Dharitri News
ରାଜ୍ୟ |

ସ୍ବର୍ଗଦ୍ୱାର ଆଧୁନିକ ଶବଦାହ କେନ୍ଦ୍ର: ଲୁଣି ହାଓ୍ବା ଖାଇଗଲା ୭୦ଲକ୍ଷ

ସ୍ବର୍ଗଦ୍ୱାର ଆଧୁନିକ ଶବଦାହ କେନ୍ଦ୍ର: ଲୁଣି ହାଓ୍ବା ଖାଇଗଲା ୭୦ଲକ୍ଷ ପୁରୀ ଅଫିସ,୧୧।୧୨: ପ୍ରଦୂଷଣ ରୋକିବା ଲାଗି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶକ୍ରମେ ସ୍ବର୍ଗଦ୍ୱାର ଶ୍ମଶାନରେ ଆଧୁନିକ ଶବଦାହ କେନ୍ଦ୍ର ସ୍ଥାପନ କରାଯାଇଥିଲା। ହେଲେ ଏହା ଦୀର୍ଘ ବର୍ଷ ଧରି ଅବ୍ୟବହୃତ ହୋଇ ପଡି ରହିବା ଫଳରେ ଲୁଣି ପବନ ବାଜି ଏହାର ଚିମିନି, ମେଶିନ ଏବଂ ଶବଦାହ କେନ୍ଦ୍ରର ଟିଣ ନଷ୍ଟ ହୋଇଛି। ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ଏନ୍‌ଜିଟି ନିର୍ଦ୍ଦେଶ ଦେଇଛି। ଏଥିପାଇଁ ପୌରସଂସ୍ଥା ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଉକ୍ତ ଶବଦାହ କେନ୍ଦ୍ର ତଥା ଚିମିନି ସ୍ଥାପନ କରିଥିବା ସଂସ୍ଥାକୁ ଚିଠି ଲେଖାଯାଇଛି। କିନ୍ତୁ ଏବର ସ୍ଥିତି ଯାହା, ମରାମତି କଲେ ଘୋଡା ଛଅ ଟଙ୍କାକୁ ଦାନା ନଅ ଟଙ୍କା ସ୍ଥିତି ଉପୁଜିବ ବୋଲି କୁହାଯାଉଛି। ଫଳରେ ଏହି ଶବଦାହ କେନ୍ଦ୍ର ସ୍ଥାପନ ଲାଗି ଖର୍ଚ୍ଚ ହୋଇଥିବା ୭୦ଲକ୍ଷ ଟଙ୍କା ପାଣିରେ ପଡିଛି। ପୁରୀ ସହର ବାଲିସାହି ମୌଜାରେ ସମୁଦ୍ରକୂଳକୁ ଲାଗି ସମଗ୍ର ହିନ୍ଦୁ ସଂପ୍ରଦାୟ ପବିତ୍ର ଶଶ୍ମାନ ସ୍ବର୍ଗଦ୍ୱାର ରହିଛି। ଏଠି ଶବଦାହ କଲେ ସ୍ବର୍ଗପ୍ରାପ୍ତି ହୁଏ ବୋଲି ପ୍ରତିଟି ହିନ୍ଦୁଙ୍କ ବିଶ୍ୱାସ ରହିଛି। ସେଥିଲାଗି ହିନ୍ଦୁ ସମ୍ପ୍ରଦାୟର ଲୋକ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ଦାହ ଲାଗି ସ୍ବର୍ଗଦାର ଆସିଥାନ୍ତି। ଏହି ଶ୍ମଶାନରେ ଦିନକୁ ହାରାହାରି ୫୦ରୁ ଊର୍ଦ୍ଧ୍ୱ ଶବଦାହ ହେଉଛି। ବିଶେଷକରି କାଠରେ ଶବଦାହ ବେଳେ ଧୂଆଁ ଯୋଗୁ ପ୍ରଦୂଷଣ ବୃଦ୍ଧି ପାଉଥିବା ନେଇ ଏନଜିଟିରେ ଏକ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଏନ୍‌ଜିଟି ଅସନ୍ତୋଷ ବ୍ୟକ୍ତି କରିଥିଲେ। ଚିମିନିଯୁକ୍ତ ଅତ୍ୟାଧୁନିକ ଶବଦାହ କେନ୍ଦ୍ର ନିର୍ମାଣ ଲାଗି