ବ୍ରହ୍ମପୁର

ମହିଳାଙ୍କ ମଦ ବିରୋଧୀ ଅଭିଯାନ

ମହିଳାଙ୍କ ମଦ ବିରୋଧୀ ଅଭିଯାନ

ବ୍ରହ୍ମପୁର ଅଫିସ,୧୧।୧୨-କୁକୁଡ଼ାଖଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ଏବେ ଦେଶୀ ମଦର ବନ୍ୟା ଦେଖିବାକୁ ମିଳୁଛି। ଅନେକ ପରିବାରକୁ କ୍ଷତିଗ୍ରସ୍ତ କରିସାରିଲାଣି ଏହି ମଦ। ଦିନରେ ଯେଉଁ ରୋଜଗାର ହେଉଛି, ରାତିରେ ମଦରେ ସରୁଛି। ଏହି ଅଭିଯୋଗ କରିଛନ୍ତି ଗ୍ରାମର ମହିଳା। ସୋମବାର ସ୍ଥାନୀୟ ସନ୍ତୋଷୀମା’ ମନ୍ଦିରରୁ ବହୁ ସଂଖ୍ୟାରେ ମହିଳା ଏକ ଶୋଭାଯାତ୍ରାରେ ବାହାରି ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ଏଥିରେ ବ୍ରହ୍ମପୁରର ବହୁ ସଂଗଠନ ସାମିଲ୍‌ ହୋଇଥିଲା। ମହିଳାଙ୍କ ଅଭିଯୋଗ ହେଲା, ଗ୍ରାମ ପାଖରେ ଦୀର୍ଘ ଦିନ ହେଲା ମଦ ବିକ୍ରି ହେଉଛି। ଏଥିପାଇଁ ଗାଁରେ ବିଶୃଙ୍ଖଳା ବଢ଼ୁଛି। ପରିବାର ମଧ୍ୟରେ ଝଗଡ଼ା ହେଉଛି। ସ୍ବାମୀମାନେ ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛାଉ ନାହାନ୍ତି। ଏହା ବିରୋଧରେ ପୂର୍ବରୁ ମହିଳାମାନେ ଏକାଠି ହୋଇଥିଲେ। ମଦ ଦୋକାନ ବନ୍ଦ ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ପୋଲିସର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଚୁପ୍‌ ରହି ମଦ ମାଫିଆଙ୍କ ସ୍ବାର୍ଥରେ କାର୍ଯ୍ୟ କରୁଛି। ଏପରିକି ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ ସତ୍ତ୍ବେ କୌଣସି ସୁଫଳ ମିଳୁନି। ତୁରନ୍ତ ଏହି ମଦ ଦୋକାନକୁ ବନ୍ଦ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ରାଧାଚରଣ ନାୟକ, ଉପସଭାପତି ସୂର୍ଯ୍ୟନାରାୟଣ ଦାସ, ସାଧାରଣ ସମ୍ପାଦକ ଗୁପ୍ତେଶ୍ୱର ଷଡ଼ଙ୍ଗୀ, ଯୁଗ୍ମ ସମ୍ପାଦକ ସନାତନ ଚୌଧୁରୀ ଏବଂ ସଭ୍ୟ ମଧୁସୂଦନ ସେଠୀ, ସବିତା ସାହୁକାର, ବାସୁଦେବ ସାହୁକାର, ପ୍ରମୋଦ ସାହୁ, ରାମଚନ୍ଦ୍ରପୁର ଗ୍ରାମର ମହିଳା ସଂଘ ସଭାନେତ୍ରୀ ବିଷ୍ଣୁ ଦାସ, ଉପସଭାପତି ବିଷ୍ଣୁ ଦାସ, ଜେ. ପୁଷ୍ପାଙ୍କ ସମେତ ପତଞ୍ଜଳି ଯୋଗ ସମିତିର ସୁବ୍ରତ ପୂଜାରୀ, ହେତୁବାଦୀ ଏବଂ ଜନଜାଗରଣ ମଞ୍ଚର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।

