ଉପକୂଳ ଓଡିଶା

କାମରେ ଆସୁନି ଅଟୋମେଟିକ୍‌ ୱେଦର ଷ୍ଟେଶନ୍‌

କାମରେ ଆସୁନି ଅଟୋମେଟିକ୍‌ ୱେଦର ଷ୍ଟେଶନ୍‌
ଜଗତ୍‌ସିଂହପୁର ଅଫିସ,୧୧।୧୨ ତାପମାତ୍ରା ଓ ବର୍ଷା ଜଳ ମାପିବା ପାଇଁ ରାଜ୍ୟର ବିଭିନ୍ନ ଜିଲାରେ ଅଟୋମେଟିକ ୱେଦର ଷ୍ଟେଶନ୍‌ (ଏଡବ୍ଲ୍ୟୁଏସ୍‌) ପ୍ରତିଷ୍ଠା କରାଯାଇଛି। ଜଗତ୍‌ସିଂହପୁର ସର୍କିଟ୍‌ ହାଉସ ନିକଟରେ ମଧ୍ୟ ଏହି ଷ୍ଟେଶନ୍‌ ଦୀର୍ଘ ବର୍ଷ ପୂର୍ବରୁ ପ୍ରତିଷ୍ଠା କରାଯାଇଛି। କିନ୍ତୁ ଦୁଃଖର କଥା ହେଲା, ବର୍ଷାଧିକ କାଳ ହେବ ଷ୍ଟେଶନ୍‌ଟି ଅଚଳ ହୋଇରହିଛି। ଏହାର ମରାମତି କିମ୍ବା ନୂଆ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଉନାହିଁ। ସେହିପରି ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ଜଳ ମାପିବା ପାଇଁ ପୂର୍ବରୁ ୮ଟି ଅଟୋମେଟିକ୍‌ ରେନଗଜ୍‌ (ଏଆର୍‌ଜି) ଷ୍ଟେଶନ୍‌ ପ୍ରତିଷ୍ଠା ହୋଇଥିଲା। ଏଗୁଡିକ ମଧ୍ୟ କାମ କରୁନି। ପବନର ବେଗ ମାପିବା ପାଇଁ ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପୁରୁଣା ବିଲ୍ଡିଂ ଛାତ ଉପରେ ଆନିମୋମିଟର ଲଗାଯାଇଥିଲେ ସୁଦ୍ଧା ତାହା ଅଚଳ ରହିଛି। ଏସବୁ ବାଦ୍‌ ଜଗତ୍‌ସିଂହପୁର ଜିଲାରେ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ ତରଫରୁ ଏକାଧିକ ସୁନାମୀ ଟାୱାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ତାହା ମଧ୍ୟ ଏଯାଏ କାର୍ଯ୍ୟକ୍ଷମ ହୋଇନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି। ୧୯୯୯ ମହାବାତ୍ୟାରେ ଜିଲାର ପ୍ରଭୁତ କ୍ଷତି ହୋଇଥିଲା। ବହୁ ଧନ ଜୀବନ ହାନୀ ଘଟିଥିଲା। ତେଣୁ ଏହି ଜିଲାବାସୀ ପ୍ରାକୃତିକ ବିପର୍ଯ୍ୟୟ କଥା ଶୁଣିଲେ ଭୟଭୀତ ହୋଇପଡନ୍ତି। ଏସବୁ ଦୃଷ୍ଟିରୁ ଜଗତସିଂହପୁରରେ ଏକାଧିକ ଏଡବ୍ଲ୍ୟୁଏସ୍‌ କାର୍ଯ୍ୟକ୍ଷମ ହେବାର ଆବଶ୍ୟକତା ରହିଛି। କିନ୍ତୁ ପାରାଦୀପକୁ ବାଦ୍‌ଦେଲେ ଜିଲାରେ ଥିବା ଅନ୍ୟ କୌଣସି ଗୋଟିଏ ସ୍ଥାନରେ ଏଡବ୍ଲ୍ୟୁଏସ୍‌ ଏବଂ ଏଆର୍‌ଜି ଷ୍ଟେଶନ୍‌ କାର୍ଯ୍ୟକ୍ଷମ ନାହିଁ। ଏହି ଷ୍ଟେସନ୍‌ଗୁଡିକ ପ୍ରତଷ୍ଠା ସମୟରେ ବହୁ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏଗୁଡିକ ଖରାପ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ଏସବୁ ବାବଦରେ ପଦକ୍ଷେପ ନିଆଯିବା କଥା। ବଡ଼ କଥା ହେଲା ବ୍ଲକ ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଏଆର୍‌ଜି ଷ୍ଟେଶନ୍‌ଗୁଡିକର ସୁରକ୍ଷା ଦାୟିତ୍ୱ ଜିଲା ପ୍ରଶାସନର। କିନ୍ତୁ ସୁରକ୍ଷା ଏବଂ ମରାମତି ଅଭାବରୁ ଜିଲାରେ ଥିବା ଏକାଧିକ ଏହି ଷ୍ଟେଶନ୍‌ ବର୍ଷାଧିକ କାଳ ହେବ ଅଚଳ ରହିଛି। ଅନୁରୂପ ଭାବେ ଜିଲାପାଳଙ୍କ କାର୍ଯ୍ୟାଳୟ ପୁରୁଣା ବିଲ୍ଡିଂ ଉପରେ ପବନର ବେଗ ମାପିବା ପାଇଁ ଏକ ଯନ୍ତ୍ର ବସାଯାଇଥିଲା। ଏହି ଯନ୍ତ୍ର ଜିଲା ଆପାତକାଳୀନ ବିଭାଗ ନିକଟରେ ସ୍ଥାପନ ହେବା କଥା। ତାହା କରା ନ ଯିବା ସାଙ୍ଗକୁ ଆବଶ୍ୟକ ଯନତ୍ ଅଭାବରୁ ଏହା ଖରାପ ହୋଇଯାଇଛି । ଯେହେତୁ ଜଗତ୍‌ସିଂହପୁର ଏକ ସୁନାମୀପ୍ରବଣ ଅଞ୍ଚଳ, ତେଣୁ ଜିଲାର ୧୨ଟି ସ୍ଥାନରେ ସୁନାମି ଟାୱାର କରାଯିବାକୁ ନିଷ୍ପତ୍ତି ନିଆଯାଇ କାମ ଚାଲିଛି। ଏହି ଟାୱାରଗୁଡିକ ବିଶେଷକରି ଜିଲାର ୮ଟି ବ୍ଲକ ଅଞ୍ଚଳ, ପାରାଦୀପ, ଜଗତ୍‌ସିଂହପୁର ଓ ଅନ୍ୟ ୨ଟି ସ୍ଥାନରେ କରାଯାଉଛି। ଟାୱାରଗୁଡିକ ଛିଡା ହୋଇଗଲାଣି। ହେଲେ ଆହୁରି ଅନେକ କାମ ବାକି ଥିବାରୁ ଏଗୁଡିକ ଶେଷ ହେବାରେ ବିଳମ୍ବ ହେଉଛି। ଚଳିତ ଡିସେମ୍ବର ମାସ ଭିତରେ ସୁନାମୀ ଟାୱାରଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। କିନ୍ତୁ କାହିଁକି କାମ ଶେଷ ହେଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଜିଲା ଆପାତକାଳୀନ ବିଭାଗ ପକ୍ଷରୁ କୁହାଯାଇଛି, ଏଡବ୍ଲ୍ୟୁଏସ୍‌, ଏଆର୍‌ଜି ଓ ଆନିମୋମିଟର ଆଦି କାମ ଆଇଏମ୍‌ଡି ଉପରେ ନ୍ୟସ୍ତ ଅଛି। ଏହି ବିଭାଗ ସହ ଯୋଗାଯୋଗ କରାଯାଇ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଚାଲିଛି। ଏ ସମ୍ପର୍କରେ ଆଇଏମ୍‌ଡି (ଇଣ୍ଡିଆନ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ) ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶାଖା ନିର୍ଦ୍ଦେଶକ ଶରତ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଜଗତସିଂହପୁରରେ ଥିବା ଏଡବ୍ଲ୍ୟୁଏସ୍‌ଟି ବର୍ଷାଧିକ କାଳ ହେବ ଖରାପ ହୋଇଯାଇଛି। ସାମୁଦ୍ରିକ ପବନ ଯୋଗୁ କଳଙ୍କି ଲାଗିଯିବାରୁ କାମ କରୁନାହିଁ। ତଥାପି ଖୁବଶୀଘ୍ର ଏହାର ମରାମତି କରାଯିବ। ବ୍ଲକଗୁଡିକରେ ଥିବା ଏଆର୍‌ଜି ଷ୍ଟେଶନ୍‌ଗୁଡିକର ସୋଲାର ପ୍ୟାନେଲ ଏବଂ ବ୍ୟାଟେରୀ ଚୋରିଯାଇଥିବାରୁ ଏଗୁଡିକ ଅଚଳ ରହିଛି । ଚୋରି ସମ୍ପର୍କରେ ଥାନାରେ ଅଭିଯୋଗ ହୋଇ ନ ଥିବାରୁ ନୂଆ ଲଗାଇବାରେ ଅସୁବିଧା ଥିଲା। ତେବେ ଏହାର ସମାଧାନ ପ୍ରାୟ ହୋଇଗଲାଣି। ଯଥାଶୀଘ୍ର କାମ ହୋଇଯିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆବଶ୍ୟକ କର୍ମଚାରୀ ଅଭାବରୁ ଯେଉଁଠି ମରାମତି ଦରକାର, କରିବା ବିଳମ୍ବ ହେଉଛି। ସୂଚନାଯୋଗ୍ୟ ଯେ, ଏଡବ୍ଲ୍ୟୁଏସ୍‌ ଏବଂ ଏଆର୍‌ଜି ଷ୍ଟେଶନ୍‌ଗୁଡିକ ସୂର୍ଯ୍ୟାଲୋକରେ ଚାଲେ। ଏହାର ପରିଚାଳନା ପାଇଁ ଲୋକଙ୍କ ଆବଶ୍ୟକତା ପଡେନାହିଁ। ଏହି ଷ୍ଟେଶନ୍‌ଗୁଡିକ ସିଧାସଳଖ ପୁନେସ୍ଥିତ ଆଇଏମ୍‌ଡି ସହ ସାଟେଲାଇଟ୍‌ ଦ୍ୱାରା ସଂଯୋଗ ରହିଛି। ତେଣୁ ଷ୍ଟେସନଗୁଡିକରୁ ତାପମାତ୍ରା ଓ ବର୍ଷା ଜଳ ରିପୋର୍ଟ ସିଧାସଳଖ ପୁନେ ଆଇଏମ୍‌ଡିକୁ ଚାଲିଯାଏ। ପୁନେସ୍ଥିତ ଆଇଏମ୍‌ଡି ତଥ୍ୟକୁ ସଂଗ୍ରହ କରି ସଜାଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରକୁ ପଠାଇ ଥାଏ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏହି ରିପୋର୍ଟକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବ୍ୟବସ୍ଥା କରିଥାଏ ।
All Right Reserved By

