ରାୟଗଡା

ମହିଳାଙ୍କୁ ଟଣାଓଟରା କରି ଜଣେ ଗିରଫ

ମହିଳାଙ୍କୁ ଟଣାଓଟରା କରି ଜଣେ ଗିରଫ

ଜୟପୁର୧୧।୧୨(ନି.ପ୍ର.)-ଜଣେ ମହିଳାଙ୍କୁ ଟଣା ଓଟରା କରିଥିବା ଅଭିଯୋଗରେ ଜୟପୁର ଟାଉନଥାନା ପୋଲିସ ଜଣକୁ ଗିରଫ କରିଛି । ସେ ହେଲେ ସଦର ଥାନା ଅନ୍ତର୍ଗତ ବି.ମାଳିଗୁଡା ଗ୍ରାମର ମଙ୍ଗରାଜ ଖିଲ । ଖବରରୁ ଜଣାପଡିଛି ମଙ୍ଗରାଜ ସମ୍ପୃକ୍ତା ମହିଳାଙ୍କୁ ଏକ ଭଲ ଜାଗା ରେ କାମ କରାଇ ଦେବାକୁ କହି ବୋଲେରୋରେ ବସାଇ ନେଉଥିଲେ। ରାଣୀପୁଟ ନିକଟରେ ଗାଡିରେ ତାଙ୍କୁ ଟଣାଓଟରା କରିବା ସହ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ ପାଟି କରବାରୁ ମଙ୍ଗରାଜ ମହିଳାଙ୍କୁ ଗାଡିରୁ ଠେଲି ଚମ୍ପଟ ମାରିଥିଲେ । ଏନେଇ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ୧୯୨/୧୭ ମାମଲା ରୁଜୁ କରି ମଙ୍ଗରାଜଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ବୋଲେରୋ ଗାଡିକୁ ଜବତ କରାଯାଇଥିବା ଟାଉନ ଥାନା ଅଧିକାରୀ ନିର୍ମଳ ମହାପାତ୍ର ପ୍ରକାଶ କରିଛନ୍ତି ।

All Right Reserved By

Model This Week

ନିକିତା

ରାୟଗଡା

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଅଧ୍ୟାପକଙ୍କ ସହ ୪ ସନ୍ଦିଗ୍ଧଙ୍କୁ ଉଠାଇଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ,୨୨।୪- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ନୂଆ ମୋଡ଼ ନେଇଛି। ରବିବାର ସକାଳ ୫ଟାରେ କ୍ରାଇମବ୍ରାଞ୍ଚ ଟିମ୍‌ ପାଟଣାଗଡ଼ ମେହେରପଡ଼ାସ୍ଥିତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଘରେ ଚଢ଼ାଉ କରି ତାଙ୍କ ଲାପଟପ୍‌, ଡାଏରୀ ଜବତ କରିବା ସହ ତାଙ୍କୁ ଉଠାଇ ନେଇଛି। ସୂଚନାଯୋଗ୍ୟ, ମେହେର ଭଇଁଷା କଲେଜରେ ଅଧ୍ୟାପକ ଭାବେ

ମସ୍ତିଷ୍କ ରୋଗରେ ସ୍ତ୍ରୀ: ସାହାଯ୍ୟ ପାଇଁ ଜିଲାପାଳଙ୍କୁ ଦରଖାସ୍ତ ଦେଲେ ସ୍ବାମୀ

ରାୟଗଡା ଅଫିସ୍‌, ୨୨।୪- ରାୟଗଡା ବ୍ଲକ୍‌ ଗୁମ୍ମା ପଞ୍ଚାୟତ ରାଇକଣା ଗ୍ରାମର ପ୍ରହଲ୍ଲାଦ ଡଙ୍ଗରୀ । ତାଙ୍କ ସ୍ତ୍ରୀ ସୁଭଦ୍ରା ଡଙ୍ଗରୀ ମସ୍ତିଷ୍କ ରୋଗରେ ଆକ୍ରାନ୍ତ । ଯାହା ପାଖରେ ପଇସା ଥିଲା,ସେଥିରେ ସ୍ତ୍ରୀ ସୁଭଦ୍ରାଙ୍କ ଚିକିତ୍ସା କରାଇଲେ ପ୍ରହଲ୍ଲାଦ । ହେଲେ କିଛି ଲାଭ ମିଳିଲା ନାହିଁ । ଏବେ ତାଙ୍କର ଚିକିତ୍ସା ନିମନ୍ତେ ଅର୍ଥ ସାଜିଛି ବାଧକ ।

