Dharitri News
ଉପକୂଳ ଓଡିଶା

ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର କେନ୍ଦ୍ରାପଡା ଅଫିସ,୧୧।୧୨- ଗତ ମାସକ ମଧ୍ୟରେ ଦୁଇଥର ଲଘୁଚାପ ବର୍ଷା ହୋଇଛି। ଏଥିରେ ବ୍ୟାପକ ଭାବେ ଖରିଫ ଓ ରବି ଫସଲ ସହ ପନିପରିବା ଚାଷ କ୍ଷତି ହୋଇଛି। ତୁରନ୍ତ ଜିଲା ପ୍ରଶାସନ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ରାପଡା ଜିଲା କୃଷକ ବିକାଶ ପରିଷଦ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିକାଶ ପରିଷଦ ସଭାପତି ବିଜୟ କୁମାର ପରିଡାଙ୍କ ନେତୃତ୍ୱରେ ଏହି ଦାବିପତ୍ର ଅତିରିକ୍ତ ଜିଲାପାଳ ଧନଞ୍ଜୟ ସ୍ବାଇଁଙ୍କୁ ପ୍ରଦାନ କରାଯାଇଛି। ଧାନ ଏକର ପିଛା ୩୦ହଜାର ଟଙ୍କା, ପନିପରିବା ଚାଷ ପାଇଁ ୭୦ହଜାର ଓ ରବି ଫସଲ ପାଇଁ ଏକର ପିଛା ୧୫ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରାଯାଇଛି। ଏହା ସହିତ ଚାଷୀଙ୍କ ଆର୍ଥତ୍କ କ୍ଷତି ଭରଣା ପାଇଁ ବିହନ, ସାର ଓ କୀଟନାଶକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇଦେବାକୁ ଦାବିପତ୍ରରେ ଉଲ୍ଲେଖ ଅଛି।

ଉପକୂଳ ଓଡିଶା

ମହିଳାଙ୍କ ମୃତଦେହ ଉଦ୍ଧାର

ଦଶପଲ୍ଲା, ୨୦।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଭୋଗବାଡ଼ି ନିକଟ ଜଙ୍ଗଲରୁ ଶନିବାର ସକାଳେ ଜନୈକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କାରଣ ଅସ୍ପଷ୍ଟ ଥିବା ବେଳେ କେହି ହତ୍ୟାକରି ତାଙ୍କୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: କ୍ଷତିପୂରଣ ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: କ୍ଷତିପୂରଣ ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ

କଳିଙ୍ଗନଗର,୧୯।୧(ଡି.ଏନ୍‌.ଏ.) ଟାଟା କାରଖାନା ବିସ୍ଥାପନ ପାଇଁ ଜଣେ କର୍ତ୍ତବ୍ୟରତ ଯବାନଙ୍କ ଘର ଭାଙ୍ଗିବା ସହ ସ୍ତ୍ରୀକୁ ମାଡ଼ ମାରିବା ଘଟଣାର ୫ଦିନ ପରେ ସମାଧାନର ବାଟ ବାହାରିଛି। ଶୁକ୍ରବାର କଳିଙ୍ଗନଗର ଅତିରିକ୍ତ ଜିଳାପାଳ(ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ଉଭୟ ପତିପତ୍ନୀ ଏନେଇ ଲିଖିତଭାବେ ଜଣାଇବାପରେ ଘଟଣାର ମୋଡ଼ ବଦଳିଛି। ତୁରନ୍ତ ଘଟଣାର ସମାଧାନ କରି ସଂପୃକ୍ତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ନ୍ୟାୟୋଚିତ ଢ଼ଙ୍ଗରେ ସମାଧାନ କରିବାକୁ ଟାଟା କାରଖାନା ପୂନର୍ବାସ ଓ ଥଇଥାନ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ୍‌ ଅବଦୁଲ ଅଲିମ ଖାଁ। ଏସଂକ୍ରାନ୍ତରେ ଟାଟା କାରଖାନାର ପରିଚାଳକ ଶ୍ରୀକାନ୍ତ ଭଦ୍ରଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କାହିଁକି ଏଭଳି ଘଟଣା ଘଟିଲା ବୋଲି ବିରକ୍ତି ପ୍ରକାଶ କରିବାସହ ଭବିଷ୍ୟତରେ ଏଭଳି ଘଟଣାର ପୂନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।

ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ମାମଲା:ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେଲେ ଥାନାଧିକାରୀ