All Right Reserved By

ବ୍ରହ୍ମପୁର

ଆସିକା : ବିପଦ ସଙ୍କେତ ଉପରେ ବଡ଼ନଦୀ

ଆସିକା : ବିପଦ ସଙ୍କେତ ଉପରେ ବଡ଼ନଦୀ

ଆସିକା,୨୨ା୭ (ଡି.ଏନ୍‌.ଏ.): ଆସିକା ଅଞ୍ଚଳରେ ଗୁରୁବାର ରାତିରୁ ଲଗାଣ ବର୍ଷା ହେଉଥିଲା। ରବିବାର ବର୍ଷା କମିଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଋଷିକୁଲ୍ୟା, ବଡ଼ନଦୀ ଓ ବାଘୁଆରେ ବନ୍ୟାଜଳ ପ୍ରବେଶ କରିଛି । ରବିବାର ସକାଳେ ଆସିକାଠାରେ ବଡ଼ନଦୀରେ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଋଷିକୁଲ୍ୟା ଓ ବାଘୁଆ ନଦୀରେ ବିପଦ ସଙ୍କେତଠାରୁ ବହୁ ତଳକୁ ରହିଥିଲା। ଆସିକାଠାରେ ବଡ଼ନଦୀର ବିପଦ ସଙ୍କେତ ୧୧ ଫୁଟ ରହିଥିବା ବେଳେ ରବିବାର ୧୧.୫ରେ ଜଳ ପ୍ରବାହିତ ହେଉଥିଲା ।

ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ମାନବ ଶୃଙ୍ଖଳ

ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ମାନବ ଶୃଙ୍ଖଳ

ରାଇକିଆ,୨୨ା୭(ଡ଼ି.ଏନ.ଏ)-କନ୍ଧମାଳ ଜିଲା ରାଇକିଆ ବ୍ଲକ ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ରବିବାର ମାନବ ଶୃଙ୍ଖଳ କରାଯାଇଛି। ରାଇକିଆ ବ୍ଲକ ସଂପୂର୍ଣ୍ଣ ବାହ୍ୟ ମଳମୁକ୍ତ ଭାବେ ଘୋଷଣା ହେବା ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଇଖାନାର ବ୍ୟବହାର ଓ ନିଜ ଅଞ୍ଚଳକୁ ଆବର୍ଜନାମୁକ୍ତ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା।

ବାଘୁଆ ଜଳଭଣ୍ଡାରର ୨ ଗେଟ ଖୋଲିଲା

ବୁଗୁଡ଼ା,୨୨।୭(ଡି.ଏନ୍‌.ଏ.): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରରୁ ୩ ବର୍ଷ ପରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଶନିବାର ମଧ୍ୟ ରାତିରେ ଜଳଭଣ୍ଡାରର ୨ଟି ଗେଟ ଖୋଲାଯାଇଥିବା ଜଳସେଚନ କାର୍ଯ୍ୟାଳୟରୁ ଜଣାପଡିଛି। ବୁଡ଼ି ଆଶଙ୍କା ଥିବାରୁ ଆଖପାଖର ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବା ପାଇଁ ଢ଼େଣ୍ଡୁରା ପିଟି ଜଣାଇଦିଆଯାଇଛି।

ସାପ କାମୁଡ଼ାରେ ମହିଳା ମୃତ

ସାପ କାମୁଡ଼ାରେ ମହିଳା ମୃତ

ପୋଲସରା,୨୨।୭(ଡି.ଏନ.ଏ.)-ପୋଲସରା ବ୍ଲକ ପାଣ୍ଡିରିପଡ଼ା ପଞ୍ଚାୟତ ପାତାଳସିଙ୍ଗି ଗ୍ରାମରେ ସାପ କମାୁଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନମିତା ପ୍ରଧାନ। ଶନିବାର ମଧ୍ୟରାତିରେ ଘରେ ଶୋଇଥିବା ବେଳେ ନମିତାଙ୍କୁ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ପୋଲସରା ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ରବିବାର ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନମିତାଙ୍କର ମୃତ୍ୟୁ ଘଟିଥିବା ପାଣ୍ଡିରିପଡ଼ାର ପୂର୍ବତନ ସରପଞ୍ଚ କୈଳାସ ମହାରଣା ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସ୍ବାସ୍ଥ୍ୟ ପରୀକ୍ଷା, ସଚେତନତା ଶିବିର