ଉପକୂଳ ଓଡିଶା

ଛାତ୍ରାବାସ ଜମି ହଡ଼ପ ପାଇଁ ମସୁଧା

ଛାତ୍ରାବାସ ଜମି ହଡ଼ପ ପାଇଁ ମସୁଧା

ନୟାଗଡ଼ ଅଫିସ,୨୦।୧-ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଦଖଲରେ ଥିବା ପୁରାତନ ଛାତ୍ରାବାସର ୧ଏକର ୨୬ ଡିସିମିଲ ଜମିକୁ ହଡ଼ପ କରିବା ପାଇଁ ମସୁଧା ଚାଲିଛି।  ଏହାକୁ କିଛି ରାଜନୈତିକ ବ୍ୟକ୍ତି କିଣିବା ପାଇଁ ମସୁଧା କରୁଛନ୍ତି।

ସାତକୋଶିଆରେ ସରିଲା ବନ୍ୟଜନ୍ତୁ ଆକଳନ

ସାତକୋଶିଆରେ ସରିଲା ବନ୍ୟଜନ୍ତୁ ଆକଳନ

ଗଣିଆ,୨୦।୧(ଡି.ଏନ.ଏ.)- ନୟାଗଡ଼ ଜିଲା ଅନ୍ତର୍ଗତ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳରେ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହୋଇଥିବା ବନ୍ୟଜନ୍ତୁ ଆକଳନ ଶନିବାର ଶେଷ ହୋଇଛି ।