ଯାଜପୁର ଅଫିସ,୧୯।୧- ବହୁ ଚର୍ଚ୍ଚିତ ଗୟାଧର ତରାଇ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ଶୁକ୍ରବାର ଧର୍ମଶାଳା ଥାନାଧିକାରୀ ଅମିତାଭ ମହାପାତ୍ର ଚଣ୍ଡିଖୋଲ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମ୍‌ଏଫ୍‌ସି)ଙ୍କ ନିକଟରେ ବୟାନ ଦେଇଛନ୍ତି ।

ପେଣ୍ଠପାଳ ପଞ୍ଚାୟତ ସମିତିସଭ୍ୟା ଉପନିର୍ବାଚନରେ ୫୪ ପ୍ରତିଶତ ମତଦାନ

ପଟାମୁଣ୍ଡାଇ,୧୯।୧(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ସମିତିସଭ୍ୟା ଉପନିର୍ବାଚନ ଶୁକ୍ରବାର ୧୮ଟି ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।

ଶାନ୍ତିଶୃଙ୍ଖଳାର ସହ ନିଜାମପୁର ସମିତିସଭ୍ୟ ଉପନିର୍ବାଚନ ଶେଷ

ଯାଜପୁର ଅଫିସ,୧୯।୧-ଯାଜପୁର ଜିଲା ଦଶରଥପୁର ବ୍ଲକ ନିଜାମପୁର ପଞ୍ଚାୟତର ସମିତିସଭ୍ୟ ଉପନିର୍ବାଚନ ଶୁକ୍ରବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ରୁକ୍ମଣୀ ଦାସ ବିଜୟୀ ହୋଇଥିବା ବେସରକାରୀ ସୂତ୍ରରୁ ଜଣାପଡିଛି।

ଶାନ୍ତିଶୃଙ୍ଖଳାର ସହ ୫୦ ଓ୍ବାର୍ଡର ମତଦାନ ଶେଷ

ଶାନ୍ତିଶୃଙ୍ଖଳାର ସହ ୫୦ ଓ୍ବାର୍ଡର ମତଦାନ ଶେଷ

ନୟାଗଡ ଅଫିସ,୧୯।୧-ଜିଲାର ୫୦ଓ୍ବାର୍ଡର ଓ୍ବାର୍ଡମେମ୍ବର ପଦବୀ ପାଇଁ ଶୁକ୍ରବାର ୫୦ଟି ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି।

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର ଅଫିସ, ୧୯।୧: ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ପଦଳା ଗ୍ରାମର ଏକ କୂଅରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ: ୪ ବୁଥ୍‌ରେ ଚାଲିଛି ମତଦାନ

ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ: ୪ ବୁଥ୍‌ରେ ଚାଲିଛି ମତଦାନ

ପାରାଦୀପ, ୧୯।୧(ସ୍ବ.ପ୍ର.): ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ ପାଇଁ ଶୁକ୍ରବାର ୪ ବୁଥ୍‌ରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଅପରାହ୍ନ ୪.୧୫ ଯାଏ ଚାଲୁ ରହିବ।

ଠାକୁରଙ୍କ ପାଇଁ ଫୁଲ ତୋଳିବା ହେଲା କାଳ

ଠାକୁରଙ୍କ ପାଇଁ ଫୁଲ ତୋଳିବା ହେଲା କାଳ

ପାରାଦୀପ, ୧୯।୧(ସ୍ବ.ପ୍ର.): ଠାକୁରଙ୍କ ପାଇଁ ଫୁଲ ତୋଳିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡ଼ିଛି। ଘଟଣାଟି ଘଟିଛି ଚଣ୍ଡିଖୋଲ-ପାରାଦୀପ ୫ ନଂ.(କ) ଜାତୀୟ ରାଜପଥର ଭୂତମୁଣ୍ଡାଇଠାରେ।

ନିମ୍ନମାନର ଚାଉଳ ଯୋଗାଣ ଘଟଣାର ତଦନ୍ତ ଜାରି

ବିରଜାକ୍ଷେତ୍ର,୧୯।୧(ଡି.ଏନ୍‌.ଏ) ହିତାଧିକାରୀଙ୍କୁ ନିମ୍ନମାନର ଚାଉଳ ଯୋଗାଣ ହେଉଥିବା ଅଭିଯୋଗ ଉପରେ ବୁଧବାରଠାରୁ ତଦନ୍ତ ଆରମ୍ଭ ହୋଇଛି। ଫଳରେ ଏହି ଦୁର୍ନୀତିରେ ସାମିଲ ଥିବା ଅସାଧୁ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଚଳିତମାସ ୫ ଓ ୬ ତାରିଖ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ଯାଜପୁର ଜିଲାକୁ ଦୁଇଦିନିଆ ଗସ୍ତରେ ଆସି ଜିଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ହିତାଧିକାରୀଙ୍କୁ ନିମ୍ନମାନର ଚାଉଳ ବଣ୍ଟନ କରାଯାଇଥିବା ଅଭିଯୋଗ ପାଇଥିଲେ।