ସ୍ବାସ୍ଥ୍ୟ ପରୀକ୍ଷା, ସଚେତନତା ଶିବିର

ଚିକିଟି,୨୨।୭(ଡି.ଏନ.ଏ.)-ଚିକିଟିଗଡ଼ସ୍ଥିତ ରାଜକବି ରାଧାମୋହନ ବିଦ୍ୟାପୀଠ ପରିସରରେ ରବିବାର ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ବ୍ରହ୍ମପୁର ବଡମେଡିକାଲର ଚକ୍ଷୁ ବିଶେଷଜ୍ଞ ବି. ନାଗେଶ୍ୱର ସୁବୁଦ୍ଧି ଉଦଘାଟନ କରିଥିଲେ।

ଗଛ ପଡ଼ି ରାସ୍ତା ଅବରୋଧ

ଗଛ ପଡ଼ି ରାସ୍ତା ଅବରୋଧ

ଚିକିଟି,୨୨।୭(ଡି.ଏନ.ଏ.)-ଲଘୁଚାପଜନିତ ଲଗାଣ ବର୍ଷାରେ କେ.ନୂଆଗାଁ ଥାନା ଦିଗପହଣ୍ଡି ବ୍ଲକ୍‌ ତେଣ୍ଟୁଆପଡା ଗ୍ରାମର ଶେଷ ମୁଣ୍ଡରେ ଶନିବାର ଅପରାହ୍ନରେ ଏକ ବଡ଼ ଗଛ ଭାଙ୍ଗିପଡ଼ି ରାସ୍ତା ଅବରୋଧ ହୋଇଥିଲା। ତେବେ ୨୪ ଘଣ୍ଟା ପରେ ବି ଭାଙ୍ଗି ପଡ଼ିଥିବା ଗଛକୁ ହଟାଯାଇ ନାହିଁ। ଫଳରେ ଉକ୍ତ ରାସ୍ତା ଦେଇ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ଅନ୍ୟ ଉପାୟ ନ ପାଇ କେ.ନୂଆଗାଁ ଥାନା ଦ୍ୱାରସ୍ଥ ହୋଇଛନ୍ତି। ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭଗ ଅଧୀନରେ ରହିଥିଲେ ସୁଦ୍ଧା ଗଛ ହଟାଯାଇ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସୋରଡାରେ ବାହୁଡା ଯାତ୍ରା

ସୋରଡାରେ ବାହୁଡା ଯାତ୍ରା

ସୋରଡା,୨୨।୭(ଡି.ଏନ୍‌.ଏ.)- ଜନ୍ମ ବେଦୀରୁ ରତ୍ନ ବେଦୀକୁ ବାହୁଡିଛନ୍ତି ଶ୍ରୀ ଜଗନ୍ନାଥ। ସୋରଡାରେ ରବିବାର ପ୍ରବଳ ବର୍ଷା ସତ୍ତ୍ୱେ ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି। ଝିପିଝିପି ବର୍ଷା ସତ୍ତ୍ୱେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।

ଲଗାଣ ବର୍ଷାରେ ଘର ଭାଙ୍ଗିଲା, ବେସାହାରା ହେଲେ ସ୍ବାମୀ ପରିତ୍ୟକ୍ତା

ଲଗାଣ ବର୍ଷାରେ ଘର ଭାଙ୍ଗିଲା, ବେସାହାରା ହେଲେ ସ୍ବାମୀ ପରିତ୍ୟକ୍ତା

ଗଞ୍ଜାମ,୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବିଶେଷ କ୍ଷୟକ୍ଷତି ଘଟିଛି। କଇଁଚପୁର ପଞ୍ଚାୟତ ମାଳୀ ଜଗନ୍ନାଥପୁର ଗ୍ରାମର ଅପି ମହାପାତ୍ରଙ୍କ ଝାଟିମାଟି ଘର ଶନିବାର ସନ୍ଧ୍ୟାରେ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଅପି ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ହୋଇଥିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ସାହାଯ୍ୟ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ବ୍ରହ୍ମପୁରରେ ପ୍ରଥମ ପେନସନ ଅଦାଲତ: ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ ମଞ୍ଜୁର

