ଉପକୂଳ ଓଡିଶା

୨୫ କିଲୋ ହରିଣ ମାଂସ ଜବତ, ଜଣେ ଶିକାରୀ ଗିରଫ

୨୫ କିଲୋ ହରିଣ ମାଂସ ଜବତ, ଜଣେ ଶିକାରୀ ଗିରଫ
ରାଜନଗର,୧୧।୧୨(ଡି.ଏନ୍‌.ଏ.)- ରାଜନଗର ବ୍ଲକ ତାଳଚୁଆ ପଞ୍ଚାୟତ ଅନ୍ତର୍ଗତ ଶୈଳେନ୍ଦ୍ରଶରାଇ ଗ୍ରାମରୁ ୨୫ କିଲୋ ହରିଣ ମାଂସ ଜବତ କରଯାଇଛି। ହରିଣ ମାରିବା ଅଭିଯୋଗରେ ତାଳଚୁଆ ବନବିଭାଗ ପକ୍ଷରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଉକ୍ତ ଗ୍ରାମର ସୁରେନ୍ଦ୍ର ଦାସ(୩୮)। ତାଙ୍କ ନିକଟରୁ ୧୦ ଫାଶ, ୨ କଟୁରି, ହରିଣ ମାଂସ, ଚମଡା ଓ ମୁଣ୍ଡ ଜବତ କରାଯାଇଛି। ସୂଚନା ଅନୁଯାୟୀ, ସୁରେନ୍ଦ୍ର ଅନ୍ୟ ଜଣେ ସହଯୋଗୀଙ୍କ ସହ ମିଶି ଭିତରକନିକା ଜାତୀୟ ଉଦ୍ୟାନରୁ ଗୋଟିଏ ହରିଣ ଶିକାର କରିଥିଲେ। ଉକ୍ତ ହରିଣ ମାଂସ ଘରେ କାଟି ବାହାରକୁ ଚାଲାଣ କରିବା ପାଇଁ ଏକ ପ୍ଲାଷ୍ଟିକ ବ୍ୟାଗରେ ରଖିଥିଲେ। କୌଣସି ସୂତ୍ରରୁ ଖବରପାଇ ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଭିତରକନିକା ବନାଞ୍ଚଳ ଅଧିକାରୀ ଅକ୍ଷୟ କୁମାର ନାୟକଙ୍କ ନେତୃତ୍ୱରେ ତାଳଚୁଆ ବନପାଳ ସଞ୍ଜୟ କୁମାର ପ୍ରଧାନ, ଶୈଳେନ୍ଦ୍ରଶରାଇ ବନପାଳ ମଙ୍ଗଳ ହେମ୍ବ୍ରମ୍‌, ପଟ୍ଟାପାରିଆ ବନପାଳ ଅଭିରାମ ଦାସ ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ।
All Right Reserved By

ଉପକୂଳ ଓଡିଶା

ପୋଖରୀରେ ବୁଡ଼ି ଜଣେ ମୃତ

ପୋଖରୀରେ ବୁଡ଼ି ଜଣେ ମୃତ

ଚଣ୍ଡୀଖୋଲ, ୧୮।୧୦(ଡି.ଏନ.ଏ.)-ବାଲିକନ୍ଦରପୁର ଥାନା ଅନ୍ତର୍ଗତ ପତରାଜପୁର ଗାଁର ସୁରେନ୍ଦ୍ର ସେନାପତିଙ୍କ ପୁଅ ସୂର୍ଯ୍ୟକାନ୍ତ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। 

ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ

ମାର୍ଶାଘାଇ, ୧୮।୧୦(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାର୍ଶଘାଇ ସ୍କୁଲ ପରିସରରେ ଗୁରୁବାର ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ନବମୀ ତଥିରେ ନିରଞ୍ଜନ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। 

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ଏରସମା, ୧୮।୧୦(ଡି.ଏନ୍‌.ଏ.)- ଏରସମା ବ୍ଲକ ସଦର ମହକୁମାଠାର ମାତ୍ର କିଛି ବାଟ ଦୂରରେ ଥିବା ଏକ ଢଳାଇ ରାସ୍ତା ଉପରେ ଥିବା ଡ୍ରେନ୍‌ ପାଣି ଯୋଗୁ ସ୍ଥାନୀୟ ବାସୀନ୍ଦା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।

ନବମୀରେ ମା’ଙ୍କ  ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି

ନବମୀରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି

ପାଟକୁରା, ୧୮।୧୦(ଡି.ଏନ୍‌.ଏ.)- ଗରଦପୁର ହାଟ ପଡିଆରେ ମା’ ଦୁର୍ଗାଙ୍କ ନବମୀ ପୂଜା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟ ମୁର୍ତ୍ତିଗୁଡକ ସୁ ସର୍ଜିତ ଆଲୋକ ମାଳାରେ ଆକର୍ଷଣୀୟ ହୋଇଉଠିଛି।

ପୂଜା ମଣ୍ଡପ ବୁଲିଲେ ବିଧାୟକ

ପୂଜା ମଣ୍ଡପ ବୁଲିଲେ ବିଧାୟକ

ପାଟକୁରା, ୧୮।୧୦(ଡି.ଏନ୍‌.ଏ.)- ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ବାଲ ଦଳୀୟ କର୍ମୀଙ୍କ ସହ ଗୁରୁବାର ବିଭିନ୍ନ ଦୁର୍ଗା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିଛନ୍ତି।

