ରାଜ୍ୟ |

ହଟ୍ଟଗୋଳ, ମୁଲତବୀରେ ଚାଲିଛି ଗୃହକାର୍ଯ୍ୟ

ହଟ୍ଟଗୋଳ, ମୁଲତବୀରେ ଚାଲିଛି ଗୃହକାର୍ଯ୍ୟ
ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ମଙ୍ଗଳବାର ପୁଣି ବିଧାନସଭାରେ ହଟ୍ଟଗୋଳ କରିଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ। ଫଳରେ ବାଚସ୍ପତି ପ୍ରଦୀପ କୁମାର ଅମାତ୍‌ ୨ ଥର ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ପ୍ରଥମେ ୧୦ଟା ୩୧ରୁ ୧୨ଟା ପର୍ଯ୍ୟନ୍ତ ଏବଂ ପୁଣି ୧୨ଟା ୩ରୁ ୩ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ କରିଛନ୍ତି। ବିରୋଧୀ କଂଗ୍ରେସ ଅଭାବୀ ଧାନ ବିକ୍ରି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ସମାଲୋଚନା କରି ନାରାବାଜି କରିଥିବାବେଳେ ଫସଲ ବୀମାକୁ ନେଇ ଶାସକ ବିଜେଡିକୁ ଭାଜପା ଟାର୍ଗେଟ କରିଛି। ଅପରପକ୍ଷରେ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ଭର୍ତ୍ସନା କରି ବିଜେଡି ନାରା ଦେଇଛି। ତିନି ଦଳ ତିନି ପ୍ରସଙ୍ଗରେ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
All Right Reserved By

ରାଜ୍ୟ |

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ:କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ବୋର୍ଡର ଚିଠି

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ:କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ବୋର୍ଡର ଚିଠି

କଟକ ଅଫିସ, ୧୬।୧- ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ରାଜ୍ୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ଲିକ୍‌ ହୋଇଛି। ସୋସିଆଲ୍‌ ମିଡିଆରେ ତାହା ଭାଇରାଲ ହେବା ପରେ ବୋର୍ଡ ପକ୍ଷରୁ ପରୀକ୍ଷାକୁ ବାତିଲ କରିଦିଆଯାଇଛି।

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଜବତ

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଜବତ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ)- ମଞ୍ଚେଶ୍ୱର ପାସେଞ୍ଜର ହଲ୍‌ଟ ନିକଟ ରେଳ ଧାରଣାରୁ ବୁଧବାର ଜଣେ ଯୁବକଙ୍କ ମୃତଦେହକୁ ପୋଲିସ ଜବତ କରିଛି।

୨୮ରେ ଦଇତାପତି ନିଯୋଗ ନିର୍ବାଚନ: ୧୯ରେ ପ୍ରାର୍ଥିପତ୍ର ଦାଖଲ, ୨୦ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

୨୮ରେ ଦଇତାପତି ନିଯୋଗ ନିର୍ବାଚନ: ୧୯ରେ ପ୍ରାର୍ଥିପତ୍ର ଦାଖଲ, ୨୦ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ପୁରୀ ଅଫିସ,୧୬ା୧: ଦଇତାପତି ନିଯୋଗ ନିର୍ବାଚନକୁ ନେଇ ଗତ କିଛିଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନାର ଏକ ପ୍ରକାର ଅବସାନ ଘଟିଛି। ଆସନ୍ତା ୨୮ ତାରିଖରେ ନିଯୋଗର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ବୁଧବାର ନିଯୋଗର ସ୍ଥାୟୀ ସଭାପତି ନବକିଶୋର ପତିମହାପାତ୍ର ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛନ୍ତି। ଅପରାହ୍ନ ପ୍ରାୟ ୧ଟାରେ ପତିମହାପାତ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳଙ୍କୁ ନିର୍ବାଚନ ପ୍ରକ୍ରିୟାର କାର୍ଯ୍ୟସୂଚୀ ପ୍ରଦାନ କରିଛନ୍ତି।

ଫ୍ୟାନରେ ଝୁଲି ଆତ୍ମହତ୍ୟା

ଫ୍ୟାନରେ ଝୁଲି ଆତ୍ମହତ୍ୟା

ଭୁବନେଶ୍ୱର, ୧୬ା୧(ବ୍ୟୁରୋ)- ଖାରବେଳନଗର ଥାନା ଅଧୀନ ସତ୍ୟନଗର ଅଞ୍ଚଳରେ ପ୍ଲଟ ନଂ. ୩୦୦ରେ ରହୁଥିବା ସ୍ମିତେନ୍ଦୁ ଦାସ ନାମକ ବ୍ୟକ୍ତି ବୁଧବାର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି।

