ଉପକୂଳ ଓଡିଶା

ବ୍ୟାସନଗର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବ୍ୟାସନଗର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁର ଅଫିସ/ଯାଜପୁରରୋଡ(ଡି.ଏନ.ଏ.),୧୧।୧୨- ଘରୋଇକରଣ ହେଲେ ପରିମଳ ବ୍ୟବସ୍ଥା ସୁଧୁରିବ ବୋଲି ବ୍ୟାସନଗର ପୌରାଞ୍ଚଳବାସୀ ବହୁତ ଆଶା ରଖିଥିଲେ। ହେଲେ ଗତ କିଛି ମାସ ହେଲା ଜାଗୃତି ନାମକ ଏକ ଘରୋଇ ସଂସ୍ଥାକୁ ସଫେଇ ଦାୟିତ୍ୱ ଦେବାପରେ ବ୍ୟାସନଗର ପୌରକର୍ତ୍ତୃପକ୍ଷ ମହରଗରୁ ଯାଇ କାନ୍ତାରରେ ପଡିଛନ୍ତି। ସହରର ବିଭିନ୍ନ ସ୍ଥାନରେ ଦିନ ଦିନ ଧରି ମଇଳା ଉଠୁନାହିଁ। ମଶା ଆକ୍ରମଣରେ ପୌରବାସୀ ନୟାନ୍ତ ହୋଇ ପଡିଛନ୍ତି। ଯଦ୍ୱାରା କଠିନ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ହୋଇ ପାରୁନାହିଁ। ଫଳରେ ପୌରାଞ୍ଚଳ ଖୁବଶୀଘ୍ର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)ର ଫାଶରେ ପଡିବାର ସମ୍ଭାବନା ସୃଷ୍ଟି କରିଛି।
କୌଣସି ବର୍ଜ୍ୟବସ୍ତୁକୁ ଖୋଲା ସ୍ଥାନ ପକାଇବା ଏବଂ ଆବର୍ଜନା ସ୍ଥାନରେ ଜଳାଇବା ପାଇଁ ଏନ୍‌ଜିଟି ପକ୍ଷରୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହାର ଖିଲାପ ଦୃଷ୍ଟିଗୋଚର ହେଲେ ଖିଲାପକାରୀଙ୍କ ଠାରୁ ପରିବେଶୀୟ କ୍ଷତିପୂରଣ ବାବଦରେ ଜରିମାନା ସ୍ବରୂପ ୫ହଜାର ଟଙ୍କା ଓ ସମୂହ ଆବର୍ଜନା ଜଳାଇଲେ ୨୫ହଜାର ଟଙ୍କା ଭୂ-ରାଜସ୍ବ ଆଇନ ଅନୁଯାୟୀ ଆଦାୟ କରାଯିବ। କିନ୍ତୁ ଯାଜପୁର ଜିଲାର ବ୍ୟାସନଗର ପୌରପରିଷଦ ଏହି ନିର୍ଦ୍ଦେଶକୁ ଅବମାନନା କରି ଚାଲିଛନ୍ତି । ଫଳରେ ଡ୍ରେନେଜ ଓ ପରିବେଶ ସମସ୍ୟାରେ ବ୍ୟାସନଗର ସହରବାସୀ ରୁନ୍ଧି ହେଉଛନ୍ତି। ଦେଶରେ ବ୍ୟବସ୍ଥାଗତ ଦୃଷ୍ଟିରୁ ପୌରାଞ୍ଚଳକୁ ପ୍ରଶାସନିକ ବ୍ୟବସ୍ଥାରୁ ମୁକ୍ତ କରାଯାଇଛି। ସହରବାସୀଙ୍କ ମତଦାନରେ କାଉନସିଲ ଓ ଅଧ୍ୟକ୍ଷ ନିର୍ବାଚିତ ହେଉଛନ୍ତି। ଯଦ୍ୱାରା ସେମାନେ ନିଜ ଅଞ୍ଚଳର ବିକାଶର ପରିଭାଷା ନିଜେ ସ୍ପଷ୍ଟ କରି ତାଙ୍କ ସହରକୁ ଆହୁରି ବିକାଶମୁଖର କରି ପାରିବେ। କିନ୍ତୁ ବ୍ୟାସନଗର ପୌରପରିଷଦ ଅଞ୍ଚଳରେ ବିକାଶର ଗତି ଓଲଟା ହୋଇଯାଇଛି। ପଦବୀ ଲୋଭରେ ଘୋଡା ବେପାର ସହରର ବିକାଶ ପ୍ରକ୍ରିୟାକୁ ପରାହତ କରିଛି। ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ଆସୁଥିବା ଅନୁଦାନ ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଠିକ ସମୟରେ ବିନିଯୋଗ ପତ୍ର ଦାଖଲ ହେଉ ନ ଥିବାରୁ ପରବର୍ତ୍ତିର ଅନୁଦାନ ଆସୁନାହିଁ। କାଉନସିଲରଙ୍କ ପାରିବାପଣିଆ ଓ ବିକାଶର ଦୃଷ୍ଟିଭଙ୍ଗୀ ଅଭାବରୁ ରାଜ୍ୟ ସରକାରଙ୍କ ଲୋକାଭିମୂଖି ଯୋଜନାଗୁଡିକର ଅପମାନ ହେଉଛି ବୋଲି ମତପ୍ରକାଶ ପାଉଛି। ସହରର ପରିମଳ ପାଇଁ ଗତ ୨ ମାସ ହେବ ଅଭିଜ୍ଞ ସମ୍ପନ୍ନ ସଫେଇ ସଂସ୍ଥା ଜାଗୃତିକୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଯେଉଁ ସଫେଇ ପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା ସେଥିପାଇଁ ଏବେ ୧୮ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଜାଗୃତି ଗତ ସେପ୍ଟେମ୍ବର ମାସ ପାଇଁ ୧୩ ଲକ୍ଷ ଟଙ୍କା ନେଇ ସାରିଥିବାବେଳେ ଅକ୍ଟୋବର ମାସରେ ୧୮ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇଥିବା ଜଣାପଡିଛି। ରାସ୍ତାକଡରୁ ମଇଳା, ଡ୍ରେନ ଆଦୌ ସଫା ହେଉ ନ ଥିବାରୁ ମଶାଙ୍କ ଉପତ୍ାତ ଚରମସୀମାରେ ପହଞ୍ଚିଛି। ପ୍ରାୟ ୬ ମାସ ହେବ ସହରର କୌଣସି ଡ୍ରେନ ସଫା ହୋଇନାହିଁ। ଡ୍ରେନରେ ଆବଶ୍ୟକ ମଶାତେଲ ସିଞ୍ଚନ କରାଯାଉ ନାହିଁ। ଏଥିପାଇଁ ଆସୁଥିବା ଅନୁଦାନକୁ ଠିକାସଂସ୍ଥା ଓ ପୌର କର୍ତ୍ତୃପକ୍ଷ ମିଳିମିଶି ଚଳୁ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ପ୍ରଥମବର୍ଷ ଘରକୁ ଘର ବୁଲି ସହରର ୬୦ ପ୍ରତିଶତ ଅଞ୍ଚଳରୁ ମଇଳା ଉଠାଇବା, ଦ୍ୱିତୀୟ ବର୍ଷ ୮୦ପ୍ରତିଶତ ଓ ତୃତୀୟ ବର୍ଷ ୧୦୦ ପ୍ରତିଶତ କାର୍ଯ୍ୟ କରିବାକୁ ଜାଗୃତି ସହିତ ଚୁକ୍ତି ହୋଇଛି। ଏହାବାଦ ଅଳିଆ ଉଠାଣ, ଗଳି ରାସ୍ତା ସଫେଇ, ଡ୍ରେନ ସଫେଇ, ବୁଦା ଓ ଘାସ କଟା ଆଦି ୧୦୦ ପ୍ରତିଶତ କରିବାକୁ ଜାଗୃତି ଚୁକ୍ତିରେ ପ୍ରତିଶ୍ରୁତି ଦେଇଛି। କିନ୍ତୁ ତାହା କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ବାସ୍ତବରେ ମାସିକ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ କିଛି ପୌର ଅଧିକାରୀଙ୍କୁ ହାତକରି ଏହାର ୨ ଗୁଣ ବିଲ ଦାଖଲ କରାଯାଉଛି । ଯାହାକି ତଦନ୍ତ ସାପେକ୍ଷ ବୋଲି ସହରବାସୀ ଦାବି କରୁଛନ୍ତି। ଘରକୁ ଘର ନ ବୁଲିଲେ ଘରପ୍ରତି ୩୦ଟଙ୍କା ଜରିମାନା ଦେବାକୁ ଚୁକ୍ତିରେ ଦର୍ଶାଯାଇଛି। ଏହାବାଦ ରାସ୍ତା ସଫେଇ ନ ହେଲେ ପ୍ରତ୍ୟେକ ବିଟ ପାଇଁ ୫୦୦ ଟଙ୍କା, ବାଣିଜ୍ୟ ପ୍ରତିଷ୍ଠାନରୁ ମଇଳା ନ ଆଣିଲେ ପ୍ରତ୍ୟେକ ଦିନ ଦୋକାନ ପିଛା ୪୦ ଟଙ୍କା, ଡଷ୍ଟବିନ ଉଛୁଳିଲେ ୫୦୦ ଟଙ୍କା ଡଷ୍ଟବିନ ପିଛା, ନିର୍ଦ୍ଧାରିତ ସମୟରେ ଡଷ୍ଟବିନ ସଫା ନହେଲେ ଡଷ୍ଟବିନ ପିଛା ୨୫୦ ଟଙ୍କା, ଡମ୍ପିଂୟାଡକୁ ଅଳିଆ ପରିବହନ ହେଉ ନ ଥିଲେ ଅଚାନକ ତଦନ୍ତରେ ୧୦୦୦ ଟଙ୍କା, ମାଟି ଓ କାଦୁଅ ସହିତ ଅଳିଆ ମିଶାଇଲେ ଅଚାନକ ତଦନ୍ତରେ ୧୦୦୦ ଟଙ୍କା, ଡ୍ରେନ ସଫା ହୋଇ ନ ଥିଲେ ୨୦୦୦ ଟଙ୍କା, ଡ୍ରେନ ସଫା ପରେ ଅଳିଆ ନ ଉଠିଲେ ୧୦୦୦ ଟଙ୍କା, ଘାସ ଓ ବୁଦା ସଫା ହୋଇ ନ ଥିଲେ ୫୦୦ ଟଙ୍କା, ପ୍ରାଣୀଙ୍କ ଅଳିଆ ସଫା ନ ହେଲେ ଘଣ୍ଟାପିଛା ୨୦୦ ଟଙ୍କା, ଅଭିଯୋଗ ପ୍ରକୋଷ୍ଠ କାମ ନ କଲେ ଦିନ ପିଛା ୫୦୦ ଟଙ୍କା, ଅଭିଯୋଗର ପଦକ୍ଷେପ ନିଆ ନ ଗଲେ ୨୦୦ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। ହେଲେ ସହରର ପରିମଳ ବ୍ୟବସ୍ଥା ଦିନକୁ ଦିନ ଭୁଷୁଡିବାରେ ଲାଗିଥିବାବେଳେ ଏଯାଏ ଠିକାସଂସ୍ଥାଠାରୁ କୌଣସି ଜରିମାନା ଆଦାୟ ହୋଇନାହିଁ। ସହରର ଗଳିକନ୍ଦି, ରାସ୍ତାକଡରେ ଗୁଟଖା ଓ ଅନ୍ୟାନ୍ୟ ପାନୀୟ ଭର୍ତ୍ତି ପ୍ଲାଷ୍ଟିକ ପାଉଚ ବହୁଳ ପରିମାଣରେ ଦେଖିବାକୁ ମିଳୁଛି। ତୁରନ୍ତ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ମୋହନଚରଣ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି ମଶା ମରା ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଏଯାଏ କେହି ଟେଣ୍ଡର ପକେଇ ନାହାନ୍ତି। ନିୟମିତ ଭାବରେ ସଫେଇ କାର୍ଯ୍ୟ ଚାଲିଛି ବୋଲି ସେ କହିଛନ୍ତି ।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