ବିଦ୍ୟାଳୟ ବାରଣ୍ଡାରେ ଗଦା ହୋଇଛି ଲୁଣ ବସ୍ତା

ବିଦ୍ୟାଳୟ ବାରଣ୍ଡାରେ ଗଦା ହୋଇଛି ଲୁଣ ବସ୍ତା

ମହାକାଳପଡା, ୧୮ା୧୦(ଡି.ଏନ୍‌.ଏ.)- ମହାକାଳପଡା ବ୍ଲକ ଅଞ୍ଚଳରେ ବେଆଇନ ଭାବେ ଚିଙ୍ଗୁଡିଘେରି ବଢିବାରେ ଲାଗିଛି । ଚିଙ୍ଗୁଡିଘେରି ମାଲିକମାନେ ବେଆଇନ ଭାବେ ଖୁଲମଖୁଲା ଆଇନ ଉଲ୍ଲଂଘନ କରୁଛନ୍ତି। 

ନିଗରାଣି କମିଟି ଗଠିତ

ନିଗରାଣି କମିଟି ଗଠିତ

ପାଟକୁରା,୧୮।୧୦(ଡି.ଏନ୍‌.ଏ.)- ବେଡାରି ଗ୍ରାମ ପଞ୍ଚାୟତକୁ ବାହ୍ୟ ପରିମଳ ମୁକ୍ତ ଗଢି ତୋଳିବା ପାଇଁ ସ୍ବଛ ଭାରତ ମିଶନ ପକ୍ଷରୁ  ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଗୋକୁଳା ନନ୍ଦ ବେହେରାଙ୍କ ସଭାପତିତ୍ୱରେ ଏହି ବୈଠକରେ ନିଗରାଣି କମିଟି ଗଠିତ ହୋଇଛି। 

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଜଳଖିଆ ଦୋକାନରେ ଚଢ଼ାଉ

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଜଳଖିଆ ଦୋକାନରେ ଚଢ଼ାଉ

ଆଳି,୧୮।୧୦(ଡି.ଏନ୍‌.ଏ.)- ପୂଜା ବଜାରକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲା ଫୁଡ୍‌ ଆଣ୍ଡ ସେଫ୍ଟି ଓ ଆଳି ସ୍ବାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ଗୁରୁବାର ବଜାରର ବିଭିନ୍ନ ଦୋକାନରେ ଚଢାଉ କରାଯାଇଛି। ନୂଆ ବଜାର, ନିଆଳ ହାଟ, ରାଜବାଟୀ ରୋଡ ଓ ଆଳି ମେଡିକାଲ ରୋଡରେ ଥିବା ଫାଷ୍ଟଫୁଡ ଷ୍ଟଲ୍‌ ଓ ଜଳଖିଆ ଦୋକାନରେ ଚଢାଉ କରାଯାଇଛି।

ଷ୍ଟାଡିୟମ ପୁନଃକ୍ଷମ ପାଇଁ ଦାବି

ଷ୍ଟାଡିୟମ ପୁନଃକ୍ଷମ ପାଇଁ ଦାବି

କେନ୍ଦ୍ରାପଡା ଅଫିସ, ୧୮।୧୦- ସହରର ସାରଙ୍ଗଠାରେ ଗତ ୧୦ବର୍ଷ ପୂର୍ବେ ବିଜୁ ପଟ୍ଟନାୟକ କ୍ରୀଡ଼ା ଷ୍ଟାଡିୟମ ନିର୍ମାଣ ହୋଇଥିଲା। ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ।

ବରୀରେ ଦୁର୍ଗା ପୂଜା

ବରୀରେ ଦୁର୍ଗା ପୂଜା

ବରୀ, ୧୮ା୧୦(ସ୍ବ.ପ୍ର.)- ମା’ଙ୍କ ଆଗମନ ନେଇ ବରୀ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି।    ନବମୀରେ ପୂଜା କମିଟି ପକ୍ଷରୁ ମା’ଙ୍କ ସମସ୍ତ ରୀତିନୀତି ଅନୁସାରେ ପୂଜା ଅନୁଷ୍ଠିତ ହୋଇଯାଇଛି। 

ନବମୀରେ ମା’ଙ୍କ ଦର୍ଶନ ପାଇଁ ପୂଜା ପଣ୍ଡପରେ ଭକ୍ତଙ୍କ ଭିଡ଼

ନବମୀରେ ମା’ଙ୍କ ଦର୍ଶନ ପାଇଁ ପୂଜା ପଣ୍ଡପରେ ଭକ୍ତଙ୍କ ଭିଡ଼

ଚଢେଇଧରା, ୧୮ା୧୦(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ଆରୁଆ ପଞ୍ଚାୟତ ଆରୁହା ବଜାର ପୂଜା ମଣ୍ଡପରେ ମା’ ଜଗଜ୍ଜନନୀଙ୍କ ପୂଜା ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି। 

ବାର୍‌ହା ପଲଙ୍କ ଉପଦ୍ରବରେ ଧାନଫସଲ ନଷ୍ଟ

ବାର୍‌ହା ପଲଙ୍କ ଉପଦ୍ରବରେ ଧାନଫସଲ ନଷ୍ଟ

ଗଣିଆ,୧୮ା୧୦(ଡି.ଏନ.ଏ.)-ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଜିଲା ଛାମୁଣ୍ଡିଆ ବନାଞ୍ଚଳ ଅନ୍ତର୍ଗତ ଛାମୁଣ୍ଡିଆ ଓ ବଡ଼ଶିଲିଙ୍ଗା ପଞ୍ଚାୟତରେ ବନ୍ୟପ୍ରାଣୀଙ୍କ ଦ୍ୱାରା ବ୍ୟାପକ ଭାବରେ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି।