ରାୟଗଡା

ରାୟଗଡ଼ାରେ କାର୍ଯ୍ୟାଳୟ,ଗୁଣପୁରରେ କାମ

ରାୟଗଡ଼ାରେ କାର୍ଯ୍ୟାଳୟ,ଗୁଣପୁରରେ କାମ
ଗୁଣପୁର, ୧୧।୧୨(ଡି.ଏନ.ଏ)-ରାୟଗଡାରେ ପୂର୍ତ୍ତବିଭାଗ ତଥା ରାସ୍ତା ଓ କୋଠାବାଡି ବିଭାଗର ଦୁଇଟି ଡିଭିଜନ କାର୍ଯ୍ୟାଳୟ ରହିଛି। ଡିଭିଜନ-୧ ଅଧୀନରେ ରାୟଗଡା, କାଶୀପୁର ସହ ଅନ୍ୟାନ୍ୟ ଅଞ୍ଚଳର କାର୍ଯ୍ୟ ହେଉଛି। ଅପରପକ୍ଷେ ଡିଭିଜନ-୨ ଅଧୀନରେ ଗୁଣପୁର-୧, ୨ ଓ ବିଷମକଟକ ଅଞ୍ଚଳ ରହିଛି। ଗୁଣପୁର ୧ରେ ଗୁଣପୁର ଓ ରାମନାଗୁଡା ଥିବାବେଳେ ଗୁଣପୁର-୨ ଅଧୀନରେ ପଦ୍ମପୁର ଓ ଗୁଡାରୀ ଅଞ୍ଚଳ ରହିଛି। ସେହିପରି ବିଷମକଟକ ଅଧୀନରେ ବିଷମକଟକ, ମୁନିଗୁଡା ଓ ଚନ୍ଦ୍ରପୁର ରହିଛି। ଏପରି ଭୌଗଳିକ ସୀମା ମଧ୍ୟରେ ଆବଦ୍ଧ ହୋଇଥିବା ପୂର୍ତ୍ତବିଭାଗରେ ଡିଭିଜନ-୨ର କାର୍ଯ୍ୟ ଚାଲିଛି। ଡିଭିଜନ-୨ରେ ଗୁଣପୁର ଉପଖଣ୍ଡ ଯଥା ଗୁଣପୁର, ପଦ୍ମପୁର, ଗୁଡାରୀ, ରାମନାଗୁଡା, ବିଷମକଟକ, ମୁନିଗୁଡା ଓ ଚନ୍ଦ୍ରପୁର ଏପରି ୭ଟି ବ୍ଲକ ଅଞ୍ଚଳର ରାସ୍ତା, କୋଠାବାଡି କାର୍ଯ୍ୟ ତଦାରଖ କରାଯାଉଛି। ଏହି ଡିଭିଜନ-୨ର କାର୍ଯ୍ୟାଳୟ ରାୟଗଡା ସହରଠାରୁ ୭କିମି ଦୂର କୁମିଟିପେଣ୍ଠରେ ଅବସ୍ଥିତ। ଦୁଇଟି ଡିଭିଜନ ପାଇଁ ଦୁଇଜଣ ନିର୍ବାହୀ ଅଧିକାରୀ କାର୍ଯ୍ୟ କରୁଛନ୍ତି। ଡିଭିଜନ-୨ରେ ନିର୍ବାହୀ ଯନ୍ତ୍ରୀ ଭାବେ ସୀମାଦ୍ରି ନାୟକ ଗତ କିଛିଦିନ ହେବ ଅବସ୍ଥାପିତ ହୋଇଛନ୍ତି। ତେବେ ବିଡମ୍ବନାର ବିଷୟ, ଡିଭିଜନ-୨ ଅଧୀନରେ ଗୁଣପୁର ଉପଖଣ୍ଡର ସମସ୍ତ କାର୍ଯ୍ୟ ହେଉଥିବା ବେଳେ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଗୁଣପୁର ପରିବର୍ତ୍ତେ ରାୟଗଡାରେ କାର୍ଯ୍ୟକ୍ଷମ ହେଉଛି। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ କାହା ସ୍ବାର୍ଥରେ ରାୟଗଡାରେ ଉକ୍ତ ଅଫିସ୍‌ କାର୍ଯ୍ୟକ୍ଷମ ହେଉଛି ବୋଲି ପ୍ରଶ୍ନ ଉଠିଛି। ଗୁଣପୁରଠାରେ ସାଉଥକୋ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ ଭଳି ଅଫିସ ଚାଲିଛି। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍‌ ଗୁଣପୁର ପରିବର୍ତ୍ତେ ରାୟଗଡାରେ କାହିଁକି ରହିଛି ତାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାୟଗଡାରେ ୨ଟି ଡିଭିଜନ ପାଇଁ ଦୁଇଟି ସ୍ବତନ୍ତ୍ର କାର୍ଯ୍ୟାଳୟ ଚାଲିଥିବା ବେଳେ ଏହା ଗୁଣପୁରରେ କାହିଁକି କାର୍ଯ୍ୟକ୍ଷମ ହେଉନାହିଁ ବୋଲି ପ୍ରଶ୍ନ ଉଠିଛି। ବର୍ତ୍ତମାନ ଡିଭିଜନ-୨ ଅଧୀନରେ କୋଟି କୋଟି ଟଙ୍କାର ଅନେକ ଉନ୍ନୟନମୂଳକ କାର୍ଯ୍ୟ ଯଥା ରାସ୍ତା, କୋଠା ଆଦି କାମ ଚାଲିଛି। ରାୟଗଡାରେ ଏହା କାର୍ଯ୍ୟକ୍ଷମ ହେଉଥିବାରୁ ବିଭିନ୍ନ କାମ ପାଇଁ ଦୀର୍ଘ ୭୫କିମି ଦୂର ଯିବାକୁ ପଡୁଛି। ଫଳରେ ନାନା ସମସ୍ୟା ଦେଖାଦେବା ସହ କାର୍ଯ୍ୟରେ ବିଳମ୍ବ ଘଟୁଛି। ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ତ୍ବରିତ ଅନୁଧ୍ୟାନ କରି ଶୀଘ୍ର କାମ ସମ୍ପନ୍ନ ଉଦ୍ଦେଶ୍ୟରେ ସରକାର ଡିଭିଜନ -୨ ଅଫିସ୍‌ ଖୋଲିଥିଲେ। ମାତ୍ର ବାସ୍ତବରେ ସରକାରଙ୍କ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ। ତେଣୁ ଲୋକେ ଏଭଳି ବ୍ୟବସ୍ଥାକୁ ଗ୍ରହଣ କରିପାରୁନାହାନ୍ତି। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗ୍ରାମ୍ୟ ନିର୍ମାଣ ବିଭାଜନର ଡିଭିଜନ ଅଫିସ ଗୁଣପୁରରେ ଥିବାବେଳେ ପୂର୍ତ୍ତବିଭାଗର ଡିଭିଜନ-୨ ଅଫିସ ରାୟଗଡାରେ କାର୍ଯ୍ୟକ୍ଷମ ହେବାର କୌଣସି ଯଥାର୍ଥତା ନାହିଁ ବୋଲି ଜିଲାପରିଷଦ ସଭାପତି ପୁରୁଷୋତ୍ତମ ଗମାଙ୍ଗ କହିଛନ୍ତି। ନବନିର୍ମାଣ ସମିତିର ଅଧ୍ୟକ୍ଷ ଅକ୍ଷୟ ଦାସ କହିଛନ୍ତି ଯେ, ଗୁଣପୁର ପରିବର୍ତ୍ତେ ରାୟଗଡାରେ ଅଫିସ ରହିବା ଦୁର୍ଭାଗ୍ୟଜନକ। ଗୁଣପୁରବାସୀଙ୍କ ପାଇଁ ଏହା ଅବହେଳା ସଦୃଶ। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନ ନେଲେ ଆମେ ଆଗାମୀ ଦିନରେ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ। ଆବଶ୍ୟକ ପଡିଲେ ଆନ୍ଦୋଳନକୁ ଓହ୍ଲାଇବୁ। ସେହିପରି ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ କହିଛନ୍ତି, ଯେହେତୁ ଡିଭିଜନ-୨ ଅଫିସ ଅଧୀନରେ ଗୁଣପୁର ଉପଖଣ୍ଡର ସମସ୍ତ କାର୍ଯ୍ୟ ହେଉଛି ତେଣୁ ଗୁଣପୁରରେ ହିଁ ଅଫିସ ରହିବା କଥା। ଅଞ୍ଚଳବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗ ମୁଁ ବିଧାନସଭାରେ ଉଠାଇବି।
All Right Reserved By