ଏନ୍‌ଜିଟି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପୌରପାଳିକାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରାୟ ୭୦ଲକ୍ଷ ଟଙ୍କା ବ୍ୟୟରେ ଏହି ଶବଦାହ କେନ୍ଦ୍ର ନିର୍ମାଣ କରାଯାଇଛି। ୨୦୧୫ ଜାନୁୟାରୀ ୧୩ରେ ଏହି ଶବଦାହ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିଲା। ଏହାକୁ ତତ୍‌କାଳୀନ ନବକଳେବର ଭିତ୍ତିଭୂମି ଓ ତଦାରଖ କମିଟି ଅଧ୍ୟକ୍ଷ ତଥା ବର୍ତ୍ତମାନର ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉଦ୍‌ଘାଟନ କରିଥିଲେ। ଶବଦାହ କେନ୍ଦ୍ରର ଡିଜାଇନ ଭଜିନ ଟେକ୍‌ ନାମକ ସଂସ୍ଥା କରିଥିବାବେଳେ ଇଡ୍‌କୋ ପକ୍ଷରୁ ନିର୍ମାଣ କାର୍ଯ୍ୟ କରାଯାଇଛି। ଉକ୍ତ ଶବଦାହ କେନ୍ଦ୍ରରେ ୨୦ମିଟର ଉଚ୍ଚତାର ଲୁହାରେ ନିର୍ମିତ ଏକ ଚିମିନି ଲାଗିଛି। ଶବଦାହ ବେଳେ ଧୂଆଁ ବହୁ ଉଚ୍ଚତାକୁ ଯାଇ ନିଷ୍କାସିତ ହେବାର ବ୍ୟବସ୍ଥା ରହିଛି। କିନ୍ତୁ ଉକ୍ତ କେନ୍ଦ୍ରରେ ଶବଦାହ କରିବା ଲାଗି ଲୋକମାନେ ଇଚ୍ଛା ପ୍ରକାଶ କରୁନାହାନ୍ତି। ଶବଦାହ କେନ୍ଦ୍ରରେ ଶବ ସତ୍କାର କଲେ ୫ଶହ ଟଙ୍କା ପ୍ରୋତ୍ସାହନ ରାଶି ଦେବା ଲାଗି ମଧ୍ୟ ପୌରସଂସ୍ଥା ଘୋଷଣା କରିଥିଲା। ଏ ସବୁ ସତ୍ତ୍ବେ ଧର୍ମୀୟ ଭାବନା ସହିତ ଜଡିତ ହୋଇ ଲୋକେ ଉକ୍ତ କେନ୍ଦ୍ରରେ ଶବଦାହ ନ କରି ଶଶ୍ମାନର ଖୋଲାସ୍ଥାନ ବାଲି ଉପରେ କରିବା ଫଳରେ ଏହା ଅବ୍ୟବହୃତ ହୋଇ ପଡି ରହିଛି। ଅନ୍ୟପକ୍ଷରେ ଉକ୍ତ ଶବଦାହ କେନ୍ଦ୍ରରେ ମଧ୍ୟ ଉପଯୁକ୍ତ ପରିଚାଳନା କରାଗଲା ନାହିଁ। ଶବ ଦାହ କେନ୍ଦ୍ର ପ୍ରତିଷ୍ଠା ଦିନଠାରୁ ସେଥିରେ ମାତ୍ର ୫୦ ରୁ ୬୦ଟି ଶବ ସତ୍କାର କରାଯାଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, ଶବଦାହ ଚୁଲା କାର୍ଯ୍ୟକ୍ଷମ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସମ୍ପୃକ୍ତ ସଂସ୍ଥାକୁ ଚିଠି ଲେଖାଯାଇଛି। ମରାମତି ପରେ କାର୍ଯ୍ୟକ୍ଷମ ହେବ। କିନ୍ତୁ ଲୋକମାନେ ସେଥିରେ ଶବ ସତ୍କାର କରିବା ଲାଗି ଆଗ୍ରହ ପ୍ରକାଶ କରୁ ନ ଥିବାରୁ ଏଭଳି ସ୍ଥିତି ହୋଇଛି ବୋଲି ସେ କହିଛନ୍ତି।