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ)- କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଜାଗାବାଡିକୁ ନେଇ ମହିଳାଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଜାଗାବାଡିକୁ ନେଇ ମହିଳାଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଜମିବାଡି ବିବାଦକୁ ନେଇ ଜଣେ ମହିଳା ଏବଂ ତାଙ୍କ ପରିବାରକୁ ଆକ୍ରମଣ କରିବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ନେତାଙ୍କ ଘରେ ଚାଲିଛି ଧାନକିଣା:ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ଚାଷୀ

ନେତାଙ୍କ ଘରେ ଚାଲିଛି ଧାନକିଣା:ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ଚାଷୀ

ଭଦ୍ରକ ଅଫିସ, ୧୬।୧ - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଯଶିପୁର ଓ ନୂଆଗଁା ପଞ୍ଚାୟତର ଗରିବ ଚାଷୀମାନେ ବୁଧବାର ସମବାୟ ସମିତି ସହନିବନ୍ଧକ (ଏଆର୍‌ସିଏସ୍‌)ଙ୍କୁ ଭେଟି ଯଶିପୁର ସେବା ସମବାୟ ସମିତିରେ ଧାନକିଣାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି।

କୁମ୍ଭୀର ଗଣନା ଶେଷ: ଗତବର୍ଷ ତୁଳନାରେ ୬ ଅଧିକ

କୁମ୍ଭୀର ଗଣନା ଶେଷ: ଗତବର୍ଷ ତୁଳନାରେ ୬ ଅଧିକ

ଚାନ୍ଦବାଲି, ୧୬।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ସାଳନ୍ଦୀ, ବୈତରଣୀ ଓ ମନ୍ତେଈ ନଦୀରେ କୁମ୍ଭୀର ଗଣନା ଶେଷ ହୋଇଛି। 

ଶାମ୍ବ ଦଶମୀରେ ଘରେ ଘରେ ସୂର୍ଯ୍ୟ ପୂଜା

ଶାମ୍ବ ଦଶମୀରେ ଘରେ ଘରେ ସୂର୍ଯ୍ୟ ପୂଜା

କାକଟପୁର, ୧୬।୧(ଡି.ଏନ୍‌.ଏ.): ପୌଷମାସ ଶୁକ୍ଲପକ୍ଷ ଦଶମୀ ତିଥି ଅର୍ଥାତ୍‌ ବୁଧବାର ହେଉଛି ଶାମ୍ବ ଦଶମୀ। ଉପକୂଳବର୍ତ୍ତୀ ଅସ୍ତରଙ୍ଗ, କାକଟପୁର, ନୟାହାଟ, ତୁଳସୀପୁର, ବାଙ୍ଗୁରିଙ୍ଗା ପ୍ରଭୃତି ଅଞ୍ଚଳରେ ଏହି ଅବସରରେ ପାଳିତ ହେଉଛି ଶାମ୍ବ ଦଶମୀ ପୂଜା। ପରିବାରର ସମସ୍ତେ ନିରୋଗ ରହିବାକୁ ଶାମ୍ବଦଶମୀ ପୂଜା ହୋଇଥାଏ। 

୨୦୨୨ ସୁଦ୍ଧା ସବୁ ଜିଲାରେ ସିଏନ୍‌ଜି: ଧର୍ମେନ୍ଦ୍ର ପ୍ରଧାନ

୨୦୨୨ ସୁଦ୍ଧା ସବୁ ଜିଲାରେ ସିଏନ୍‌ଜି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୬।୧(ବ୍ୟୁରୋ): ବର୍ତ୍ତମାନ ଘରେ ଘରେ ବିଜୁଳି ଏବଂ ରନ୍ଧନ ଗ୍ୟାସ ପହଞ୍ଚିଛି।  ୪ଶହ ଜିଲାରେ ସିଏନ୍‌ଜି ପହଞ୍ଚିସାରିଛି। ଆଗାମୀ ୨୦୨୨ ସୁଦ୍ଧା ସବୁ ଜିଲାରେ ସିଏନ୍‌ଜି ପହଞ୍ଚାଇ ଶକ୍ତି ସଂରକ୍ଷଣ  ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

କିଛିଦିନ ଯାଉ ଖତ ହୋଇଯିବେ: ଆର୍ଯ୍ୟ

କିଛିଦିନ ଯାଉ ଖତ ହୋଇଯିବେ: ଆର୍ଯ୍ୟ

ଭୁବନେଶ୍ୱର, ୧୬।୧(ବ୍ୟୁରୋ):  କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ଏବଂ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଝାରସୁଗୁଡ଼ା ବିଧାୟକ ନବ ଦାସ ବୁଧବାର ଇସ୍ତଫା ଦେଇଛନ୍ତି ।

ଅନୁଗୋଳ ପୌରପାଳିକାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ଏମ୍‌ପି

ଅନୁଗୋଳ ପୌରପାଳିକାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ଏମ୍‌ପି

ଅନୁଗୋଳ ଅଫିସ,୧୬।୧: ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ବୁଧବାର ଅନୁଗୋଳ ପୌରପାଳିକା ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।