରରେ କାମ କରିବାକୁ ଓଡ଼ିଶାର ପିଲାମାନଙ୍କୁ ବକ୍ସି ଆହ୍ବାନ କରିଥିଲେ।
ଏହି ଅବସରରେ ସଙ୍ଗୀତକାର ମନ୍ମଥ ମିଶ୍ର ଓ ତାଙ୍କ ମ୍ୟୁଜିକାଲ ଟ୍ରୁପ୍‌ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ପରିବେଶ ସନ୍ତୁଳନ, ପର୍ଯ୍ୟାବରଣ ସୁରକ୍ଷା, ବନ ଓ ବନ୍ୟଜନ୍ତୁ ସଂରକ୍ଷଣ, ମାନବୀୟ ଏବଂ ପାରିବାରିକ ମୂଲ୍ୟବୋଧର ସଂରକ୍ଷଣ, ନାରୀ ସମ୍ମାନକୁ ପ୍ରୋତ୍ସାହନ ତଥା ଦେଶଭକ୍ତି ଜାଗରଣ ଭଳି ବିଷୟବସ୍ତୁ ପରିଚାଳନା ପାଇଁ ଛାତ୍ରୀଛାତ୍ର ଶପଥପାଠ କରିଥିଲେ। ଇନିସିଏଟିଭ୍‌ ଫର୍‌ ମୋରାଲ୍‌ ଆଣ୍ଡ୍‌ କଲଚରାଲ ଟ୍ରେନିଂ ଫାଉଣ୍ଡେଶନ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେଶନର ସଭାପତି ବିମଳେନ୍ଦୁ ମହାନ୍ତି, ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ ମୁରଲୀ ମନୋହର ଶର୍ମା, ଅନୀଲ ଧୀର, ଦେବପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ରାଜ୍ୟ |

‘ହାତୀ ବଞ୍ଚାଅ’ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରିଚା ଚଢ଼ା

‘ହାତୀ ବଞ୍ଚାଅ’ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରିଚା ଚଢ଼ା

ଓଡ଼ିଶାରେ ଟ୍ରେନ ଧକ୍କାରେ ହାତୀଙ୍କ ମୃତ୍ୟୁ ଘଟୁଥିବାରୁ ରିଚା ଏହାକୁ ଗଭୀରତାର ସହ ନେଇଛନ୍ତି। ଏହାର ସମାଧାନ କିପରି ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ରିଚା କହିଛନ୍ତି, ୨୦୧୮ରେ ଅନେକ ଜାଗାରେ ହାତୀ ଦୁର୍ଘଟଣାର ଶିକାର ହୋଇଛନ୍ତି।

ଡ୍ରେନ ପାଇଁ ଘରୋଇ ଜମି କିଣିବ ବିଏମ୍‌ସି

ଭୁବନେଶ୍ୱର, ୧୯।୭(ବ୍ୟୁରୋ)- ଭାଗବତ ସନ୍ଧାନ ନିକଟ ଡ୍ରେନ୍‌ ପାଣି ନିଷ୍କାସନ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଘରୋଇ ଜମି ଅଧିଗ୍ରହଣ କରିବ। ଏଠାରେ ଡ୍ରେନ୍‌ର ସ୍ଥିତି ଆକଳନ ପାଇଁ ବିଏମ୍‌ସି କମିଶନର ଡ. କ୍ରିଷନ କୁମାରଙ୍କ ନେତୃତ୍ୱରେ ନଗର ପ୍ରଶାସନର

ଟିଟୋଙ୍କୁ ପେଟ୍ରୋଲ ପମ୍ପ ଡିଲରଶିପ ମିଳିବା ପ୍ରସଙ୍ଗ ସିବିଆଇ ତଦନ୍ତ ସୁପାରିସ କଲା ଆଇଓସିଏଲ୍‌

ଭୁବନେଶ୍ୱର, ୧୯।୭(ବ୍ୟୁରୋ)- ଗ୍ୟାଙ୍ଗଷ୍ଟର ସୟଦ ଉସମାନ ଅଲି ଓରଫ ଟିଟୋଙ୍କୁ ପେଟ୍ରୋଲ ପମ୍ପ ଡିଲରଶିପ ମିଳିବା ଘଟଣାର ସିବିଆଇ ତଦନ୍ତ କରାଯିବ। ନିୟମର ଉଲ୍ଲଂଘନ କରାଯାଇ ଟିଟୋଙ୍କୁ ପେଟ୍ରୋଲ ପମ୍ପ ଦିଆଯାଇଥିବା ଆଇଓସିଏଲ(ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ) ନିଜସ୍ବ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।

