ରାୟଗଡା

କୂଅରେ ପଡି ଆଈ, ନାତୁଣୀ ମୃତ

କୂଅରେ ପଡି ଆଈ, ନାତୁଣୀ ମୃତ
କୋଷାଗୁମୁଡା,୧୧।୧୨(ଡି.ଏନ.ଏ)-ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ପଣ୍ଡୁଗୁଡା ପଞ୍ଚାୟତ ଅଧୀନ ନେଙ୍ଗାନାଳ ଗ୍ରାମରେ ସୋମବାର କୂଅରେ ପଡି ଆଈ, ନାତୁଣୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଆଈ ଚଞ୍ଚଳା ଭତରା (୪୮) ଓ ନାତୁଣୀ ଯୋଗେଶ୍ୱରୀ ଭତରା (୭)। ଘର ନିକଟସ୍ଥ ଏକ ଜମିରେ ଥିବା କୂଅ ନିକଟକୁ ଗାଧୋଇବା ପାଇଁ ଚଞ୍ଚଳା, ବଡ ନାତୁଣୀ ଯୋଗେଶ୍ୱରୀ ଓ ସାନ ନାତୁଣୀ ଲାଲେଶ ଭତରା ଯାଇଥିଲେ। ଗାଧୋଇବା ବେଳେ ଭାରସାମ୍ୟ ହରାଇ ସମସ୍ତେ କୂଅ ଭିତରେ ପଡିଯାଇଥିଲେ। ଘଟଣାସ୍ଥଳରେ ଚଞ୍ଚଳା ଓ ଯୋଗେଶ୍ୱରୀଙ୍କ ମୃତ୍ୟୁ ଘଟିଥିଲା। ଲାଲେଶ ପାଣି ଭିତରେ ଉବୁଡୁବୁ ହେଉଥିଲେ। ଏହି ସମୟରେ ଜମି ମାଲିକ ପହଞ୍ଚି ତାଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ। ଖବର ପାଇ ଗ୍ରାମବାସୀ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଏ ନେଇ କୋଷାଗୁମୁଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ସବ୍‌ଇନ୍ସପେକ୍ଟର ଆର.ଏନ.ସାହୁ ଘଟଣାର ତଦନ୍ତ କରୁଛନ୍ତି।
All Right Reserved By

ରାୟଗଡା

ଭୀମଭୋଇ ସାମର୍ଥ୍ୟ ଶିବିର

ଭୀମଭୋଇ ସାମର୍ଥ୍ୟ ଶିବିର

ପଡିଆ, ୨୦।୯-
ପଡିଆ ଏସ୍‌ଏସ୍‌ଡି ଆଶ୍ରମ ବିଦ୍ୟାଳୟରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠତ ହୋଇଯାଇଛି। ଏଥିରେ ମୋଟ ୨୩୫ ଜଣ ଦିବ୍ୟାଙ୍ଗ ନାମ ପଞ୍ଜିକୃତ କରିଥିଲେ। ଅସ୍ଥିଶଲ୍ୟ ବିଭାଗ  ୧୪୭, ଦୃଷ୍ଟି ବାଧିତ ୪୩, ଶ୍ରମଣ ବାଧିତ ୩୨ ଏବଂ ମାନସିକ ଅନଗ୍ରସର ୬ଜଣ ଦିବ୍ୟାଙ୍ଗ ନାମ ପଞ୍ଜିକୃତ କରିଥିଲେ। ମାନସିକ ଅନଗ୍ରସର ବିଭାଗ ଡାକ୍ତର ଆସି ନ ଥିବାରୁ ବହୁ ଦିବ୍ୟାଙ୍ଗ ଫେରି ଯାଇଥିଲେ। ଡ. ପାଣୁ ଚରଣ ମଣ୍ଡଳ, ଜଗନ୍ନାଥ ସାହା, ଶିବ ପ୍ରସାଦ ସାହୁ, ନବଘନ ସେଠୀ, ତପନ କୁମାର ବେହେରା ଉପସ୍ଥିତ ଥିଲେ।  ମାଡି ନାଗେଶ୍ୱର ରାଓ, ରବି ନନ୍ଦ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

