Dharitri News
ବ୍ରହ୍ମପୁର

ଋଷିକୁଲ୍ୟା ଶାଖା କେନାଲ ପୁନରୁଦ୍ଧାର ଲାଗି ଭିତ୍ତିପ୍ରସ୍ତର ସ୍ଥାପନ

ଋଷିକୁଲ୍ୟା ଶାଖା କେନାଲ ପୁନରୁଦ୍ଧାର ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ଛତ୍ରପୁର,୧୧।୧୨(ଡି.ଏନ.ଏ)-ଛତ୍ରପୁର ବ୍ଲକ ଭିକାରିପଲ୍ଲୀ ପଞ୍ଚାୟତ ଅଧୀନ ନରସିଂହପୁରଠାରେ ଋଷିକୁଲ୍ୟା ନଦୀର ୧୫ ନଂ. ଶାଖା କେନାଲର ପୁନରୁଦ୍ଧାର ପାଇଁ ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏମ୍‌ପି ସିଦ୍ଧାନ୍ତ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ଡା. ପ୍ରିୟାଂଶୁ ପ୍ରଧାନ, ଜିଲାପରିଷଦ ସଭାପତି ସୁବାସ ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ଜିଲାପରିଷଦ ସଭ୍ୟ ଏସ. କିଶୋର ରେଡ୍ଡୀ, ଭିକାରିପଲ୍ଲୀ ସରପଞ୍ଚ ଧବଳେଶ୍ୱର ପ୍ରଧାନ, କଣମଣା ସରପଞ୍ଚ ଏସ୍‌. ଚକ୍ରପାଣି ରେଡ୍ଡୀ, ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡା, ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍‌. ଲକ୍ଷ୍ମୀ, ବିଜେଡି ବ୍ଲକ ସଭାପତି ସପନେଶ୍ୱର ନାହାକ, ଭବାନୀ ପାଣିଗ୍ରାହୀ, ଆୟୁବ ଖାନ ପ୍ରମୁଖ ଉପସ୍ଥିତ ଥିଲେ ା ୭.୫ କି.ମି. ବିଶିଷ୍ଟ ଏହି କେନାଲର ପୁନରୁଦ୍ଧାର ପାଇଁ ୭ କୋଟି ୪୩ ଲକ୍ଷ ୪୩ ହଜାର ଟଙ୍କା ଖର୍ଚ୍ଚ କରାଯିବ। ୧୭ ମାସ ମଧ୍ୟରେ ଏହି କାମ ସରିବ ା ଏହାଦ୍ୱାରା ଭିକାରିପଲ୍ଲୀ ଓ ଲକ୍ଷ୍ମୀପୁର ପଞ୍ଚାୟତର ମୋଟ ୧୭୮୪.୯୯ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ ବୋଲି କୁହାଯାଇଛି ା ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତ, ସହକାରୀ ଯନ୍ତ୍ରୀ ରାଜୀବ କୁମାର ପଣ୍ଡିତ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ରାଉତରାୟ, ବିପ୍ର ଚରଣ ଗୌଡ ଓ ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ରହ୍ମପୁର

ଥାଇରଏଡ୍‌ ମାସ ପାଳିତ

ଥାଇରଏଡ୍‌ ମାସ ପାଳିତ

ବ୍ରହ୍ମପୁର ଅଫିସ, ୨୦।୧: ମହାମାୟୀ ମହିଳା ମହାବିଦ୍ୟାଳୟରେ ଶନିବାର ଥାଇରଏଡ୍‌ ମାସ ପାଳିତ ହୋଇଯାଇଛି।