ପାଣି ପାଇଁ ହନ୍ତସନ୍ତ ହେବେ ୨୦ ଓ୍ବାର୍ଡବାସୀ

ପାଣି ପାଇଁ ହନ୍ତସନ୍ତ ହେବେ ୨୦ ଓ୍ବାର୍ଡବାସୀ

ଯାଜପୁର ଅଫିସ,୧୯।୧ ଯାଜପୁର ଜିଲାର ବ୍ୟାସନଗର ଓ ଯାଜପୁର ଟାଉନର ୨୦ଟି ୱାର୍ଡର ବାସିନ୍ଦା ଆସନ୍ତା ଗ୍ରୀଷ୍ମ ଋତୁରେ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେ। ଖରା ମାସ ପୂର୍ବରୁ ପାଇପ୍‌ଲାଇନ ସଂଯୋଗ କରାଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସଂଯୋଗ ହୋଇ ନ ଥିବା ଅଞ୍ଚଳକୁ ପାଇପ୍‌ ବିଛା କାର୍ଯ୍ୟ ୪ମାସ ପରେ ସମ୍ପୂର୍ଣ୍ଣ ହେବ ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହିକ୍ରମରେ ବ୍ୟାସନଗର ପୌରାଞ୍ଚଳର ୧୪ଟି ୱାର୍ଡ ପାଇଁ ପ୍ରଥମଶ୍ରେଣୀ ଠିକାଦାର ଶରତଚନ୍ଦ୍ର ପ୍ରଧାନଙ୍କ ନାମରେ ୨କୋଟି ୯୮ଲକ୍ଷ ୪୪ହଜାର ୪୦ଟଙ୍କାର ଟେଣ୍ଡର ଗ୍ରହଣ କରାଯାଇଛି ।

ସରପଞ୍ଚଙ୍କ ନାଁରେ ଥାନାରେ ଅଭିଯୋଗ

ଚଣ୍ଡିଖୋଲ,୧୯।୧(ଡି.ଏନ୍‌.ଏ.)- ବ୍ଲକ ଏବଂ ପଞ୍ଚାୟତ କାର୍ଯ୍ୟାଳୟରୁ କାର୍ଯ୍ୟାଦେଶ ପାଇ କାମ କରୁଥିବା ହିତାଧିକାରୀଙ୍କୁ ଧମକ ଦେବା ଏବଂ କାମ ବନ୍ଦ କରିବାକୁ ନେଇ ମଙ୍ଗଳବାର ସିହା ପଞ୍ଚାୟତର ସରପଞ୍ଚଙ୍କ ନାମରେ ବଡ଼ଚଣା ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଚତୁର୍ଦ୍ଦଶ ଅର୍ଥ କମିଶନ ଏବଂ ଗ୍ରାମୀଣ ଗୋପବନ୍ଧୁ ଯୋଜନାରେ ସିହା ପଞ୍ଚାୟତର ଦୁଇଟି କାମ ପାଇଁ ବ୍ଲକ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପିତାମ୍ବର ବଳ ଏବଂ ଅମୃତ କୁମାର ଦାସଙ୍କୁ ୨୦୧୫-୧୬ ଆର୍ଥିକ ବର୍ଷରେ ୨ଟି କାଯର୍‌ୟାଦେଶ ଦିଆଯାଇଥିଲା । କାର୍ଯ୍ୟାଦେଶ ପାଇବା ପରେ ଉଭୟ ହିତାଧିକାରୀ ଆବଶ୍ୟକ ସାମଗ୍ରୀ ଓ ସିମେଣ୍ଟ ପକାଇ ମଙ୍ଗଳବାର କାମ ଆରମ୍ଭ କରିବା ସମୟରେ ସିହା ପଞ୍ଚାୟତ ସରପଞ୍ଚ ଏବଂ ଅନ୍ୟ ଜଣେ ବ୍ୟକ୍ତି କାର୍ଯ୍ୟକରୁଥିବା ୨ ବ୍ୟକ୍ତିଙ୍କୁ ଧମକଚମକ ଦେବା ସହ କାମ ବନ୍ଦ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିବା ସମ୍ପୃକ୍ତ ୨ ବ୍ୟକ୍ତି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, କାମ କରିବା ପୂର୍ବରୁ ସମ୍ପୃକ୍ତ ସରପଞ୍ଚ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ସେମାନେ ଏହା ଦେଇ ନ ପାରିବାରୁ କାମ ବନ୍ଦ କରିବା ସହ ଗାଳିଗୁଲଜ କରି ଧମକ ଦେଇଥିଲେ ।