ବ୍ରହ୍ମପୁର

ମାଡିଗଲା ବସ୍‌, ୨ ବାଇକ ଆରୋହୀ ଗୁରୁତର

ମାଡିଗଲା ବସ୍‌, ୨ ବାଇକ ଆରୋହୀ ଗୁରୁତର

ହିଞ୍ଜିଳିକାଟୁ,୧୧।୧୨(ଡ଼ି.ଏନ୍‌.ଏ.)- ହିଞ୍ଜିଳି ଥାନା ନୂଆ ବୁରୁପୋଡ଼ା ନିକଟ ୫୯ ନଂ. ଜାତୀୟ ରାଜପଥରେ ସୋମବାର ବସ ମାଡ଼ିଯିବାରୁ ୨ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଭଞ୍ଜନଗର ଥାନା ଜିଲୁଣ୍ଡିର ଶିବରାମ ଜେନା ଓ ବାବୁଲା ପାଢ଼ୀ। ଏମାନେ ଅପରାହ୍ନ ପ୍ରାୟ ୪ଟାରେ ଜିଲୁଣ୍ଡିରୁ ବାଇକରେ ବ୍ରହ୍ମପୁର ଯାଉଥିଲେ। ନୂଆ ବୁରୁପୋଡ଼ା ନିକଟରେ କୁକୁର ବାଇକ ଆଗକୁ ଆସିଯିବାରୁ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଏହି ସମୟରେ ବ୍ରହ୍ମପୁରଠାରୁ ଭଞ୍ଜନଗର ଦିଗରେ ଯାଉଥିବା କାଳେଶ୍ୱରୀ ନାମକ ଘରୋଇ ବସଟି ବାଇକ୍‌ ଆରୋହୀଦ୍ୱୟଙ୍କ ଗୋଡ଼ ଉପରେ ମାଡ଼ି ଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଓ ବସକୁ ଜବତ କରିଛି। ବସ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

All Right Reserved By

Model This Week

Model This Week

ବ୍ରହ୍ମପୁର

ବିଏସ୍‌ଏନ୍‌ଏଲ୍‌ ସେବା ବ୍ୟାହତ: ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟରାସ୍ତା ଅବରୋଧ

ବିଏସ୍‌ଏନ୍‌ଏଲ୍‌ ସେବା ବ୍ୟାହତ: ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟରାସ୍ତା ଅବରୋଧ

ଶଙ୍କରାଖୋଲ, ୨୬।୪ (ଡି.ଏନ.ଏ.)କନ୍ଧମାଳ ଜିଲା ଚକାପାଦ ବ୍ଲକ ଶଙ୍କରାଖୋଲରେ ୩ ଦିନ ଧରି ବିଏସ୍‌ଏନ୍‌ଏଲ୍‌ ସେବା ବ୍ୟାହତ ହୋଇଛି। ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗୁରୁବାର ଏଥିଯୋଗୁ ଅସନ୍ତୋଷ ଦେଖା ଦେଇଛି । ସ୍ଥାନୀୟ ଲୋକେ ଶଙ୍କରାଖୋଲରେ ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।

ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

ସୋରଡ଼ା,୨୬।୪(ଡି.ଏନ.ଏ.):ସୋରଡ଼ା-ଆସିକା ଜାତୀୟ ରାଜପଥର ନରଣପୁର ନିକଟରେ ଗୁରୁବାର ରାତି ପ୍ରାୟ ୮ଟାରେ ବାଇକ୍‌ ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି।

ଅପରାଧ ସମୀକ୍ଷା କଲେ ଗଞ୍ଜାମ ଏସ୍‌ପି

ଅପରାଧ ସମୀକ୍ଷା କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୨୬।୪(ଡି.ଏନ.ଏ.)ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ ଗୁରୁବାର ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ମାମଲାରେ ପେଣ୍ଡିଂ ଥିବା ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରିବାକୁ ବୈଠକରେ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଭିନ୍ନ ମାମଲାର ତଦନ୍ତ ସାରିବାକୁ କୁହାଯାଇଛି।

ଆସିକାରେ ଆଇପିଏଲ୍‌  ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକାରେ ଆଇପିଏଲ୍‌ ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକା,୨୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଆଇପିଏଲ୍‌ କ୍ରିକେଟ ବେଟିଂ ଆରମ୍ଭ ହୋଇଯାଇଛି। କିଛିଦିନ ତଳେ ବ୍ରହ୍ମପୁରରୁ ଆଇପିଏଲ୍‌ ବେଟିଂ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ଆସିକା ବିଜୁ ପଟ୍ଟନାୟକ ଛକସ୍ଥିତ ଏକ ମୋବାଇଲ ଦୋକାନରେ ଆଇପିଏଲ ମ୍ୟାଚକୁ ନେଇ ସଟ୍ଟାବାଜି ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ଦୋକାନ ମାଲିକଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି।

କେସି ହାଇସ୍କୁଲରୁ ହଟୁନି ଇଂଲିଶ୍‌ ମିଡିୟମ୍‌ ସ୍କୁଲ: ଉପଜିଲାପାଳଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୬।୪-ବ୍ରହ୍ମପୁର ଗୋଷାଣୀନୁଆଗାଁ କେସି ହାଇସ୍କୁଲ ପରିସରରେ ବେଆଇନ ଭାବେ ଚାଲିଥିବା ବେସରକାରୀ ଇଂଲିଶ୍‌ ମିଡିୟମ୍‌ ସ୍କୁଲ ହଟାଇବା ନେଇ ଆନ୍ଦୋଳନ ଧିରେ ଧିରେ ଉଗ୍ରରୂପ ଧାରଣ କରୁଛି। ହାଇସ୍କୁଲ ପରିସରରୁ ଉକ୍ତ ସ୍କୁଲ ହଟାଇବାକୁ ଡିଇଓ ବାରମ୍ବାର ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରୁଥିଲେ ମଧ୍ୟ ସ୍କୃଲ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମାକୁ ବେଖାତିର କରୁଛନ୍ତି।

