Dharitri News
ରାୟଗଡା

ରଙ୍ଗାରଙ୍ଗ ପରିବେଶରେ ଆରମ୍ଭ ହେଲା ଗଜପତି ମହୋତ୍ସବ

ରଙ୍ଗାରଙ୍ଗ ପରିବେଶରେ ଆରମ୍ଭ ହେଲା ଗଜପତି ମହୋତ୍ସବ ପାରଳାଖେମୁଣ୍ଡି, ୧୧।୧୨(ସ୍ବ.ପ୍ର.)- ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରସ୍ଥ ଗଜପତି ଷ୍ଟାଡିୟମରେ ସୋମବାରଠାରୁ ଆରମ୍ଭ ହୋଇଛି ଜିଲାସ୍ତରୀୟ ଗଜପତି ମହୋତ୍ସବ। ଏହା ୫ଦିନ ଧରି ଚାଲିବ। ବନ୍ୟା, ବାତ୍ୟା ଆଦି ଦୁର୍ବିପାକ କାରଣରୁ କ୍ରମାଗତ ଭାବେ ଦୀର୍ଘ ୪ବର୍ଷ ଧରି ଏହି ମହୋତ୍ସବ ବନ୍ଦ ରହିବା ପରେ ଚଳିତବର୍ଷ ଆୟୋଜନ ହୋଇଥିବାରୁ ଜିଲାବାସୀଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ। ପ୍ରଥମ ଦିବସରେ ମଶାଲ ଶୋଭାଯାତ୍ରା, ପାରମ୍ପରିକ ନାଚଗୀତ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ଲୋକେ ଖୁସିରେ ଝୁମି ଉଠିବା ସହ ବିଭିନ୍ନ ଷ୍ଟଲ ବୁଲି କିଣାକିଣିର ମଜା ଉଠାଇଛନ୍ତି। ମହୋତ୍ସବ ପ୍ରାରମ୍ଭରେ ଅପରାହ୍ନ ୩ଟାରେ ସହରସ୍ଥ ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରିଥିଲା। ଏଥିରେ ଅତିଥି ଓ ଜନସାଧାରଣଙ୍କ ସମେତ ଜିଲାର ବିଭିନ୍ନ ବ୍ଲକରୁ କଳାକାର ଟିମ୍‌ ସାମିଲ ହୋଇଥିଲେ। ପାରମ୍ପରିକ ନାଚଗୀତ ମଧ୍ୟରେ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଗଜପତି ଷ୍ଟାଡିୟମରେ ପହଞ୍ଚତ୍ଥିଲା। ସନ୍ଧ୍ୟା ୬.୩୦ ମିନିଟରେ ଉଦ୍‌ଘାଟନୀ ସମାରୋହ ଆରମ୍ଭ ହୋଇଥିଲା। ମୁଖ୍ୟଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଗଜପତି ଜିଲା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏପରି ପାରମ୍ପରିକ ଲୋକକଳା ତଥା ସଂସ୍କୃତି ସମ୍ପନ୍ନ ମହୋତ୍ସବ ପାଳନର ଆବଶ୍ୟକତା ରହିଛି ବୋଲି ସେ ନିଜ ଉଦ୍‌ବୋଧନରେ କହିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଏମ୍‌ପି ସିଦ୍ଧାନ୍ତ ମହାପାତ୍ର, ପାରଳାଖେମୁଣ୍ଡି ବିଧାୟକ କେ.ସୂରିଆ ରାଓ, ମୋହନା ବିଧାୟିକା ବାସନ୍ତି ମଲ୍ଲିକ, ଜିଲା ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଏବଂ ଜିଲାପାଳ ସୁଧାଂଶୁ ମୋହନ ସାମଲ ପ୍ରମୁଖ ଯୋଗଦେଇ କଳା ସଂସ୍କୃତିର ଏହି ମହାମିଳନ ପର୍ବ ସମସ୍ତଙ୍କୁ ଏକାଠି କରାଇବା ସହ ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିପାରୁଛି ବୋଲି କହିଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟ ସାଙ୍ଗକୁ ଆସାମ କଳାକାରଙ୍କ ନୃତ୍ୟ ମନ ମୋହିନେଇଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକି ଉଠିଥିଲା। ଜନସାଧାରଣ ଶୀତରେ ଥରିଥରି ଏହାକୁ ମନଭରି ଉପଭୋଗ କରିଥିଲେ। ମହୋତ୍ସବ ପଡିଆରେ ଖୋଲାଯାଇଥିବା ବିଭିନ୍ନ ସରକାରୀ ଏବଂ ବେସରକାରୀ ଷ୍ଟଲଗୁଡ଼ିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