ନୟାଗଡ଼ ଏନ୍‌ଏସି ଅଞ୍ଚଳ: ୩ ଦିନ ହେଲାଣି ଉଠିନି ଅଳିଆ

ନୟାଗଡ଼ ଏନ୍‌ଏସି ଅଞ୍ଚଳ: ୩ ଦିନ ହେଲାଣି ଉଠିନି ଅଳିଆ

ନୟାଗଡ଼ ଅଫିସ,୨୦।୧- ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ ନ୍ୟାୟରେ ନୟାଗଡ଼ ଏନ୍‌ଏସିର କାର୍ଯ୍ୟ ହେଉଛି। ସହରର ସ୍ବଚ୍ଛତା ପ୍ରତି ଏନ୍‌ଏସି କର୍ତ୍ତୃପକ୍ଷ ଆଖି ବୁଜିଦେଇଥିବା ଅଭିଯୋଗ ହେଉଛି।

ଶ୍ରୀନୀଳମାଧବ ଜୀଉଙ୍କ ପୌଷାଭିଷେକ ପାଇଁ ପ୍ରସ୍ତୁତି ବୈଠକ: ବିଶିଷ୍ଟ କଳାକାରଙ୍କ ଦ୍ୱାରା ଭଜନ, ସାଂସ୍କୃତିକ କାର୍ଯ୍ୟକ୍ରମ

ଶ୍ରୀନୀଳମାଧବ ଜୀଉଙ୍କ ପୌଷାଭିଷେକ ପାଇଁ ପ୍ରସ୍ତୁତି ବୈଠକ: ବିଶିଷ୍ଟ କଳାକାରଙ୍କ ଦ୍ୱାରା ଭଜନ, ସାଂସ୍କୃତିକ କାର୍ଯ୍ୟକ୍ରମ

ଖଣ୍ଡପଡ଼ା,୨୦ା୧(ସ୍ବ.ପ୍ର.)-ଆସନ୍ତା ୨୧ ତାରିଖ ପୌଷପୂର୍ଣ୍ଣିମା ତିଥିରେ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ପୌଷାଭିଷେକ ବା ଦେବାଭିଷେକ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେବ| 

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ:  ୩୩୮ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୩୮ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର

ଭାପୁର,୨୦ା୧(ଡି.ଏନ.ଏ.)-ନୟାଗଡ଼ ଜିଲା ଭାପୁର ବ୍ଲକସ୍ଥିତ ବଜାର ନିକଟ ବାଲୁଙ୍କେଶ୍ୱରଦେବ ବିଦ୍ୟାପୀଠ ଖେଳପଡ଼ିଆରେ ଶନିବାର ପୂର୍ବାହ୍ନ ୧୦ଟା ୩୦ରେ ମେଗା କାର୍ଯ୍ୟକ୍ରମ ‘ଆମ ଗାଁ ଆମ ବିକାଶ’ ଆୟୋଜିତ ହୋଇଛି। 

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ: ‘ଶିଶୁ ହେଉଛି ଆଗାମୀ ଦିନର ମନୋରମ ସକାଳ’

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ: ‘ଶିଶୁ ହେଉଛି ଆଗାମୀ ଦିନର ମନୋରମ ସକାଳ’

ଖଣ୍ଡପଡ଼ା,୨୦ା୧(ସ୍ବ.ପ୍ର.)-ଶିଶୁ ହେଉଛନ୍ତି ଆଗାମୀ ପିଢୀର ମନୋରମ ସକାଳ ଏବଂ ଶିକ୍ଷା ହିଁ ଜୀବନର ଶ୍ରେଷ୍ଠ ସମ୍ପଦ| ଚାପ ନ ଦେଇ ପିଲାମାନଙ୍କର ଚିନ୍ତା ଓ ଭାବନାକୁ ବୁଝି ପାରିଲେ ପିଲାମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବ। ଶୁକ୍ରବାର ଖଣ୍ଡପଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୮ମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଥିଲେ| 

ଶୋଚନୀୟ ଅବସ୍ଥାରେ ଆର୍‌ଡି ରାସ୍ତା: ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ଦାବି

ଶୋଚନୀୟ ଅବସ୍ଥାରେ ଆର୍‌ଡି ରାସ୍ତା: ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ଦାବି