 ବଗପାଟିଆକୁ ଆସିଲେ ମା’ପଞ୍ଚୁବରାହି

ବଗପାଟିଆକୁ ଆସିଲେ ମା’ପଞ୍ଚୁବରାହି

ରାଜନଗର, ୨୦।୪(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ବଙ୍ଗୋପସାଗର କୂଳରେ ଥିବା ମା’ପଞ୍ଚୁବରାହି ଠାକୁରାଣୀଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମା’ଙ୍କ ପାଇଁ ବଗପାଟିଆଠାରେ ନିର୍ମାଣ କରାଯାଇଥିବା ନୂତନ ମନ୍ଦିରରେ ଶୁକ୍ରବାର ସନ୍ଧ୍ୟାରେ ପୂଜାର୍ଚ୍ଚନା କରି ଠାକୁରାଣୀଙ୍କୁ ସ୍ଥାପନ କରାଯିବ।

ନଳୀନିକାନ୍ତ ମହାନ୍ତିଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକି ପାଳନ

ନଳୀନିକାନ୍ତ ମହାନ୍ତିଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକି ପାଳନ

କେନ୍ଦ୍ରାପଡା ଅଫିସ,୨୦।୪: ପଟ୍ଟାମୁଣ୍ଡାଇ କଂଗ୍ରେସ କମିଟି ପକ୍ଷରୁ ଦିବଂଗତ ନେତା ନଳୀନିକାନ୍ତ ମହାନ୍ତିଙ୍କ ୬ଷ୍ଠ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଶୁକ୍ରବାର ସକାଳ ୯ଟାରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି।

ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ନୟାଗଡ଼ ଅଫିସ, ୨୦।୪: ନୟାଗଡ଼ ଜିଲା ସଦର ବ୍ଲକ ଗୁପ୍ତପଲ୍ଲୀ ନିକଟରେ ଥିବା ଏକ କେନାଲ କଡରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଖୁଣ୍ଟୁବନ୍ଧ ପଞ୍ଚାୟତ ଗୁପ୍ତପଲ୍ଲୀ ଗ୍ରାମର ସୃଷ୍ଟିଦୀପ କୁମାର ନାୟକ(୨୬)।

ଦୁର୍ଘଟଣାରେ ଯୁବକ ମୃତ

ଦୁର୍ଘଟଣାରେ ଯୁବକ ମୃତ

ଛତିଆ,୨୦।୪(ଡି.ଏନ୍‌.ଏ.): ଯାଜପୁର ଜିଲା ବଇରି ଥାନା ଅନ୍ତର୍ଗତ ଛତିଆ କଳକଳା ପୂର୍ତ୍ତବିଭାଗ ରାସ୍ତା ସୋଲରଧବଳାଇ ଠାକୁରାଣୀ ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

