ଅନଗୁଳ-ଢେଙ୍କାନାଳ

ସଫଳ ଉଦ୍ୟୋଗୀ ହେବାକୁ ପରାମର୍ଶ

ସଫଳ ଉଦ୍ୟୋଗୀ ହେବାକୁ ପରାମର୍ଶ

ତାଳଚେର,୧୧ା୧୨(ନି.ପ୍ର.)- ସାଉଥ୍‌ ବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟରେ ଏକ ବୃତିଗତ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ଆୟୋଜିତ ଏହି ଦିନକିଆ ପ୍ରଶିକ୍ଷଣ ଶିବିରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ବଳଭଦ୍ର ଜେନା ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୋଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ବିନୀତା ଶତପଥୀ ଅତିଥିଭାବେ ଯୋଗଦେଇ କୃଷି କ୍ଷେତ୍ରରେ ସଫଳ ଉଦ୍ୟୋଗୀ ହେବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ। କ୍ୟାରିୟର୍‌ ସେଲ୍‌ର ମୁଖ୍ୟ ସଂଯୋଜକ ଅଧ୍ୟାପକ ସୁମନ୍ତ ମାଝି ଶିବିର ପରିଚାଳନା କରିଥିବା ବେଳେ ନାକ୍‌ ସଂଯୋଜକ ଅଧ୍ୟାପିକା ଶୁଭଦର୍ଶିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସେଲ୍‌ର କାର୍ଯ୍ୟକ୍ରମ ଅଧିକାରୀ ଲଲାତେନ୍ଦୁ ଗଡନାୟକ, ମନୋରଞ୍ଜନ ଘଡେଇ ପ୍ରମୁଖଙ୍କ ସହ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

ମାଉଜର ଦେଖାଇ ୪୧ ହଜାର ଲୁଟ୍‌ ଘଟଣା: ଅଭିଯୋଗକାରୀ ନିଜେ ଅଭିଯୁକ୍ତ

ମାଉଜର ଦେଖାଇ ୪୧ ହଜାର ଲୁଟ୍‌ ଘଟଣା: ଅଭିଯୋଗକାରୀ ନିଜେ ଅଭିଯୁକ୍ତ

ତାଳଚେର, ୨୨ା୭(ନି.ପ୍ର.)- ଲୁଟ୍‌ର ଶିକାର ହୋଇଥିବା ନେଇ ଥାନାରେ ମିଛ ଅଭିଯୋଗ କରି ପୋଲିସ ଜାଲରେ ଫସିଛନ୍ତି ଅଭିଯୋଗକାରୀ। ଅଭିଯୁକ୍ତ ନିଜେ ଟଙ୍କା ଆତ୍ମସାତ କରି ଥାନାକୁ ଆସିଥିବା ପୋଲିସ ଜାଣିବା ପରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଅନୁଗୋଳ ଥାନା ଏକଘରିଆ ଗ୍ରାମର ଶମ୍ଭୁ ନାହାକ। ଏ ନେଇ ତାଳଚେର ବିକ୍ରମପୁର ଥାନାରେ ନଂ. ୭୫/୧୮ ଦଫା ୪୮୦ରେ ମାମଲା ରୁଜୁ ହୋଇଛି।

ସରିଲା ରିମାଣ୍ଡ, ଜେଲ ଗଲେ ୨ ବ୍ୟାଙ୍କ ଡକାୟତ

ସରିଲା ରିମାଣ୍ଡ, ଜେଲ ଗଲେ ୨ ବ୍ୟାଙ୍କ ଡକାୟତ

ଅନୁଗୋଳ ଅଫିସ,୨୨।୭- ଅନୁଗୋଳର ଦୁଇଟି ବ୍ୟାଙ୍କ ଡକାୟତି ଘଟଣାରେ ଗିରଫ ୨ ଡକାୟତଙ୍କ ୪ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ପୋଲିସ ଉଭୟଙ୍କୁ ଶନିବାର କୋର୍ଟରେ ହାଜର କରିବା ପରେ ଜେଲ ହାଜତକୁ ପଠାଇଦେଇଛି। ଆନ୍ଧ୍ର ବ୍ୟାଙ୍କ ଡକାୟତି ଘଟଣାରେ ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଆଉ ୪ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ବୋଲି ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

ସାପ କାମୁଡ଼ାରେ ଜଣେ ମୃତ

କାମାକ୍ଷାନଗର, ୨୨ା୭(ସ୍ବ.ପ୍ର.)-କାମାକ୍ଷାନଗର ବ୍ଲକ ପଣ୍ଡୁଆ ଫାଣ୍ଡି ଅଧୀନ ରାୟନରସିଂହପୁର ଗ୍ରାମର ବୁଦ୍ଧିମନ୍ତ କାଣ୍ଡି (୩୦) ରବିବାର ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ଶନିବାର ରାତିରେ ମଶାରି ଟାଙ୍ଗି ଶୋଇଥିବାବେଳେ ତାଙ୍କୁ ଏକ ରଣା ସାପ କାମୁଡ଼ି ଦେଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ରବିବାର ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

କାନ୍ଥପଡ଼ି ଜଣେ ମୃତ

କାନ୍ଥପଡ଼ି ଜଣେ ମୃତ

କାମାକ୍ଷାନଗର, ୨୨ା୭(ସ୍ବ.ପ୍ର.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ରାୟନୃସିଂହପୁର ଗ୍ରାମରେ ରବିବାର ଅଭାବନୀୟ ଘଟଣା ଘଟିଛି। ଘର କାନ୍ଥ ପଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଦିବ୍ୟେନ୍ଦୁ ଦାସ (୪୬)।