ରାୟଗଡା

ଟ୍ରକ-ବାଇକ୍‌ ଧକ୍କା, ଜଣେ ମୃତ

ଟ୍ରକ-ବାଇକ୍‌ ଧକ୍କା, ଜଣେ ମୃତ

ରାୟଗଡା ଅଫିସ, ୧୭।୧୦-ରାୟଗଡା ସହର ସାଇ ଇଣ୍ଟରନ୍ୟାସନାଲ ଟାଫିକ ଛକ ନିକଟରେ ଏକ ଟ୍ରକ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଏଥିରେ ବାଇକ ଚାଳକଙ୍କ   ମୃତ୍ୟୁ ହୋଇଛି। ସେ  ହେଲେ ଜେକେପୁର ଥାନା ଅଧୀନ ନେହେରୁ ନଗରର ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ। ପୋଲିସ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି। 

ଚିକ୍‌ମିକ୍‌ ଆଲୁଅରେ ଝଲସୁଛି ମାଲକାନଗିରି

ଚିକ୍‌ମିକ୍‌ ଆଲୁଅରେ ଝଲସୁଛି ମାଲକାନଗିରି

ମାଲକାନଗିରି, ୧୭।୧୦(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ସଦର ମହକୁମା ଏବଂ ବିଭିନ୍ନ ବ୍ଲକରେ  ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଏହାଛଡା ବିଭିନ୍ନ ଶକ୍ତିପୀଠରେ ନବମୀ ପୂଜା ମଧ୍ୟ ଅନୁଷ୍ଠିତ ହେଉଛି। ଷଷ୍ଠୀଠାରୁ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ବେଲ ବରଣ ପୂଜା ସହ   ଶକ୍ତିପୀଠଗୁଡ଼ିକରେ ଚଣ୍ଡୀପାଠ, ହୋମଯଜ୍ଞ  ଆଦି କରାଯାଉଛି। 

ସରକାରୀ ବ୍ୟବସ୍ଥାର ବିଚିତ୍ର ରୂପ: ଜଙ୍ଗଲ ହୁଡାରେ ଗୋବିନ୍ଦପାଲି ଯାତ୍ରୀ ପ୍ରତୀକ୍ଷାଳୟ

ସରକାରୀ ବ୍ୟବସ୍ଥାର ବିଚିତ୍ର ରୂପ: ଜଙ୍ଗଲ ହୁଡାରେ ଗୋବିନ୍ଦପାଲି ଯାତ୍ରୀ ପ୍ରତୀକ୍ଷାଳୟ

ମାଥିଲି, ୧୭।୧୦(ଡି.ଏନ୍‌.ଏ.) - ସରକାରୀ ବ୍ୟବସ୍ଥାରେ ବିଚିତ୍ର ରୂପ। ଯିବାକୁ ହୋଇନି ରାସ୍ତା। ଜଙ୍ଗଲ ହୁଡାରେ ଖୋଲାପଡିଛି ଯାତ୍ରୀ ପ୍ରତୀକ୍ଷାଳୟ। ମାଲକାନଗିରି ଜିଲା ଖଇରପୁଟ ବ୍ଲକ  ଗୋବିନ୍ଦପାଲି ସଦର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ଦିନରୁ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନୂତନ ଭାବେ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ବ୍ୟବହାର ହୋଇନାହିଁ।