ବ୍ରହ୍ମପୁରରେ ପ୍ରଥମ ପେନସନ ଅଦାଲତ: ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ ମଞ୍ଜୁର

ବ୍ରହ୍ମପୁର ଅଫିସ,୨୨।୭: ବ୍ରହ୍ମପୁର ଭି.ଭି. ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପ୍ରଥମ ପେନସନ ଅଦାଲତ ରବିବାର ଅନୁଷ୍ଠିତ ହୋଇଯାଇଛି। ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିବା କର୍ମଚାରୀ ମାନେ ବିଭିନ୍ନ କାରଣରୁ ପେନସନ ପାଇବାରୁ ବଞ୍ଚିତ ହୋଇଥିଲେ। ୧୯୮ ଜଣ କର୍ମଚାରୀ ଅବସର ସତ୍ତ୍ୱେ ପେନସନ ପାଇପାରିନାହାନ୍ତି। ସେମାନଙ୍କ ସମସ୍ୟା ଦୂର କରିବା ସହ ଅଭିଯୋଗ ଶୁଣିବା ପାଇଁ ଏହି ଅଦାଲତର ଆୟୋଜିତ ହୋଇଥିଲା।

ସବୁଜ ବାହିନୀ ତରଫରୁ ବୃକ୍ଷ ରୋପଣ ଅଭିଯାନ

ସବୁଜ ବାହିନୀ ତରଫରୁ ବୃକ୍ଷ ରୋପଣ ଅଭିଯାନ

ବ୍ରହ୍ମପୁର ଅଫିସ,୨୨।୭: ବ୍ରହ୍ମପୁର ଜିଲା ସବୁଜ ବାହିନୀ ତରଫରୁ ବୃକ୍ଷ ରୋପଣ ଅଭିଯାନ ରବିବାର ଆରମ୍ଭ ହୋଇଯାଇଛି। ପାତାଳେଶ୍ୱର ମନ୍ଦିର ନିକଟ ପଞ୍ଚୁ ଦେଉଳ ମଠଠାରେ ରବିବାର ସକାଳେ ଏହାର ଉଦ୍‌ଘାଟନ ଉତ୍ସବ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇ ଚାରା ବଣ୍ଟନ ଆରମ୍ଭ କରିଥିଲେ।

ଶେରଗଡ଼ରେ ଠାକୁରଙ୍କ କାଞ୍ଚି ଅଭିଯାନ ବେଶ

ଶେରଗଡ଼ରେ ଠାକୁରଙ୍କ କାଞ୍ଚି ଅଭିଯାନ ବେଶ

ଶେରଗଡ଼,୨୨।୭(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡରେ ରବିବାର ଥିଲା ଠାକୁରଙ୍କ ରଥଯାତ୍ରାର ଅଷ୍ଟମ ଦିନ। ଶନିବାର ଏଠାରେ ଥିବା ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଶେଷ ଦର୍ଶନ ହୋଇଥିଲା।

ଅଲାରିଗଡ଼ରେ ବାହୁଡା ଯାତ୍ରା ପାଇଁ ଭକ୍ତଙ୍କ ସମାଗମ

ଅଲାରିଗଡ଼ରେ ବାହୁଡା ଯାତ୍ରା ପାଇଁ ଭକ୍ତଙ୍କ ସମାଗମ

ଶେରଗଡ଼,୨୨।୭(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଅଲାରିଗଡ ଗ୍ରାମରେ ନୂତନ ମନ୍ଦିର ଓ ରଥଟଣା ଦେଖିବାକୁ ଭକ୍ତଙ୍କ ଭିଡ ଜମିଛି। ପାଗ ଅନୁକୂଳ ଥିବାରୁ ଚଳିତବର୍ଷ ରଥଯାତ୍ରା ଦେଖିବାକୁ ଶହ ଶହ ଭକ୍ତଙ୍କ ଭିଡ ଲାଗିଛି।

Model This Week

ଚିଣ୍ଟୁ