ଅସହ୍ୟ ହେଲା ଠିକାଦାରଙ୍କ ନିର୍ଯାତନା : ୫ଶହ କିମି ଚାଲିଚାଲି ଘରକୁ ଫେରିଲେ ୧୯ ଶ୍ରମିକ

ଅସହ୍ୟ ହେଲା ଠିକାଦାରଙ୍କ ନିର୍ଯାତନା : ୫ଶହ କିମି ଚାଲିଚାଲି ଘରକୁ ଫେରିଲେ ୧୯ ଶ୍ରମିକ

ବାଲିମେଳା,୨୦ା୯(ଡି.ଏନ୍‌.ଏ.)-
ମାଲକାନଗିରି ଜିଲାରେ ଦାଦନ ଶ୍ରମିକଙ୍କ ନର୍ଯାତନା କାହାଣୀ ପିଛା ଛାଡୁନି ା ଜଣେ ଠିକାଦାର ଓ ଦଲାଲଙ୍କ ନିର୍ଯାତନା ସହି ନ ପାରି ଘରକୁ ଫେରିବା ଉଦ୍ଦେଶ୍ୟରେ କେତେକ ଦାଦନ ଶ୍ରମିକ ଆନ୍ଧ୍ରର ରାଜମହେନ୍ଦ୍ରୀ ସହରରୁ ବଣଜଙ୍ଗଲ ଦେଇ ପ୍ରାୟ ୫ଶହ କିମି ଚାଲି ଚାଲି ବୁଧବାର ରାତିରେ ମାଲକାନଗିରି ଜିଲା ବାଲିମେଳା ସହରରେ ଆସି  ପହଞ୍ଚିଛନ୍ତି।  ଗୁରୁବାର ଓର୍କେଲ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି। 

୫ ଡ଼କାୟତ ଗିରଫ

୫ ଡ଼କାୟତ ଗିରଫ

ରାୟଗଡ଼ା ଅଫିସ,୨୦।୯-ରାୟଗଡ଼ା ପୋଲିସ  ୫ ଡ଼କାୟତଙ୍କୁ ଗିରଫ କରିଛି । ସେମାନେ ହେଲେ ରାମକୃଷ୍ଣ ନଗର ଏମପି କଲୋନିର ରବିଶଙ୍କର ମହାନନ୍ଦିଆ, ପ୍ରକାଶ ଖରା, ବୁଦ୍ରାବାଲ୍ସା ଅଞ୍ଚଳର ମୁନଧାରୀ ହରି, ରାମକୃଷ୍ଣ ନଗର ସୁଇପର କଲୋନୀର ପାରାମି ଶ୍ରୀକାନ୍ତ, ମହେଶ ବାଙ୍ଗାରି ା । ସେମାନଙ୍କଠାରୁ  ସୁନା  ଅଳଙ୍କାର ଜବତ କରାଯାଇଛି । 

ଗୁଣପୁର କଲେଜର ଭିତ୍ତିଭୂମି ବିକାଶ ନେଇ ଉତ୍ସବ ପାଳନ

ଗୁଣପୁର କଲେଜର ଭିତ୍ତିଭୂମି ବିକାଶ ନେଇ ଉତ୍ସବ ପାଳନ

ଗୁଣପୁର,୨୦।୯(ଡି.ଏନ.ଏ)-ରାୟଗଡା ଜିଲା ଗୁଣପୁର କଲେଜକୁ ସରକାରୀ ଘୋଷଣା ହେବ ବୋଲି ଆଶା କରାଯାଉଥିଲା। ହେଲେ ସେପରି କିଛି ହେଲା ନାହିଁ । ତେବେ ମୁଖ୍ୟମନ୍ତ୍ରୀ  କିଛି ଦିନ ତଳେ ଭିଡିଓ କନଫରେନ୍ସିଂ ଜରିଆରେ  କଲେଜର ଭିତ୍ତିଭୂମି ବିକାଶ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ଗୁରୁବାର କଲେଜ ପରିଚାଳନା କମିଟି  ସଭାପତି ତ୍ରିନାଥ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଭିତ୍ତିଭୂମି ବିକାଶ ନେଇ ଉତ୍ସବ ପାଳନ କାର୍ଯ୍ୟକ୍ରମ ହୋଇଥିଲା । 