ହରିହରାତ୍ମକ ପଞ୍ଚ ମହାଯଜ୍ଞ

ହରିହରାତ୍ମକ ପଞ୍ଚ ମହାଯଜ୍ଞ

ଖଲ୍ଲିକୋଟ, ୨୬।୪ (ଡି.ଏନ.ଏ.)- ଖଲ୍ଲିକୋଟସ୍ଥିତ ଶ୍ରୀକୃଷ୍ଣଶରଣପୁର ଶାସନସ୍ଥିତ ସକଳେଶ୍ୱର ମହାଦେବଙ୍କ ପୀଠରେ ୧୧ ଦିନ ଧରି ହେବାକୁ ଥିବା ହରିହରାତ୍ମକ ପଞ୍ଚ ମହାଯଜ୍ଞର ଗୁରୁବାର ଥିଲା ନବମ ଦିବସ। ଗୁରୁବାର ଚମ୍ପକ ପୁଷ୍ପାଅର୍ଚ୍ଚନା ଓ ମୋଦକ ଲାଗି ସ୍ବତନ୍ତ୍ର ନୀତି କରାଯାଇଛି।

ପାଇଖାନା ନିର୍ମାଣ ସମ୍ପର୍କିତ କର୍ମଶାଳା

ଭଞ୍ଜନଗର,୨୬।୪(ଡି.ଏନ.ଏ)-ଭଞ୍ଜନଗର ବ୍ଲକର ସମସ୍ତ ହିତାଧିକାରୀଙ୍କ ଘରେ କିଭଳି ପାଇଖାନା ନିର୍ମାଣ ହେବ ସେ ନେଇ ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ସୁବ୍ରତ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ।

ରଥଦାଣ୍ଡରୁ ଜବରଦଖଲ ଉଚ୍ଛେଦ ଦାବି

ପାତ୍ରପୁର,୨୬।୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଜରଡ଼ାଗଡ଼ ପାର୍ଥସାରଥୀଙ୍କ ରଥଦାଣ୍ଡ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ରାସ୍ତା ପାର୍ଶ୍ୱରେ ଥିବା କିଛି ଦୋକାନ ଲାଗି ଏହି ସମସ୍ୟା ଉପୁଜିଛି। ବର୍ତ୍ତମାନ ପିଚୁକାମ ଚାଲିଥିବା ବେଳେ ରାସ୍ତାରୁ ଜବରଦଖଲ ହଟାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। କାମ ଆରମ୍ଭ ହେବା ପୂର୍ବରୁ କେତେଜଣ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିଲା। ହେଲେ ଖାତା ନଂ.୮୬୦ର ପ୍ଲଟ ନଂ. ୧୬୨୭ରେ ଥିବା କେତୋଟି ଦୋକାନ ହଟାଯାଇନାହିଁ।

ପାନୀୟ ଜଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ

ପାନୀୟ ଜଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡ଼ା,୨୬।୪(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଏକଡ଼ାଳ, ଘୋଳପୁର ଓ ଭାବସର ଗ୍ରାମରେ ଗୁରୁବାର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ବିଜୁ ଯୁବ ବାହିନୀ କର୍ମକର୍ତ୍ତା ଚୟନ

ବୁଗୁଡ଼ା,୨୬।୪(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ପାଙ୍ଗିଡ଼ି ପଞ୍ଚାୟତରେ ବିଜୁ ଯୁବ ବାହିନୀର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସୁଶାନ୍ତ କୁମାର ଆପଟ୍ଟ ଓ କୃଷ୍ଣଚନ୍ଦ୍ର ରାଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଚିକିଟି ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ

ଚିକିଟି,୨୬।୪(ଡି.ଏନ.ଏ.)-ଚିକିଟି ସମେତ ଏହାର ଆଖପାଖ ଗ୍ରାମାଞ୍ଚଳରେ ମାସେ ହେଲା ବିଦ୍ୟୁତ ବିଭ୍ରାଟ ଦେଖାଦେଉଛି। ବର୍ତ୍ତମାନ ସମୟରେ ପ୍ରବଳ ଗ୍ରୀଷ୍ମ ଅନୁଭୁତ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍‌କାଟ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ କରୁଛି। କାଳବୈଶାଖୀ ପ୍ରଭାବରେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ଘଣ୍ଟା ଘଣ୍ଟା ବିଦ୍ୟୁତ ସରବରାହ ଠପ୍‌ ହୋଇଯାଉଛି । ଫଳରେ ସାଧାରଣ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବ୍ୟାଙ୍କ ଓ ଅଫିସ କାର୍ଯ୍ୟରେ ବ୍ୟାଘାତ ଘଟୁଛି।

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୦ ଗୁରୁତର

ପାଟପୁର, ୨୬।୪ (ଡି.ଏନ.ଏ.)- ପାଟପୁର ଥାନା ସୁମନ୍ତପୁର ବାଙ୍କରେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଏକ ବରଯାତ୍ରୀ ବସ୍‌ ସହ ଗୋଟିଏ ୪୦୭ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ଗାଡିର ୨୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି।