ଅନଗୁଳ-ଢେଙ୍କାନାଳ

କଣ୍ଢାଳ ଗ୍ରାମବାସୀଙ୍କ ଚେତାବନୀ: ଦାବି ପୂରଣ ନ ହେଲେ କାମ ବନ୍ଦ

କଣ୍ଢାଳ ଗ୍ରାମବାସୀଙ୍କ ଚେତାବନୀ: ଦାବି ପୂରଣ ନ ହେଲେ କାମ ବନ୍ଦ

ତାଳଚେର,୧୧ା୧୨(ନି.ପ୍ର.)- ତାଳଚେର ବ୍ଲକ କଣ୍ଢାଳ ଗ୍ରାମବାସୀଙ୍କ ଏକ ଜରୁରୀ ବୈଠକ ରବିବାର ଗ୍ରାମ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ସଭାପତି କାଶୀନାଥ ନନ୍ଦ ସଭାପତିତ୍ୱ କରିଥିଲେ। ସରପଞ୍ଚ ଧରିତ୍ରୀ ମହାପାତ୍ର, ଧୀରେନ ଶତପଥୀ, ବିପିନ ମିଶ୍ର, ଶିବନାଥ ନନ୍ଦ, ପୀତାମ୍ବର ସାହୁ, ବିଜୟ ସାହୁ, ମଦନ ମହାପାତ୍ର, ରିନି ମହାପାତ୍ର, ମହିଳା ସଭନେତ୍ରୀ ରଞ୍ଜିତା ସାହୁଙ୍କ ସମେତ ଗ୍ରାମର ସଭ୍ୟ ଓ ବହୁ ମହିଳା ଯୋଗ ଦେଇଥିଲେ। ନିଯୁକ୍ତି, କ୍ଷତିପୂରଣ, କୋଲ୍‌ କରିଡର ଜନିତ ସମସ୍ୟା ସମେତ ୮ଦଫା ଦାବି ଉପରେ ବିଷଦ ଭାବେ ଆଲୋଚନା ହୋଇଥିଲା। ୨୦୧୬ ଡିସେମ୍ବର ୧୪ରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମାଧାନୀ ବୈଠକ ପରେ ଗ୍ରାମବାସୀ କୋଲ୍‌ କରିଡର ରାସ୍ତା ଛାଡି ଦେଇଥିଲେ। କିନ୍ତୁ ୮ ଦଫା ଦାବି ମଧ୍ୟରୁ ଏ ପର୍ଯ୍ୟନ୍ତ କୌଣସି ଗୋଟିଏ ହେଲେ ପୂରଣ ହେଲା ନାହିଁ, ଯାହାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଖଣି କର୍ତ୍ତୃପକ୍ଷ, ପ୍ରଶାସନସ୍ତରରେ ବହୁବାର ଆଲୋଚନା କରାଯାଇଥିଲେ ମଧ୍ୟ ତାହା ପରବର୍ତ୍ତୀ ଅବସ୍ଥାରେ କାର୍ଯ୍ୟକାରୀ ହେଉନାହିଁ। ଆସନ୍ତା ୫ଦିନ ମଧ୍ୟରେ ଗ୍ରାମର ୮ଦଫା ଦାବି ପୂରଣ ନ ହେଲେ ଗ୍ରାମବାସୀ ନିଜ ଜମିରେ କୌଣସି କାମ କରେଇ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ଯୁବକଙ୍କୁ ବାସନ୍ଦ ଅଭିଯୋଗ

ଅନୁଗୋଳ ଅଫିସ,୨୩।୪- ଅନୁଗୋଳ ଥାନା ମୂଷାପାପୁଲି ଗ୍ରାମର ଭରତଚନ୍ଦ୍ର ପ୍ରଧାନଙ୍କୁ ଗ୍ରାମ କମିଟି ତରଫରୁ ବାସନ୍ଦ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଭରତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଶନିବାର ସକାଳେ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ଏକ ନୋଟିସ ଦେଇଥିଲେ।