ପୁଅକୁ ଫେରି ପାଇଲେ ବଣ୍ଡା ପରିବାର

ପୁଅକୁ ଫେରି ପାଇଲେ ବଣ୍ଡା ପରିବାର

ମାଲକାନଗିରି, ୧୭।୧୦(ଡି.ଏନ୍‌.ଏ.)-:ବର୍ଷେ ନୁହେଁ କି ଦୁଇବର୍ଷ, ଜଣେ ବଣ୍ଡା ଯୁବକଙ୍କୁ ମାଲକାନଗିରି ପୋଲିସ ଦୀର୍ଘ ୧୫ ବର୍ଷ ପରେ ଉଦ୍ଧାର କରି  ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ପରିବାର ଲୋକେ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଜମିବାଡି ବିକ୍ରି କରି ସର୍ବସ୍ବାନ୍ତ ହୋଇଯାଇଥିଲେ। ଯୁବକଙ୍କ ବାପା  ମାଲକାନଗିରି ଥାନାରେ ତାଙ୍କ ପୁଅ ନିଖୋଜ ଥିବା ନେଇ ପୁଣିଥରେ ଏତଲା ଦେଇଥିଲେ। ପରେ ମାଲକାନଗିରି ପୋଲିସ ୧୨ ଘଣ୍ଟା ମଧ୍ୟରେ ନିଖୋଜ ଯୁବକଙ୍କୁ ଖୋଜିବାରେ ସଫଳ ହୋଇଥିଲା।

ବାଇକ୍‌କୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ବାଇକ୍‌କୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ରାୟଗଡ଼ା ଅଫିସ,୧୭।୧୦: ରାୟଗଡ଼ା ସହର ସାଇ ଇଣ୍ଟରନ୍ୟାଶନାଲ ଟ୍ରାଫିକ ଛକ ନିକଟରେ ବାଇକ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ।

କୋଲାବ ନଦୀରେ ଭାସୁଛି ଭାଲୁର ମୃତଦେହ

କୋଲାବ ନଦୀରେ ଭାସୁଛି ଭାଲୁର ମୃତଦେହ

ଜୟପୁର/କୁନ୍ଦୁରା, ୧୬।୧୦(ଡି.ଏନ୍‌.ଏ.) କୋରାପୁଟ ଜିଲା କୁନ୍ଦୁରା ଥାନା ଅଞ୍ଚଳର ଡଙ୍ଗରପାଉଁଶୀ ଗ୍ରାମ ନିକଟ କୋଲାବ ନଦୀରେ ମଙ୍ଗଳବାର ଏକ   ଭାଲୁର ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖିଥିଲେ। ଭାଲୁ ଦେହରେ କ୍ଷତ ଚିହ୍ନ ଥିବାରୁ ତାକୁ  କେହି ମାରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। 

ଦୁଇ ପୁତୁରାଙ୍କ କାଠ ଫାଳିଆ ମାଡରେ ଦାଦାଙ୍କ ମୃତ୍ୟୁ

ଦୁଇ ପୁତୁରାଙ୍କ କାଠ ଫାଳିଆ ମାଡରେ ଦାଦାଙ୍କ ମୃତ୍ୟୁ

ମୁନିଗୁଡା, ୧୬।୧୦(ଡି.ଏନ୍‌.ଏ.): ପାରିବାରିକ କଳହକୁ କେନ୍ଦ୍ରକରି ବଚସା ବଢିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦୁଇ ପୁତୁରା କାଠ ଫାଳିଆରେ  ଦାଦାଙ୍କୁ ମାଡ ମାରିବାରୁ ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ। ପୋଲିସ ସେଠାରେ ପହଞ୍ଚିବାପରେ ଅଭିଯୁକ୍ତ ଦ୍ୱୟ ଦୋଷ ସ୍ବିକାର କରିବା ସହ ଆତ୍ମସମର୍ପଣ କରିଥିଲେ। ମୃତକ ଜଣଙ୍କ ହେଲେ ରାୟଗଡା ଜିଲା ମୁନିଗୁଡା ଥାନା ଅଧୀନ କୁଲେରୀପେଟା ଗ୍ରାମର କାତ୍ରା ସିକ୍‌କା। ଅଭିଯୁକ୍ତ ଦ୍ୱୟ ହେଲେ ଉକ୍ତ ଗ୍ରାମର ଟଣିଆ ସିକ୍‌କା ଓ ଲୁକେ ସିକ୍‌କା।

