Dharitri News
ରାଜ୍ୟ |

ଡେପୁଟି କମାଣ୍ଡାଣ୍ଟ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ବଦଳି

ଡେପୁଟି କମାଣ୍ଡାଣ୍ଟ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ବଦଳି କଟକ ଅଫିସ, ୧୨।୧୨- ଓଡ଼ିଶା ପୋଲିସରେ କାର୍ଯ୍ୟରତ ଡେପୁଟି କମାଣ୍ଡାଣ୍ଟ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ସୁବେଦାରଙ୍କ ବଦଳି ହୋଇଛି। ମଙ୍ଗଳବାର ଟ୍ରାନ୍ସଫର କମିଟି ବୈଠକରେ ଉକ୍ତ ବଦଳି ନିଷ୍ପତ୍ତି ଗୃହୀତ ହୋଇଛି। ଡେପୁଟି କମାଣ୍ଡାଣ୍ଟ ବିନୋଦ କୁମାର ଦାସଙ୍କୁ କୋରାପୁଟ ଅପର କୋଲାବର ସପ୍ତମ ଆଇଆର୍‌ବି ବାଟାଲିୟନକୁ ବଦଳି ହୋଇଛି। ଡେପୁଟି କମାଣ୍ଡାଣ୍ଟ ଜୁରିଆ ବେହେରାଙ୍କୁ ସମ୍ବଲପୁର ପ୍ରଥମ ଏସ୍‌ଏସ୍‌ ବାଟାଲିୟନ ସହ ବରଗଡ଼ ହେଡକ୍ବାର୍ଟରରେ ଅବସ୍ଥାପିତ କରାଯାଇଛି। ଡେପୁଟି କମାଣ୍ଡାଣ୍ଟ ଲକ୍ଷ୍ମୀଧର ମହାରଣାଙ୍କୁ ସମ୍ବଲପୁର ପ୍ରଥମ ଏସ୍‌ଏସ୍‌ ବାଟାଲିୟନ ସହ ବରଗଡ଼ ହେଡ୍‌କ୍ବାର୍ଟର ଦାୟିତ୍ୱ ଦିଆଯାଇଛି। କଟକ ଷଷ୍ଠ ବାଟାଲିୟନର ସୁବେଦାର ମାନସ ରଞ୍ଜନ ରାଉତଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି। ତାଙ୍କୁ ପଦୋନ୍ନତି ଦିଆଯାଇ କୋରାପୁଟ ତୃତୀୟ ଓଏସ୍‌ଏପି ବାଟାଲିୟନରେ ଅବସ୍ଥାପିତ କରାଯାଇଛି। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ କେନ୍ଦୁଝର ଦ୍ୱିତୀୟ ଏସ୍‌ଏସ୍‌ ବାଟାଲିୟନ ସହିତ ପୁରୀ ଜଗନ୍ନାଥ ମନ୍ଦିର ସୁରକ୍ଷା ଦାୟିତ୍ୱ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କୌଶିକ କୁମାର ନାୟକଙ୍କୁ କେନ୍ଦୁଝର ଦ୍ୱିତୀୟ ଏସ୍‌ଏସ୍‌ ବାଟାଲିୟନ ସହ କେନ୍ଦୁଝର ହେଡ୍‌କ୍ବାର୍ଟର ଦାୟିତ୍ୱ, ଆସିଷ୍ଟାଣ୍ଡ୍‌ କମାଣ୍ଡାଣ୍ଟ ସୁବାସ ଚନ୍ଦ୍ର ଭୋଇ ଓ ଶରତ ଜାନିଙ୍କୁ ରାଉରକେଲା ଚତୁର୍ଥ ଓଏସ୍‌ଏପି ବାଟାଲିୟନ ସହିତ ଓଏସ୍‌ଏଏଫ୍‌ ୟୁନିଟ୍‌ କାର୍ଯ୍ୟ ତୁଲାଇବା ପାଇଁ ଅବସ୍ଥାପିତ କରାଯାଇଛି। ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସୂର୍ଯ୍ୟକାନ୍ତ ମହାନ୍ତିଙ୍କୁ କଟକ ସହରାଞ୍ଚଳ ପୋଲିସ ଜିଲାର ହୋମଗାର୍ଡ ବିଭାଗ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ବେଲାର ମେହେରଙ୍କୁ ବୌଦ୍ଧ ପଞ୍ଚମ ଆଇଆର୍‌ ବାଟାଲିୟନକୁ ବଦଳି କରାଯାଇଛି। ଏତଦ୍‌ବ୍ୟତୀତ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ପ୍ରସନ୍ନ କୁମାର ରାଉତଙ୍କୁ ରାୟଗଡ଼ା ଦ୍ୱିତୀୟ ଆଇଆର୍‌ ବାଟାଲିୟନକୁ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ରାମଚନ୍ଦ୍ର ପ୍ରଧାନ ଓ ଶିବ ନାରାୟଣ ନାୟକଙ୍କୁ ଖୋର୍ଦ୍ଧା ଜାମୁଝରି ଓଆଇଏସ୍‌ଏଫ୍‌କୁ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସନ୍ତୋଷ କୁମାର ବିଶ୍ୱାଳଙ୍କୁ ବାରିପଦା ପଞ୍ଚମ ଓଏସ୍‌ଏପି ବାଟାଲିୟନ ସହ ବାଲେଶ୍ୱରସ୍ଥିତ ଓଏସ୍‌ଏଏଫ୍‌ ୟୁନିଟ୍‌ କାର୍ଯ୍ୟ ତୁଲାଇବା ନିମନ୍ତେ ଅବସ୍ଥାପିତ କରାଯାଇଛି। ସେହିପରି ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ ମାନଭଞ୍ଜନ ଛୁରା ରାଉରକେଲା ଓଏସ୍‌ଏପି ୪ର୍ଥ ବାଟାଲିୟନକୁ ବଦଳି ସହ ସହ ଓଏସ୍‌ଏଫ୍‌ ୟୁନିଟ୍‌ ଓ ତରୁଣ କୁମାର ମଲ୍ଲିକଙ୍କୁ କଟକ ଓଏଚ୍‌ଏପି ଷଷ୍ଠ ବାଟାଲିୟନକୁ ବଦଳି ସହ ଓଏସ୍‌ଏଫ୍‌ ୟୁନିଟ୍‌ ଦାୟିତ୍ୱ ଦିଆଯାଇଛି।