ରାଜ୍ୟ |

ମହାନଦୀ ପ୍ରସଙ୍ଗରେ ବସିବ ଗୃହ କମିଟି ବୈଠକ

ମହାନଦୀ ପ୍ରସଙ୍ଗରେ ବସିବ ଗୃହ କମିଟି ବୈଠକ

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- ମହାନଦୀ ପ୍ରସଙ୍ଗରେ ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ସେ ନେଇ ଗୃହ କମିଟି ବୈଠକରେ ସ୍ଥିର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ।

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ୬,୫୦୦ କୋଟି ଅନୁଦାନ ଦେବାକୁ ଦାବି

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ୬,୫୦୦ କୋଟି ଅନୁଦାନ ଦେବାକୁ ଦାବି

ଭୁବନେଶ୍ୱର,୧୭।୧(ବ୍ୟୁରୋ): ଆଗାମୀ ସାଧାରଣ ବଜେଟରେ ଓଡିଶାକୁ ରେଳବାଇ ଅନୁଦାନ ଦାବି କରି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟକୁ ୬ ହଜାର ୫ଶହ କୋଟିର ରେଳବାଇ ଅନୁଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି

ଭୁବନେଶ୍ୱର ୧୭।୧(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଦୀପକ କୁମାର ବେହେରା। ବୁଧବାର ଗଭର୍ଣ୍ଣର ଡ. ଏସ୍‌. ସି ଜମିର ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।

୨୬ରୁ ଧାରଣାରେ ବସିବ ଶକ୍ତି  ବିଭାଗ କର୍ମଚାରୀସଂଘ

୨୬ରୁ ଧାରଣାରେ ବସିବ ଶକ୍ତି ବିଭାଗ କର୍ମଚାରୀସଂଘ

ଭୁବନେଶ୍ୱର,୧୭।୧(ବ୍ୟୁରୋ)- ଆସନ୍ତା ଫେବୃୟାରୀ ୨୬ ତାରିଖରୁ ଓଡ଼ିଶା ଶକ୍ତି ବିଭାଗ କର୍ମଚାରୀ ସଂଘ କ୍ରମାଗତଭାବେ ଧାରଣା ଓ ଅନଶନରେ ବସିବ। ଏନେଇ ସଂଘର ସଭାପତି ଧୋବେଇ ସାହୁ ମଙ୍ଗଳବାର ସୂଚନା ଦେଇଛନ୍ତି।

ବିଡିଓ, ତହସିଲଦାର  ସ୍ତରରେ ଅଦଳବଦଳ

ବିଡିଓ, ତହସିଲଦାର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୭।୧(ବ୍ୟୁରୋ)- ସାରା ରାଜ୍ୟର ୬୦ଟି ବ୍ଲକ୍‌ ପାଇଁ ବ୍ଲକ୍‌ ଉନ୍ନୟନ ଅଧିକାରୀ(ବିଡିଓ)ଙ୍କୁ ଅଦଳବଦଳ କରାଯାଇଛି। ମଙ୍ଗଳବାର ଏନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ଇନ୍‌ପୁଟ୍‌  ସବ୍‌ସିଡି ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କର

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କର

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନ୍ତର୍ଗତ ଗଠିତ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।

ଶେଷହେବ ଯାତ୍ରାର ଯାତ୍ରା

ଶେଷହେବ ଯାତ୍ରାର ଯାତ୍ରା

ଭୁବନେଶ୍ୱର,୧୭।୧(ବ୍ୟୁରୋ): ଆଗାମୀ ଅଗଷ୍ଟ ମାସରୁ ବନ୍ଦ ହେବକୁ ଯାଉଛି ସମସ୍ତ ଯାତ୍ରାପାର୍ଟି। ଏ ନେଇ ଯାତ୍ରା ମାଲିକ ସଂଘ ପକ୍ଷରୁ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ରଥ କାଠ ପାଇଁ ବୌଦ୍ଧ ଗଲେ ୫ ଜଣିଆ ଟିମ୍‌