ପୂର୍ବତନ ମେୟର ଗିରଫ

ପୂର୍ବତନ ମେୟର ଗିରଫ

ବ୍ରହ୍ମପୁର ଅଫିସ,୧୯।୧- ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପୂର୍ବତନ ମେୟର ତଥା ଭାଜପା ନେତା ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କ ନାମରେ ଗୋଳନ୍ଥରା ଥାନାରେ ଥିବା ଏକ ମାମଲାକୁ ଆଧାର କରି ପୋଲିସ ତାକୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଗୁରୁବାର ପିଣ୍ଟୁଙ୍କ ଉପରକୁ ଗୁଳି ମାଡ ହୋଇଥିବା ନେଇ ସେ ଥାନାରେ ଏତଲା ଦେଇଥିଲେ ା ଏତଲାରେ ତାଙ୍କୁ ମାରିବା ପଛରେ ବିଜେଡି ସୁପାରି ଦେଇଥିବା ନେଇ ଗଣମାଧ୍ୟମ ଆଗରେ ମଧ୍ୟ ବୟାନ ରଖିଥିଲେ।

ଡକାୟତି ଯୋଜନା ପଣ୍ଡ: ୪ ଗିରଫ

ଡକାୟତି ଯୋଜନା ପଣ୍ଡ: ୪ ଗିରଫ

ବ୍ରହ୍ମପୁର ଅଫିସ,୧୯।୧- ଗୋପାଳପୁର ଜଗନ୍ନାଥପୁର ଛକଠାରେ ଥିବା ଏକ ପେଟ୍ରୋଲ ପମ୍ପରୁ କିଛି ଯୁବକ ଗୁରୁବାର ମଧ୍ୟରାତ୍ରି ପ୍ରାୟ ୨ଟାରେ ଡକାୟତି ଯୋଜନା କରୁଥିବା ଖବର ପାଇ ଥାନାଧିକାରୀ ପ୍ରଜ୍ଞାପରମିତା ଜେନା ସଦଳବଳ ସେଠାରେ ଉକ୍ତ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ବେଳେ ସେଠାରୁ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଆଙ୍କୁଲିର ସନ୍ତୋଷ ସେଠୀ, ଦୁରା ଅଞ୍ଚଳର ଶଙ୍କର ବେହେରା, ଚମାଖଣ୍ଡିର ଦିଲୀପ ପ୍ରଧାନ ଓ ଆମ୍ବପୁଆ ଅଞ୍ଚଳର ପ୍ରଶାନ୍ତ ଦୋରା। ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଗୋଟିଏ ବୋମା ଓ ୨ଟି ବନ୍ଧୁକ ଜବତ କରାଯାଇଛି। ସେମାନଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି। ଏନେଇ ଥାନାରେ ନଂ. ୮/୧୮ରେ ମାମଲା ରୁଜୁ କରାଯାଇଛି।

ଅଗ୍ନିବିପନ୍ନଙ୍କୁ ତୁରନ୍ତ ମିଳୁ କ୍ଷତିପୂରଣ

ଅଗ୍ନିବିପନ୍ନଙ୍କୁ ତୁରନ୍ତ ମିଳୁ କ୍ଷତିପୂରଣ

ବ୍ରହ୍ମପୁର ଅଫିସ,୧୯।୧- ଅଗ୍ନିବିପନ୍ନ ସଂଖ୍ୟାଲଘୁ ମୁସଲମାନ ପରିବାରଙ୍କୁ ସରକାର ତୁରନ୍ତ ଥଇଥାନ କରିବା ଏବଂ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ) ଗଞ୍ଜାମ ଜିଲା କମିଟି ଦାବି କରିଛି। ସୂଚନାଯୋଗ୍ୟ, ଗୁରୁବାର ମହାନଗରର କେନ୍ଦ୍ରସ୍ଥଳୀରେ ଥିବା ବିଡିଏର ଗଜପତି ପ୍ଲାଜା ଖୋଲା ପଡ଼ିଆରେ ଅସ୍ଥାୟୀ ଘର କରି ବସବାସ କରୁଥିବା ୩୩ ପରିବାରର ପ୍ରାୟ ୬୦ ବଖରା ପୋଡ଼ି ପାଉଁଶ ହୋଇଯାଇଛି।