କେନ୍ଦ୍ରୀୟ ଯୋଜନାର ସମୀକ୍ଷା କଲେ ୬ଜଣିଆ ଟିମ୍‌

ବିଞ୍ଝାରପୁର,୨୦।୪(ଡି.ଏନ.ଏ):ଏକ ୬ଜଣିଆ କେନ୍ଦ୍ରୀୟ ଦଳ ଗୁରୁବାର ବିଞ୍ଝାରପୁର ବ୍ଲକ ପରିଦର୍ଶନ ସହ ବ୍ଲକର ୬ଟି ରାଜସ୍ବ ଗ୍ରାମରେ ପହଞ୍ଚି କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଥିଲେ। ବ୍ଲକର ୫୫ ପ୍ରତିଶତରୁ ଊର୍ଦ୍ଧ୍ୱ ଦଳିତ ଥିବା ଆଉଁରୀ, ରଘୁନାଥପୁର, ବିଦାପଡା, ରାଉତରା, ଶାସନପଡା, ଜରୀ, ଫଳପୁର ଆଦି ୬ଟି ରାଜସ୍ବ ଗ୍ରାମରେ କେନ୍ଦ୍ରୀୟ ଦଳ ପହଞ୍ଚି ସମୀକ୍ଷା କରିଥିଲେ। ବିଶେଷକରି ଗ୍ରାମ୍ୟ ସ୍ବରାଜ ଯୋଜନା ଅନ୍ତର୍ଗତ ଉଜାଲା ଯୋଜନାରେ ମାଗଣା ଏଲଇଡି ବଲବ ଓ ଗ୍ୟାସ ଯୋଗାଇବା, ବିଦ୍ୟୁତ ସେବା, ଜିରୋ ବାଲାନ୍ସରେ ଜମାଖାତା ଖୋଲିବା, ସ୍ବଚ୍ଛ ଭାରତ ଯୋଜନା କ୍ଷେତ୍ରରେ କେନ୍ଦ୍ରୀୟ ଦଳ ଗୁରୁତ୍ୱ ଦେଇଥିଲେ।

ଫଳକରେ ସୀମିତ ବଡ଼ଚଣା ଆଦର୍ଶ ବିଦ୍ୟାଳୟ

ଫଳକରେ ସୀମିତ ବଡ଼ଚଣା ଆଦର୍ଶ ବିଦ୍ୟାଳୟ

ଚଣ୍ଡିଖୋଲ,୨୦ ।୪(ଡି.ଏନ୍‌.ଏ.):ଗୁଣାମତ୍କ ଶିକ୍ଷାକୁ ଅଧିକ ଲୋକାଭିମୁଖୀ କରିବା ଏବଂ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ଉନ୍ନତମାନର ଶିକ୍ଷା ଦେବାପାଇଁ ରାଜ୍ୟ ସରକାର ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଥିଲେ। ମାତ୍ର ବଡ଼ଚଣା ବ୍ଲକରେ ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ ହୋଇପାରୁନାହିଁ, ଯାହା କେବଳ ଫଳକରେ ସୀମିତ ରହିଥିବା ଦେଖିବାକୁ ମିଳିଛି । ଦୀର୍ଘ ୧ ବର୍ଷ ହେବ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ନିର୍ମାଣ କାମ ଆରମ୍ଭ ହୋଇନାହିଁ। ଫଳରେ ଶିକ୍ଷାରମ୍ଭକୁ ନେଇ ଆଶା ଆଶଙ୍କାରେ ପଡ଼ିଛନ୍ତି ଛାତ୍ରୀଛାତ୍ର ଓ ଅଭିଭାବକ ।