ରଥ କାଠ ପାଇଁ ବୌଦ୍ଧ ଗଲେ ୫ ଜଣିଆ ଟିମ୍‌

ପୁରୀ ଅଫିସ, ୧୭।୧: ପ୍ରଥମ ଥର ପାଇଁ ବୌଦ୍ଧ ବନମଣ୍ଡଳରୁ ଆସିବ ରଥ କାଠ। ଏଥିଲାଗି ବୁଧବାର ଶ୍ରୀମନ୍ଦିର ପ୍ରଶାସନର ଏକ ୫ ଜଣିଆ ଟିମ୍‌ ବୌଦ୍ଧ ଯାତ୍ରା କରିଛନ୍ତି।

ବମ୍ବେ ସିଏସ୍‌ଟିରୁ ହଟିଲା ବିକୃତ ପୋଷ୍ଟର

ବମ୍ବେ ସିଏସ୍‌ଟିରୁ ହଟିଲା ବିକୃତ ପୋଷ୍ଟର

ପୁରୀ ଅଫିସ, ୧୭।୧: ବମ୍ବେର ଛତ୍ରପତି ଶିବାଜୀ ଟର୍ମିନସ ଷ୍ଟେଶନରେ ଲଗାଯାଇଥିଲା ବିକୃତ ପୋଷ୍ଟରକୁ ବୁଧବାର ଆଇଆରସିଟିସି ପକ୍ଷରୁ ହଟାଇ ଦିଆଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିରର ବିକୃତ ପୋଷ୍ଟରକୁ ନେଇ ବିକ୍ଷୋଭ

ଶ୍ରୀଜଗନ୍ନାଥ ମନ୍ଦିରର ବିକୃତ ପୋଷ୍ଟରକୁ ନେଇ ବିକ୍ଷୋଭ

ପୁରୀ ଅଫିସ, ୧୭।୧: ଭାରତୀୟ ରେଳବିଭାଗ ପକ୍ଷରୁ ଭାରତ ଦର୍ଶନ ପତ୍ରିକାରେ ଏକ ଇସ୍କନ ମନ୍ଦିରକୁ ଶ୍ରୀଜଗନ୍ନାଥ ମନ୍ଦିର ଭାବେ ଚିହ୍ନଟ କରାଯାଇଥିବା ପ୍ରତିବାଦରେ ବୁଧବାର ଶ୍ରୀଜଗନ୍ନାଥ ସେବା ପକ୍ଷରୁ ଆଇଆରସିଟିସି ବିରୋଧରେ ପୁରୀ ରେଳ ଷ୍ଟେସନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ନିମ୍ବ ଗଛରୁ ବାହାରୁଛି କ୍ଷୀର: ଚାଲିଛି ପୂଜାର୍ଚ୍ଚନା

ନିମ୍ବ ଗଛରୁ ବାହାରୁଛି କ୍ଷୀର: ଚାଲିଛି ପୂଜାର୍ଚ୍ଚନା

ମହାକାଳପଡ଼ା, ୧୭।୧(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଅଧୀନ ଲୁଣିମାଠିଆ ଆଦିବାସୀ ପଡ଼ା ଗ୍ରାମର ସୁକୁଲ ମାଝିଙ୍କ ବାଡ଼ିରେ ଥିବା ଏକ ନିମ୍ବ ଗଛରୁ କ୍ଷୀର ବାହାରୁଛି।

କଲେଜ କ୍ଲାସ ରୁମ୍‌ରେ ଛାତ୍ରୀଙ୍କୁ ଗଣବଳାତ୍କାର

କଲେଜ କ୍ଲାସ ରୁମ୍‌ରେ ଛାତ୍ରୀଙ୍କୁ ଗଣବଳାତ୍କାର

ଖୁଣ୍ଟୁଣୀ,୧୬।୧(ଡି.ଏନ୍‌.ଏ.)- କଟକ ଜିଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଏକ କଲେଜରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। କଲେଜରେ ଉତ୍ସବ ପାଳନ କରାଯାଉଥିବାବେଳେ ଜଣେ ଛାତ୍ର ଓ ଅନ୍ୟଜଣେ ଅଣଛାତ୍ର ଘଟାଇଛନ୍ତି ଏହି ଅମାନୁଷିକ କାଣ୍ଡ।