ନାଲ୍‌କୋ ସିପିପିରେ ୩ ଶହ ଟେଲିଫୋନ ଅଚଳ

ନାଲ୍‌କୋ ସିପିପିରେ ୩ ଶହ ଟେଲିଫୋନ ଅଚଳ

ବଅଁରପାଳ, ୨୩।୪(ଡିଏନ୍‌ଏ)- ଅନୁଗୋଳ ଜିଲା ନାଲ୍‌କୋ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ (ସିପିପି)ରେ ୪ ଦିନ ହେଲା ପ୍ରାୟ ୩୦୦ ଇଣ୍ଟରକମ୍‌ ଟେଲିଫୋନ ଅଚଳ ହୋଇପଡ଼ିଛି। ଫଳରେ ନାଲ୍‌କୋ ପ୍ରଶାସନିକ କାର୍ଯ୍ୟାଳୟ, କଣ୍ଟ୍ରୋଲରୁମ୍‌, କ୍ୟାଣ୍ଟିନ୍‌ ସମେତ ବିଭିନ୍ନ କାର୍ଯ୍ୟାଳୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବା କେତେଜଣ କର୍ମଚାରୀ ପ୍ରକାଶ କରିଛନ୍ତି।

ପିତିରି ଜଙ୍ଗଲରୁ ନାବାଳକ ଉଦ୍ଧାର

ପିତିରି ଜଙ୍ଗଲରୁ ନାବାଳକ ଉଦ୍ଧାର

ପରଜଙ୍ଗ, ୨୩ା୪(ଡି.ଏନ୍‌.ଏ.)- ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୧୪୯ନଂ. ଜାତୀୟ ରାଜପଥ ସନ୍ନିକଟ ପିତିରି ଜଙ୍ଗଲ ରାସ୍ତାରୁ ଶନିବାର ସନ୍ଧ୍ୟାରେ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ତା

ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ:  ଏଏସ୍‌ଆଇ ଏବଂ ଏସ୍‌ଆଇ ଗୁରୁତର

ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଏଏସ୍‌ଆଇ ଏବଂ ଏସ୍‌ଆଇ ଗୁରୁତର

ପାଲଲହଡ଼ା,୨୩।୪(ଡି.ଅନ.ଏ.)-ପାଲଲହଡ଼ା ଝିମିରିପାଲିଠାରେ ସୋମବାର ପାଲଲହଡ଼ା ପୋଲିସ ବୋଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏ

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ

ତାଳଚେର,୨୩।୪(ନି.ପ୍ର)- ଅନୁଗୋଳ ଜିଲା କଣିହାଁ ଥାନା ଡେରଙ୍ଗ ଗ୍ରାମକୁ ଚନ୍ଦନ ଯାତ୍ରା ଉପଲକ୍ଷେ ଏକ ଅପେରା ଦଳରେ ଅଭିନୟ କରିବାକୁ ଯାଇଥିବା ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ସେହି ଗ୍ରାମର ଇନ୍ଦ୍ରମଣି ସାହୁ ଓ ତାଙ୍କର ଦୁଇ ପୁଅ ମାଡ଼ ମାରିବା ସହ ଅସଦାଚରଣ କରିଥିବା କଣିହାଁ ଥାନାରେ ଅଭିଯୋଗ ହୋଇଛି।

ପାନୀୟଜଳ ଯୋଗାଣ ଦାବିରେ ଆନ୍ଦୋଳନ

ପାନୀୟଜଳ ଯୋଗାଣ ଦାବିରେ ଆନ୍ଦୋଳନ

ବଅଁରପାଳ,୨୩।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗିରାଙ୍ଗ ଗ୍ରାମକୁ ନାଲ୍‌କୋ ପକ୍ଷରୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ଦାବିରେ ସୋମବାର ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି।

ସଡ଼କ ସୁରକ୍ଷା ସପ୍ତାହ ପାଳିତ

ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଅନୁଗୋଳ ଅଫିସ,୨୩।୪: ଅନୁଗୋଳ ଜିଲା ଆଞ୍ଚଳିକ ପରିବହନ କେନ୍ଦ୍ର ପକ୍ଷରୁ ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ଗଣଦୌଡ଼ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଦୋକାନରେ ପଶିଗଲା ଟ୍ରକ୍‌: ଜଣେ ମୃତ, ୨ ଗୁରୁତର

ଦୋକାନରେ ପଶିଗଲା ଟ୍ରକ୍‌: ଜଣେ ମୃତ, ୨ ଗୁରୁତର

ବଇଣ୍ଡା,୨୩।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ସାନହୁଲା ଗ୍ରାମ ନିକଟରେ ଥିବା ବିରେନ୍‌ ସାହୁଙ୍କ ଦୋକାନ ଭିତରକୁ ରବିବାର ରାତିରେ ଏକ ଟ୍ରକ୍‌ ପଶିଯାଇଛି।

