ବ୍ରହ୍ମପୁର

କେଜିବିଭି ସଂଘର ସ୍ମାରକପତ୍ର ପ୍ରଦାନ

କେଜିବିଭି ସଂଘର ସ୍ମାରକପତ୍ର ପ୍ରଦାନ
ଛତ୍ରପୁର,୧୧।୧୨(ଡି.ଏନ୍‌.ଏ.)-ନିଖିଳ ଉତ୍କଳ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି) ଗଞ୍ଜାମ ଜିଲା ଶାଖା ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁରଠାରେ ସୋମବାର ରାଲି କରାଯାଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁ, ଜିଲା ଶିକ୍ଷା ଅଧିକାରୀ ତଥା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ସନାତନ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା । ସମସ୍ତ କର୍ମଚାରୀମାନଙ୍କ ପାଇଁ କ୍ୟାରିୟର ଆଡଭାନ୍ସମେଣ୍ଟ ପଲିସି କରିବା, ସମାନ କାମକୁ ସମାନ ଦରମା, ୮ ଘଣ୍ଟା କାମ କରୁଥିବାରୁ ପୂର୍ଣ୍ଣକାଳୀନ ଶିକ୍ଷକର ମାନ୍ୟତା, ଅନ୍ୟ କର୍ମଚାରୀ ଭଳି ଇପିଏଫ ବାବଦରେ ୧୨ ପ୍ରତିଶତ କଟାଯାଉ, ସମସ୍ତ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍ସ ବ୍ୟବସ୍ଥା ଏବଂ ସ୍ବତନ୍ତ୍ର ବିଦ୍ୟାଳୟର ମାନ୍ୟତା ଦେବା ଆଦି ଦାବି ଉପସ୍ଥାପନ କରାଯାଇଛି । ସଂଘର ସଭାପତି କୃଷ୍ଣ ମୋହନ ପାଢୀ ଓ ସମ୍ପାଦକ ଏମ. କେ. ତ୍ରିପାଠୀ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।
All Right Reserved By

ବ୍ରହ୍ମପୁର

 ହତ୍ୟାକାରୀଙ୍କୁ ଗିରଫ ଦାବିରେ ପାବୁରିଆ ବନ୍ଦ ଡାକରା

ହତ୍ୟାକାରୀଙ୍କୁ ଗିରଫ ଦାବିରେ ପାବୁରିଆ ବନ୍ଦ ଡାକରା

ରାଇକିଆ,୧୨।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଟିକାବାଲି ବ୍ଲକର ପାବୁରିଆଠାରେ ହତ୍ୟାକାରୀଙ୍କୁ ଗିରଫ ଦାବିରେ ବୁଧବାର ରାସ୍ତାରୋକୋ ଏବଂ ବନ୍ଦ ଡାକରା ଦିଆଯାଇଛି। 

ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ଏଏସ୍‌ଆଇ

ବ୍ରହ୍ମପୁର ଅଫିସ୍‌,୧୨ା୧୨: ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଇଶାନ କୁମାର ଦାସ ଜଣେ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଚୂଡାନ୍ତ ରାୟ ପ୍ରକାଶ କରିଥିବା ଜଣାପଡିଛି। 

ଛାତ୍ର ଝାଡୁ ମାରିବାରୁ ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ

କବିସୂର୍ଯ୍ୟନଗର,୧୨ା୧୨-କବିସୂର୍ଯ୍ୟନଗର ଗଙ୍ଗାଧର ପ୍ରାଥମିକ ବିଦ୍ୟାଳୟ ପରିଷ୍କାର ପରିଚ୍ଛନ୍ନ ପାଇଁ ଏନଏସିରେ ଶ୍ରେଷ୍ଠ ସ୍କୁଲ ରୂପେ ପୂର୍ବରୁ ପୁରସ୍କୃତ ହୋଇଛି। ମଙ୍ଗଳବାର ପ୍ରଧାନ ଶିକ୍ଷକ ୨ ଛାତ୍ରଙ୍କୁ ସ୍କୁଲ ପରିସର ଝାଡ଼ୁ କରିବାକୁ କହି ହଟହଟା ହୋଇଛନ୍ତି। 