ସବୁ ଅଞ୍ଚଳରେ ପହଞ୍ଚିନି ରିଲିଫ୍‌

କାଶୀନଗର, ୧୬।୧୦(ଡି.ଏନ୍‌.ଏ.): କାଶୀନଗର ବ୍ଲକ ଏବଂ ଏନ୍‌ଏସିର ସବୁ ଅଞ୍ଚଳରେ ରିଲିଫ ପହଞ୍ଚତ୍ ନ ଥିବା ବେଳେ ବିଦ୍ୟୁତ୍‌ ଓ ପାନୀୟଜଳ ଯୋଗାଣ ମଧ୍ୟ ସ୍ବାଭାବିକ ହୋଇପାରିନାହିଁ। ଫଳରେ ଲୋକେ ଦୁର୍ଦ୍ଦଶା ମଧ୍ୟରେ ଶଢୁଛନ୍ତି। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଏ. ଆଓ, ରାଜସ୍ବ ବିଭାଗ ଉପସଚିବ ଆଶୁତୋଷ ସାମଲଙ୍କ ସମୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି।

ଶୁଣିଲାନି ପ୍ରଶାସନ:ଗାଁ କୁ ରାସ୍ତା ତିଆରି କଲେ ରଙ୍ଗବନ୍ଧବାସୀ

ଶୁଣିଲାନି ପ୍ରଶାସନ:ଗାଁ କୁ ରାସ୍ତା ତିଆରି କଲେ ରଙ୍ଗବନ୍ଧବାସୀ

କୋରାପୁଟ/ନାରାୟଣପାଟଣା,୧୬।୧୦(ସ୍ବ.ପ୍ର/ଡି.ଏନ୍‌.ଏ.)-ଗାଁ କୁ ନାହିଁ ପକ୍କା ରାସ୍ତା। ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ା ହେଲେ କିଛି ସୁଫଳ ମିଳିଲାନି ା

ଜୟପୁର ଆକାଶବାଣୀକୁ ମିଳିବ ଦୁଇଟି ଜାତୀୟସ୍ତର ପୁରସ୍କାର

ଜୟପୁର,୧୬।୧୦(ଡି.ଏନ.ଏ.)-କୋରାପୁଟ ଜିଲା ଜୟପୁରସ୍ଥିତ ଆକାଶବାଣୀ କେନ୍ଦ୍ରକୁ ଜାତୀୟସ୍ତରରେ ଦୁଇଟି ପୁରସ୍କାର ମିଳିବ ା ଏଥିନେଇ ଶନିବାର ସନ୍ଧ୍ୟାରେ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ା

ବେକକାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ବେକକାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ନନ୍ଦପୁର, ୧୫।୧୦(ଡି.ଏନ୍‌.ଏ.)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କସନ୍ଧି ଗ୍ରାମପଞ୍ଚାୟତ ଅନ୍ତଗର୍ର୍ତ ଆଡ୍ରା ଗ୍ରାମର ରଘୁ ହନ୍ତାଳଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ନନ୍ଦପୁର ପୋଲିସ।

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ମାଥିଲି,୧୫।୧୦(ଡି.ଏନ୍‌.ଏ)-ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ଫାଣ୍ତି ନିକଟ ବ୍ରିଜରେ ଭାରସାମ୍ୟ ହରାଇ ସୋମବାର ଏକ ଘରୋଇ ବସ୍‌ ବ୍ରିଜର ଏକ ପାଶର୍‌ବ ଗଛକୁ ପିଟି ହୋଇ ବସ୍‌ ତଳକୁ ଖସିପଡିଛି। ଫଳରେ ବସ୍‌ରେ ଥିବା ୩୦ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଗୋବିନ୍ଦପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବା ସୂଚନା ମିଳିଛି ।