ହ୍ରାସ ପାଇବାରେ ଲାଗିଛି ପଞ୍ଚାୟତର ଆୟ

ରସୁଲପୁର,୨୦।୪(ଡି.ଏନ୍‌.ଏ.):ରସୁଲପୁର ବ୍ଲକର ୨୮ଟି ପଞ୍ଚାୟତର ୨୦୧୭-୧୮ ଆର୍ଥକ ବର୍ଷରେ ଆୟ ୭ଲକ୍ଷ,୯୦ହଜାର, ୭୨୫ଟଙ୍କା ରହିଛି। ପଞ୍ଚାୟତ ଗୁଡ଼ିକୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ପଞ୍ଚାୟତର ନିଜସ୍ବ ଆୟର କଳେବରରେ ଆଖିଦୃଶିଆ ପରିବର୍ତ୍ତନ ଘଟୁନାହିଁ। ଏହି ବ୍ଲକର ୧୧ଟି ପଞ୍ଚାୟତର ବାର୍ଷିକ ଆୟ ୧୦ହଜାର ତଳକୁ ରହିଛି। ବ୍ଲକ ଅଧୀନରେ ୫ଟି ପଞ୍ଚାୟତରେ ବଳିଷ୍ଠ ଭିତ୍ତିଭୂମି ରହିଛି। ହେଲେ ରାଜସ୍ବ ଆଦାୟ ସନ୍ତୋଷଜନକ ହୋଇପାରୁନାହିଁ। ବ୍ଲକ ପ୍ରଶାସନ ଓ ପଞ୍ଚାୟତ ଅଧିକାରୀଙ୍କ ରାଜସ୍ବ ବୃଦ୍ଧି ଦିଗରେ କୌଣସି ଆନ୍ତରିକତା ଦେଖାଯାଉ ନାହିଁ।

ମଉଳିଗଲା ବିଶୁଦ୍ଧ ପାନୀୟ ଜଳ ଆଶା

ମଉଳିଗଲା ବିଶୁଦ୍ଧ ପାନୀୟ ଜଳ ଆଶା

ଯାଜପୁର ଅଫିସ,୨୦।୪ :ଯାଜପୁର ଜିଲାର ଦୁଇ ପ୍ରମୁଖ ସହର ଯାଜପୁର ଓ ବ୍ୟାସନଗରରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ଚଳିତ ଗ୍ରୀଷ୍ମମାସ ପୂର୍ବରୁ ଦୂରୀଭୂତ ହେବ ବୋଲି ସହରବାସୀ ଆଶା ରଖିଥିଲେ। ହେଲେ ତାହା ସବୁ ଫସର ଫାଟିଛି। ବ୍ୟାସନଗର ପୌରାଞ୍ଚଳରେ ୨୦୧୧ ମସିହାରୁ ଅର୍ବାନ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫର ସ୍ମଲ ଆଣ୍ଡ ମିଡିୟମ ଟାଉନ (ୟୁଆଇଡିଏସଏମଟି) ଯୋଜନାରେ ୧୪.୫୧କୋଟି ଟଙ୍କା ବ୍ୟୟ ଅଟକଳରେ ଖରସ୍ରୋତା-ମୁଣ୍ଡମାଳା ଟ୍ରିଟମେଣ୍ଟ ପ୍ଲାନ ଆରମ୍ଭ ହୋଇଥିଲା।

ନୂତନ ପିସିସି ସଭାପତିଙ୍କୁ ଶୁଭେଛା

ଆଳି, ୨୦ ।୪ (ଡି.ଏନ.ଏ.)- ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ରାହୁଳ ଗାନ୍ଧୀ ଓଡିଶାରେ କଂଗ୍ରେସକୁ ସୁଦୃଢ କରିବା ଲକ୍ଷ ନେଇ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ନିରଞ୍ଜନଙ୍କୁ ସଭାପତି କରାଯିବାପରେ ଆଳି ବ୍ଲକ ଅଞ୍ଚଳର କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଆଳି ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ପର୍ଶୁରାମ ରାଉତରାୟ ନିରଞ୍ଜନଙ୍କୁ ଶୁଭେଛା ଜଣାଇଛନ୍ତି।

୪ ବଖରା ଘର ଭସ୍ମୀଭୂତ

କେନ୍ଦ୍ରାପଡ଼ା ଅଫିସ,୨୦ ।୪- ନିକିରାଇ ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମର ସଞ୍ଜୟ ବରାଳ ୪ ବଖରା ଗୁରୁବାର ପୋଡି ପାଉଁଶ ହୋଇଯାଇଛି। ରୋଷେଇ ଚୁଲାରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିବା ବେଳେ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ କେନ୍ଦ୍ରାପଡା ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁ ଓ ମୁଖ୍ୟ ଆଗ୍ନିକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ମନୋହର ମହନ୍ତ, ଅକ୍ଷୟ କୁମାର ବେହେରା ୨ଟି ଗାଡି ଘଟଣା ସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ।