ବିଜେଡି ନେତାଙ୍କୁ ହତ୍ୟା ଧମକ, ୨ ଅଟକ

ଦିଗପହଣ୍ଡି,୧୨ା୧୨(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ବମକେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ଭଗବାନ ବାଡ଼ତ୍ୟାଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଭଗବାନଙ୍କ ଏତଲାକ୍ରମେ ଆଇଆଇସି ଦେବାଶିଷ ମହାନ୍ତି ନଂ.୨୨୦/୧୮ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । 

୪୨୪ ଚାଳକଙ୍କ ଲାଇସେନ୍ସ ରଦ୍ଦ

୪୨୪ ଚାଳକଙ୍କ ଲାଇସେନ୍ସ ରଦ୍ଦ

ଦାରିଙ୍ଗବାଡ଼ି,୧୨ା୧୨(ଡି.ଏନ.ଏ.)-କନ୍ଧମାଳ ଜିଲାରେ ଦୁର୍ଘଟଣା ରୋକିବାକୁ ଜିଲା ପ୍ରଶାସନ ପଦକ୍ଷେପ ନେଇଛି। ଦାରିଙ୍ଗବାଡ଼ି ସମେତ ବିଭିନ୍ନ ଅଞ୍ଚଳରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ,  ବ୍ରେଥ୍‌ ଆନାଲାଇଜର ମାଧ୍ୟମରେ ପରୀକ୍ଷା କରି ନିଶାସକ୍ତ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ୪୨୪ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି।  

ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ଛତ୍ରପୁର,୧୨ା୧୨(ଡି.ଏନ.ଏ.) -ଛତ୍ରପୁର ଥାନା ଭିକାରୀପଲ୍ଲୀ ପଞ୍ଚାୟତ ବ୍ରାହ୍ମଣିଆପଲ୍ଲୀ ଓ ନରସିଂହପୁର ଗାଁ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା କିଆବୁଦା ମୂଳରୁ ଜଣେ ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। 

ଗଞ୍ଜାମ ଜିଲା କଂଗ୍ରେସ ପାଳିଲା ବିଜୟ ଉତ୍ସବ

ବ୍ରହ୍ମପୁର ଅଫିସ,୧୨ା୧୨-ଗଞ୍ଜାମ ଜିଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ବିଜୟ ଉତ୍ସବ ବ୍ରହ୍ମପୁରରେ ପାଳନ କରାଯାଇଥିଲା। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳିଥିବାରୁ ଦଳୀୟ ନେତା ଓ କର୍ମୀ ଉଲ୍ଲସିତ ହୋଇ ବାପୁଜୀ ଆଶ୍ରମ ଛକରେ ବାଣ ଫୁଟାଇବା ସହିତ ମିଠା ବାଣ୍ଟିଥିଲେ। 

୧୨ଶହ ଗଛ ପାଇଲା ନୂଆ ଜୀବନ

୧୨ଶହ ଗଛ ପାଇଲା ନୂଆ ଜୀବନ

ବ୍ରହ୍ମପୁର ଅଫିସ,୧୨ା୧୨-ଲୁହା କଣ୍ଟା ଏବଂ ବିଜ୍ଞାପନ ଫଳକ ଲାଗିବା ଯୋଗୁ କ୍ଷତାକ୍ତ ହୋଇଥିବା ଗଛଗୁଡ଼ିକୁ ନୂଆ ଜୀବନ ଦେବାପାଇଁ ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହୋଇଛି ‘ମୁଁ ବି ବଞ୍ଚିବାକୁ ଚାହେଁ’ ଅଭିଯାନ।