ଡକାୟତି ଯୋଜନା ପଣ୍ଡ: ୪ ଗିରଫ

ଆସିକା,୧୯।୧ (ଡି.ଏନ୍‌.ଏ.)- ଆସିକା ଥାନା ଇଲାକାରେ ଏକ ବଡ ଧରଣର ଡକାୟତି ଯୋଜନାକୁ ପୋଲିସ ପଣ୍ଡ କରିଛି । ଗୁରୁବାର ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ୪ ଜଣଙ୍କୁ ପୋଲିସ ବାଲିସିରା ଯାତ୍ରୀ ବିଶ୍ରାମାଗାରରୁ ଗିରଫ କରିଛି। ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି।

୧୬ ହଜାର ଗଞ୍ଜେଇ ଗଛ ପୋଡ଼ାଗଲା

୧୬ ହଜାର ଗଞ୍ଜେଇ ଗଛ ପୋଡ଼ାଗଲା

ଆର.ଉଦୟଗିରି,୧୯ା୧(ଡି.ଏନ.ଏ.)- ଗଜପତି ଜିଲା ଆର.ଉଦୟଗିରି ଅଞ୍ଚଳରେ ପୋଲିସ ପ୍ରଶାସନର ହସ୍ତକ୍ଷେପ ଫଳରେ ବୁଧବାର ଦୁର୍ଗମ ଇଲାକା ଭାବେ ପରିଚିତ ଅନୁଗୁରୁ ପଞ୍ଚାୟତର କାଟମା ଓ କୁଇପଦର ଗ୍ରାମ ନିକଟରୁ ୧୬ ହଜାର ଗଞ୍ଜେଇ ଗଛ ପୋଡି ଦିଆଯାଇଥିବା ସୂଚନା ମିଳିଛି। ୮ ଏକର ପର୍ବତ କିସମ ସରକାରୀ ଜମିରେ ଉକ୍ତ ଗଞ୍ଜେଇ ଗଛ ଲଗାଯାଇଥିଲା ବୋଲି ଥାନାଧିକାରୀ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି।

୩ ବାଲି ବୋଝେଇ ହାଇଓ୍ବା ଜବତ

୩ ବାଲି ବୋଝେଇ ହାଇଓ୍ବା ଜବତ

ଖଲ୍ଲିକୋଟ, ୧୯।୧ (ଡି.ଏନ୍‌.ଏ.)- ଖଲ୍ଲିକୋଟ ତହସିଲଦାର ସରୋଜ କୁମାର ବେହେରା ୩ଟି ବାଲିବୋଝେଇ ହାଇଓ୍ବା ଗାଡିକୁ ଜବତ କରିଛନ୍ତି। ଏହି ହାଇଓ୍ବାଗୁଡିକ ବାଲି ବୋଝେଇ କରି କୋଦଳା ଦିଗରେ ଯାଉଥିବା ବେଳେ ନିର୍ମଳଝର ଛକରେ ଗାଡିକୁ ଅଟକ ରଖିଛନ୍ତି। ଖବର ଲେଖା ହେବା ସୁଦ୍ଧା କୌଣସି ଜରିମାନା ଆଦାୟ ହୋଇ ନ ଥିବା ଜଣାପଡିଛି। ଗାଡିଗୁଡିକୁ ତହସିଲ ନିକଟରେ ଅଟକ ରଖାଯାଇଛି।

ସେନା ପ୍ରତି ଆଗ୍ରହ ସୃଷ୍ଟିକଲା ‘ନୋ ଇୟୋର ଆର୍ମି’

ସେନା ପ୍ରତି ଆଗ୍ରହ ସୃଷ୍ଟିକଲା ‘ନୋ ଇୟୋର ଆର୍ମି’

ବ୍ରହ୍ମପୁର ଅଫିସ,୧୯।୧- ଗୋଳାବନ୍ଧ ଆର୍ମି ଏୟାର୍‌ ଡିଫେନ୍ସ କଲେଜ ତରଫରୁ ସ୍ଥାନୀୟ ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍‌ଠାରେ ‘ନୋ ଇୟୋର ଆର୍ମି’ ଆୟୋଜିତ ହୋଇଥିଲା। ଏହି ଅବସରରେ ସେନା ଦ୍ୱାରା ବ୍ୟବହୃତ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ସେନା ଅଧିକାରୀମାନେ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ସୂଚନା ଦେଇଥିଲେ। ଛାତ୍ରୀଛାତ୍ରମାନେ ଉତ୍ସାହର ସହ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ତାପମାପକ ଯନ୍ତ୍ରରେ ଆସୁନି ଠିକ୍‌ ରିପୋର୍ଟ