ରାୟଗଡା

ସ୍ତ୍ରୀ ଓ ଝିଅକୁ ନିଆଁ ଲଗାଇ ଜାଳିଦେଲେ ସ୍ବାମୀ

ସ୍ତ୍ରୀ ଓ ଝିଅକୁ ନିଆଁ ଲଗାଇ ଜାଳିଦେଲେ ସ୍ବାମୀ

ନବରଙ୍ଗପୁର, ୧୮।୧(ବି.ପ୍ର.)- ସ୍ତ୍ରୀ ଓ ଝିଅକୁ କିରୋସିନ ପକାଇ ପୋଡିଦେଲେ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ଥାନା ଅଧୀନ ଚିର୍ମା ଗାଁରେ ଘଟିଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ପେନସନ ଭୋଗୀଙ୍କୁ ଚିନ୍ତା ଆଧାର କାର୍ଡ଼

ମାଲକାନଗିରି,୧୮।୧(ଡି.ଏନ୍‌.ଏ.) ମାଲକାନଗିରି ଜିଲାରେ ଅନେକ ପେନସନଭୋଗୀ ଜୀବନ୍ତ ପ୍ରମାଣପତ୍ର ଦାଖଲ ନକଲେ ପେନସନ ପାଇବାରେ ବଞ୍ଚତ୍ତ ହେବେ। ପୂର୍ବରୁ ଏହି ପ୍ରମାଣପତ୍ର ପାଇଁ କେତେକ ନିର୍ଦ୍ଦିଷ୍ଟ ଫର୍ମରେ ନିଜର ସବିଶେଷ ତଥ୍ୟ ସହ ଭୋଟର କାର୍ଡ଼ ଓ ପେନସନ ବହିର ଜେରକ୍ସ କପି ଷ୍ଟେଟବ୍ୟାଙ୍କରେ ଦାଖଲ କରିବାକୁ ପଡୁଥିଲା।

୨ ବର୍ଷ ତଳୁ କାମ କରୁନି ଟାଙ୍କି: ଆଗକୁ ଜଳ ସଙ୍କଟ ଜଳଜଳ ଦିଶୁଛି

୨ ବର୍ଷ ତଳୁ କାମ କରୁନି ଟାଙ୍କି: ଆଗକୁ ଜଳ ସଙ୍କଟ ଜଳଜଳ ଦିଶୁଛି

ଶିଖାପାଲି,୧୮।୧ ମାଲକାନଗିରି ଜିଲା ଏମ୍‌ଭି-୧୯ ଗାଁରେ ଦୁଇବର୍ଷ ତଳେ ଜିଲା ଗ୍ରାମୀଣ ପାନୀୟ ଜଳ ଯୋଗାଣ ପକ୍ଷରୁ ପାଣିଟାଙ୍କି ନିର୍ମାଣ କରାଯାଇଥିଲା। ମୋଟର ଲାଗିଯିବା ପରେ ମଧ୍ୟ ୧୦୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ଏବେ ଚିନ୍ତା ବଢ଼ାଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ସରକାର ଗ୍ରାମରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି। ଦୁଇବର୍ଷ ତଳୁ ତାହା ଫେଲ୍‌ ମାରିଛି।

ଚିକିତ୍ସା ପାଇଁ ଅର୍ଥ ବାଧକ

ଚିକିତ୍ସା ପାଇଁ ଅର୍ଥ ବାଧକ

ଡାବୁଗାଁ,୧୮।୧(ଡି.ଏନ.ଏ.) ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତ ଅଧୀନ ବାଣୁଆଗୁଡା ଗ୍ରାମର ବାସୁଦେବ ଗୌଡଙ୍କ ପୁଅ ଶଙ୍କର ନାୟକ(ଗୌଡ) ୨ ବର୍ଷ ହେଲା ପେଟ ରୋଗରେ ଆକ୍ରାନ୍ତ । ଅର୍ଥ ଅଭାବରୁ ଶଙ୍କର ଚିକିତ୍ସିତ ହୋଇ ପାରୁ ନାହାନ୍ତି। ବାସୁଦେବ କୁଲି ମଜୁରୀ କରି ପରିବାର ଭରଣପୋଷଣ କରୁଥିବାରୁ ପୁଅର ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ।