ରାଜ୍ୟ |

ସନ୍ଦେହଘେରରେ ପୋଲିସ ଭୂମିକା

ସନ୍ଦେହଘେରରେ ପୋଲିସ ଭୂମିକା

ଭୁବନେଶ୍ୱର,୨୨ା୧(ବ୍ୟୁରୋ) : ଗଣବଳାତ୍କାର ୧୦୦ ଦିନ ପରେ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ମିଳି ପାରିଲା ନାହିଁ। ପୋଲିସର ହେରଫେର ତଦନ୍ତ ରିପୋର୍ଟ ଏବଂ ଲୋକଲଜ୍ଜାକୁ ସହି ନ ପାରି ଶେଷରେ ଆମତ୍ହତ୍ୟା ଭଳି ଏକ କଠିନ ପନ୍ଥାକୁ ଆପଣାଇ ନେଲେ ପୀଡିତା।

 ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପଟ୍ଟାଙ୍ଗୀ,୨୨।୧(ଡି.ଏନ.ଏ.): ୨୦୧୭ ଅକ୍ଟୋବର ୧୦ରୁ ୨୦୧୮ ଜାନୁୟାରୀ ୨୨। ୪ମାସରୁ ଉର୍ଦ୍ଧ୍ୱକାଳ ନ୍ୟାୟ ପାଇଁ ଲଢେଇ କରି ନିରାଶ କୁନ୍ଦୁଲି ନାବାଳିକା ଶେଷରେ ଆତ୍ମହତ୍ୟାର ପଥ ବାଛି ନେଲେ।

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ)- ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ରବିବାର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି।