ବୋଲଗଡ଼,୨୦ା୧(ଡି.ଏନ.ଏ.)-ଦୀର୍ଘ ୨ ବର୍ଷ ହେଲା ମରାମତି ଅଭାବରୁ ବୋଲଗଡ ବ୍ଲକସ୍ଥିତ ହାଟବସ୍ତ ଗ୍ରାମଠାରୁ ଖଲିକୋଟକୁ ଯାଇଥିବା ଆର୍‌ଡି (ପୂର୍ତ୍ତ ବିଭାଗ)ରାସ୍ତାଟି ସମ୍ପ୍ରତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। 

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ଦଫା ଦାବିପତ୍ର

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ଦଫା ଦାବିପତ୍ର

ରଣପୁର,୨୦ା୧(ସ୍ବ.ପ୍ର.)-କୃଷକମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଅନେକ କ୍ଷେତ୍ରରେ ଚାଷୀମାନେ ପାଉ ନ ଥିବା ନେଇ କୃଷକ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି।

ସାତକୋଶିଆରେ ସରିଲା ବନ୍ୟଜନ୍ତୁ ଆକଳନ

ସାତକୋଶିଆରେ ସରିଲା ବନ୍ୟଜନ୍ତୁ ଆକଳନ

ଗଣିଆ,୧୯।୧(ଡିଏନଏ)- ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳରେ ଗତ ୧୪ରୁ ଆରମ୍ଭ ହୋଇଥିବା ବନ୍ୟଜନ୍ତୁ ଆକଳନ ଶନିବାର ଶେଷ ହୋଇଛି। ଏଥିରେ ଅଭୟାରଣ୍ୟରେ ଗତ ୧୪, ୧୫ ଓ ୧୬ ତାରିଖ ତୃଣଭୋଜି ଏବଂ ୧୭,୧୮ ଓ ୧୯ ତିନିଦିନ ଧରି ମାସାଂସୀ ବନ୍ୟଜନ୍ତୁଙ୍କର ଆକଳନ କରାଯାଇଛି।

ମନ୍ଦିର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ

ନାଉଗଁା,୧୯।୧(ସ୍ବ.ପ୍ର)- ନାଉଗଁା ବ୍ଳକ ଅନ୍ତର୍ଗତ ଡେରିକି ପଞ୍ଚାୟତ ବାଲିଚନ୍ଦ୍ରପୁରଠାରେ ବାସୁଳେଇ ମନ୍ଦିର ପ୍ରାଙ୍ଗଣରେ ଦୀର୍ଘଦିନ ହେବ ଜବରଦଖଲ ହୋଇଥିବା ସ୍ଥାନକୁ ଶନିବାର ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏହି ସ୍ଥାନର ପ୍ଲଟ ନଂ ୩୨୯୩କୁ ଗ୍ରାମର ଦିବାକର ସ୍ବାଇଁ, ଭରତ ସ୍ବାଇଁ, ବିପିନ ସ୍ବାଇଁ ଦୀର୍ଘଦିନ ହେବ ଜବରଦଖଲ କରି ରଖିଥିଲେ।

ସ୍ଥାୟୀ ନିଯୁକ୍ତି ପାଇଁ ବିଧାୟକଙ୍କୁ ଦାବିପତ୍ର ଦେଲା ଜିଆରଏସ୍‌ ସଂଘ

ବରୀ,୧୯।୧(ସ୍ବ.ପ୍ର)- ସ୍ଥାୟୀ ନିଯୁକ୍ତି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇ ଆସୁଥିବା ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ (ଜିଆରଏସ୍‌), ଯାଜପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରୀ ବିଧାୟକ ଦେବାଶିଷ ନାୟକଙ୍କୁ ଶନିବାର ଦାବିପତ୍ର ପ୍ରଦାନ କରିଛି। ସେମାନଙ୍କୁ ସ୍ଥାୟୀ କରାଯିବା ନେଇ ବିଧାୟକ ନାୟକ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ରାସ୍ତା ପାଇଁ ରାସ୍ତାରେ ବସିଲେ ଗ୍ରାମବାସୀ

ରାସ୍ତା ପାଇଁ ରାସ୍ତାରେ ବସିଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୧୯।୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲ ଅଧୀନସ୍ଥ  ରାମକୃଷ୍ଣପୁର ଗ୍ରାମର ମଳିକସହିକୁ ରାସ୍ତା ନଥିବାରୁ ଏହାର ପ୍ରତିବାଦରେ ଶନିବାର ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଧାରଣାରେ ବସିଛନ୍ତି ।