ଜଙ୍ଗଲ ଛାଡି ଜନପଥରେ ଭାଲୁ,ହେଟାବାଘ

ମଇଦଲପୁର,୧୮।୧(ଡି.ଏନ.ଏ.) ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ସଦର ମହକୁମା ଠାରେ ଭାଲୁ ଓ ହେଟା ବାଘର ଆତଙ୍କ । ଜନସାଧାରଣ ସନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରିବା ମୁସକିଲ ହୋଇ ପଡଛି। ଏବେ କିଛି ଦିନ ହେବ ସନ୍ଧ୍ୟାହେଲେ ୩ଟି ଭାଲୁ ଓ ୨ଟି ହେଟା ବାଘ ଜଙ୍ଗଲ ଆଡୁ ବାହାରି ଗାଁ ମୁହାଁ ହେଉଛନ୍ତିା ଏଥିଯୋଗୁ ପିଲାମାନେ ଟିୟୁସନ,ଗାଁ ଲୋକ ବଜାରରୁ ଘରକୁ ଯିବା ପାଇଁ ଭୟ କରୁଛନ୍ତି ।

ପୂରଣ ହୋଇନି ଧାନ ସଂଗ୍ରହ ଲକ୍ଷ୍ୟ

ରାୟଗଡା ଅଫିସ୍‌, ୧୮।୧ ରାଜ୍ୟ ବେସାମରିକ ଯୋଗାଣ ନିଗମ ପକ୍ଷରୁ ଗତ ନଭେମ୍ବର୨୯ ତାରିଖରୁ ରାୟଗଡ଼ା ଜିଲାରେ ୩୪ଟି ମଣ୍ଡିରେ ଖରିଫ୍‌ ଋତୁ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜିଲାର ମୋଟ ୧୧ଟି ବ୍ଲକ୍‌ରୁ ୧୦ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ମୋଟ ୬ଲକ୍ଷ ୬୮ହଜାର ୩୫୮.୪୨ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି । ଆସନ୍ତା ଏପ୍ରିଲ୍‌ ୩୦ତାରିଖ ପର୍ଯ୍ୟନ୍ତ ଜିଲାର ଏହି ୩୪ଟି ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିବ । ଏହି ମଣ୍ଡିଗୁଡିକରୁ ଧାନ ସଂଗ୍ରହ ନିମନ୍ତେ ଚଳିତ ବର୍ଷ ଜିଲା ପ୍ରଶାସନ ପକ୍ଷରୁ ୯୨ଜଣ ମିଲରଙ୍କୁ ଧାନ ଉଠାଇବା ନିମନ୍ତେ ନିୟୋଜିତ କରାଯାଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ଜଣାଯାଇଛି ।

ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ପୂର୍ତ୍ତ ବିଭାଗ କର୍ମଚାରୀ

ରାୟଗଡା ଅଫିସ, ୧୭।୧- ଗୋଟିଏ ଦିନ ତଳୁ ନିଖୋଜ ଥିବା ପୂର୍ତ୍ତ ବିଭାଗର ଜଣେ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ବୁଧବାର ସକାଳେ ରାୟଗଡ଼ା ଷ୍ଟେଶନ ନିକଟରୁ ମିଳିଛି । ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ମୃତକ ଜଣକ ହେଲେ ରାୟଗଡ ସହରସ୍ଥିତ ପିଡବ୍ଲ୍ୟୁଡି କଲୋନୀର ବାସିନ୍ଦା ସତ୍ୟ ନାରାୟଣ ବିଶୋଇ (୫୭) ।

ଜୟପୁର ପୌରପାଳିକରେ ଜାଲ ଟିଡିଆର: ଠିକାଦାର ଗୀତାଞ୍ଜଳି ଗିରଫ

ଜୟପୁର,୧୭। ୧ (ନି .ପ୍ର.)- କୋରାପୁଟ ଜିଲା ଜୟପୁର ପୌରପାଳିକାରେ ଜାଲ ଟିଡିଆର ଦାଖଲ କରିଥିବା ମାମଲାରେ ଜଡିତ ଥିବା ଠିକାଦାର ଗୀତାଞ୍ଜଳି ନାୟକ (୪୦)ଙ୍କୁ ଟାଉନ ଥାନା ପୋଲିସ ପୁରୀ ଜିଲା ନିମାପଡା ଅଞ୍ଚଳରୁ ଗିରଫ କରିଛି ।