ଜେକେ କାଗଜକଳକୁ ମିଳିଲା ରାଷ୍ଟ୍ରୀୟ ସୁରକ୍ଷା ପୁରସ୍କାର

ଜେକେ କାଗଜକଳକୁ ମିଳିଲା ରାଷ୍ଟ୍ରୀୟ ସୁରକ୍ଷା ପୁରସ୍କାର

ଜେକେପୁର,୨୦।୯(ଡ଼ି.ଏନ.ଏ)-ରାୟଗଡ଼ା ଜିଲାର  ଜେକେ କାଗଜକଳକୁ  ରାଷ୍ଟ୍ରୀୟ ସୁରକ୍ଷା ପୁରସ୍କାର ପ୍ରଦାନ କରାଯାଇଛି ।

ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ ପାଇଁ ଜାତୀୟ ଦଳରେ ନକୁଳ

ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ ପାଇଁ ଜାତୀୟ ଦଳରେ ନକୁଳ

କୋରାପୁଟ,୨୦ା୯(ସ୍ବ.ପ୍ର.): କୋରାପୁଟର ଛାତ୍ର ନକୁଳ ବଡନାୟକ ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ନାମେଣ୍ଟ ଖେଳିବା ପାଇଁ ଭାରତୀୟ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ତାଙ୍କର କୋଚ ଚନ୍ଦ୍ରଶେଖର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଅକ୍ଟୋବର ୨ରୁ ୪ ଯାଏ ବାଙ୍ଗଲୋରରେ ଇଂଲଣ୍ଡ ବିରୋଧରେ ଖେଳାଯିବାକୁ ଥିବା ଟୁର୍ନାମେଣ୍ଟ ପାଇଁ ସେ ମନୋନୀତ ହୋଇଛନ୍ତି। ପୂର୍ବରୁ କୋରାପୁଟର ସୁଖରାମ ମାଝି ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ସ୍ଥାନ ପାଇ ଅନ୍ତର୍ଜାତୀୟ ପଦାର୍ପଣ କରିସାରିଛନ୍ତି।

ରମେଶ ଜାତୀୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ଅଧିକାରୀ ନିଯୁକ୍ତ

ରମେଶ ଜାତୀୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ଅଧିକାରୀ ନିଯୁକ୍ତ

ଦାମନଯୋଡ଼ି, ୨୦।୯(ଡି.ଏନ୍‌.ଏ.): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ ୫୮ତମ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତା ସେପ୍ଟେମ୍ବର ୨୫ ତାରିଖରୁ  ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଅଲିମ୍ପିଆନ୍‌, ଏସିଆଡ୍‌ ସ୍ବର୍ଣ୍ଣବିଜେତାଙ୍କ ସହ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ  ଜାପାନୀ ଖେଳାଳି ମଧ୍ୟ ଭାଗ ନେବେ। ସ୍ଥାନୀୟ ସରସ୍ବତୀ ବିଦ୍ୟାମନ୍ଦିର ଦାମନଯୋଡ଼ିର ଶାରୀରିକ ଶିକ୍ଷା ଶିକ୍ଷକ ରମେଶ ଚନ୍ଦ୍ର ସ୍ବାଇଁ ଥ୍ରୋ ବିଭାଗ ମୁଖ୍ୟ ଭାବରେ ବୈଷୟିକ  ଅଧିକାରୀ ଦାୟିତ୍ୱ ତୁଲାଇବା ପାଇଁ ଆଥ୍‌ଲେଟିକ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ମନୋନୀତ ହୋଇଛନ୍ତି।

ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଶୁଭଖୁଣ୍ଟି ସ୍ଥାପନ

ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଶୁଭଖୁଣ୍ଟି ସ୍ଥାପନ

ରାୟଗଡା ଅଫିସ୍‌, ୨୦।୯- ରାୟଗଡା ସହରର ନ୍ୟୁ କଲୋନୀସ୍ଥିତ  ଗଜଲକ୍ଷ୍ମୀ ପୂଜା କମିଟି  ପକ୍ଷରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ନିମନ୍ତେ ପୂଜା ମଣ୍ଡପ ନିକଟରେ  ସକାଳେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ସଭାପତି ସହଦେବ ଚୌଧୁରୀ, ଉପସଭାପତି ସନ୍ତୋଷ କୁମାର ପାତ୍ର, ସମ୍ପାଦକ ଏନ୍‌.ତ୍ରିନାଥ ରାଓଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ନ୍ୟୁକଲୋନୀ ଗଜପତି ପୂଜା କମିଟି  ଆବାହକ ସବ୍ୟସାଚୀ ସାହୁ, ମଦନ ମୋହନ ପାଢ଼ୀ, ଗୋପୀନାଥ ସାହୁ, ଶଙ୍କର୍ଷଣ ମଙ୍ଗରାଜଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।  ଦୀର୍ଘ ୨୨ବର୍ଷଧରି ଏହି ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ମା’ ଗଜଲକ୍ଷ୍ମୀଙ୍କ ପୂଜା ଧୂମ୍‌ଧାମ୍‌ରେ ପାଳିତ ହୋଇ ଆସୁଛି । ଲୋକଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ମିନାବଜାର ଓ ବହୁ ଅସ୍ଥାୟୀ ଦୋକାନ ଖୋଲାଯିବ।  

ରାସ୍ତାକୁ ବାଜପେୟୀଙ୍କ ନାମରେ କରିବା ଦାବି

ରାସ୍ତାକୁ ବାଜପେୟୀଙ୍କ ନାମରେ କରିବା ଦାବି

ଗୁଣପୁର,୨୦।୯(ଡି.ଏନ୍‌.ଏ.)-ରାୟଗଡା ଜିଲା ଗୁଣପୁର ସହର ମେଡିକାଲ ଛକରୁ ବାଇପାସ ପର୍ଯ୍ୟନ୍ତ ଯାଇଥିବା  ରାସ୍ତାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ନାମରେ ନାମିତ କରିବାକୁ ଦାବି ହୋଇଛି। ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ସ୍ମୃତି  ଟ୍ରଷ୍ଟ ପକ୍ଷରୁ ଗୁଣପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଭାବଗ୍ରାହୀ ସାହୁଙ୍କୁ  ଏକ ଦାବିପତ୍ର ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସୂର୍ଯ୍ୟ  ନାରାୟଣ ରଥ, ସୋମନାଥ ଗୌଡ, ଅମ୍ବିକା ରାଣୀ ମହାପାତ୍ର, ସଂଯୋଜକ ଚିନ୍ମୟ ପାଣିଗ୍ରାହୀ, ଇନ୍ଦ୍ରାକ୍ଷୀ ପ୍ରସାଦ ଦାସ, ବି.ସତିଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ପୌର ପରିଷଦ ଅଞ୍ଚଳରେ ଖୋଲା ଶୌଚମୁକ୍ତ ଅଭିଯାନ: ୩ ଓ୍ବାର୍ଡକୁ ବାହ୍ୟ ମଳମୁକ୍ତ ଘୋଷଣା