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୧(ସ୍ବ.ପ୍ର.): ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହି ଉପନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ବୋଲି ସୋମବାର ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କଟକ ଅଫିସ, ୨୨।୧- କୋକେଇ ବନ୍ଧା ସରିଥିଲା। ପରିଜନଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଯାଇଥିଲା। ହେଲେ ଶ୍ମଶାନ ଅଭିମୁଖେ କୋକେଇ ଉଠିଲା ବେଳକୁ ତାହା ହଲିବା ସହ କଥାସ୍ବର ଶୁଣାଯାଇଥିଲା।

ମହାପ୍ରଭୁଙ୍କ ଚାଚେରି ବେଶ

ମହାପ୍ରଭୁଙ୍କ ଚାଚେରି ବେଶ

ପୁରୀ ଅଫିସ, ୨୨।୧: ପବିତ୍ର ବସନ୍ତ ପଞ୍ଚମୀରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରି ବେଶ ଅନୁଷ୍ଠିତ ହୋଇଛି। ହଜାର ହଜାର ଭକ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇଥିଲା।

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

ଭୁବନେଶ୍ୱର,୨୨।୧(ବ୍ୟୁରୋ)/ପୁରୀ ଅଫିସ: ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ପଟ୍ଟାଭିଷେକର ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି।

ଅନୁକୂଳ ହେଲା ରଥକାଠ

ଅନୁକୂଳ ହେଲା ରଥକାଠ

ପୁରୀ ଅଫିସ, ୨୨।୧: ଆସନ୍ତା ଜୁଲାଇ ୧୪ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଦାରୁଦିଅଁଙ୍କ ଲାଗି ପ୍ରସ୍ତୁତ ହେବ ତିନିରଥ। ସୋମବାର ପବିତ୍ର ବସନ୍ତ ପଞ୍ଚମୀରେ ରଥକାଠ ଅନୁକୂଳ କରାଯାଇଛି।

‘ରାଜନୈତିକ ଅଭିସନ୍ଧି ରଖି ସମାଲୋଚନା କରିବା ଭାଜପାର ହୀନମନ୍ୟତା’

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରସଙ୍ଗରେ ଭାଜପାର ସମାଲୋଚନା ଦଳର ହୀନମନ୍ୟତାର ପରିଚୟ ଦେଉଛି। ଏହାକୁ କୌଣସି ଓଡ଼ିଆ ଗ୍ରହଣ କରିବେ ନାହିଁ ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ କୁମାର ନାୟକ ସୋମବାର ପ୍ରକାଶ କରିଛନ୍ତି।

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସାକ୍ଷୀଗୋପାଳ,୨୨।୧(ଡି.ଏନ୍‌.ଏ): ସତ୍ୟବାଦୀ ଥାନା ଶୁକଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସକାଳେ ଏହି ଦୁଃଖଦାୟକ ଘଟଣା ନେଇ ସୂଚନା ପାଇ କଣାସ ଓ ସତ୍ୟବାଦୀରୁ ଶତାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ।

 ‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’କୁ ଭାଜପାର ସମାଲୋଚନା

‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’କୁ ଭାଜପାର ସମାଲୋଚନା

ଭୁବନେଶ୍ୱର,୨୨।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ଭାଜପା ପକ୍ଷରୁ ଏହାକୁ ସମାଲୋଚନା କରାଯାଇଛି। ଏ ନେଇ ସୋମବାର ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଉ ଛଳନା ନ କରନ୍ତୁ।

  ଅଧା ରହିଗଲା ଚାକିରି ସ୍ବପ୍ନ: ସନ୍ତରଣ ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ

ଅଧା ରହିଗଲା ଚାକିରି ସ୍ବପ୍ନ: ସନ୍ତରଣ ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୧।୧(ଡି.ଏନ.ଏ)- ଚାକିରି କରିବାର ସ୍ବପ୍ନ ଥିଲା। ଆଗକୁ ଏକ ସରକାରୀ ଚାକିରି ପାଇଁ ସନ୍ତରଣ ପରୀକ୍ଷା ମଧ୍ୟ ଥିଲା। ଏଥିପାଇଁ ସାଙ୍ଗ ସହ ମିଶି ଜୋରଦାର ପ୍ରସ୍ତୁତି ଚଳାଇଥିଲେ।