ଏକଦିବସୀୟ ଚାରାରୋପଣ ତାଲିମ

ଏକଦିବସୀୟ ଚାରାରୋପଣ ତାଲିମ

ଛେଣ୍ଡିପଦା, ୨୨ା୭(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ରବିବାର ଏକ ଦିବସୀୟ ଚାରାରୋପଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

ଜାତୀୟ ରାଜପଥ ଜଳମଗ୍ନ

ଜାତୀୟ ରାଜପଥ ଜଳମଗ୍ନ

ବଅଁରପାଳ,୨୨।୭(ଡି.ଏନ୍‌.ଏ.): ନାଲ୍‌କୋ ନିକଟ କାଣ୍ଡସର ପେଟ୍ରୋଲ ଟାଙ୍କିଠାରେ ୫୫ ନମ୍ବର ଜାତୀୟ ରାଜପଥ ଜଳ ମଗ୍ନ ହୋଇଛି। ଲଗାଣ ବର୍ଷା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ରାସ୍ତା ଉପରେ ଆଣ୍ଠୁଏ ପାଣି

ରାସ୍ତା ଉପରେ ଆଣ୍ଠୁଏ ପାଣି

ଛେଣ୍ଡିପଦା,୨୨।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ମାଛକୁଟା ଗ୍ରାମ ରାସ୍ତା ଉପରେ ବର୍ଷା ଯୋଗୁ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ସମୟରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମୁଖ୍ୟ ରାସ୍ତାରେ ବର୍ଷା ପାଣି

ମୁଖ୍ୟ ରାସ୍ତାରେ ବର୍ଷା ପାଣି

ଛେଣ୍ଡିପଦା,୨୨।୭(ଡି.ଏନ୍‌.ଏ.): ଛେଣ୍ଡିପଦା-ଜରପଡା ପୂର୍ତ୍ତ ବିଭାଗ ରାସ୍ତା ଉପରେ ବାଲିପଟା ଗ୍ରାମ ବୁଲାଣିଠାରେ ବର୍ଷା ପାଣି ଜମି ରହିଛି। ପ୍ରାୟ ୨ ଫୁଟ ଉଚ୍ଚା ବର୍ଷା ପାଣି ଜମି ରହିଥିବା ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଘର ଭିତରକୁ ପଶିଗଲା ଟ୍ରକ

ଘର ଭିତରକୁ ପଶିଗଲା ଟ୍ରକ

ଛେଣ୍ଡିପଦା,୨୨।୭(ଡି.ଏନ.ଏ.): ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଦେହୁରୀ ସାହି ଗ୍ରାମଠାରେ ଶନିବାର ବିଳମ୍ବିତ ରାତିରେ ଏହି ରାସ୍ତା ଦେଇ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା କାଳନ୍ଦୀ ବାରିକଙ୍କ ଘର ଭିତରକୁ ପଶିଯାଇଥିଲା।

କୁଡ଼ିଆରୁ କାଶୀନାଥ ଉଦ୍ଧାର

କୁଡ଼ିଆରୁ କାଶୀନାଥ ଉଦ୍ଧାର

ଢେଙ୍କାନାଳ ଅଫିସ, ୨୨।୭: ଛାଡ଼ିମାଟି ପତ୍ର କୁଡ଼ିଆରେ ଅସହାୟ ଅବସ୍ଥାରେ ରହୁଥିବା ୮୦ ବର୍ଷୀୟ କାଶୀନାଥ ପଧାନଙ୍କ ପାଖରେ ପହଞ୍ଚିଛି ସହାୟତାର ହାତ। ଶନିବାର ଆଇନ ସେବା ପ୍ରାଧିକରଣ କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଗର୍ଭବତୀ

ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଗର୍ଭବତୀ

ପାଲଲହଡା,୨୨।୭(ଡି.ଏନ.ଏ): ଘର ଯାଏ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ବର୍ଷାରେ ଫୁଲି ଉଠିଥିବା ନୁଡେଇ ନାଳ ଏଥିରେ ସାଜିଲା ପ୍ରତିବନ୍ଧକ। ଏପରିସ୍ଥିତିରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ଦେଢ଼ କିମି ରାସ୍ତା ଖଟିଆରେ ବୁହାହୋଇ ଆସିଲେ।

ବିଶୁଙ୍କୁ ସହାୟତା କରିବ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ

ବିଶୁଙ୍କୁ ସହାୟତା କରିବ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ

ଭୁବନ, ୨୨।୭(ଡି.ଏନ.ଏ.): ବ୍ୟାଟେରିଚାଳିତ ବାଇକ୍‌ ତିଆରି ଚର୍ଚ୍ଚାର ପରିଧିକୁ ଆସିଥିବା ଭୁବନର ବିଶୁ ମହାରଣାଙ୍କୁ ସହାୟତା କରିବାକୁ ଆଗଭର ହୋଇଛି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ। ଗଣମାଧ୍ୟମରେ ଖବର ପ୍ରକାଶ ଏବଂ ସୋସିଆଲ ମିଡିଆରେ ବିଶୁଙ୍କ ହାତ ତିଆରି ବାଇକ୍‌ର ଫଟୋ ଭାଇରାଲ ହେବା ପରେ ଏହା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟିକୁ ଆସିଥିଲା।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