ଚାରିମଲିକ ବିକାଶ ପରିଷଦକୁ ‘ଭଗୀରଥ’ ସମ୍ମାନ

ଚାରିମଲିକ ବିକାଶ ପରିଷଦକୁ ‘ଭଗୀରଥ’ ସମ୍ମାନ

ବନ୍ତଳା,୨୩-୪(ଡି.ଏନ.ଏ.) ବିଶ୍ୱ ଧରିତ୍ରୀ ଦିବସ ପାଳନ ଅବସରରେ ସମ୍ବଲପୁର ଠାରେ ଦ୍ୱିତୀୟ ଓଡ଼ିଶା ନଦୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ଅବସରରେ ଚାରିମଲିକ ଆଞ୍ଚଳିକ ବିକାଶ ପରିଷଦକୁ ‘ଭଗୀରଥ’ ସମ୍ମାନରେ ସମ୍ମାନିତ କରାଯାଇଛି। ସମ୍ପ୍ରତି ଅନୁଗୋଳ ଜିଲାର ଚାରିମଲିକ ଅଞ୍ଚଳରେ ନାବାର୍ଡ ସହାୟତାରେ ଜଳଛାୟା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଆସୁଛି।

୯୦ ବର୍ଷରେ ବି ବୋଲ ମାନୁଛି ଢୋଲ

୯୦ ବର୍ଷରେ ବି ବୋଲ ମାନୁଛି ଢୋଲ

ବଅଁରପାଳ,୨୩-୪ ବୟସାଧିକ ଯୋଗୁ ପୂର୍ବାପେକ୍ଷା ଶରୀର ଦୁର୍ବଳ ହୋଇଗଲାଣି। ଅଣ୍ଟା ବି ସାମାନ୍ୟ ନୁଅଁାଇ ଦେଲାଣି। ହେଲେ ମନ ଛାଡ଼ୁନି କୌଳିକ ବୃତ୍ତିରୁ। ଜେଜେ, ବାପାଙ୍କ ଭଳି ପାରୁଥିବା ପର୍ଯ୍ୟନ୍ତ ବୃତ୍ତିକୁ ନୀତି କରିବାକୁ ଯେପରି ପଣ କରିଛନ୍ତି ବଅଁରପାଳ ବ୍ଲକ ଗିରାଙ୍ଗ ଗ୍ରାମର ଅରକ୍ଷିତ ଗୋଛାୟତ। କାମରେ ତାଙ୍କ ଏପରି ଏକାଗ୍ରତା ଆଗରେ ଫିକା ପଡ଼ିଯାଇଛି ବଢ଼ୁଥିବା ବୟସ। ସେଥିପାଇଁ ୯୦ ବର୍ଷରେ ବି ତାଙ୍କ ବୋଲ ମାନୁଛି ଢୋଲ।

ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ଅନୁଗୋଳ ଅଫିସ,୨୩-୪- ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଚିନ୍ମୟ କୁମାର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଚନ୍ଦ୍ରବାହାଳରେ ଅସହ୍ୟ ହେଲାଣି ଜଳକଷ୍ଟ

ଚନ୍ଦ୍ରବାହାଳରେ ଅସହ୍ୟ ହେଲାଣି ଜଳକଷ୍ଟ

ବନ୍ତଳା,୨୩-୪(ଡି.ଏନ.ଏ.) ଅନୁଗୋଳ ଜିଲାରେ ତାତି ସହ ବଢ଼ୁଛି ପାନୀୟ ଜଳ ସଙ୍କଟ। କୂଅ, ପୋଖରୀ ଆଦି ଶୁଖିଲା ପଡ଼ିଥିବା ବେଳେ ଭୂତଳ ଜଳସ୍ତର ହ୍ରାସ ପାଇଚାଲିଛି। ତେବେ ସମସ୍ୟା ବଢ଼ାଉଛି ଅଚଳ ପାନୀୟ ଜଳ ପ୍ରକଳ୍ପ। ୨ଦିନ ହେଲା ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଅନୁଗୋଳ ବ୍ଲକ ରନ୍ତଲେଇ ପଞ୍ଚାୟତ ଚନ୍ଦ୍ରବାହାଳ ଗ୍ରାମବାସୀ।