ରାଜ୍ୟ |

ବିନା ନୋଟିସରେ ସର୍ତ୍ତ ଖିଲାପକାରୀ ଅଭିଯୁକ୍ତଙ୍କ ଜାମିନ ଖାରଜ ଅସାମ୍ବିଧାନିକ

ବିନା ନୋଟିସରେ ସର୍ତ୍ତ ଖିଲାପକାରୀ ଅଭିଯୁକ୍ତଙ୍କ ଜାମିନ ଖାରଜ ଅସାମ୍ବିଧାନିକ
କଟକ ଅଫିସ, ୧୨।୧୨- ସର୍ତ୍ତମୂଳକ ଜାମିନ ପାଇଥିବା ଅଭିଯୁକ୍ତ ଯଦି ସେଥିରେ ଖିଲାପ କରିଥିବା ଅଭିଯୋଗ ଆସେ, ସେ ସମ୍ପର୍କରେ ଅଦାଲତ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଆବଶ୍ୟକ। ଅଭିଯୁକ୍ତଙ୍କୁ ସୁଯୋଗ ନ ଦେଇ କିମ୍ବା ବିନା ନୋଟିସରେ ତାଙ୍କ ଜାମିନ ଖାରଜ କରିବା ଅସାମ୍ବିଧାନିକ। ସେହିପରି ଏଭଳି ବ୍ୟବସ୍ଥା ସମ୍ବିଧାନର ପରିପନ୍ଥୀ ବୋଲି ହାଇକୋର୍ଟ ଏକ ମାମଲାରେ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଥିସହ ନିମ୍ନ ଅଦାଲତଙ୍କ ଆଦେଶକୁ ଖାରଜ କରିବା ସହିତ ଅଭିଯୁକ୍ତଙ୍କ ଜାମିନ ବଳବତ୍ତର ରଖିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ଥିବା ମାମଲା ଦୁଇ ମାସ ମଧ୍ୟରେ ଶେଷ କରିବାକୁ ବିଚାରପତି ଡି.ପି. ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି। ଖୋର୍ଦ୍ଧା ଜିଲା ବାଲୁଗଁ।ର ଏକ ଗଁ। ଗଣ୍ଡଗୋଳରେ ସମ୍ପୃକ୍ତି ଅଭିଯୋଗରେ ୨୦୦୫ ଫେବୃୟାରୀ ୨୮ରେ ସ୍ଥାନୀୟ ଥାନା ପୋଲିସ ଅଭିଯୁକ୍ତ କିରଣ କୁମାର ଓ ଦାଶରଥି ବେହେରାଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ବାଣପୁର ଜେଏମ୍‌ଏଫ୍‌ସିଙ୍କ ଅଦାଲତ ଜେଲ୍‌ ହାଜତକୁ ପଠାଇ ଦେଇଥିଲେ। ସେହିବର୍ଷ ମାର୍ଚ୍ଚ ୧ରେ ଅଭିଯୁକ୍ତ ଦ୍ୱୟ ଉକ୍ତ ଅଦାଲତଙ୍କ ନିକଟରେ ଏକ ପିଟିଶନ ଦାଖଲ କରିଥିଲେ। ସେମାନଙ୍କୁ ଥାନାରେ ପୋଲିସ ନିର୍ଯାତନା ଦେଇଛି। ଏହାର ତଦନ୍ତ ଏକ ମେଡିକାଲ ଟିମ୍‌ ଦ୍ୱାରା କରାଯାଉ ବୋଲି ପିଟିଶନରେ ସେମାନେ ପ୍ରାର୍ଥନା କରିଥିଲେ। ଏହାର ଶୁଣାଣି କରି ବାଣପୁର ଜେଏମ୍‌ଏଫ୍‌ସି ଉଭୟଙ୍କୁ ବାଣପୁର ମେଡିକାଲକୁ ଚିକିତ୍ସା ପାଇଁ ପଠାଇବା ସହିତ ଏ ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ମେଡିକାଲ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୭ରେ ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଉଭୟ ଅଭିଯୁକ୍ତ ନିୟମିତ ତଦନ୍ତକାରୀ ଅଫିସରଙ୍କ ନିକଟରେ ହାଜର ହେବା ପାଇଁ ଅଦାଲତ ସର୍ତ୍ତାରୋପ ରଖିଥିଲେ। ୨୦୦୫ ମାର୍ଚ୍ଚ ୮ରେ ସେମାନେ ଜେଲ୍‌ରୁ ମୁକୁଳିବା ପରେ ପୋଲିସ ବିରୋଧରେ ହାଇକୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରି କ୍ଷତିପୂରଣ ଦାବି କରିଥିଲେ। ଏହା ପରେ ବାଣପୁର ପୋଲିସ ଜେଏମ୍‌ଏଫ୍‌ସିଙ୍କ ଅଦାଲତରେ ଏକ ପିଟିଶନ ଦାଖଲ କରିଥିଲେ। ସେହି ପିଟିଶନରେ ପୋଲିସ ଅଭିଯୁକ୍ତ ଦ୍ୱୟ ଅଦାଲତଙ୍କ ସର୍ତ୍ତକୁ ପାଳନ କରୁନାହାନ୍ତି, ଏଣୁ ସେମାନଙ୍କ ସର୍ତ୍ତମୂଳକ ଜାମିନକୁ ଖାରଜ କରାଯାଉ ବୋଲି ପୋଲିସ ପ୍ରାର୍ଥନା କରିଥିଲା। ଏହା ଉପରେ ଶୁଣାଣି କରି ଜେଏମ୍‌ଏଫ୍‌ସି ଅଦାଲତ ଉକ୍ତ ଅଭିଯୁକ୍ତ ଦ୍ୱୟଙ୍କ ଜାମିନକୁ ଖାରଜ କରିବା ସହିତ ସେମାନଙ୍କୁ ପୁନର୍ବାର ଗିରଫ କରି ଜେଲ୍‌ ହାଜତକୁ ପଠାଇଦେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ଅଦାଲତଙ୍କ ଉକ୍ତ ଆଦେଶକୁ ଚ୍ୟାଲେଞ୍ଜ କରି କିରଣ ଓ ଦାସରଥି ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଡ୍‌ଭୋକେଟ ପ୍ରସନ୍ନ କୁମାର ନନ୍ଦ ମକଦ୍ଦମା ପରିଚାଳନା କରୁଥିଲେ।
All Right Reserved By