ପରିତ୍ୟକ୍ତ ଅବସ୍ଥାରେ ପୁରାତନ ପୋଖରୀ

ପାରଳାଖେମୁଣ୍ଡି,୨୨।୪(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ପୌରପରିଷଦ ଅଧୀନ ୭ନମ୍ବର ୱାର୍ଡରେ ଥିବା ପୁରାତନ ପୋଖରୀ ଦୋଳବନ୍ଧ ଏବେ ପରିତ୍ୟକ୍ତ ହୋଇପଡ଼ିଛି। ଏହା ପାରଳାଖେମୁଣ୍ଡି ସହରର ମଧ୍ୟଭାଗରେ ରହିଛି। ପ୍ରତିବର୍ଷ ଦୋଳପୂର୍ଣ୍ଣମୀ ସମୟରେ ଏହି ପୋଖରୀ ସଫାସୁତୁରା କରାଯିବା ସହ ଏଠାରେ ୫ଦିନ ବ୍ୟାପି ଦୋଳଯାତ୍ରା ଆୟୋଜିତ ହୋଇଥାଏ ।

ଜମି ଫେରାଅ, ନହେଲେ ମାଓବାଦୀ ସଙ୍ଗଠନରେ ମିଶିବାକୁ ଅନୁମତି ଦିଅ

ମାଲକାନଗିରି, ୨୨।୪ (ସ୍ବ.ପ୍ର.): ଜିଲାପାଳଙ୍କୁ ଭେଟି ନିଜ ସମସ୍ୟା ସମ୍ପର୍କରେ ଜଣାଇ ତାର ନିରାକରଣ ପାଇଁ ସମସ୍ତେ କହୁଥିବା ବେଳେ ଛତିଶଗଡ ରାଜ୍ୟ ବଡେକୁରିସନାର ଗ୍ରାମର ଜନୈକା ଯୁବତୀ ଜିଲାପାଳଙ୍କୁ ଭେଟି ମାଓବାଦୀ ସଙ୍ଗଠନରେ ସାମିଲ ହେବା ପାଇଁ ଅନୁମତି ମାଗିଛନ୍ତି। ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶ ଯେ, ଅନୁମତି ମାଗିଥିବା ଯୁବତୀ ଜଣକ ହେଲେ ଲଳିତା ପୋୟାମ। ବଡେକୁରିସନାର ଗ୍ରାମ ସଡ଼କ ନିକଟରେ ନିଜ ଦାଦାଙ୍କ ଦଖଲରେ ଥିବା ସରକାରୀ ଜମିରେ ଗତ କିଛି ବର୍ଷ ହେଲା ଏକ ହୋଟେଲ କରି ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲା। ନିଜ ବୃଦ୍ଧ ପିତାମାତାଙ୍କ ସେ ଏକମାତ୍ର ଝିଅ। ହୋଟେଲ ହିଁ ସେମାନଙ୍କର ଆୟର ପନ୍ଥା ଥିଲା। ଜିଲା ପ୍ରଶାସନ ପକ୍ଷରୁ ହୋଟେଲ ହୋଇଥିବା ଜମି ବେଆଇନ୍‌ ଦଖଲ ଦର୍ଶାଇ ଭାଙ୍ଗାଗଲା।

ରକ୍ତଦାନରେ ସେଞ୍ଚୁରୀ କଲେ ସଞ୍ଜୀବ, ୪୨ଥର ରକ୍ତ ଦେଲେଣି ସ୍ତ୍ରୀ

କୋରାପୁଟ,୨୨।୪(ସ୍ବ.ପ୍ର.): କୋରାପୁଟ ଜିଲା ରକ୍ତଦାତା ଫୋରମର ସଭାପତି ଜି. ସଂଜିବ କୁମାର ଶନିବାର ୧୦୦ ଥର ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଜିଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ ପକ୍ଷରୁ ଶନିବାର ସ୍ଥାନୀୟ ସଂସ୍କୃତି ଭବନରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ସେ ଏହି କୃତିତ୍ୱ ହାସଲ କରିଛନ୍ତି।