ମାଲକାନଗିରି,୨୦।୯ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ସଦର ପୌର ପରିଷଦ ଅଞ୍ଚଳରେ ସ୍ବଚ୍ଛ ଭାରତ ମିଶନ ତରଫରୁ ଖୋଲା ଶୌଚମୁକ୍ତ ଅଭିଯାନ  ଆରମ୍ଭ ହୋଇଛି। ଏହି ଅବସରରେ ପୌର ପରିଷଦ ୯ନଂ ଓ୍ବାର୍ଡ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପୌର ପରିଷଦ ଅଧ୍ୟକ୍ଷା ରାଜଓ୍ବନ୍ତ କୌର ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଛାତ୍ରୀମାନଙ୍କୁ ସ୍ବଚ୍ଛତା ଶପଥ ପାଠ କରାଇଥିଲେ । ଏହି ଅବସରରେ ଓ୍ବାର୍ଡ ନଂ. ୯, ୧୯, ୧୩କୁ ବାହ୍ୟ ମଳମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ୨୦୧୪ ସେପ୍ଟେମ୍ବର ୨୫ରୁ ସମଗ୍ର ଦେଶରେ ଆରମ୍ଭ ହୋଇଛି। ଆମ ରାଜ୍ୟରେ ସେହିବର୍ଷ ଅକ୍ଟୋବର ୨ରୁ କାର୍ଯ୍ୟକାରୀ ହୋଇଆସଛି।

ଉପାନ୍ତ ଅଞ୍ଚଳର ସମସ୍ୟା, ଶିକ୍ଷା ବ୍ୟବସ୍ଥା ତଦାରଖ କଲେ ବ୍ଲକ ଅଧ୍ୟକ୍ଷା

ଉପାନ୍ତ ଅଞ୍ଚଳର ସମସ୍ୟା, ଶିକ୍ଷା ବ୍ୟବସ୍ଥା ତଦାରଖ କଲେ ବ୍ଲକ ଅଧ୍ୟକ୍ଷା

ମାଥିଲି, ୨୦।୯ (ଡି.ଏନ.ଏ) - ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ଗ୍ରାମକୁ  ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ ଗସ୍ତ କରି ଗ୍ରାମ ସମସ୍ୟା ସହ ଶିକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି । ସେ ବ୍ଲକର କମାରପାଲି, ମହୁପଦର ପଞ୍ଚାୟତ ଗସ୍ତ କରି ପଞ୍ଚାୟତବାସୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଗ୍ରାମରେ ଶିକ୍ଷା ବ୍ୟବସ୍ଥାର ତଦାରଖ କରି ଛାତ୍ରୀଛାତ୍ରଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଉପାନ୍ତ ଗ୍ରାମଗୁଡିକରେ ବିକାଶ ସ୍ବପ୍ନ ପାଲଟିଛି । ବିଭିନ୍ନ ସମସ୍ୟାରେ ରହି ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୁରକ୍ଷାରେ ରହିଲା ଇ.ଭି.ଏମ, ଭି.ଭି ପ୍ୟାଡ୍‌ ମେଶିନ

ସୁରକ୍ଷାରେ ରହିଲା ଇ.ଭି.ଏମ, ଭି.ଭି ପ୍ୟାଡ୍‌ ମେଶିନ

ମାଲକାନଗିରି,୨୦।୯ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ସଦର ମହକୁମାରେ  ୩ଟି କ୍ୟାଣ୍ଟିନର୍‌ରେ ହରିୟାଣାରୁ ଆସିଥିବା ଇ.ଭି.ଏମ୍‌. ଓ ଭି.ଭି.ପ୍ୟାଡ୍‌ ମେଶିନ୍‌  ଆସି ପହଞ୍ଚତ୍ଛି ।  ଏହି ମେଶିନ୍‌ଗୁଡିକୁ  ସ୍ଥାନୀୟ ବାଳିକା ମହାବିଦ୍ୟାଳୟ ପରିସରରେ ଥିବା ଏକ କଠୋରିରେ  କଡା ସୁରକ୍ଷା ବଳୟରେ ରଖାଯାଇଛି । ନିର୍ବାଚନ ଅଧିକାରୀ ତଥା ଉପ ଜିଲାପାଳ ରାମେଶ୍ୱର ପ୍ରଧାନ ଓ ବିଭିନ୍ନ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ମେଶିନ୍‌ଗୁଡିକୁ  ଯାଞ୍ଚ କରାଯାଇ ରଖାଯାଇଥିଲା। ପରେ ଏହି କୋଠରିକୁ ସିଲ୍‌ କରାଯାଇଥିଲା।