ରାଜ୍ୟ |

ଦୁଇ ବନ୍ଧୁକ ବେପାରୀ ଗିରଫ

ଦୁଇ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର,୧୯।୧୦- ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଅଞ୍ଚଳରୁ ଶୁକ୍ରବାର ଦୁଇ ବନ୍ଧୁକ ବେପାରୀ ଗିରଫ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, କୌଣସି ସୂତ୍ରରୁ କ୍ୟୁଏଟି ଖବର ପାଇ ତମାଣ୍ଡୋରେ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବାଲିଅନ୍ତା,୧୯।୧୦- ମା’ ଦୁର୍ଗାପୂଜାଙ୍କ ମହାଦଶମୀ ଅବସରରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଶୁକ୍ରବାର ବାଲିଅନ୍ତା ବ୍ଲକ ଅଞ୍ଚଳକୁ ଆସି ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଥିଲେ।

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

କଣ୍ଟାପଡା,୧୯।୧୦(ଡି.ଏନ୍‌.ଏ.)- ରାଜ୍ୟ ସାରା ଦଶହରା ପର୍ବ ମହାସମାରୋହରେ ପାଳିିତ ହେଉଥିବା ବେଳେ କଣ୍ଟାପଡାର ଗୋବିନ୍ଦପୁର ଅଞ୍ଚଳରେ ନିଆରା ପର୍ବ ଆୟୋଜନ ହେଉଥିବା ଦେଖାଯାଇଛି । ଶୁକ୍ରବାର ବିଜୟାଦଶମୀ ଅବସରରେ ଉକ୍ତ ଗ୍ରାମରେ କ୍ଷତ୍ରୀୟମାନଙ୍କ ପାରମ୍ପରିକ ଖଣ୍ଡା ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି। 

ବୋଲଗଡରେ ନିଆରା ଦଶହରା: କନକଦୁର୍ଗାଙ୍କ ଆଖିରେ ବନ୍ଧା ହେବ ଅନ୍ଧପୁଟୁଳି, ମୁସଲମାନ ଦଳବେହେରା ଦେବେ ହୋମରେ ଘୃତାହୁତି

ବୋଲଗଡରେ ନିଆରା ଦଶହରା: କନକଦୁର୍ଗାଙ୍କ ଆଖିରେ ବନ୍ଧା ହେବ ଅନ୍ଧପୁଟୁଳି, ମୁସଲମାନ ଦଳବେହେରା ଦେବେ ହୋମରେ ଘୃତାହୁତି

ଖୋର୍ଦ୍ଧା ଅଫିସ,୧୯ା୧୦:ଖୋର୍ଦ୍ଧାର ବୋଲଗଡ ବ୍ଲକର ମାଣିକାଗୋଡା ଗଁାରେ ହିନ୍ଦୁ ମୁସଲମାନ ମିଳିମିଶି ନିଆରା ଢଙ୍ଗରେ ପାଳନ କରାଯାଏ ଦଶହରା ପର୍ବ । ଉକ୍ତ ଗାଁର ଥିବା ମା’ କନକଦୁର୍ଗାଙ୍କ ଆରମ୍ଭ ହୋଇଥିବା ଆଶ୍ୱିନ ଶୁକ୍ଳପକ୍ଷ ସପ୍ତମୀରୁ ଅନ୍ଧପୁଟୁଳି ଖୋଲିବା ପରେ ମହାଦଶମୀରେ ପୁଣି ମା’ଙ୍କ ଆଖିରେ ବନ୍ଧା ହେବ  ।