ତାପମାପକ ଯନ୍ତ୍ରରେ ଆସୁନି ଠିକ୍‌ ରିପୋର୍ଟ

ଦାରିଙ୍ଗବାଡ଼ି,୧୯।୧(ଡି.ଏନ୍‌.ଏ.)- କନ୍ଧମାଳ ଜିଲାରେ ଏବେ ଅସହ୍ୟ ଶୀତ ଜାରି ରହିଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେବା ସହ ୩ ଦିନ ହେଲା ପୁଣି ତୁଷାରପାତ ହେଉଛି। ଏଭଳି ସ୍ଥିତିରେ ଦାରିଙ୍ଗବାଡ଼ିରେ ଥିବା ତାପମାପକ ଯନ୍ତ୍ରରେ ସର୍ବାଧିକ ତାପମାତ୍ରା ୨୫ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରେକର୍ଡ ସଂଗ୍ରହ କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଟ୍ରେନ୍‌ ବଗିରୁ ମୃତଦେହ ଉଦ୍ଧାର

ପାତ୍ରପୁର, ୧୯।୧ (ଡି.ଏନ୍‌.ଏ.)- କଲିକତାରୁ ଘରକୁ ଫେରୁଥିବା ପାତ୍ରପୁର ବ୍ଲକର ଜଣେ ଶ୍ରମିକଙ୍କ ମୃତଦେହ ଖୋର୍ଦ୍ଧା ଷ୍ଟେଶନରୁ ବୁଧବାର ରାତିରେ ଜିଆର୍‌ପି ପୋଲିସ ଉଦ୍ଧାର କରିଥିଲା। ସେ ହେଲେ ପାତ୍ରପୁର ବ୍ଲକ ଭୀମପୁର ଗ୍ରାମର ଜି. ଆନନ୍ଦରାଓ। ଖୋର୍ଦ୍ଧାରୋଡ଼ ରେଳ ଷ୍ଟେଶନରେ ହାୱଡା-ଯଶୋବନ୍ତପୁର ଏକ୍ସପ୍ରେସ୍‌ ଟ୍ରେନ୍‌ର ସାଧାରଣ ବଗିରୁ ଗୁରୁବାର ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଡାକ୍ତର ନିଯୁକ୍ତିରେ ବିଳମ୍ବ: ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ଆନ୍ଦୋଳନ

ଜଗନ୍ନାଥପ୍ରସାଦ,୧୯।୧- ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଏଠାରେ ଶୀଘ୍ର ଡାକ୍ତର ନିଯୁକ୍ତ କରିବାକୁ ଦାବି କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦରେ ଶୁକ୍ରବାର ସନ୍ଧ୍ୟା ସାଢୋ ୬ଟାରେ ଶତାଧିକ ବ୍ୟକ୍ତି ଏକତ୍ରିତ ହୋଇ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଦାବି ପୂରଣ ନ ହେଲେ ଏହାର ପ୍ରତିବାଦରେ ରାସ୍ତାରୋକୋ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିଛି। ଖବର ପାଇ ଜଗନ୍ନାଥପ୍ରସାଦ ଥାନା ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି।

୨ ଦିନ ଚାଲିବ ଗଞ୍ଜାମପେକ୍ସ

୨ ଦିନ ଚାଲିବ ଗଞ୍ଜାମପେକ୍ସ

ବ୍ରହ୍ମପୁର ଅଫିସ, ୧୯।୧: ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ଡାକ ଟିକେଟ ପ୍ରଦର୍ଶନି (ଗଞ୍ଜାମପେକ୍ସ) ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।