ନାଗାବଳୀରେ  ମାଆ, ପୁଅ, ଝିଅ ବୁଡିବା ଘଟଣା: ନିଖୋଜ ଅଖିଳଙ୍କ ମୃତଦେହ ଉଦ୍ଧାର

ନାଗାବଳୀରେ ମାଆ, ପୁଅ, ଝିଅ ବୁଡିବା ଘଟଣା: ନିଖୋଜ ଅଖିଳଙ୍କ ମୃତଦେହ ଉଦ୍ଧାର

ରାୟଗଡା ଅଫିସ୍‌, ୧୭।୧- ମଙ୍ଗଳବାର ନାଗାବଳୀ ନଦୀରେ ଆନ୍ଧ୍ରର ପାର୍ବତୀପୁରମ୍‌ ଅଞ୍ଚଳର ଗୋଟିଏ ପରିବାରର ତିନିଜଣ ବୁଡି ଯାଇଥିଲେ । ସେଥିରେ ମା’ ଜେ.ଶାନ୍ତି ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଛଅ ବର୍ଷର ଝିଅ ଜେ.ଇନ୍ଦୁଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା । ପୁଅ ଜେ. ଅଖିଳ ନିଖୋଜ ଥିଲେ । ବୁଧବାର ତାଙ୍କ ମୃତଦେହ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି ।

ନାଗାବଳୀ ନଦୀରେ ବୁଡ଼ି ମାଆ ମୃତ: ଝିଅ ଗୁରୁତର,ପୁଅ ନିଖୋଜ

ନାଗାବଳୀ ନଦୀରେ ବୁଡ଼ି ମାଆ ମୃତ: ଝିଅ ଗୁରୁତର,ପୁଅ ନିଖୋଜ

ରାୟଗଡା ଅଫିସ୍‌, ୧୬।୧- ରାୟଗଡା ସହରର ଚେକାଗୁଡା ନିକଟ ନାଗାବଳୀ ନଦୀରେ ମଙ୍ଗଳବାର ଗୋଟିଏ ପରିବାରର ମାଆ,ଝିଅ ଓ ପୁଅ ଭାସିଯାଇଛନ୍ତି । ଖବରପାଇ ରାୟଗଡା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମାଆ ଓ ଝିଅକୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ଝିଅ ଗୁରୁତର ଅଛି । ପୁଅର କୌଣସି ପତ୍ତା ମିଳି ନାହିଁ ।

ଲୁଲେର ଜଙ୍ଗଲରେ ଗୁଳି ବିନିମୟ:ରୋଲର ପୋଡ଼ି ଫେରିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ମାଓବାଦୀ

ଲୁଲେର ଜଙ୍ଗଲରେ ଗୁଳି ବିନିମୟ:ରୋଲର ପୋଡ଼ି ଫେରିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ମାଓବାଦୀ

ମାଲକାନଗିରି/ମାଥିଲି,୧୬।୧(ଡି.ଏନ୍‌.ଏ.) ମାଲକାନଗିରି ଜିଲା ମାଥିଲି ଥାନା ଲୁଲେର ଗ୍ରାମରେ ମଙ୍ଗଳବାର ମାଓବାଦୀମାନେ ରାସ୍ତାକାମରେ ନିୟୋଜିତ ରୋଲରକୁ ପୋଡ଼ି ଦେଇଛନ୍ତି। ସେଠାରୁ ଫେରିବାବେଳେ ପୋଲିସ ସହ ସାମ୍ନାସାମ୍ନି ହେବାରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।

ଋଣ ନାଁରେ ୫୦ ଲକ୍ଷର ଜାଲିଆତି:ଚାଷୀଙ୍କ ପରେ ଏସ୍‌ଏଚ୍‌ଜି ଠକେଇର ଶିକାର

ଋଣ ନାଁରେ ୫୦ ଲକ୍ଷର ଜାଲିଆତି:ଚାଷୀଙ୍କ ପରେ ଏସ୍‌ଏଚ୍‌ଜି ଠକେଇର ଶିକାର

ମାଲକାନଗିରି,୧୬।୧(ଡି.ଏନ୍‌.ଏ.) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ ପ୍ରଥମେ ଚାଷୀଙ୍କ ପରେ ଏବେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଋଣ ନାଁରେ ଆର୍ଥତ୍କ ଜାଲିଆତି ଅଭିଯୋଗ ହୋଇଛି। ଜିଲାର ପ୍ରାୟ ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ କରାଇଦେଇ ପ୍ରାୟ ୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି। କେତେକ ସ୍ବାର୍ଥନ୍ବେଷୀ ବ୍ୟାଙ୍କ କର୍ମଚାରୀ ଓ ଦଲାଲଙ୍କ ଭିତରେ ମଧୁଚନ୍ଦ୍ରିକା ଏଭଳି ଜାଲିଆତିକୁ ରୂପ ଦେଇଛି। ମାଲକାନଗିରି ସଦର ବ୍ଲକ ମାଉଲିଗୁଡ଼ାର ଜୟ ହନୁମାନ ସ୍ବୟଂ ସହାୟକ ଗୋଷ୍ଠୀ ଏହି ଅଭିଯୋଗ ଆଣିଛି।