ବୀରମହାରାଜପୁରରେ ପାର୍ବଣର ମହକ: ମନମୋହୁଛି ଲୋକନୃତ୍ୟ

ବୀରମହାରାଜପୁରରେ ପାର୍ବଣର ମହକ: ମନମୋହୁଛି ଲୋକନୃତ୍ୟ

ବୀରମହାରାଜପୁର,୧୯।୧୦(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ୩ଟି ପୂଜା କମିଟି ଆନୁକୂଲ୍ୟରେ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ କରାଯାଇଛି। ଉଫୁଲାସ୍ଥିତ ଶୈଲସୂତା କ୍ଲବ ପୂଜା କମିଟି ପକ୍ଷରୁ ପାଳିତ ହୋଇଆସୁଥିବା ଶାରଦୀୟ ପୂଜା ଉତ୍ସବ ସର୍ବପୁରାତନ ହୋଇଥିବା ବେଳେ ମୁଖ୍ୟବସ୍ତିର ତ୍ରିବେଣୀଛକ ଦୁର୍ଗାପୂଜା ୨୧ବର୍ଷରେ ପହଞ୍ଚିଛି।

ଆଦିବାସୀଙ୍କ ନିଆରା ପରମ୍ପରା : ୨୦ରୁ ଊର୍ଦ୍ଧ୍ୱ ଲାଠି ପୂଜା ପାଇଲେ

ଆଦିବାସୀଙ୍କ ନିଆରା ପରମ୍ପରା : ୨୦ରୁ ଊର୍ଦ୍ଧ୍ୱ ଲାଠି ପୂଜା ପାଇଲେ

କୋରାପୁଟ,୧୯।୧୦(ସ୍ବ.ପ୍ର)-କେଉଁ ଆବାହାନକାଳୁ ଜୟପୁର ମହାରାଜାଙ୍କ ଉଧ୍ୟମରେ ଆଦିବାସୀମାନେ ଲାଠିଯାତ୍ରା ପାଳନ କରିଆସୁଥିବା ନଜିର ରହିଛି । ଦଶହରା ଅବସରରେ କୋରାପୁଟଠାରେ ଆଦିବାସୀମାନଙ୍କ ନିଆରା ପରମ୍ପରା ସ୍ବରୂପ ଲାଠି ଶୋଭାଯାତ୍ର ପାଳନ ହୋଇଥାଏ । ଏଠାରେ ଲାଠିକୁ ଦେବୀଦେବାଭାବେ ସେମାନେ ପୂଜା କରିଥାନ୍ତି ।

ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଅଭାବନୀୟ ଘଟଣା: ବ୍ଲେଡରେ ବେକ କାଟିଲେ ବୃଦ୍ଧ

ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଅଭାବନୀୟ ଘଟଣା: ବ୍ଲେଡରେ ବେକ କାଟିଲେ ବୃଦ୍ଧ

ବ୍ରହ୍ମପୁର ଅଫିସ,୧୯ା୧୦-ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବୃଦ୍ଧା ଏକ ବ୍ଲେଡ୍‌ରେ ନିଜ ବେକକୁ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆସିକା ବ୍ଲକ ସିଦ୍ଧନଇ ପଞ୍ଚାୟତ ମହାରାଜା ଗ୍ରାମର ଟୁଙ୍ଗୁରୁ ବେହେରା ସୁରତ୍‌ରେ କାମ କରୁଛନ୍ତି । 

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

କାକଟପୁର,୧୯।୧୦(ଡି.ଏନ୍‌.ଏ.)- ଶୁକ୍ରବାର ମହାଦଶମୀ ଅବସରରେ ପ୍ରାତଃରୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥିଲା କାକଟପୁରର ମା’ ମଙ୍ଗଳା ମନ୍ଦିରକୁ। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ  ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇ ପଡିଥିଲା ମଙ୍ଗଳା ମନ୍ଦିର । 

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟା

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟା

କଟକ ଅଫିସ,୧୯।୧୦- ଓଡ଼ିଶାର ଯେକୌଣସି ଅଞ୍ଚଳରେ ବୁଲିଲେ ମଧ୍ୟ ଦୁର୍ଗାପୂଜା ପାଇଁ କଟକ ସହର ବେଶ ଜଣାଶୁଣା। ସେଠାକାର ମଣ୍ଡପରେ ହୋଇଥିବା ଆକର୍ଷଣୀୟ ମୂର୍ତ୍ତି ହେଉ କି ସୁସଜ୍ଜିତ ତୋରଣ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । 

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ମିଳିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ଟଙ୍କା ସବ୍‌ସିଡି ମିଳିବ। ସେହିଭଳି ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଦିଆଯିବ ବୋଲି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶୁକ୍ରବାର  ଦଶହରା ପର୍ବ ବା ବିଜୟା ଦଶମୀ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଉକ୍ତ ବ୍ଳକର ଦାରିଙ୍ଗବାଡ଼ି ସମେତ ସିମନବାଡ଼ିଠାରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୁର୍ତ୍ତି ସ୍ଥାପନ କରାଯାଇ ପୁଜାର୍ଚ୍ଚନା କରାଯାଉଛି। ଦଶମୀ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଭିଡ଼ ଜମାଇଥିଲେ ।