ନବୋଦୟ ପ୍ରବେଶିକା ପରୀକ୍ଷା ଦେଇପାରିଲେନି ସ୍ମିତା, କୃଷ୍ଣ

ଦଶମନ୍ତପୁର,୨୨।୪(ଡି.ଏନ୍‌.ଏ.): ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପ୍ରବେଶିକା ପାଇଁ ୨ ଜଣ ଛାତ୍ରୀଛାତ୍ର ଶନିବାର ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପହଞ୍ଚତ୍ବାରୁ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀ ତାଙ୍କୁ ଘଉଡ଼ାଇ ଦେଇଛନ୍ତି। ଏନେଇ ସାଧାରଣରେ ଉତ୍ତେଜନା ଦେଖାଦେଇଛି । ପରୀକ୍ଷା ପାଇଁ ଦଶମନ୍ତପୁର ବ୍ଲକର ୧୬ଟି ପଞ୍ଚାୟତର ବିଦ୍ୟାଳୟରୁ ୩୨୮ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଥିଲେ ।

ସାଙ୍ଗଠନିକ ଢାଞ୍ଚା ବଦଳାଇଲେଣି ମାଓବାଦୀ

ବୈପାରୀଗୁଡ଼ା,୨୨।୪(ଡି.ଏନ୍‌.ଏ.): ବୈପାରୀଗୁଡା ବ୍ଲକର ଦଣ୍ଡାବାଡ଼ି ଇଲାକା ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିଲା। ଲାଲବାହିନୀ ହିଂସାର ଶିକାର ହୋଇ ଗତ ୧୦ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ୨ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୨ ଜଣ ଯବାନ ଶହୀଦ ହୋଇଛନ୍ତି। ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଛନ୍ତି।

ସରପଞ୍ଚଙ୍କୁ ମାଓବାଦୀଙ୍କ ଧମକ: ଏକାଠି ହେଲେ ୧୭ ଗ୍ରାମ ମୁଖିଆ

ସରପଞ୍ଚଙ୍କୁ ମାଓବାଦୀଙ୍କ ଧମକ: ଏକାଠି ହେଲେ ୧୭ ଗ୍ରାମ ମୁଖିଆ

ବିଷମକଟକ,୨୧।୪(ଡ଼ି.ଏନ.ଏ)- ବିଷମକଟକ ବ୍ଳକ କୁର୍ଲୀ ସରପଞ୍ଚ ଡ୍ରିଞ୍ଜ ଜାକାସିକା ଓ ଜିଲ୍ଲା ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ସଦସ୍ୟ ଜିତୁ ଜାକାସିକାଙ୍କୁ ଗତ ସପ୍ତାହରେ ମାଓବାଦୀଙ୍କ ପକ୍ଷରୁ ଧମକପୂର୍ଣ୍ଣ ଚିଠି ଦିଆଯାଇଥିଲା । ଏ ନେଇ କୁର୍ଲୀ ଅଞ୍ଚଳରେ ପ୍ରତିକ୍ରିୟା ଦେଖାଦେଇଛି । ଏହାକୁ ନେଇ ଶନିବାର ହୁଟେସୀ ଗ୍ରାମରେ କୁର୍ଲୀ ପଞ୍ଚାୟତର ୧୭ ଖଣ୍ଡ ଗ୍ରାମର ମୁଖିଆ ଏକାଠି ହୋଇ ଏକ ବୈଠକ କରିଛନ୍ତି ।