ବନ କର୍ମଚାରୀଙ୍କ କଳାବ୍ୟାଜ୍‌ ପରିଧାନ

ବନ କର୍ମଚାରୀଙ୍କ କଳାବ୍ୟାଜ୍‌ ପରିଧାନ

ବ୍ରହ୍ମପୁର ଅଫିସ,୧୨ା୧୨-ବିଭିନ୍ନ ଦାବି ନେଇ ଓଡ଼ିଶା ଅଣଗେଜେଟେଡ୍‌ ବନ ସେବା ସଂଘ ତରଫରୁ କଳାବ୍ୟାଜ୍‌ ପରିଧାନ ଆନ୍ଦୋଳନ ଆରମ୍ଭ ହୋଇଛି। ଏହାର ପ୍ରଭାବରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଣଗେଜେଟେଡ୍‌ ବନ କର୍ମଚାରୀମାନେ କଳାବ୍ୟାଜ୍‌ ପରିଧାନ କରିଥିଲେ ।

ଅମଳ ଧାନ ପୋଲିସ ଜିମା ଦେଲେ ତହସିଲଦାର

ଶେରଗଡ,୧୧।୧୨(ଡି.ଏନ.ଏ.)- ଶେରଗଡ ବ୍ଲକ କରଡାକଣା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗର୍ବଗଣ୍ଡା ଗ୍ରାମରେ ଏକ ବିବାଦମାନ ଜାଗାରୁ ଧାନକଟା ନେଇ ଉପୁଜିଥିବା ସମସ୍ୟାର ସମାଧାନ କରିଛନ୍ତି ତହସିଲଦାର ଡ.ଦୟାସିନ୍ଧୁ ପରିଡା।

୧୪ ଫୁଟର ଅହିରାଜ ଉଦ୍ଧାର

୧୪ ଫୁଟର ଅହିରାଜ ଉଦ୍ଧାର

ଭଞ୍ଜନଗର,୧୧।୧୨(ଡି.ଏନ.ଏ.)-ଭଞ୍ଜନଗର ନବନିର୍ମିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ଏକ ୧୪ଫୁଟର ଅହିରାଜ ଉଦ୍ଧାର କରାଯାଇଛି। ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜି, ବନ ବିଭାଗ କର୍ମଚାରୀ ସଞ୍ଜୟ ସ୍ବାଇଁ, କେଦାର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ସାପଟିକୁ ଉଦ୍ଧାର କରି ବିଞ୍ଜିଗିରି ଜଳାଶୟ ନିକଟରେ ନେଇ ଛାଡି ଦେଇଛନ୍ତି।

ପଥରକ୍ୱାରୀ ବନ୍ଦ ପାଇଁ ଦାବିପତ୍ର

ପଥରକ୍ୱାରୀ ବନ୍ଦ ପାଇଁ ଦାବିପତ୍ର

ଶେରଗଡ,୧୧।୧୨(ଡି.ଏନ.ଏ.)- ଶେରଗଡ ବ୍ଲକ ଧନନ୍ତର ପଞ୍ଚାୟତର କନ୍ଧନୂଆଗଡ ଗ୍ରାମରେ ପଥରକ୍ୱାରୀ ବନ୍ଦ ପାଇଁ ୫୦ରୁ ଅଧିକ ଗ୍ରାମବାସୀ ମଙ୍ଗଳବାର ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଛତ୍ରପୁରରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଏହାକୁ ବନ୍ଦ କରିବାକୁ ଗ୍ରାମବାସୀ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ଜିଲାପାଳ ଶେରଗଡ ତହସିଲଦାରଙ୍କୁ ଏହି ଦାବିପତ୍ର ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମବାସୀ ଅପରାହ୍ନରେ ଶେରଗଡ ତହସିଲରେ ତହସିଲଦାର ଦୟାସିନ୍ଧୁ ପରିଡାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ପରିଡଶ ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମକୁ ଲାଗି ଥିବା ପାକିଡି ପାହଡ ପାଦଦେଶରେ ଏକ ପଥରକ୍ୱାରୀ ଚାଲିଛି। ଫଳରେ ଗ୍ରାମର ଏକର ଏକର ଜମିର ଫସଲ ନଷ୍ଠ ହେଉଛି। ବାରୁଦ ଲଗାଇ ପଥର ଫଟା ଯାଉଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।