ପଦନିପାଳ ସ୍ଥିତି ପରଖିଲେ ବିଭାଗୀୟ ଅଧିକାରୀ

ଆଳି,୨୦ ।୪(ଡି.ଏନ.ଏ.)- ଆଳି ତଟବନ୍ଧ ବିଭାଗ ପକ୍ଷରୁ ନଦୀ ଓ ସମୁଦ୍ର ତଟବନ୍ଧ ସ୍ଥିତି ନିରୀକ୍ଷଣ ସପ୍ତାହ ଗତ ୧୫ ତାରିଖଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ଆଳି ତଟବନ୍ଧ ବିଭାଗ ନିର୍ବାହୀଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଓ କେନ୍ଦ୍ରାପଡ଼ା ଉପ ଜିଲାପାଳ ସଞ୍ଜୟ କୁମାର ମିଶ୍ର, ରାଜକନିକା ତହସିଲଦାର ପଦୋଶ ଶୁଭଦର୍ଶନ ମହାନ୍ତି, ଆଳି ତଟବନ୍ଧ ବିଭାଗ ଉପ ନିର୍ବାହୀଯନ୍ତ୍ରୀ ପ୍ରଭାଶ କୁମାର ପ୍ରଧାନ ପ୍ରମୁଖ ନଦୀ ଘେରରେ ଥିବା ପଦନିପାଳ ଗ୍ରାମକୁ ସ୍ଥିତି ପରଖିଥିଲେ।

ମା’ରାମଚଣ୍ଡୀ ପୀଠରେ ଝାମୁଯାତ୍ରା: ବିଭିନ୍ନ ଖାଇବା ଦୋକାନରେ ଚଢାଉ

ମା’ରାମଚଣ୍ଡୀ ପୀଠରେ ଝାମୁଯାତ୍ରା: ବିଭିନ୍ନ ଖାଇବା ଦୋକାନରେ ଚଢାଉ

ମହାକାଳପଡା, ୧୯ା୪ (ଡି.ଏନ.ଏ.)- ମହାକାଳପଡା ବ୍ଲକ ଅଞ୍ଚଳର ପ୍ରମୁଖ ଶକ୍ତିପୀଠ ରାମନଗରସ୍ଥିତ ମା’ଦରିଆ ରାମଚଣ୍ଡୀ ପୀଠରେ ଚାଲିଥିବା ଝାମୁଯାତ୍ରା ଅବସରରେ ପଡ଼ିଥିବା ବିଭିନ୍ନ ଖାଇବା ଦୋକାନରେ ଗୁରୁବାର ଜିଲା ଜନ ସ୍ବାସ୍ଥ୍ୟ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଦୋକାନରୁ ବାସୀ ଓ ଖାଇବା ଅନୁପଯୋଗୀ ବହୁ ଖାଦ୍ୟ ଟିମ୍‌ ସଦସ୍ୟ ଫିଙ୍ଗି ଦେଇଥିଲେ। ଏଥିସହ ଖାଦ୍ୟରେ ରାସାୟନିକ ରଙ୍ଗ ବ୍ୟବହାର ପାଇଁ ଦୋମାନୀମାନଙ୍କୁ ବାରଣ କରିଥିଲେ। ଏହି ଟିମ୍‌ରେ ଜିଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ ସମୀତା ଦାସ, କର୍ମଚାରୀ ଦିନବନ୍ଧୁ ବେହେରା ଓ ଶଙ୍କର୍ଷଣ ଦାସ ସାମିଲ ଥିଲେ।