ନକଲି ଟିଡିଆର ଦାଖଲ କରି ଠିକାକାମ ହାତେଇବା ଘଟଣା: ଠିକାଦାରଙ୍କ ଜାମିନ ଖାରଜ

ନକଲି ଟିଡିଆର ଦାଖଲ କରି ଠିକାକାମ ହାତେଇବା ଘଟଣା: ଠିକାଦାରଙ୍କ ଜାମିନ ଖାରଜ

ନବରଙ୍ଗପୁର,୨୧।୪(ବି.ପ୍ର.): ନକଲି ଟିଡିଆର ଦେଇ ଗିରଫ ହୋଇଥିବା ଠିକାଦାର ବଂଟି ଅଗ୍ରୱାଲଙ୍କ ବିରୋଧ ହୋଇଥିବା ୨ଟି ମାମଲାର ଜାମିନ ଆବେଦନ ଶନିବାର ଖାରଜ ଦୋଇଯାଇଛି । ନବରଙ୍ଗପୁର ପୋଲିସ ଓ ଇଡି ପକ୍ଷରୁ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା । ପୋଲିସ ଓ ଇଡିର ଇକୋନୋମିକ୍ସ ଅଫେନ୍ସ ଉଇଙ୍ଗ୍‌ସଙ୍କୁ (ଇଓଡବ୍ଲ୍ୟୁ) ଏକ ଘଣ୍ଟାଏ ଲେଖାଏଁ ବଂଟିଙ୍କୁ ରିମାଣ୍ଡରେ ନେବା ପାଇଁ ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି ।

ବନ୍ୟଜନ୍ତୁ ଶିକାର ଉଦ୍ୟମ ପଣ୍ଡ

ଡାବୁଗାଁ,୨୧।୪ (ଡି.ଏନ.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ କୋଇଲାରୀ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଉଦ୍ୟମକୁ ଶନିବାର ରାତିରେ ଡାବୁଗାଁ ବନ ବିଭାଗ ପଣ୍ଡ କରିଛି । କୋଇଲାରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ବେଲ୍ଲାରୀ ନଦୀ ପାଖରେ କେତେ ଜଣ ଶିକାରୀ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ତାର ବିଛାଇ ବିଦ୍ୟୁତ ସଂଯୋଗ କରିଥିଲେ। ଡାବୁଗାଁ ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରି ବ୍ୟବହୃତ ତାର, ଖୁଣ୍ଟ ଓ ବିଦ୍ୟୁତ ସାମଗ୍ରୀ ଜବତ କରିଛି।

କର୍ତ୍ତବ୍ୟରେ ଅବହେଳା ଅଭିଯୋଗ: ଶିକ୍ଷକଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ

ପାରଳାଖେମୁଣ୍ଡି,୨୧।୪(ସ୍ବ.ପ୍ର): ଗଜପତି ଜିଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ବଡଦେଉଳା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନିରଞ୍ଜନ ଦାସଙ୍କୁ କର୍ତ୍ତବ୍ୟରେ ଅବହେଳା ଓ ଅନିୟମିତତା ଅଭିଯୋଗରେ ଚାକିରିରୁ ନିଲମ୍ବନ ପାଇଁ ଜିଲା ଶିକ୍ଷାଧିକାରୀ ସଞ୍ଜିବ କୁମାର ସିଂ ଚିଠି ନଂ. ୩୭୫୪/ ୧୯.୪. ୨୦୧୮ କ୍ରମେ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟାଙ୍କ, ଏଟିଏମ୍‌ ଆଗରେ ବିଜେଡିର ପ୍ରତିବାଦ

ପାରଳାଖେମୁଣ୍ଡି,୨୧।୪(ସ୍ବ.ପ୍ର): ଦେଶରେ ଅଘୋଷିତ ଆର୍ଥିକ ଜରୁରୀ ପରିସ୍ଥିତି ତଥା ଏଟିଏମ୍‌ଗୁଡ଼ିକରେ ଟଙ୍କା ଅଭାବ ପ୍ରତିବାଦରେ ଶନିବାର ଗଜପତି ଜିଲା ବିଜେଡି ପକ୍ଷରୁ ପାରଳାଖେମୁଣ୍ଡି ସହରସ୍ଥ ଏସ୍‌ବିଆଇ, ଆଇସିଆଇସିଆଇ, ଏଚ୍‌ଡିଏଫ୍‌ସି, ଆନ୍ଧ୍ରାବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ ଆଦି ୧୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ସମେତ ବିଭିନ୍ନ ଏଟିଏମ୍‌ଗୁଡ଼ିକ ଆଗରେ ଧାରଣା ଦିଆଯାଇଥିଲା।