ଭୁବନେଶ୍ୱର ଓ୍ବାନ୍‌ ଟୋଲ ଫ୍ରି ନମ୍ବର ଉନ୍ମୋଚିତ , ଘରେ ବସି ଦାଖଲ କରିହେବ ଅଭିଯୋଗ

ଭୁବନେଶ୍ୱର ଓ୍ବାନ୍‌ ଟୋଲ ଫ୍ରି ନମ୍ବର ଉନ୍ମୋଚିତ , ଘରେ ବସି ଦାଖଲ କରିହେବ ଅଭିଯୋଗ

ଭୁବନେଶ୍ୱର, ୧୯।୭ (ବ୍ୟୁରୋ)- ଏଣିକି ଭୁବନେଶ୍ୱର ସହରବାସୀଙ୍କୁ ଅଭିଯୋଗ ଦାଖଲ କରିବାକୁ ଆଉ ବାରମ୍ବାର ବିଏମ୍‌ସି କିମ୍ବା ବିଡିଏ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବନି। ଘରେ ବସି ଗୋଟିଏ କଲରେ ବିଏମ୍‌ସି ପାଖରେ ପହଞ୍ଚିଯିବ ଅଭିଯୋଗ।

ଦବିଲା ବସ୍‌ ଚକ , ବାଘ ସଫାରିରେ ଫସିଲେ ୩୮ ପର୍ଯ୍ୟଟକ

ଦବିଲା ବସ୍‌ ଚକ , ବାଘ ସଫାରିରେ ଫସିଲେ ୩୮ ପର୍ଯ୍ୟଟକ

ବାରଙ୍ଗ,୧୯।୭(ଡି.ଏନ୍‌.ଏ.)-ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଘଟିଛି ପୁଣି ଏକ ଅଘଟଣ। ମଙ୍ଗଳବାର ୩୮ଜଣ ପର୍ଯ୍ୟଟକଙ୍କୁ ଧରି ବାଘ ସଫାରି ବୁଲାଇବାକୁ ନେଇଥିବା ବସ୍‌ର ଚକ କାଦୁଅ ରାସ୍ତାରେ ଦବିଯିବାରୁ ଯାତ୍ରୀମାନେ ସଫାରି ଭିତରେ ଫସିରହିଥିଲେ।

ଅନିଶ୍ଚିତତା ଭିତରେ ମୟୂର ଅଭୟାରଣ୍ୟ

ଅନିଶ୍ଚିତତା ଭିତରେ ମୟୂର ଅଭୟାରଣ୍ୟ

ଭୁବନେଶ୍ୱର,୧୯।୭(ବ୍ୟୁରୋ)- ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଚଳପ୍ରଚଳ କରୁଥିବା ମୟୂରଙ୍କ ସୁରକ୍ଷା ଏବଂ ବଂଶବୃଦ୍ଧି ଲକ୍ଷ୍ୟରେ ମୟୂର ଅଭୟାରଣ୍ୟର ପରିକଳ୍ପନା କରାଯାଇଥିଲା। ମେଣ୍ଡାଶାଳ ସଂରକ୍ଷିତ ଜଙ୍ଗଲ, ଗଙ୍ଗାପାଟଣା ଓ ଦେଉଳିଆପାଟଣା ଅଞ୍ଚଳରେ ଏହି ଅଭୟାରଣ୍ୟ କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ।

୨୧ରେ ‘କାଳିନ୍ଦୀ ଚରଣ ପାଣିଗ୍ରାହୀ’ ଆଲୋଚନାଚକ୍ର

ଭୁବନେଶ୍ୱର,୧୯।୭(ବ୍ୟୁରୋ)-କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆସନ୍ତା ୨୧ ଏବଂ ୨୨ ତାରିଖରେ ୩ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୨୧ ତାରିଖ ଅପରାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ସମ୍ମିଳନୀ

ଟାଇଗର୍‌ଙ୍କ ପରେ ସାମୁଏଲ୍‌ଙ୍କ ‘ମାୟାରେ ବାୟା’ ପ୍ରେମ

ଟାଇଗର୍‌ଙ୍କ ପରେ ସାମୁଏଲ୍‌ଙ୍କ ‘ମାୟାରେ ବାୟା’ ପ୍ରେମ

ଭୁବନେଶ୍ୱର,୧୯।୭(ବ୍ୟୁରୋ)-ଓଡ଼ିଆ ଫିଲ୍ମ ‘ଟୋକାଟା ଫସିଗଲା’ର ବହୁଚର୍ଚ୍ଚିତ ଗୀତ ‘ମାୟାରେ ବାୟା’ ଏବେ କେବଳ ଓଡ଼ିଶା କିମ୍ବା ଭାରତରେ ସୀମତ ହୋଇରହିନି। ପ୍ରଥମେ ବଲିଉଡ୍‌ର ଆକ୍ସନ ହିରୋ ଟାଇଗର ସ୍ରଫ୍‌ ଏହି ଗୀତରେ

ନିଖୋଜର ୬ ବର୍ଷ ପରେ ମା’, ବାପାଙ୍କ ସହ ପୁଅର ମିଳନ

ନିଖୋଜର ୬ ବର୍ଷ ପରେ ମା’, ବାପାଙ୍କ ସହ ପୁଅର ମିଳନ

ନବରଙ୍ଗପୁର,୧୯।୭(ବି.ପ୍ର.)- ତ୍ରିନାଥ ହରିଜନ। ବୟସ ଯେତେବେଳେ ୬ ବର୍ଷ ହୋଇଥିଲା ଘର ଛାଡି ଚାଲିଯାଇଥିଲେ। ମା’ ବାପା ବହୁ ସ୍ଥାନରେ ପୁଅକୁ ଖୋଜାଖୋଜି କରିଥିଲେ। କିନ୍ତୁ ପୁଅର କିଛି ସନ୍ଧାନ ପାଇ ନ ଥିଲେ। ନିଖୋଜ ହେବାର ୬ ବର୍ଷ ପରେ ପୁଅକୁ ପାଇ ମା’ ବାପା ଆନନ୍ଦରେ ବିଭୋର ହୋଇପଡିଛନ୍ତି।

ମାଛକୁଣ୍ଡ ପ୍ରକଳ୍ପର ଡି ଡ୍ୟାମରେ ଜଳସ୍ତର ବୃଦ୍ଧି: ବର୍ଷାଜଳ ନିଷ୍କାସନ ପାଇଁ ଡ୍ୟାମ୍‌ର ୨ ଗେଟ୍‌ ଖୋଲିଲା

ମାଛକୁଣ୍ଡ ପ୍ରକଳ୍ପର ଡି ଡ୍ୟାମରେ ଜଳସ୍ତର ବୃଦ୍ଧି: ବର୍ଷାଜଳ ନିଷ୍କାସନ ପାଇଁ ଡ୍ୟାମ୍‌ର ୨ ଗେଟ୍‌ ଖୋଲିଲା

କୋରାପୁଟ/ଅନକାଡେଲି,୧୯।୭(ସ୍ବ.ପ୍ର)- କୋରାପୁଟ ଜିଲାର ସୀମାନ୍ତ ଲମତାପୁଟ ବ୍ଲକ ଅନକାଡେଲି ପଞ୍ଚାୟତରେ ଥିବା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି ଡ୍ୟାମ୍‌ ଅଞ୍ଚଳରେ ଗତ କିଛିଦିନ ହେଲା ପ୍ରବଳ ବର୍ଷା ଯୋଗୁ ଡି ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଡ୍ୟାମର ୬ ଓ ୭ ନମ୍ବର ଗେଟ ଖୋଲାଯାଇଛି।

ଗାଡ଼ି ଚୋରି ର଼୍ୟାକେଟ୍‌ର ୨ ଗିରଫ: ୨ ବୋଲେରୋ, ୨ ବାଇକ୍‌ ଜବତ

ଗାଡ଼ି ଚୋରି ର଼୍ୟାକେଟ୍‌ର ୨ ଗିରଫ: ୨ ବୋଲେରୋ, ୨ ବାଇକ୍‌ ଜବତ

ଝାରସୁଗୁଡ଼ା ଅଫିସ,୧୯।୭- ଗାଡ଼ି ଚୋରି ର଼୍ୟାକେଟ୍‌ରେ ସକ୍ରିୟ ଥିବା ଦୁଇଜଣଙ୍କୁ ବୁଧବାର ବଡ଼ମାଲ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କୁକୁର୍ଜଙ୍ଘାର ରୂପକ ଗୁରୁ (୨୫) ଏବଂ ବ୍ରଜରାଜନଗରର କର୍ତ୍ତିକ ମହାନନ୍ଦିଆ (୨୪)।

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି।

Model This Week

ରୂପେଶ